ମୋନାଙ୍କ ପଡିଲା ହାତଗଣ୍ଠି..

- Advertisement -

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲି ଅଭିନେତ୍ରୀ ମୋନା ସିଂ । ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ ଇଣ୍ଡିଆର ବ୍ୟାଙ୍କର ଶ୍ୟାମଙ୍କୁ ଶୁକ୍ରବାର ବିବାହ କରିଛନ୍ତି । ମୋନାଙ୍କ ବିବାହ ସମୟର ଏକ ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମହଲରେ ଖୁସିର ମାହୋଲ ଖେଳିଯାଇଛି । ବୋହ ବେଶରେ ଖୁବ ସୁନ୍ଦର ଲାଗୁଛନ୍ତି ମୋନା । ଲାଲ ରଙ୍ଗର ଲେହେଙ୍ଗା ସାଙ୍ଗକୁ ହେଭି ଜୁଏଲାରୀ ମୋନାଙ୍କୁ ଖୁବ ମାନୁଛି ।
ଗୁରୁବାର ମୋନାଙ୍କ ପ୍ରିଓ୍ବେଡିଂ ଫେଷ୍ଟିଭ ସରିଥିବା ବେଳେ ତାଙ୍କର ହଳଦୀ ଓ ମେହେନ୍ଦୀର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଟେଲିଭିଜନ ସିରିଏଲରେ ଖୁବ୍‌ ନାଁ କରିଥିବା ମୋନା ବର୍ତମାନ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ମୋନା ନଜର ଆସିବେ। ବିବାହ ପୂର୍ବରୁ ସେ ଏହାର ଶୁଟିଂ ସାରିଥିବା କୁହାଯାଏ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles