ମୋଦିଙ୍କ ଗଡ଼ ଦାୟିତ୍ୱ ଏବେ ଧର୍ମେନ୍ଦ୍ର କନ୍ଧରେ…

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ଭାରତୀୟ ଜନତା ପାର୍ଟି ଘର-ଘର ବୁଲି ସିଏଏ ସମ୍ପର୍କ ସଚେତନତା ଅଭିଯାନ ଆରମ୍ଭ କରିବ। ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବଡ ଦାୟିତ୍ୱ ।ତାଙ୍କୁ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଦାୟିତ୍ୱ ମିଳିଛି ।
ମୋଦିଙ୍କ ସବୁବେଳେ ବିଶ୍ୱସ୍ତ ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ କୁହାଯାଏ। ଏଥିପାଇଁ ତାଙ୍କୁ ଦୁଇ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ କରିଛନ୍ତି। ଆଉ ଜଣେ ଭଲ ସଂଗଠକ ଭାବେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟର ଦାଇତ୍ୱ ନେଇଛନ୍ତି। ଏବଂ ନିଜ ଦକ୍ଷତାର ମଧ୍ୟ ପରିଚୟ ଦେଇଛନ୍ତି। ସେଥିପାଇଁ ଏବେ ତାଙ୍କୁ ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ନାଗରିକ ସଂଶୋଧନ ଆଇନ ବିଷୟରେ ଲୋକଙ୍କୁ ସଚେତନ କରାଇବାର ଦାଇତ୍ୱ ମିଳିଛି।
ସାରାଦେଶରେ ସିଏଏ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହାସହ ବିରୋଧୀ ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରୁଥିଲେ ।ବିଭିନ୍ନ ସ୍ଥାନରେ ଏହାକୁ ନେଇ ହିଂସା କାଣ୍ଡ ଘଟିଥିଲା। କଂଗ୍ରେସ ସହ ଅନ୍ୟ ବିରୋଧୀମାନେ ଲୋକଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରୁଥିବାର ଅଭିଯୋଗ ଆଣିଥିଲା ସାଶକ ବିଜେପି । ଏଥିପାଇଁ ଲୋକଙ୍କ ପଖକୁ ଯାଇ ସଚେତନ କରାଇବ ବୋଲି ଘୋଷଣା କରିଥିଲା । ଯାହାକି ଆସନ୍ତା ୫ତାରିଖରେ ଗୃହ ମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ।

ପୁଣି ରାଜ୍ୟକୁ କେନ୍ଦ୍ରର ସାଟିଫିକେଟ……

ଭୁବନେଶ୍ୱର : ପୁଣି କେନ୍ଦ୍ରର ଓଡିଶାକୁ ସାଟିଫିକେଟ l 4ଥର କୃଷି କର୍ମଣ ପରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପୁଣି ଥରେ ସମ୍ମାନିତ କରିବେ l ଆସନ୍ତା ୨ ତାରିଖରେ ବେଙ୍ଗଳୁରୁ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଓଡିଶା କୃଷି କ୍ଷେତ୍ରରେ ଯେଉଁ କାମ କରୁଛି ତାହାକୁ ପୁରା ଦେଶ ଅନୁକରଣ କରୁଛି l ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ସାରା ଦେଶ ପ୍ରଶଂସା କରିଛି l ଏହା ଓଡିଶା କୃଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଛି l
ଯେଉଁଠି ପାଇଁ ଗୋଟେ ପରେ ଗୋଟେ ପୁରସ୍କାର କେନ୍ଦ୍ରଠାରୁ ପାଉଛି ରାଜ୍ୟ l
ପୁରସ୍କାର ରାଶି ଭାବେ ଓଡ଼ିଶାକୁ ମିଳିବ ମିଳିବ ଏକ କୋଟି ଟଙ୍କା ଓ ମାନପତ୍ର । କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ବେଙ୍ଗଳୁରୁରେ ଏହି ପୁରସ୍କାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଁ ଦେଖିଛି ନବୀନଙ୍କ ଭିନ୍ନ ରୂପ : ପାଣ୍ଡିଆନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ସବୁଠାରୁ ବଡ ଭକ୍ତ l ମୁଁ ଦେଖିଛି ତାଙ୍କର ଜଗନ୍ନାଥ ପ୍ରତି ଥିବା ଭକ୍ତି l 2016 ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ ଲାଗି ଯାଉଥିଲେ l ଗାଡ଼ିରେ ମୁଁ ବି ଯାଇଥିଲି ମୁଖ୍ୟମନ୍ତ୍ରୀଙ୍କ ସହିତ l ପୁରୀଯିବା ବାଟରେ ଯେଉଁଠି ମୁଖ୍ୟମନ୍ତ୍ରୀ ରାସ୍ତାରେ ଜଗନ୍ନାଥଠାକୁରଙ୍କ ଫୋଟୋ ଦେଖୁଥିଲେ ଗାଡ଼ିରେ ବସି ମୁଣ୍ଡିଆ ମାରୁଥିଲେ l ବାଟ ସାରା ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଫୋଟୋ ଦେଖି ମୁଣ୍ଡିଆ ମାରୁଥିଲେ l ଜଗନ୍ନାଥଙ୍କ ଫୋଟୋ ଦେଖିଲା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ହାତ ଆପେଆପେ ଯୋଡିହୋଇଯାଉଥିଲା l ଆଉ ସେହିଦିନ ଠାରୁ ନବୀନ ପୁରୀ ବିକାଶ ପାଇଁ ପରିକଳ୍ପନା କଲେ l ଯାହା ଏବେ ଧୀରେ ଧୀରେ ବାସ୍ତବ ରୂପ ନେବାକୁ ଯାଉଛି l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନ୍ନାଥ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭକ୍ତି ବର୍ଷ ଶେଷ ବେଳକୁ ଲୋକସେବା ଭବନରେ ବଖାଣିଛନ୍ତି 5ଟି ସଚିବ l

ଅଶୋକଙ୍କ ପରି ପ୍ରଣବ : କାହିଁକି ପଢନ୍ତୁ..

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜନତା ଦଳର ମଙ୍ଗ ଧରିଥିଲେ। ଯେତେ ଯିଏ ଯାହା କହୁଥିଲେ ବି, ମୁଣ୍ଡ ନୁଆଁଇ ନଥିଲେ ଓଡ଼ିଶାର ଏହି ପ୍ରବାଦ ପୁରୁଷ। ହେଲେ ବହୁ କମ ଲୋକ ଜାଣିଥିବେ ଯେ ବିଜୁ ବାବୁଙ୍କୁ ହନୁମାନଙ୍କ ପରି ଜଣେ ନେତା ପ୍ରଛଦପଟରେ ଥିଲେ। ନିଜେ କେବେ ଆଗକୁ ଆସିବାକୁ ଚାହିଁ ନଥିଲେ କି ଶ୍ରେୟ ନେବାର ଆକାଂକ୍ଷା ବି ରଖିନଥିଲେ ଓଡ଼ିଶାର ପୁରାତନ ରାଜଧାନୀର ଏହି ଟାଣୁଆ ନେତା। ସେ ଥିଲେ କୋରେଇର ପୂର୍ବତନ ବିଧାୟକ ସ୍ବର୍ଗତ ଅଶୋକ ଦାସ। 1995 ନିର୍ବାଚନରେ କିଛି ଆଗ ଧାଡ଼ିର ଜନତା ଦଳ ନେତା ବିଜୁ ବାବୁଙ୍କୁ ବାମ ଦଳମାନଙ୍କ ସହ ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲେ। ବିଜୁ ବାବୁ ବି ଏହି କଥା ବିଚାରକୁ ନେଇଥିଲେ। ହେଲେ ଏହି ପ୍ରସ୍ତାବ ପଛର ଷଡ଼ଯନ୍ତ୍ରର ଖବର ପାଇଯାଇଥିଲେ ଅଶୋକ। ସେହି ପ୍ରସ୍ତାବ ଦେଇଥିବା ନେତାମାନେ ଜନତା ଦଳର ପତନ ପାଇଁ ଯୋଜନା କରିଥିବା ଖବର ଥିଲା। ଏକା ମାଡ଼ରେ ଜନତା ଦଳ ଓ ବାମପନ୍ଥୀ ଦଳ ଲୋପ ପାଇ ଭବିଷ୍ୟତରେ ବିଜେପି ଓ କଂଗ୍ରେସର ଲଢ଼େଇ ହେଉ। ହେଲେ ବିଜୁ ବାବୁଙ୍କ ପାଇଁ ଅଶୋକଙ୍କ ପରାମର୍ଶ ଥିଲା, ଯଦି ବି ଜନତା ଦଳ କ୍ଷମତାକୁ ନ ଆସେ, ବିରୋଧୀରେ ରହିବା ଭଲ। ଠିକ ସେହି କଥା ହେଲା। ବିରୋଧୀରେ ରହିଲେ ବିଜୁ ଆଣ୍ଡ କୋ। 1997ରେ ସିନା ବିଜୁ ବାବୁଙ୍କ ଦେହାନ୍ତ ହେଲା ଓ ପରେ ବିଜୁ ଜନତା ଦଳର ଗଠନ ହେଲା, ହେଲେ ଅଶୋକ ବିଜୁଙ୍କ ପୁରୁଣା ଜନତା ଦଳରେ ରହିଲେ। ଦଳର ଏକ ମାତ୍ର ବିଧାୟକ ହେଲେ। ତେବେ ବିଜୁଙ୍କ ପୁଅ ନବୀନଙ୍କୁ ନିଜ ପୁଅ ପରି ମାନୁ ଥିଲେ ଅଶୋକ। ମୃତ୍ଯୁ ପୂର୍ବରୁ ନିଜ ବଡ଼ ପୁଅ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ପଠାଇ ଶେଷ ନିଶ୍ୱାସ ତ୍ୟାଗ କଲେ ଅଶୋକ। ପୁଅ ପ୍ରଣବ ବି ବାପାଙ୍କ ପରି ନବୀନଙ୍କୁ କାହା ସହ ମେଣ୍ଟ କରିବାକୁ ଦେଲେନି। 2014 ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟ ପାଇଁ ନବୀନ ପଟ୍ଟନାୟକ ବିଜେଡ଼ିର ମେଣ୍ଟ ପାଇଁ ଘୋଷଣା କରିଥିଲେ ବି ପରବର୍ତ୍ତୀ ସମୟରେ ସଫଳ ହୋଇ ନଥିଲେ। ହେଲେ 2019 ନିର୍ବାଚନରେ ପ୍ରଣବଙ୍କ ହି ଏହି ବିଶ୍ୱାସ ଥିଲା ଯେ ଏକାକୀ ଲଢ଼ିବ ବିଜେଡ଼ି। ସମସ୍ତେ ଭାବୁଥିଲେ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଥିବା ବିଜେଡ଼ି ହୁଏତ ବିଜେପି ସହ ମେଣ୍ଟ କରି ନିଜ ଆତ୍ମରକ୍ଷା କରିବା। ହେଲେ ପ୍ରଣବ ବି ବାପା ଅଶୋକଙ୍କ ପରି। ହନୁମାନଙ୍କ ପରି ଠିଆ ହେଲେ। ଏକାକୀ ଲଢ଼ି ବହୁମତ ପାଇଲା ବିଜେଡ଼ି। ଯେପରି ବିଜୁଙ୍କୁ ମେଣ୍ଟ ଷଡ଼ଯନ୍ତ୍ରରୁ ରକ୍ଷା କରିଥିଲେ ବାପା ଅଶୋକ, ପୁଅ ପ୍ରଣବ ବି ବିଜେଡ଼ି ସୁରକ୍ଷା କବଚ ଭାବେ ଠିଆ ହୋଇ ଦଳକୁ ପଞ୍ଚମ ଥର କ୍ଷମତାକୁ ଆଣିବାରେ ପ୍ରମୁଖ ଭୂମିକା ନେଲେ। ଏହା ହିଁ ଅଶୋକ ଦାସ ଲେଗାସି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଜୟଦେବ ବାଟିକାରେ ବିଜେବି ସ୍ମୁତି : ଏକାଠି ହେଲେ ପୁରୁଣା ବନ୍ଧୁ

ଭୁବନେଶ୍ୱର: ଆଜି ଜୟଦେବ ବାଟିକାଠରେ 2006 ବ୍ୟାଚ ବିଜେବି କଲେଜର ପଞ୍ଚମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ତତ୍କାଳୀନ ଛାତ୍ରଛାତ୍ରୀମାନେ ବଣଭୋଜିର ଆୟୋଜନ କରିଥିଲେ। 13 ବର୍ଷ ତଳେ କିପରି ପ୍ରତି ମୁହୂର୍ତ୍ତକୁ ସେମାନେ ଏକାଠି ଉପଭୋଗ କରିଥିଲେ, ସେ ସ୍ମୃତି ସାଉଁଟି ଭାବବିହୋଳ ହୋଇଥିଲେ ସମସ୍ତେ। ସେ ସମୟର ବିଜ୍ଞାନ, ବାଣିଜ୍ୟ ଓ କଳା ଛାତ୍ରଛାତ୍ରୀ କଲେଜରେ ବିତାଇଥିବା ସୁଖ ଓ ଦୁଃଖର ମୁହୂର୍ତ୍ତକୁ ମନେ ପକାଇଥିଲେ। ଯିଏ ଯେଉଁଠି ବି ଥିଲେ, ବନ୍ଧୁ ମିଳନ ପାଇଁ ପ୍ରତି ବର୍ଷ ସମୟ ବାହାର କରି ଏକାଠି ହୁଅନ୍ତି। ଆଜିର ଦୁନିଆରେ ଯିଏ ଯେଉଁ ପଦବୀରେ ବି ଥାଉ, ମନରେ ସେମିତି କିଛି ଭାବନା ନ ରଖି ଏକାଠି ହୋଇଥିଲେ 13 ବର୍ଷ ତଳର ବନ୍ଧୁ। କାରଣ ସମସ୍ତଙ୍କ ମନରେ ଥିଲା ପରସ୍ପରକୁ ଦେଖା କରିବାର ଆକାଂକ୍ଷା। ସମସ୍ତେ ଏକାଠି ଶପଥ ନେଲେ ଯେ, ପ୍ରତି ବର୍ଷ ଥରେ ଏକାଠି ମିଶିବା ଓ ଏହି ସ୍ନେହର ବନ୍ଧନକୁ ଆଗେଇବା।

ଅଶୋକଙ୍କ ନୀତିରେ ଯୁବପିଢ଼ି : ସେବାକୁ କରିଛନ୍ତି ମୂଳମନ୍ତ୍ର

ଯାଜପୁର : ଅଶୋକ ଦାସ । ନା ହିଁ ଯଥେଷ୍ଟ । ଯାହାଙ୍କ ଜନ୍ମ ଯେ କେବଳ ସେବା ପାଇଁ ହୋଇଥିଲା ତାହା ସେ ଜୀବନର ଶେଷ ନିସ୍ୱାସ ପର୍ଯ୍ୟନ୍ତ କରିଚାଲିଥିଲେ । ସେବା ହିଁ ମାନବିକତାର ବାର୍ତ୍ତା ବହକ ଥିଲେ ସେ । ଆଜକୁ ୧୨ବର୍ଷ ହେବ ଅଶୋକ ସଭୁଁଙ୍କୁ ଛାନି ଚାଲିଯାଇଛନ୍ତି ହେଲେ ସେ ଯେଉଁ ଚିହ୍ନ ଛାଡ଼ିଯାଇଛନ୍ତି ତାଙ୍କୁ ଝୁରୁଛନ୍ତି ଯାଜପୁରବାସୀ । ତାଙ୍କ ନୀତି ଆଦର୍ଶନରେ ଗଠିତ ହୋଇଥିବା ଅଶୋକ ଦାସ ଫାଉଣ୍ଡେସନ ଯେମିତି ଯାଜପୁରବାସୀଙ୍କ ମନରେ ପୁଣିଥରେ ଜାଗ୍ରତ ସୃଷ୍ଟି କରିଛି ଆମ ବାବୁ ଆମକୁ ଛାଡ଼ି ଯାଇନାହାନ୍ତି । ଆଜି ବି ଯାଜପୁରରେ ମୁରବୀ ଏହି ଫାଉଣ୍ଡେସନ ଜରିଆରେ ସବୁ ବୁଝୁଛନ୍ତି । ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଉଛନ୍ତି, ତମ ସାଥିରେ ଅଛି ତମେ କାମ କରିଚାଲ । ଯାଜପୁର ସହରକୁ ସୁନ୍ଦର ଭାବେ ଗଢ । ଯେମିତି ପୁରା ଓଡ଼ିଶା ଯାଜପୁରକୁ ଅନୁକରଣ କରିବ । ଯାଜପୁର ନାଁ ଆହୁରୀ ବଢିବ ।
ଯାଜପୁରମାଟିର ଏହି ସ୍ୱାଭିମାନୀ ନେତାଙ୍କ ନୀତି ଆଦର୍ଶରେ ଗଠିତ ହୋଇଥିବା ଅଶୋକ ଦାସ ଫାଉଣ୍ଡେସନ ଏବେ ଯାଜପୁର ସହରକୁ ସବୁଜ ସୁନ୍ଦର ସହର ଭାବେ ଗଢିତୋଳିବାକୁ ଲାଗିପିଛି । ଯୁବଗୋଷ୍ଠୀମାନ ସହରରେ ସଫେଇ ଅଭିଯାନକୁ ଜୋରଦାର କରିଛନ୍ତି । ସହରର ବିଭିନ୍ନ ସ୍ଥାନର ପରିମଳ ବ୍ୟବସ୍ଥା କିପରି ସୁଧାର ଆସିବ ସେନେଇ ସକାଳୁ ସକାଳୁ ଯୁବକମନେ ହାତରେ ଝାଡ଼ୁ,କୋଦାଳ ଧରି ସଫେଇ କାମରେ ଲାଗିଛନ୍ତି । ଫାଉଣ୍ଡେସନର ଏପରି କାର୍ଯ୍ୟରେ ଅଧିକାଶ ସମୟ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଯୋଗଦେଇ ନିଜେ ଝାଡ଼ୁ ଓ କୋଦାଳ ଧରି ସପେଇ କରୁଛନ୍ତି । ଯାହା ଯୁବଗୋଷ୍ଠୀଙ୍କୁ ବେଶ ଉତ୍ସାହିତ କରୁଛି । ସହରର ୧୮ଟି ୱାର୍ଡ଼, ଯାଜପୁର ନିର୍ବାଚନୀ ମଣ୍ଡଳୀର ୨ଟି ବ୍ଲକର ପ୍ରତ୍ୟେକ ଗାଁରେ ଏହି ସଫେଇ ଅଭିଯାନକୁ ଜୋରଦାର କରିଛନ୍ତି ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟମାନେ । କେବଳ ସଫେଇ ଅଭିଯାନ ନୁର୍ହେ, ବୃକ୍ଷରୋପଣ, ରକ୍ତଦାନ ପରି ମହତ କାର୍ଯ୍ୟ ଫାଉଣ୍ଡେସନ କରୁଛି । ଏହାଛଡ଼ା ଗରିବଲୋକମାନଙ୍କୁ ସେବା କରିବା ଅଶୋକ ଦାସ ଫାଉଣ୍ଡେସନର ମୂଳଲକ୍ଷ । ଯାଜପୁରରେ ଭାଇଚାରା ବଜାୟ ରଖିବା ସହ ନୂଆରୂପରେ ଯାଜପୁର ଗଠନ କରିବା ପାଇଁ ସ୍ୱର୍ଗତ ଅଶୋକ ଦାସ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଅଜି ବାସ୍ତବ ରୂପ ନେଇସାରିଛି । ଯିଏ ବି ଯାଜପୁର ଆସୁଛନ୍ତି ସେ ତାହା ଅନୁଭବ କରୁଛନ୍ତି । ଏଥିରେ ଯାଜପୁରବାସୀଙ୍କ ସହ ପୁଅ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଅବଦାତ ବହୁତ । ହେଲ ଅଶୋକ ଦାସ ଯାହା ଚାହୁଥିଲେ ତାହା ଆଜି ତାଙ୍କ ନାଁରେ ଗଠିତ ହୋଇଥିବା ଅଶୋକ ଦାସ ଫାଉଣ୍ଡେସନ କାମ କରୁଥବାରୁ ତାଙ୍କର ୧୧ ତମ ଶ୍ରାଦ୍ଧବାର୍ଷିକରେ ଏହାଠାରୁ ବଡ଼ ଉପହାର ଆଉ କିଛି ନାହିଁ ।

ସ୍ୱାଭିମାନୀ ଜନନେତା ଅଶୋକ ଦାସ : ବିଗ ନ୍ୟୁଜର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର :ଓଡ଼ିଶା ରାଜନୀତିର ଯେତେବେଳେ ଧ୍ରୃବିକରଣ ହେଉଥିଲା ।ସେତେବେଳେ କନିଷ୍ଠଠୁ ବରିଷ୍ଠ ସମସ୍ତେ ମୁଣ୍ଡ ଟେକୁଥିବା ବିଜେପି କିମ୍ବା ନୂଆ ଆଂଚଳିକ ଦଳ ବିଜେଡ଼ି ଆଡ଼କୁ ଢଳିଯାଇଥିଲେ । ମାତ୍ର ଏହୖି ସ୍ୱତ୍ତରେ ଭାସିନଯାଇ ସ୍ୱାଭିମାନଙ୍କୁ ସମ୍ବଳ କରି ଶେଷ ପର୍ଯ୍ୟନ୍ତ ସର ଶର୍ଯ୍ୟାରେ ରହିଥିଲେ ଜଣେ ମାତ୍ର ଜନନେତା । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପ୍ରଚଣ୍ଡ ସ୍ୱାଭିମାନୀ ଅଶୋକ ଦାସ । ଯାହାଙ୍କ ନାଁ ହିଁ ଯଥେଷ୍ଟ ।

୧୯୯୭ ଏପ୍ରିଲ ୧୭ ତାରିଖ । ଓଡ଼ିଶାର ବରପୁତ୍ର, ତତ୍କାଳୀନ ଆସ୍କା ସାଂସଦ ଓ ଜନତା ଦଳର ସଭାପତି ବିଜୁ ପଟ୍ଟନାୟକ ଚିରଦିନ ପାଇଁ ଆଖି ବୁଝିଦେଲେ । ବିଜୁଙ୍କ ପରେ କଣ ହେବ ଜନତା ଦଳର ଭାଗ୍ୟ । ତାହାକୁ ନେଇ ଓଡ଼ିଶାର ଗାଁଗାଁରେ ଚିନ୍ତା । ଜନତା ଦଳ ଭିତରେ ଭାଳେଣି ପଡ଼ିଗଲା । ଆଉ ଏକ ନୂତନ ରାଜନୈତିକ ଦଳ ଗଠନ ପାଇଁ ଚାଲିଲା ବିଚାର ବିମର୍ଷ । ବିଜୁଙ୍କ ସନ୍ତକକୁ କିଏ ବଂଚାଇ ରହିବେ ନା ସମ୍ପୂର୍ଣ୍ଣଭାବେ ବିଜୁଙ୍କ ସହ ଲିନ ହୋଇଯିବ ଜନତା ଦଳ । ୯୦ ଦଶକରେ ଏପରି ରାଜନୈତକ ହଟଚମଟ ହେଲା ଓଡ଼ିଶାରେ । ୧୯୯୭ ମସିହା ଡ଼ିସେମ୍ବର ୨୬ ତାରିଖରେ ଗଠନ ହେଲା ବିଜୁ ଜନତା ଦଳ । ଜନତା ଦଳର ୯୦ ପ୍ରତିଶତ ନେତା ଏହି ଦଳରେ ସାମିଲ ହେଲେ । ହେଲେ ସାମିଲ ହେଲେ ନାହିଁ ଅଶୋକ ଦାସ । ବିଜୁଙ୍କ ପରେ ଦଳକୁ ଓଡ଼ିଶାରେ ବଞ୍ଚାଇ ରହିବା ପାଇଁ ଅଶୋକ ସବୁ କ୍ଷମତାକୁ ବଳି ଦେଇ ଶେଷ ନିଶ୍ୱାସ ଯାଏ ଜନତା ଦଳରେ ରହିଲେ । ଶେଷରେ ୨୦୦୮ ଡ଼ିସେମ୍ବର ୨୯ ତାରିଖରେ ଅଶୋକ ସବୁ ଦିନ ଲାଗି ଚିର ନିଦ୍ରାରେ ଶୋଇଡ଼ିଲେ । ଆଉ ଏହି ସ୍ୱାଭିମାନ ନେତା ତାଙ୍କ ସହ ନେଇ ଚାଲିଯାଇଥିଲେ ଚକ ଚିହ୍ନକୁ । ଅଶୋକଙ୍କ ସହ ଚାଲିଗଲା ଚକଚିହ୍ନ ଓ ସବୁଦିନ ପାଇଁ ଓଡ଼ିଶା ରାଜନୀତିରେ ଜନତା ଦଳ ଲିଭିଗଲା ।
୧୯୭୧ ମସିହାରେ ଯାଜପୁର କୋରେଇ ନିବାର୍ଚନୀ ମଣ୍ଡଳୀରୁ ପ୍ରଥମ ଥର ଲାଗି ବିଧାୟକ ଭାବେ ନିବାର୍ଚିତ ହୋଇଥିଲେ ଅଶୋକ ଦାସ । ଏହାପରେ ୧୯୭୪ ମସିହାରୁ ଲଗାତାର ୬ଥର ସେ ବିଧାନସଭାକୁ କୋରେଇର ପ୍ରତିନିଧି ଭାବେ ନିବାର୍ଚତି ହୋଇଛନ୍ତି । ୧୯୯୬-୯୭ ମସିହାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାର ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ୧୯୯୧ ମସିହାରେ ଜନତା ଦଳର କାର୍ଯ୍ୟକାରୀ ସଭାପତିର ଦାୟିତ୍ୱ ନେଇଥିଲେ । ବିଜୁଙ୍କ ଅତ୍ୟନ୍ତ ଘନିଷ୍ଠ ଅଶୋକ ବିଜୁଙ୍କ ଦେହାନ୍ତ ପରେ ତାଙ୍କ ସନ୍ତକକୁ ବଂଚାଇ ରଖିବା ପାଇଁ ବିଜୁ ଜନତା ଦଳ ନଯାଇ ଜନତା ଦଳରେ ରହି ଶେଷ ପର୍ଯ୍ୟନ୍ତ ଜନତା ଦଳର ସଭାପତି ରହିଥିଲେ। କ୍ଷମତା ଠାରୁ ସବୁବେଳେ ଦୁରରେ ରହୁଥିବା ଅଶୋକ ଦାସ ,ଯେତେବେଳେ ବିଜୁ ଜନତା ଦଳ ଗଠନ ହେଲା ସେତେବେେଳେ ସେ ବଡ଼ବଡ଼ ପଦବୀକୁ ନଚାହିଁ ଜନତା ଦଳରେ ରହିଯାଇଥିଲେ । ଅବଶ୍ୟ ସେତେବେଳେ ତାଙ୍କ ସହ ସୁର ନାୟକ,ଦାମ ରାଉତଙ୍କ ପରି ୫ଜଣ ନେତା ରହିଥିଲେ । ହେଲେ ପରବର୍ତ୍ତି ସମୟରେ ସେହି ନେତାମାନେ ମଧ୍ୟ କ୍ଷମତା ପାଇଁ ଜନତା ଦଳ ଛାଡ଼ିଦେଇଥିଲେ । ହେଲେ ଅଶୋକ ଦାସ ହିଁ କେବଳ ରହିଯାଇଥିଲେ । ଅଶୋକଙ୍କ ଏହି କେତେ କଥା ପାଇଁ ସେ ଓଡ଼ିଶାର ସାଲିସବିହୀନ ସମ୍ରାଟ ଭାବେ ପରିଚିତ । ଅଶୋକଙ୍କ ମୃତ୍ୟୁ ପରେ ଜୟ ପ୍ରକାଶ ଆନ୍ଦୋଳନ ବି ଲୋପ ପାଇଗଲା ।
ଅଶୋକ ଦାସ ଜଣେ ରାଜନେତା ନ ଥିଲେ , ଜଣେ ଭଲ ଆୟୁରବୈଦିକ ଡ଼ାକ୍ତର ମଧ୍ୟ ଥିଲେ । ଯାଜପୁର ଓ ଆଖପାଖ ଜିଲ୍ଲାର ବିଭିନ୍ନ ରୋଗୀଙ୍କୁ ଚେରମୂଳୀ ଦେଇ ଭଲ କରୁଥିଲେ । ସବୁବେଳେ ସେ ନିଜ ଅଭିଭାଷଣରେ ସ୍ୱାଭିମାନ ହେବାକୁ ଯୁବପୀଡ଼ିମାନଙ୍କୁ ଆହ୍ୱାନ ଦେଉଥିଲେ । ଯାହା ଆଜି ରାଜନେତାଙ୍କ ମଧ୍ୟରେ ବିଶେଷ ଦେଖିବାକୁ ମିଳୁନାହିଁ । ଏହି ମହାନ ଜନନାୟକଙ୍କ 11 ତମ ଶ୍ରଦ୍ଧା ବାର୍ଷିକ ଅବସରରେ ତାଙ୍କୁ ବିପୁଳ ଶ୍ରଦ୍ଧାଞ୍ଜଳୀ ।

ବୟାନ ପାଇଁ ଅକଳରେ ସଂଜୟ : ଘେରିଲେ ବିରୋଧୀ

ଭୁବନେଶ୍ୱର : ଗଣମାଧ୍ୟମରେ ବୟାନ ବିଧାୟକ ସଞ୍ଜୟ ଦାସ ବର୍ମା ଅଡୁଆ ପରିସ୍ଥିତି ସୁଷ୍ଟି କରିଛି l ଯାହାକୁ ନେଇ ବିରୋଧୀ ବିଜେପି ସଞ୍ଜୟଙ୍କୁ ଟାର୍ଗେଟ କରିଛି l ଦଳ କହିଛି ଯେ ନବରଙ୍ଗପୁର କଷାଗୁମୁଡ଼ା ଦୁଷ୍କର୍ମ ଘଟଣାରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ବୟାନ ଦେଇଛନ୍ତି ତାହା ନିନ୍ଦନୀୟ l ବିଜେପି ସାଧାରଣ ସମ୍ପଦକ ଭ୍ରୁଗୁ ବକ୍ସିପାତ୍ର କହିଛନ୍ତି ଯେ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ବିଜେଡ଼ି ନେତା ପୋଲିସର କାମ କରିବା ଆରମ୍ଭ କରି ଦେଇଛନ୍ତି l ସଞ୍ଜୟ ଦାସବର୍ମା କିପରି ଜାଣିଲେ ଏହି ଘଟଣା ମିଥ୍ୟା ବୋଲି l ଦୁଷ୍କର୍ମ ହୋଇଛି କି ନାହିଁ ସେ କିପରି ଜାଣିଲେ,ବଳାତ୍କାର ଓ ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ପୋଲିସ ପ୍ରଶାସନ ଓ ବିଜେଡି ଭାଗ ବାଣ୍ଟି ଦାୟିତ୍ୱ ନେଇଛି l ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି l ତେବେ ଏନେଇ ସଞ୍ଜୟ ଦାସ ବର୍ମାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

ଦୁଃଖ ଦେଇଗଲା ଦରଦୀ ବନ୍ଧୁ…

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଯୁବମନ୍ତ୍ରୀ ଅରୁଣ ସାହୁ ଛାତ୍ର ଜୀବନରୁ ଦୁଇ ବନ୍ଧୁ । ଉଭୟ ବାଣୀବିହାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ଏବେ ଉଭୟ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା । ଖାଲି ଫରକ ଏତିକି ଯେ ଜଣେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଓ ଆଉ ଜଣେ ବିଜେଡ଼ିରୁ ରାଜ୍ୟ ମନ୍ତ୍ରୀ । ଉଭୟଙ୍କ ମନବଳ ରାଜନୈତିକ କ୍ଷେତ୍ରରେ କିନ୍ତୁ ସମାନ । ନିଜ ବିଭାଗକୁ ତତପର କରିବା ସହ ଦଳ ଲାଗି ଉଭୟ ଏକ ଆସେଟ । ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବରୁ ଉଭୟ ପରସ୍ପର ବିରୋଧରେ କେତେ କଣ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି । ହେଲେ ୨୦୧୯ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପର ପ୍ରତି ନିଜର ଆଭିମୁଖ୍ୟ ବଦଳାଇବା ପରେ ଏହି ଦୁଇ ବନ୍ଧୁ ଏବେ ଏକାଠି । ବାଣୀବିବାହାରୁ ବଲାଙ୍ଗୀର ଭାୟା ନୟାଗଡ଼ ଯାଏ ସଭାରେ ଦୁଇ ବନ୍ଧୁ ଗୋଟିଏ ମଂଚରେ ଅତିଥି ହେଉଛନ୍ତି । ପରସ୍ପର ମଂଚରେ ମଧ୍ୟ ନଜର ବନ୍ଧୁପଣ କଥାକୁ ମନେ ପକାଉଛନ୍ତି । ହେଲେ ରାଜନୀତିରେ ଯେତେବେଳେ ବାପା-ପୁଅର ନୁହେଁ, ଭାଇ-ଭାଇର ନୁହେଁ, ସେତେବେଳେ ବନ୍ଧୁ କିପରି ବନ୍ଦୁର ହେବ । ଯାହା ୩ଟି ସଭାରେ ଦୁଇବନ୍ଧୁ ଭାଷଣରୁ ପରିଖିଲେ ସ୍ପଷ୍ଟ ଜଣାପଡ଼ିବ । ଥଟ୍ଟାମଜାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବନ୍ଧୁକୁ ନିଜ ଅଭିଭାଷଣରେ ଏପରି ରାଜନୈତିକ ବାଣ ମାରୁଛନ୍ତି ଯେ ଯାହା ମନ୍ତ୍ରୀ ଅରୁଣ ସାହୁଙ୍କୁ କିଛିି ସମୟରେ ପାଇଁ ମଂଚରେ ଘାଇଲା କରୁଛି । ନୟାଗଡ଼ ରେଳ ସଂଯୋଗ ଉଦଘାଟନ ହେଉ ଅବା ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟ ଉଦଘାଟନ । କେନ୍ଦ୍ରମନ୍ତ୍ରୀ ଯେପରି ରାଜ୍ୟମନ୍ତ୍ରୀ ବିଭାଗ ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ପିନ ମାରିଛନ୍ତି ସଭାରେ ତାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ । ନୟାଗଡ଼ ସଭାରେ ଅରୁଣଙ୍କ ଅଭିଭାଷଣରୁ ସିରା କାଡ଼ି ଯେପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖଣି ଖାଦନରେ ବିକାଶ ହୁଏ ନାହିଁ, ପେଟ୍ରୋଲ ଟ୍ୟାକ୍ସ କମାଓ, ଚିନିକଳଲାଗି ସହଯୋଗ,ଅଧ୍ୟାପକ ବନ୍ଧୁ କଥା ଉଠାଇ ପରୋକ୍ଷରେ ସମାଲୋଚନା କଲେ ତାହାର ପୁର୍ଣ୍ଣରାବୃତି ଦେଖିବାକୁ ପୁଣିଥରେ ମିଳିଲା ବଲାଙ୍ଗୀରେ । ବଲାଙ୍ଗୀରେ କେନ୍ଦ୍ରମନ୍ତ୍ରୀ ମଂଚରେ ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ କାଳିଆ ଯୋଜନା ପରି ଯୋଜନା କଟାକ୍ଷ ଢଙ୍ଗରେ କହିବା ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ବୃଦ୍ଧି ଓ ରାଜେନ୍ଦ୍ର କଲେଜର ଅଧ୍ୟାପକ ନିଯୁକ୍ତି କଥା କହିଥିଲେ । କେଉଁଠି କେଉଁଠି ରାଜ୍ୟ ସରକାରଙ୍କ ଦୁର୍ବଳାତକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ରାଜ୍ୟମନ୍ତ୍ରୀ ଅରୁଣ ସାହୁଙ୍କ କିନ୍ତୁ ନିଜବନ୍ଧୁପଣ ବଜାୟ ରଖିବା ପାଇଁ ନିଜ ଭାଷଣରେ ସବୁବେେ ବିକାଶ କହିବା ସହ ଏଥିରେ କେନ୍ଦ୍ର ସରକାରଙ୍କ ସହଯୋଗ କଥା କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସବୁ ମଂଚରେ ଶ୍ରେୟ ଦେବାକୁ ଭୂଲିନାହାନ୍ତି । ଏପରି କି ସେ ଓଡ଼ିଶାପାଇଁ ଗର୍ବ ବୋଲି ମଧ୍ୟ ମନ୍ତ୍ରୀ ଅରୁଣ କହିବାକୁ ପଛାଇନାହାନ୍ତି ।

ମୋନାଙ୍କ ପଡିଲା ହାତଗଣ୍ଠି..

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତ୍ରୀ ମୋନା ସିଂ । ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ ଇଣ୍ଡିଆର ବ୍ୟାଙ୍କର ଶ୍ୟାମଙ୍କୁ ଶୁକ୍ରବାର ବିବାହ କରିଛନ୍ତି । ମୋନାଙ୍କ ବିବାହ ସମୟର ଏକ ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମହଲରେ ଖୁସିର ମାହୋଲ ଖେଳିଯାଇଛି । ବୋହ ବେଶରେ ଖୁବ ସୁନ୍ଦର ଲାଗୁଛନ୍ତି ମୋନା । ଲାଲ ରଙ୍ଗର ଲେହେଙ୍ଗା ସାଙ୍ଗକୁ ହେଭି ଜୁଏଲାରୀ ମୋନାଙ୍କୁ ଖୁବ ମାନୁଛି ।
ଗୁରୁବାର ମୋନାଙ୍କ ପ୍ରିଓ୍ବେଡିଂ ଫେଷ୍ଟିଭ ସରିଥିବା ବେଳେ ତାଙ୍କର ହଳଦୀ ଓ ମେହେନ୍ଦୀର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଟେଲିଭିଜନ ସିରିଏଲରେ ଖୁବ୍‌ ନାଁ କରିଥିବା ମୋନା ବର୍ତମାନ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ମୋନା ନଜର ଆସିବେ। ବିବାହ ପୂର୍ବରୁ ସେ ଏହାର ଶୁଟିଂ ସାରିଥିବା କୁହାଯାଏ।

Follow us

20,832FansLike
0FollowersFollow
14,700SubscribersSubscribe

Latest news