ଦୁଃଖ ଦେଇଗଲା ଦରଦୀ ବନ୍ଧୁ…

- Advertisement -

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଯୁବମନ୍ତ୍ରୀ ଅରୁଣ ସାହୁ ଛାତ୍ର ଜୀବନରୁ ଦୁଇ ବନ୍ଧୁ । ଉଭୟ ବାଣୀବିହାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ଏବେ ଉଭୟ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା । ଖାଲି ଫରକ ଏତିକି ଯେ ଜଣେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଓ ଆଉ ଜଣେ ବିଜେଡ଼ିରୁ ରାଜ୍ୟ ମନ୍ତ୍ରୀ । ଉଭୟଙ୍କ ମନବଳ ରାଜନୈତିକ କ୍ଷେତ୍ରରେ କିନ୍ତୁ ସମାନ । ନିଜ ବିଭାଗକୁ ତତପର କରିବା ସହ ଦଳ ଲାଗି ଉଭୟ ଏକ ଆସେଟ । ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବରୁ ଉଭୟ ପରସ୍ପର ବିରୋଧରେ କେତେ କଣ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି । ହେଲେ ୨୦୧୯ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପର ପ୍ରତି ନିଜର ଆଭିମୁଖ୍ୟ ବଦଳାଇବା ପରେ ଏହି ଦୁଇ ବନ୍ଧୁ ଏବେ ଏକାଠି । ବାଣୀବିବାହାରୁ ବଲାଙ୍ଗୀର ଭାୟା ନୟାଗଡ଼ ଯାଏ ସଭାରେ ଦୁଇ ବନ୍ଧୁ ଗୋଟିଏ ମଂଚରେ ଅତିଥି ହେଉଛନ୍ତି । ପରସ୍ପର ମଂଚରେ ମଧ୍ୟ ନଜର ବନ୍ଧୁପଣ କଥାକୁ ମନେ ପକାଉଛନ୍ତି । ହେଲେ ରାଜନୀତିରେ ଯେତେବେଳେ ବାପା-ପୁଅର ନୁହେଁ, ଭାଇ-ଭାଇର ନୁହେଁ, ସେତେବେଳେ ବନ୍ଧୁ କିପରି ବନ୍ଦୁର ହେବ । ଯାହା ୩ଟି ସଭାରେ ଦୁଇବନ୍ଧୁ ଭାଷଣରୁ ପରିଖିଲେ ସ୍ପଷ୍ଟ ଜଣାପଡ଼ିବ । ଥଟ୍ଟାମଜାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବନ୍ଧୁକୁ ନିଜ ଅଭିଭାଷଣରେ ଏପରି ରାଜନୈତିକ ବାଣ ମାରୁଛନ୍ତି ଯେ ଯାହା ମନ୍ତ୍ରୀ ଅରୁଣ ସାହୁଙ୍କୁ କିଛିି ସମୟରେ ପାଇଁ ମଂଚରେ ଘାଇଲା କରୁଛି । ନୟାଗଡ଼ ରେଳ ସଂଯୋଗ ଉଦଘାଟନ ହେଉ ଅବା ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟ ଉଦଘାଟନ । କେନ୍ଦ୍ରମନ୍ତ୍ରୀ ଯେପରି ରାଜ୍ୟମନ୍ତ୍ରୀ ବିଭାଗ ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ପିନ ମାରିଛନ୍ତି ସଭାରେ ତାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ । ନୟାଗଡ଼ ସଭାରେ ଅରୁଣଙ୍କ ଅଭିଭାଷଣରୁ ସିରା କାଡ଼ି ଯେପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖଣି ଖାଦନରେ ବିକାଶ ହୁଏ ନାହିଁ, ପେଟ୍ରୋଲ ଟ୍ୟାକ୍ସ କମାଓ, ଚିନିକଳଲାଗି ସହଯୋଗ,ଅଧ୍ୟାପକ ବନ୍ଧୁ କଥା ଉଠାଇ ପରୋକ୍ଷରେ ସମାଲୋଚନା କଲେ ତାହାର ପୁର୍ଣ୍ଣରାବୃତି ଦେଖିବାକୁ ପୁଣିଥରେ ମିଳିଲା ବଲାଙ୍ଗୀରେ । ବଲାଙ୍ଗୀରେ କେନ୍ଦ୍ରମନ୍ତ୍ରୀ ମଂଚରେ ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ କାଳିଆ ଯୋଜନା ପରି ଯୋଜନା କଟାକ୍ଷ ଢଙ୍ଗରେ କହିବା ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ବୃଦ୍ଧି ଓ ରାଜେନ୍ଦ୍ର କଲେଜର ଅଧ୍ୟାପକ ନିଯୁକ୍ତି କଥା କହିଥିଲେ । କେଉଁଠି କେଉଁଠି ରାଜ୍ୟ ସରକାରଙ୍କ ଦୁର୍ବଳାତକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ରାଜ୍ୟମନ୍ତ୍ରୀ ଅରୁଣ ସାହୁଙ୍କ କିନ୍ତୁ ନିଜବନ୍ଧୁପଣ ବଜାୟ ରଖିବା ପାଇଁ ନିଜ ଭାଷଣରେ ସବୁବେେ ବିକାଶ କହିବା ସହ ଏଥିରେ କେନ୍ଦ୍ର ସରକାରଙ୍କ ସହଯୋଗ କଥା କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସବୁ ମଂଚରେ ଶ୍ରେୟ ଦେବାକୁ ଭୂଲିନାହାନ୍ତି । ଏପରି କି ସେ ଓଡ଼ିଶାପାଇଁ ଗର୍ବ ବୋଲି ମଧ୍ୟ ମନ୍ତ୍ରୀ ଅରୁଣ କହିବାକୁ ପଛାଇନାହାନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles