ବଢିଛି ଆୟ..

ଭୁବନେଶ୍ୱର :୨୦୧୮-୧୯ରେ ବିଜେପି ୬୦%, କଂଗ୍ରେସ ୪୧% ଓ ବିଜେଡି ୮୫% ନିର୍ବାଚନ ପାଣ୍ଠି ଏଲେକଟୋରାଲ ବଣ୍ଡ ଜରିଆରେ ପାଇଛନ୍ତି।

ନାରୀ ନିଜେ ନିଜର ସୁରକ୍ଷା କରିବା ଆବଶ୍ୟକ ।

0

ବ୍ୟାସନଗର  : ବ୍ୟାସନଗର ପ୍ରେସ ଫୋରମର ବାର୍ଷିକ ଉତ୍ସବ
ନାରୀର ଅଧିକାର ପାଇଁ ସଂଗ୍ରାମ ଜରୁରୀ: କମିଶନ
ବ୍ୟାସନଗର :- ଯାଜପୁର ରୋଡ ଟାଉନହଲ ପରିସରରେ ଆୟୋଜିତ ବ୍ୟାସନଗର ପ୍ରେସ ଫୋରମର ୧୧ତମ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବକୁ ରାଜ୍ୟ ସୁଚନା କମିଶନ ଶଶିପ୍ରଭା ବିନ୍ଧାଣୀ ଉଦଘାଟନ କରିଥିଲେ । ମହିଳାଙ୍କୁୁ ସମର୍ପିତ କରିଥିବା ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ନାରୀକୁ ଅର୍ଥନୈତିକ ସ୍ୱାଧିନତା ଆବଶ୍ୟକ । ନାରୀର ଅଧିକାର ପାଇଁ ସଂଗ୍ରାମ ଜରୁରି । ସେଥିରେ ଆମ ସମସ୍ତଙ୍କୁ ସାମିଲ ହେବାକୁ ପଡିବ ବୋଲି ପ୍ରକାଶ କରିଥିଲେ ।
ଫୋରମର ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖା ବକ୍ତା ଭାବେ ଓଡିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡଃ ତମସା ରାଣୀ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଓଡିଶା ସାହିତ୍ୟ ଏକାଡେମିର ସଚିବ ଡଃ ଜୟନ୍ତି ରଥ,ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଠା ସୁଲତା ଦେଓ, ଦାନଗଦୀ ତହସିଲଦାର ବୁଲବୁଲ ବେହେରା ଏବଂ ବରିଷ୍ଠ ସାମ୍ବାଦିକା ଜାଗୃତି ମହାନ୍ତି ପ୍ରମୁଖ ଯୋଗଦେଇ ନାରୀ ସୁରକ୍ଷା, କନ୍ୟାଭୃଣ ହତ୍ୟା ଏବଂ ନାବାଳିକା ନିର୍ଯାତନାକୁ ନେଇ ଗଭୀର ଉଦବେଗ ପ୍ରକାଶ  କରିବା ସହିତ ନିଜେ ନିଜକୁ ସଚେତନ କରିବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ବ୍ୟାସନଗର ପ୍ରେସ ଫୋରମର ମୁଖପତ୍ର ବ୍ୟାସଜ୍ୟୋତିକୁ ଅତିଥି ଉନ୍ମୋଚନ କରିଥିଲେ । ଫୋରମର ସମ୍ପାଦକ ଉଦୟ ନାଥ ଖଣ୍ଡାଇ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରକାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ବାର୍ଷିକ ଉତ୍ସବ ଅବସରରେ ଯାଜପୁର ଜିଲ୍ଲାର ପ୍ରତିଷ୍ଠିତ କିଛି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯେଉଁଥିରେ ସାହିତ୍ୟିକା ସଂଯୁକ୍ତା ମହାପାତ୍ର,ଶିକ୍ଷାବିତ ବିଦୁଲତା ପାତ୍ର,ସଂଗଠିକା ବନ୍ଦିତା ପରିଡା ଓ ସବିତା ରାଉତ,ସମାଜସେବିକା ସରୋଜିନୀ ରାଜ,ଶିଳ୍ପଦ୍ୱୋଗୀ ଅସ୍ମିତା ପତି,ଚିକିତ୍ସକ ଡଃ ସରିତା ବେହେରା,ସାମ୍ବାଦିକା ଜାଗୃତି ମହାନ୍ତି,ସୁଗୃହିଣୀ ମଧୁସ୍ମିତା ରାଜ, କ୍ରୀଡାବିତ ଭାଲେନା ଭାଲେଣ୍ଟିନା ଏବଂ ଶିଶୁ କଳାକାର ଆୟେସା ସାମଲଙ୍କ ସମେତ ନବଉକ୍ରଳ ମହିଳା ସମିତି,ଯାଜପୁରରୋଡ ଇନରହ୍ୱିଲ କ୍ଲବ,କଳିଙ୍ଗନଗର ଇନରହ୍ୱିଲ କ୍ଲବ,ଲେଡିଜ କ୍ଲବ ଏବଂ ମାରୱାଡି ମହିଳା ସମିତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗତ ଡିସେମ୍ବର ୧୫ ତାରିଖ ଦିନ ଫୋରମ ପକ୍ଷରୁ ଆୟୋଜିତ ପ୍ରତିଭା ଅନ୍ୱେଷଣ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏବଂ ମହିଳା ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଯାଜପୁର ରୋଡର ଅନ୍ୟତମ ଶିକ୍ଷାନୁଷ୍ଠାନ ବ୍ଲାକ ପନ୍ଥର କୁ ବିଶେଷ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୂନମ କାବ୍ରା,ସୁଚିସ୍ମିତା ସାହୁ ଓ ସବିତା ବେହେରା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସଂଚାଳନରେ ଆଶୁତୋଷ ମିଶ୍ର,ନିତ୍ୟାନନ୍ଦ ମହାଳିକ,ଅଜୟ ସାହୁ,ଗ୍ୟାନରଞ୍ଜନ ଓଝା,ଦୟାନିଧି ନାୟକ,ବାଇଧର ମାଝି,ମଳୟ ମଲ୍ଲିିକ,ପିତବାସ ଭୁୟାଁ,ଅଶୋକ ସାମନ୍ତ ସିଂହାର,ଦୀପକ ଦାସ,ସଞ୍ଜୟ ସରକାର,ଚିତରଞ୍ଜନ ବୋଇତେଇ,ସଞ୍ଜୟ ବୋଇତେଇ,ସନ୍ତୋଷ କୁମାର ସାହୁ,ଆଶିଷ ରାଉତ, ମାନସ ଆଇଚ ପ୍ରମୁଖ ସହଯୋଗ କରିଥିଲେ ।

ଶ୍ରୀକ୍ଷେତ୍ରର ନୁଆଁ ରୂପର 5ଜଣ ସାରଥି……

ପୁରୀ :ନୂଅା ରୂପନେଇଛି ଶ୍ରୀକ୍ଷେତ୍ର । ପୁରୀକୁ ବିଶ୍ୱସ୍ତରୀୟ କରି ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ। ଜଗତର ନାଥ ଜଗନ୍ନାଥଙ୍କ ଧାମ, ବିଶ୍ୱର ଶ୍ରେଷ୍ଠ ଧାମ ହେବ । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଙ୍କଳ୍ପବଦ୍ଧ । ପଂଚମ ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ ପୁରୀର ସୌନ୍ଦର୍ଯ୍ୟକରଣ ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଅାରମ୍ଭ କରିଛନ୍ତି ଅଭିଯାନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଅାନ ନବୀନଙ୍କ ପୁରୀ ସ୍ୱପ୍ନର କଥା ଏନେଇ କିଛିଦିନ ତଳେ ଲୋକସେବା ଭବନରୁ ନବୀନଙ୍କ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବଖାଣିଥିଲେ । ୫ଟି ସଚିବ ପାଣ୍ଡିଅାନ କହିଥିଲେ । ନବୀନ ପଟ୍ଟନାୟକ ହେଉଛନ୍ତି ଜଗତର ନାଥ ଜଗନ୍ନାଥଙ୍କ ସବୁଠାରୁ ବଡ଼ ଭକ୍ତ । ଏହାର ଉଦାହରଣ ଦେଇ ପାଣ୍ଡିଅାନ କହିଥିଲେ ଯେ , ୨୦୧୬ ମସିହା ନୂଅାବର୍ଷ ଦିନ ମୁଖ୍ୟମନ୍ତ୍ରୀ ଓ ସେ ପୁରୀ ଯାଉଥାନ୍ତି ମହାପ୍ରଭୃଙ୍କ ଦର୍ଶନ କରିବା ପାଇଁ । ବାଟରେ ଯିବା ସମୟରେ ରାସ୍ତା କଢରେ ବିଭିନ୍ନ ହୋଡ଼ିଂ ଲାଗିଥିଲା । ଅଧିକାଂଶ ହୋଡ଼ିଂରେ ଜଗନ୍ନାଥଙ୍କ ଫଟୋ ଲାଗିଥିଲା । ତେଣୁ ହୋଡ଼ିଂକୁ ଦେଖୁଦେଖୁ ମୁଖ୍ୟମନ୍ତ୍ରୀଙ୍କ ହାତ ଅାପେଅାପେ ଉଠିଯାଉଥିଲା। ବାରମ୍ବାର ଜଗନ୍ନାଥଙ୍କୁ ନମସ୍କାର କରୁଥାନ୍ତି ମୁଖ୍ୟମନ୍ତ୍ରୀ । ଅାଉ ନୂଅା ବର୍ଷ ଦର୍ଶନ ସାରି ପୁରୀକୁ ବିଶ୍ୱସ୍ତରୀୟ କରି ଗୋଢିତୋଳିବାର ବ୍ଲୁପ୍ରିଣ୍ଟ ୨୦୧୬ ସେହିଦିନ ହିଁ ଅାରମ୍ଭ କରିଥିଲେ । ଯାହା ଏବେ ଧୀରେ ଧୀରେ ବାସ୍ତବ ରୂପରେ ପରିଣତ ହେବାକୁ ଯାଉଛି । ଏଥିରେ ପୁରୀବାସୀଙ୍କ ବେଶ ସହଯୋଗ ରହିଛି । ପୁରୀ ଧୀରେଧୀରେ ଯେଉଁ ନୂଅାରୂପ ନେଉଛି । ନବୀନଙ୍କ ନୂଅା ପୁରୀ ଗଢିତୋଳିବାର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ନବୀନଙ୍କ ୫ ଜଣ ମହାରଥି। ଜଣେ ରାଜନେତା ଓ ୪ଜଣ ପ୍ରଶାସନିକ ଅଧିକରୀ । ବିଚାରପତି ବିମଳ ପ୍ରସାଦ ଦାସଙ୍କ ନେଇ ଶ୍ରୀମନ୍ଦିର ସଂସ୍କାର କମିଶନ ତାଙ୍କ ରିପୋର୍ଟରେ ନିର୍ଦେଶ ଦେଲେ ଶ୍ରୀମନ୍ଦିରର ଚାରିପଟେ ୭୫ ମିଟର ପରିମିଡ଼ ଅଂଚଳକୁ ମୁକ୍ତ କରାଯିବ । କମିଶନଙ୍କ ସୁପାରିଶ କ୍ରମେ ଏଥିଲାଗି ମଠ,ମନ୍ଦିର, ଘର ଭାଙ୍ଗିବାକୁ ପଡ଼ିବ । ଜମି ଛାଡ଼ିବାକୁ ପଡ଼ିବ । ପୁରୀକୁ ବିଶ୍ୱ ଏୗତିହ୍ୟସହରଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ । ଅାଉ ତାପରେ ଅାରମ୍ଭ ହେଲା ୭୫ ମିଟିର ପରିମିଡ଼ ଅଂଚଳରେ ଉଚ୍ଛେଦ ପ୍ରକ୍ରିୟା । ନବୀନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନବୀନଙ୍କ ୫ଜଣ ସାରଥି ନେଇଥିଲେ ପ୍ରମୁଖ ଭୂମିକା । ଯେଉଁମାନେ କି ନବୀନଙ୍କ ପୁରୀ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ।
ଭି.କାତ୍ତିର୍କେୟ ପାଣ୍ଡିଅାନ : ୨୦୧୬ରେ ପୁରୀକୁ ଏୗତିହ୍ୟ ସହରରେ ଗଢିତୋଳିବା ପାଇଁ ଗାଡ଼ିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଖିବାକୁ ସ୍ୱପ୍ନକୁ ସାକାର କରିବା ପାଇଁ ନବୀନଙ୍କ ନିର୍ଦ୍ଧେଶରେ ଦିନରାତି ଏକ କରି ପୁରା ରୂପରେଖ ପ୍ରସ୍ତୁତ କଲେ । ରୋଡ଼ମ୍ୟାଫ ରୂପରେଖକୁ ବାସ୍ତବରୂପ ଦେବା ପାଇଁ ଲୋକସେବାଭବନ,ଖାରବେଳ ଭବନରୁ ପୁରୀ ଯାଏ ଘନଘନ ବୈଠକ ପରି କାମର ସମୀକ୍ଷା କରିବା ସହ ବିଭିନ୍ନ ଦାୟିତ୍ୱ ବଣ୍ଟନ କଲେ ପ୍ରଶାସନିକ ଅଧିକାରୀଙ୍କୁ ।
ବଲବନ୍ତ ସିଂହ : ପୁରୀ ଜିଲ୍ଲାପାଳ ଭାବେ ଶ୍ରୀକେ୍ଷତ୍ରର ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଯେଉଁ ପରିକଳ୍ପନା କଲେ ଓ ୭୫ ମିଟର ଯାଏ ଉଚ୍ଛେଦ ପ୍ରକ୍ରୀୟାର ସବୁ ଚ୍ୟାଲେଜକୁ ଗ୍ରହଣ କରି କାମ କରିବା ଅାରମ୍ଭ କଲେ । ପ୍ରଥମେ ଏନେଇ ପୁରା ପ୍ରଶାସନିକ ଅଧିକାରୀଙ୍କ ସହ ଅାଲୋଚନା କରିଥିଲେ।ଏବଂ ପରବର୍ତ୍ତୀ ସମୟରେ କାର୍ଯ୍ୟକୁ ସଫଳ କରିବା ପାଇଁ ଅଣ୍ଟା ଭିଡ଼ିଲେ ।
ପ୍ରଣବ ପ୍ରକାଶ ଦାସ : ଶାସକ ଦଳର ସବୁଠାରୁ ପରିଶ୍ରମୀ ଓ ନବୀନଙ୍କ ବିଶ୍ୱସ୍ତ । ବିଧାୟକ ପ୍ରଣବ ପ୍ରକାଶ ଦାସ ପୁରୀ ସୌନ୍ଦର୍ଯ୍ୟକରଣରେ ସମସ୍ତଙ୍କ ଭିତରେ ସମନ୍ନୟ ରକ୍ଷା କରି କାମ ଅାଗେଇ ନେବାର ଦାୟିତ୍ୱ ଅତି ଚତୁରତାର ସହ ସମ୍ପାଦନା କରିଥିଲେ । ମଠ , ମନ୍ଦିର , ଦୋକାନ ଓ ଘର ହରାଉଥିବା ଲୋକଙ୍କୁ ସରକାରଙ୍କ ଲକ୍ଷ ବିଷୟରେ ଅବଗତ କରାଇଥିଲେ। ସେମାନଙ୍କୁ ବୁଝାସଝା କରିବା ସହ ତାଙ୍କ ଆସୁବିଧାକୁ ନିଜର ଭାବି ସମାଧାନ ମଧ୍ୟ କରିଥିଲେ। ଖାସ ସେଥିପାଇଁ ମାସମାସ ଧରି ପ୍ରଣବ ଯାଜପୁର ଛାଡ଼ି ପୁରୀରେ ରହି ଲୋକଙ୍କ ଭେଟୁଥିଲେ । ପୁରା ସୌନ୍ଦର୍ଯ୍ୟକରଣ କିପରି ଶାନ୍ତିଶୃଙ୍ଖଳାରେ ଶେଷ ହେବ ସେନେଇ ପ୍ରଶାସନ,ମଠ ମହନ୍ତ,ବ୍ୟବସାୟୀ, ପୋଲିସ ମଧ୍ୟରେ ସମନ୍ନୟର ସେ ଥିଲେ ମୁଖ୍ୟ ସାରଥି। ସବୁ କାମରେ ପ୍ରଣବ ନବୀନଙ୍କ ହନୁମାନ ପରି କାମ କରୁ୍‌ଥିଲେ ପୁରୀରେ ।
ଅାଶିଷ ସିଂହ : କେନ୍ଦ୍ରଞ୍ଚଳ ଡ଼ିଅାଇଜି ଅାଶିଷ ସିଂହଙ୍କ ସୌନ୍ଦର୍ଯ୍ୟକରଣରେ ବେଶ ଭୂମିକା ରହିଛି । ପୂର୍ବ ଅଭିଜ୍ଞତାକୁ ପାଥେୟ କରି ପୁରା ଅାଇନ ଶୃଙ୍ଖଳାର ଦାୟିତ୍ୱ ତାଙ୍କ ମୁଣ୍ଡରେ ଥିଲା । ଉଚ୍ଛେଦ କାର୍ଯ୍ୟ ବଡ଼ ଚ୍ୟାଲେଜ ଥିଲା ତାଙ୍କ ପାଇଁ । ଉଚ୍ଛେଦ ବେଳେ ଲୋକମାନେ କିପରି ଉତ୍ତେଜିତ ନହେବେ ଓ ଶାନ୍ତି ଶୃଙ୍ଖଳାରେ କାମ ସରିବ ସେ କାର୍ଯ୍ୟର ତଦାରଖ କରିଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥାରେ ସେ ସବୁ କାମ ସାରିଥିଲେ । କାରଣ ସେ ପୁରୀ ଏସ.ପି ଥିବା ବେଳେ ପୁରୀ ବେଳାଭୂମିରେ ଢେରି ରାତି ପର୍ଯ୍ୟନ୍ତ କିପରି ପର୍ଯ୍ୟଟକମାନେ ବୁଲି ପାରିବେ ସେ ବ୍ୟବସ୍ଥା କରିଥିଲେ ।
କିଷନ କୁମାର : କିଷନ କୁମାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ପୂତ୍ର୍ତ ସଚିବ । ପୁରୀ ସୌନ୍ଦର୍ଯ୍ୟକରଣ ଅାଉ ଜଣେ ମୁଖ୍ୟ ପୁରୋଧା। ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସହ ନିମାର୍ଣ କାମ ତାଙ୍କ ମୁଣ୍ଡରେ ନ୍ୟସ୍ତ ରହିଥିଲେ। ବିଶେଷକରି ଉଚ୍ଛେଦ ପରେ ନିମାର୍ଣ କାମ କରିବା ତାଙ୍କର କାମ । ସୌନ୍ଦର୍ଯ୍ୟକରଣରେ କାମ ଚାଲିଥିଲା ବେଳେ ଯେପରି ଶ୍ରୀମନ୍ଦିର ରୀତିନୀତିରେ କୌଣସି ଅସୁବିଧା ନହୁଏ , ସେବାୟତ ଓ ମଠ ମହନ୍ତଙ୍କ ସହ ଅାଲୋଚନା କରି ସବୁ ସହଯୋଗ ସାଉଁଟି ଥିଲେ ସେ । ମନ୍ଦିର ଭିତରେ ଓ ବାହାରେ ଯେଉଁ ସୌନ୍ଦର୍ଯ୍ୟକରଣ କରାଯାଉଛି ତାହା ତଦାରଖ କରିବାର ପ୍ରମୁଖ ଭୂମିକା ବି ସେ ଲିଭାଇଥିଲେ।

ନିର୍ଭୟାକୁ ନ୍ୟାୟ : 22ଜାନୁୟାରୀରେ 4ଦୋଷୀଙ୍କୁ ଫାଶୀ

ଦିଲ୍ଲୀ :୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ମାମଲା । ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଦିଆଯିବ ଫାଶୀ ।

ନୁଆଁ ରୂପରେ ମନ୍ଦିର ମାଳିନୀ ଲିଙ୍ଗରାଜ : ସୋସିଆଲ ମିଡିଆରେ ଫୋଟୋ ଭାଇରାଲ.

ଭୁବନେଶ୍ୱର : ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ର ଓ ଏକ୍ରାମକ୍ଷେତ୍ରର ବିକାଶ ପାଇଁ ଗୁରୁତ୍ୱ ଦେଇଛନ୍ତି । ଏହି ଦୁଇ କ୍ଷେତ୍ରକୁ ନୂଆରୂପ ଦେଇଛନ୍ତି ନବୀନ । ଉଭୟ କ୍ଷେତ୍ରର ବିକାଶର ଚିତ୍ରକୁ ପର୍ଯ୍ୟଟକମାନେ ବେଶ ପ୍ରଶଂସା କରୁଛନ୍ତି । ଯିଏ ଏବେ ପୁରୀ ଓ ଏକ୍ରାମକ୍ଷେତ୍ର ଆସୁଛି ବେଶ କିଚି ସମୟ ବିକାଶର ସୌନ୍ଦର୍ଯ୍ୟକରଣ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବାକୁ ବାଧ୍ୟ କରୁଛି । ପୁରୀ ଶ୍ରୀମନ୍ଦିର ପରେ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆରମ୍ଭ କରିଥିବା ଅଭିଯାନର ଝଲକ ଆଜି ଦେଖିବାକୁ ମିଳିଛି । ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ବିକାଶ ଏହି ଚିତ୍ର ଭକ୍ତ ଓ ପର୍ଯ୍ୟଟକଙ୍କୁ ବିମୋହିତ କରିଛି । ସନ୍ଧ୍ୟାର ଏହି ଚିତ୍ର ବର୍ଣ୍ଣନା କରୁଛି କିଭଳି ଭାବେ ଏବେ ପ୍ରଶସ୍ତ ରାସ୍ତା ଭକ୍ତଙ୍କୁ ସ୍ୱାଗତ କରୁଛି । କାହିଁ କେତେ ଦୂରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି ଏକାଦଶ ଶତାବ୍ଦୀର ଏହି କାରୁକାର‌୍ୟ୍ୟ ପୂର୍ଣ୍ଣ ଐତିହ୍ୟ । ଉଭୟ ପୁରୀ ଓ ଏକ୍ରାମକ୍ଷେତ୍ରର ସୌନ୍ଦଯ୍ୟକରଣ ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ସୌନ୍ଦର୍ଯ୍ୟକରଣ କାମ ଆହୁରୀ ଜୋରଦାର କରାଯିବ ।

ରାଜନୀତି ନୁହେଁ, ସମାଜ ସେବାକୁ ଗୁରୁତ୍ୱ ଦିଅ : ନବୀନ

ଭୁବନେଶ୍ୱର : ରାଜନୀତି ନୁହେଁ, ସମାଜସେବାକୁ ଗୁରୁତ୍ୱ ଦିଅ । ରାଜ୍ୟବାସୀଙ୍କୁ ନିଜର ପରିବାର ଭାବେ ବିଚାର କର । ରାଜନୀତି ଠାରୁ ଉର୍ଦ୍ଧରେ ରହିଛି ଗରିବ ଲୋକଙ୍କୁ ସହାୟକ ହୁଏ । ଏପରି ନୀତିବାଣୀ ବିଜେଡ ନେତାଙ୍କୁ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମୋ ପରିବାର ଅଭିଯାନର ଶୁଭାରମ୍ଭ କରି ନବୀନ ଏହା କହିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ମୋ ପରିବାରର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି। ଏହାର ଆବାହକ ଅରୁପ ପଟ୍ଟନାୟକ କହିଲେ ଯେ ତିନୋଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ ହେଲା। ପରିବେଶ ସୁରକ୍ଷା ପାଇଁ ସାଂସଦ ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାମ ହେବ। ଦେଶରେ ମହାରାଷ୍ଟ୍ର ଓ ଓଡ଼ିଶା ହି ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି। ଏଥିରେ ଓଡ଼ିଶା ପ୍ରଥମ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ସହ ମିଶି ରକ୍ତଦାନ ଉପରେ କାମ କରାଯିବ। ତୃତୀୟରେ ପ୍ରବାସି ଓଡ଼ିଆଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧୀନରେ କାମ ହେବ। ପ୍ରବାସି ଓଡ଼ିଆଙ୍କ ଡାଟାବେଶ ଅଣାଯାଇଛି। ସେମାନଙ୍କ ପାଖକୁ ଯିବ କମିଟି ଓ ସେମାନଙ୍କ ବିକାଶ ଦିଗରେ କାମ ହେବ। ଓଡ଼ିଶା ମୋ ପରିବାରରେ ଏକ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି।

ବିଜୟ ମହାପାତ୍ରଙ୍କୁ ବିଜେପି ଅଣଦେଖା କଲା କି?

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବିଜେପିରେ କୋଣଠେସା ହୋଇଛନ୍ତି ତାହା ପୁଣିଥରେ ପ୍ରମାଣିତ ହୋଇଛି । ମହାକାଳପଡ଼ାରେ ବିଜେପ ପକ୍ଷରୁ ସିଏଏ ସମର୍ଥନରେ ବିଜେପିର ବିଶାଳ ସମାବେଶରେ ଯୋଗଦେଇନଥିଲେ ମାଟିର ପୁଅ ବିଜୟ ମହାପାତ୍ର । ଯାହାକୁ ନେଇ ବିଜୟଙ୍କ ସମର୍ଥନମାନେ ସଭାସ୍ଥଳରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ କାହିକିଁ ଦଳ ଏତେବଡ଼ସଭାକୁ ବିଜୟଙ୍କୁ ଅଣଦେଖା କଲା । ଏହାର କାରଣ କଣ । ମିଳିଥିବା ସୂଚନା ଅନୁସାରେ ମହାକାଳପଡ଼ା ସଭା ପୂର୍ବଦିନ ରାତିରେ ବିଜୟ ମହାପାତ୍ରଙ୍କୁ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ବିଜୟ ଅସନ୍ତୋଷ ପ୍ରକାର କରିଥିଲେ । ଦଳ ତାଙ୍କୁ ସେତେଟା ଗୁୁରୁତ୍ୱ ଦେଉନାହିଁ ତାହା ଏହି କଥାରୁ ସ୍ପଷ୍ଟ ଜଣାପଡ଼ିଛି । ବିଜୟଙ୍କୁ ପୂର୍ବରୁ ଦଳ ଯେପରି ଅଣଦେଖା କରିଥିଲା ବୋଳି ସେ ଅଭିଯୋଗ କରି ଦଳ ଛାଡ଼ିଥିଲେ ଏବେ ସେହି ପରିଅବସ୍ଥା ହୋଇଥିବା ଜଣାପଡ଼ିଛି ।

ଅନ୍ଧବିଶ୍ୱାସରେ ଜାଲରେ ବିଜେଡି ବିଧାୟକ…

ଆଠମଲ୍ଲିକ :କାଳିସୀ ଲାଗିଛି ବିଧାୟକଙ୍କୁ l ଚର୍ଚ୍ଚାରେ ଏବେ ଆଠମଲ୍ଲିକ ବିଧାୟକ ରାମେଶ ସାଏ। ଏହା ରାଜନୈତିକ ମାଇଲେଜ ପାଇଁ ନା ସତରେ ଠାକୁର ଆସିଥିଲେ। ଯଦି ଠାକୁରାଣୀ ଆସିଥିଲେ ,ଅନ୍ୟ ଲୋକଙ୍କ ପାଖକୁ କେମିତି ଆସିଲେନି। ଏହାକୁ ନେଇ ସବୁଠି ଏବେ ଆଲୋଚନା । ତାଙ୍କ ଗାଁ ଆମ୍ବସରମୁଣ୍ଡା ଠାରେ ଗଣ୍ଡ ସମ୍ପ୍ରଦାୟର ଶାମ୍ବ ଦଶମୀ ପର୍ବ ପାଳନ ହେଉଥିଲା। ସେଠାରେ ସେ ରାସ୍ତା ମଝିରେ ହାତରେ ଖଣ୍ଡା ଧରି ହଠାତ ନାଚି ଉଠିଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା।
ଜଣେ ପୂର୍ବତନ ପ୍ରଶାସକ ଏବଂ ବର୍ତ୍ତମାନର ଜନ ପ୍ରତିନିଧିଙ୍କ ଏତା ଦୃଶ୍ୟକୁ ସାଧାରଣ ଲୋକ ଏବଂ ବୁଦ୍ଧିଜୀବିମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କ କହିବା ଅନୁସାରେ ବିଧାୟକ ନିଜର ବଡିମା ଦେଖାଇବା ପାଇଁ ଏପରି କରିଛନ୍ତି। କାରଣ ତାଙ୍କୁ ଆଗରୁ ଏପରି କେବେ ଦେଖିବାକୁ ମିଳୁନଥିଲା। ଯିଏ କି ନିର୍ବାଚନ ପୂର୍ବରୁ ଗାଁକୁ ଆସୁନଥିଲେ । ଆଜି ତାଙ୍କ ପାଖକୁ ଠାକୁରାଣୀ ଆସୁଛନ୍ତି।
ଗାଁରେ ଶିମ୍ବଦଶମୀ ପାଳନ ଉପଲକ୍ଷେ ଗାଁରେ ପହଞ୍ଚିଥିଲେ ବିଧାୟକ ରମେଶ ସାଏ। ପାରମ୍ପରିକ ବାଦ୍ୟ,ମନ୍ତ୍ର ପାଠରେ ଚାଲିଥିଲା ପୂଜାର୍ଚ୍ଚନା । କଳସୀ ଯାତ୍ରା ସରିବା କ୍ଷଣି ହାତରେ ଖଣ୍ଡା ଧରି ରାସ୍ତା ମଝିରେ କାଳିସି ଲାଗିଥିଲା ବିଧାୟକଙ୍କ ଦେହରେ । ଏହା ପରେ ଗାଁର ମହିଳାମାନେ ତାଙ୍କ ଗୋଡ଼ ଧୋଇ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ।

ପ୍ରଣବଙ୍କ ଜିତିବାର ରହସ୍ୟ କଣ ପଢନ୍ତୁ……

ଯାଜପୁର : ଭୋଟ ବେଳେ ପାଗଳଙ୍କ ପରି ପ୍ରଚାର କରନ୍ତିନି ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ନା ପ୍ରଚାରବେଳେ ଆଣନ୍ତି ଫିଲ୍ମଷ୍ଟାର ନା ଭୋଜିଭାତରେ ମସଗୁଲ କରନ୍ତି ମାହୋଲ । କିନ୍ତୁ ବିପକ୍ଷନେତାଙ୍କୁ ସହଜରେ ଚିତପଟାଙ୍ଗ କରି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜୟ ଲାଭ କରିନ୍ତି । ଏମିତିକି ରାଜ୍ୟର ଭାର ତାଙ୍କ ମୁଣ୍ଡରେ ଥିବାରୁ ସେ ନିର୍ବାଚନ ସମୟରେ ନିଜ ନିର୍ବାଚନୀ ମଣ୍ଡଳୀରେ ପ୍ରଚାରର ସମୟ ଦିଅନ୍ତିନି କି ବ୍ୟୟ ବହୁଳ ପ୍ରଚାରକୁ ବିଶ୍ୱାସ କରନ୍ତିନି । କିନ୍ତୁ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ହାଟ୍ରିକ ବିଜୟ ଟିପା ପିନ୍ଧି ଯାଜପୁରବାସୀଙ୍କର ଅତି ପ୍ରିୟନେତା ହୋଇଛନ୍ତି । କି ମ୍ୟାଜିକ କରନ୍ତି ପ୍ରଣବ । ତାଙ୍କ ଜିତର ଅସଲ ରହସ୍ୟ ଥିଲା କେଉଁଠି । ତାଙ୍କ ବିଜୟର ଅସଲ ରହସ୍ୟ ଯେଉଁଠି ଥାଏ ତାହା ଦେଖାଇଛନ୍ତି ନିଜ ନିର୍ବାଚନୀ ମଣ୍ଡଳୀରେ ପ୍ରଣବ । ତାଙ୍କ ବିଜୟର ଅସଲ ରହସ୍ୟ ହେଉଛି “ସେ ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା”’। ଓଡ଼ିଶାରେ ଏବେ ନିର୍ବାଚନ ରାଜନୀତିରେ ଯୁବ ଚାଣକ୍ୟ ସାଜିଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ସବୁବେଳେ ନବୀନଙ୍କ ସରଳଜୀବନ ଯାପନ ଶୈଳୀକୁ ନିଜ ଜୀବନରେ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି । ନିଜ ନିର୍ବାଚନୀ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତି କିପରି ସୁଖରେ ରହିବେ , ସମସ୍ୟା କିପରି ସେମାନଙ୍କର ଦୂର ହେବ ସେଥିଲାଗି ପ୍ରଣବ ସବୁବେଳେ ପ୍ରୟାସ କରିଛନ୍ତି । ଦଳର ସାଧାରଣ ସମ୍ପାଦକ (ସଂଗଠନ) ଓ ନବୀନଙ୍କ ନିର୍ଦ୍ଦେଶରେ ସବୁବେଳେ ଓଡ଼ିଶାର ଭଲମନ୍ଦ ବୁଝୁଥିବା ପ୍ରଣବ ନିଜ ନିର୍ବାଚନୀ ମଣ୍ଡଳର ଲୋକ ଯେମିତି ତାଙ୍କ ଅଭାବ ଅନୁଭବ ନକରିବେ ସେଥିପାଇଁ ଟିକେ ସମୟ ପାଇଲେ ସେ ନିର୍ବାଚନୀ ମଣ୍ଡଳୀର ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଯାଆନ୍ତି । ରାଜଧାନୀ ଓ ଯାଜପୁର ଟାଉନ ଘର ନୁହେଁ, ଯବେ ଯାଜପୁର ଯାଆନ୍ତି ପ୍ରଣବ ତାଙ୍କର ସମୟ କଟେ ଗାଁରେ । ନିଜ ନିର୍ବାଚନୀ ମଣ୍ଡଳୀର କେଉଁ ପଂଚାୟତର କେଉଁ ଗୋଟେ ସ୍କୁଲ ଘରେ ରାତ୍ରୀଯାପନ କରନ୍ତି । ଏହି ରାତ୍ରୀଯାପନ କରିବାର ମୂଳଲକ୍ଷ କେବଳ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟାରେ ଜଡ଼ିତ ହୋଇ ଏହାର ସମାଧାନ କରିବା ପାଇଁ । ତାଙ୍କ ପାଖରେ ଦଳୀୟ ବିଚାର ବି ନାହିଁ । ଯିଏ ଯେଉଁ ଦଳରେ ଥାଉନା କାହିକିଁ ଯଦି ସମସ୍ୟାରେ ଅଛି ତୁରନ୍ତୁ ତାହାର ସମସ୍ୟା କିପରି ଦୂରହେବ ସେକଥା କର୍ମୀଙ୍କୁ ଦାୟିତ୍ୱ ଦେଇ ନିଜେ ସେ କାର୍ଯ୍ୟ କେତେବାଟ ଗଲା ସମୀକ୍ଷା କରି ସମାଧାନ କରନ୍ତି । ସବୁବେଳେ ସେ ତାଙ୍କ କର୍ମୀଙ୍କ କୁହନ୍ତି ଗରିବ କି ଦଳ । ତାଙ୍କ ପାଇଁ ତ ଆମେ ଅଛୁ । ପ୍ରତ୍ୟେକ ଓଡ଼ିଶାବାସୀ ନବୀନଙ୍କ ପରିବାର । ଏହି ମର୍ମରେ ପ୍ରଣବ ପ୍ରକାଶ ଦାସ( ବବି) ନିଜ ନିର୍ବାଚନୀ ମଣ୍ଡଳୀର ଦଶରଥପୁର ବ୍ଲକ ଶୁଶୁଆ ପଂଚାୟତ , ଗରଡ଼ିହ ଗାଁରେ ରାତ୍ରୀଯାପନ କରିଥିଲେ । ରାତିରେ ପଂଚାୟତର ସମସ୍ୟା ବୁଝିବା ସହ କିପରି ଏହାର ସମାଧାନ ହେବ ସେନେଇ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକୁ ନୁହେଁ, ଗାଁର ବହୁ ଲୋକ ଏକାଠି ହୋଇ ସେମାନଙ୍କ ସମସ୍ୟା କଥା ବିଧାୟକଙ୍କୁ ଅବଗତ କରିଥିଲେ । ବିଧାୟକ ବି ସମସ୍ତଙ୍କ କଥା ଗୋଟି ଗୋଟି କରି ଶୁଣିଥିଲେ । ଶେଷରେ ବିଧାୟକ ପ୍ରତିଶ୍ରୃତି ଦେଇଥିଲେ ଯେ ଯାହା ସମସ୍ୟା ଅଛି ଆମେମାନେ ମିଳିଶିଶି ଏହାର ସମାଧାନ କରିବା । ଶେଷରେ ଗାଁ ମୁରବୀଙ୍କ ସହ ରାତ୍ରୀରେ ସନ୍ତୁଳା ରୁଟି, ଭଜା, ଚଟଣୀ ଆଦି ଖାଦ୍ୟ ଖାଇ ସ୍କୁଲଘରେ ରାତ୍ରୀଯାଜପନ କରିଥିଲେ ବିଧାୟକ । ଅଏସ ଆରମ ଛାଡ଼ି ବିଧାୟକ ସ୍କୁଲଘରେ ରାତିରେ ରହି ଲୋକଙ୍କ ସମସ୍ୟା ବୁଝିବାକୁ ଗାଁ ଲୋକେ ବେଶ ପ୍ରଶଂସା କରିଥିଲେ । ବବିଙ୍କ ପରି ବିଧାୟକ ପାଇଁ ସେମାନେ ବେଶ ଖୁସି ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ଯାଜପୁର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଧାୟକଙ୍କ ଅବଦାନ କଣ ତାହା ଯିଏ ଯାଜପୁର ଆସୁଛି ସେ ଜାଣିପାରିବ ବୋଲି ଏହି ଅବସରରେ ଗାଁରେ ଏକ ବୈଠକରେ ସାଧାରଣ ଭୋଟର ଟିଏ ଛିଡ଼ା ହୋଇ କହିଥିଲା । କଠିନ ପରିଶ୍ରମ ଓ ସାଂଗଠନିକ ଦାୟିତ୍ୱ ଓ ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପ୍ରଣବ ତୁଲାଉଥିବାରୁ କେବଳ ଯାଜପୁର ନୂୁହେଁ, ପୁରା ଓଡ଼ିଶାରେ ଏବେ ସେ ଚର୍ଚ୍ଚିତ ଯୁବନେତା ସାଜିଛନ୍ତି । ଯାହାକି ତାଙ୍କ ବିଜୟର ବଡ଼ ରହସ୍ୟ । ସେଥିପାଇଁ ତ ଆବଶ୍ୟକ ଯେଉଁଠି ହୁଏ , ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ସେଇଠିକି ପଠାନ୍ତି । ସେ ସାଂଗଠନିକ କାର୍ଯ୍ୟ ହେଉ କି ସରକାରଙ୍କ ବିକାଶମୂଳକ କାମ । ସେ ପୁରୀର ସୌନ୍ଦର୍ଯ୍ୟକରଣ କି କୋରାପୁଟ , ମୟୁରଭଞ୍ଜର ସଂଗଠନ ଦାୟିତ୍ୱ ସବୁଥିରେ ବବି ତାଙ୍କର ମ୍ୟାଜିକ ଦେଖାନ୍ତି । ଖାସ ସେଥିପାଇଁ ସେ ନବୀନଙ୍କ ପ୍ରିୟପାତ୍ର ସାଜିଛନ୍ତି । ପ୍ରଣବଙ୍କ ଏପରି କର୍ମ ପାଇଁ ଏବେ ଲୋକେ କହୁଛନ୍ତି ନେତା ହେବ ତ ଏମିତି ।

ନୂଆ ବର୍ଷରେ 2009 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ..

କିଶୋର ନଗର : କିଶୋର ନଗର ହାଇସ୍କୁଲର ୨୦୦୯ ମ୍ୟାଟ୍ରିକ ବ୍ୟାଚର ଗତକାଲି ବନ୍ଧୁ ମିଳନ ହୋଇଛି। ସ୍ଥାନୀୟ ପାଣ୍ଡୁରୀ ପଥରର ବିଜୁ ସ୍ମୃତି ପୀଠଠାରେ ଅନୁଷ୍ଠିତ ହୋଇଛି। ୪୫ଜଣ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ ।
ବନ୍ଧୁ ମିଳନରେ ଅତୀତ ସ୍କୁଲ ଦିନ ଅନୁଭୂତିକୁ ସାଉଁଟି ଥିଲେ ସମସ୍ତେ । ନିଜର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଏହି ବନ୍ଧୁ ମିଳନ ମାନସିକ ସ୍ତରରେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ବୋଲି ଅନେକ ମତବ୍ୟକ୍ତ କରିଥିଲେ । ଦୀର୍ଘ ୧୦ ବର୍ଷ ପରେ ସମସ୍ତେ ପୁଣି ଏକାଠି ହୋଇ ଥିବାରୁ ସମସ୍ତେ ବେଶ ଖୁସି ଥିବା ଆୟୋଜକ ଅମିତ ବିଶାଳ ଓ ପିଣ୍ଟୁ ସାହୁ କହିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news