ମୋଦିଙ୍କ ଗଡ଼ ଦାୟିତ୍ୱ ଏବେ ଧର୍ମେନ୍ଦ୍ର କନ୍ଧରେ…

- Advertisement -

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ଭାରତୀୟ ଜନତା ପାର୍ଟି ଘର-ଘର ବୁଲି ସିଏଏ ସମ୍ପର୍କ ସଚେତନତା ଅଭିଯାନ ଆରମ୍ଭ କରିବ। ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବଡ ଦାୟିତ୍ୱ ।ତାଙ୍କୁ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଦାୟିତ୍ୱ ମିଳିଛି ।
ମୋଦିଙ୍କ ସବୁବେଳେ ବିଶ୍ୱସ୍ତ ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ କୁହାଯାଏ। ଏଥିପାଇଁ ତାଙ୍କୁ ଦୁଇ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ କରିଛନ୍ତି। ଆଉ ଜଣେ ଭଲ ସଂଗଠକ ଭାବେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟର ଦାଇତ୍ୱ ନେଇଛନ୍ତି। ଏବଂ ନିଜ ଦକ୍ଷତାର ମଧ୍ୟ ପରିଚୟ ଦେଇଛନ୍ତି। ସେଥିପାଇଁ ଏବେ ତାଙ୍କୁ ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ନାଗରିକ ସଂଶୋଧନ ଆଇନ ବିଷୟରେ ଲୋକଙ୍କୁ ସଚେତନ କରାଇବାର ଦାଇତ୍ୱ ମିଳିଛି।
ସାରାଦେଶରେ ସିଏଏ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହାସହ ବିରୋଧୀ ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରୁଥିଲେ ।ବିଭିନ୍ନ ସ୍ଥାନରେ ଏହାକୁ ନେଇ ହିଂସା କାଣ୍ଡ ଘଟିଥିଲା। କଂଗ୍ରେସ ସହ ଅନ୍ୟ ବିରୋଧୀମାନେ ଲୋକଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରୁଥିବାର ଅଭିଯୋଗ ଆଣିଥିଲା ସାଶକ ବିଜେପି । ଏଥିପାଇଁ ଲୋକଙ୍କ ପଖକୁ ଯାଇ ସଚେତନ କରାଇବ ବୋଲି ଘୋଷଣା କରିଥିଲା । ଯାହାକି ଆସନ୍ତା ୫ତାରିଖରେ ଗୃହ ମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles