ଅଶୋକଙ୍କ ପରି ପ୍ରଣବ : କାହିଁକି ପଢନ୍ତୁ..

- Advertisement -

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜନତା ଦଳର ମଙ୍ଗ ଧରିଥିଲେ। ଯେତେ ଯିଏ ଯାହା କହୁଥିଲେ ବି, ମୁଣ୍ଡ ନୁଆଁଇ ନଥିଲେ ଓଡ଼ିଶାର ଏହି ପ୍ରବାଦ ପୁରୁଷ। ହେଲେ ବହୁ କମ ଲୋକ ଜାଣିଥିବେ ଯେ ବିଜୁ ବାବୁଙ୍କୁ ହନୁମାନଙ୍କ ପରି ଜଣେ ନେତା ପ୍ରଛଦପଟରେ ଥିଲେ। ନିଜେ କେବେ ଆଗକୁ ଆସିବାକୁ ଚାହିଁ ନଥିଲେ କି ଶ୍ରେୟ ନେବାର ଆକାଂକ୍ଷା ବି ରଖିନଥିଲେ ଓଡ଼ିଶାର ପୁରାତନ ରାଜଧାନୀର ଏହି ଟାଣୁଆ ନେତା। ସେ ଥିଲେ କୋରେଇର ପୂର୍ବତନ ବିଧାୟକ ସ୍ବର୍ଗତ ଅଶୋକ ଦାସ। 1995 ନିର୍ବାଚନରେ କିଛି ଆଗ ଧାଡ଼ିର ଜନତା ଦଳ ନେତା ବିଜୁ ବାବୁଙ୍କୁ ବାମ ଦଳମାନଙ୍କ ସହ ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲେ। ବିଜୁ ବାବୁ ବି ଏହି କଥା ବିଚାରକୁ ନେଇଥିଲେ। ହେଲେ ଏହି ପ୍ରସ୍ତାବ ପଛର ଷଡ଼ଯନ୍ତ୍ରର ଖବର ପାଇଯାଇଥିଲେ ଅଶୋକ। ସେହି ପ୍ରସ୍ତାବ ଦେଇଥିବା ନେତାମାନେ ଜନତା ଦଳର ପତନ ପାଇଁ ଯୋଜନା କରିଥିବା ଖବର ଥିଲା। ଏକା ମାଡ଼ରେ ଜନତା ଦଳ ଓ ବାମପନ୍ଥୀ ଦଳ ଲୋପ ପାଇ ଭବିଷ୍ୟତରେ ବିଜେପି ଓ କଂଗ୍ରେସର ଲଢ଼େଇ ହେଉ। ହେଲେ ବିଜୁ ବାବୁଙ୍କ ପାଇଁ ଅଶୋକଙ୍କ ପରାମର୍ଶ ଥିଲା, ଯଦି ବି ଜନତା ଦଳ କ୍ଷମତାକୁ ନ ଆସେ, ବିରୋଧୀରେ ରହିବା ଭଲ। ଠିକ ସେହି କଥା ହେଲା। ବିରୋଧୀରେ ରହିଲେ ବିଜୁ ଆଣ୍ଡ କୋ। 1997ରେ ସିନା ବିଜୁ ବାବୁଙ୍କ ଦେହାନ୍ତ ହେଲା ଓ ପରେ ବିଜୁ ଜନତା ଦଳର ଗଠନ ହେଲା, ହେଲେ ଅଶୋକ ବିଜୁଙ୍କ ପୁରୁଣା ଜନତା ଦଳରେ ରହିଲେ। ଦଳର ଏକ ମାତ୍ର ବିଧାୟକ ହେଲେ। ତେବେ ବିଜୁଙ୍କ ପୁଅ ନବୀନଙ୍କୁ ନିଜ ପୁଅ ପରି ମାନୁ ଥିଲେ ଅଶୋକ। ମୃତ୍ଯୁ ପୂର୍ବରୁ ନିଜ ବଡ଼ ପୁଅ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ପଠାଇ ଶେଷ ନିଶ୍ୱାସ ତ୍ୟାଗ କଲେ ଅଶୋକ। ପୁଅ ପ୍ରଣବ ବି ବାପାଙ୍କ ପରି ନବୀନଙ୍କୁ କାହା ସହ ମେଣ୍ଟ କରିବାକୁ ଦେଲେନି। 2014 ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟ ପାଇଁ ନବୀନ ପଟ୍ଟନାୟକ ବିଜେଡ଼ିର ମେଣ୍ଟ ପାଇଁ ଘୋଷଣା କରିଥିଲେ ବି ପରବର୍ତ୍ତୀ ସମୟରେ ସଫଳ ହୋଇ ନଥିଲେ। ହେଲେ 2019 ନିର୍ବାଚନରେ ପ୍ରଣବଙ୍କ ହି ଏହି ବିଶ୍ୱାସ ଥିଲା ଯେ ଏକାକୀ ଲଢ଼ିବ ବିଜେଡ଼ି। ସମସ୍ତେ ଭାବୁଥିଲେ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଥିବା ବିଜେଡ଼ି ହୁଏତ ବିଜେପି ସହ ମେଣ୍ଟ କରି ନିଜ ଆତ୍ମରକ୍ଷା କରିବା। ହେଲେ ପ୍ରଣବ ବି ବାପା ଅଶୋକଙ୍କ ପରି। ହନୁମାନଙ୍କ ପରି ଠିଆ ହେଲେ। ଏକାକୀ ଲଢ଼ି ବହୁମତ ପାଇଲା ବିଜେଡ଼ି। ଯେପରି ବିଜୁଙ୍କୁ ମେଣ୍ଟ ଷଡ଼ଯନ୍ତ୍ରରୁ ରକ୍ଷା କରିଥିଲେ ବାପା ଅଶୋକ, ପୁଅ ପ୍ରଣବ ବି ବିଜେଡ଼ି ସୁରକ୍ଷା କବଚ ଭାବେ ଠିଆ ହୋଇ ଦଳକୁ ପଞ୍ଚମ ଥର କ୍ଷମତାକୁ ଆଣିବାରେ ପ୍ରମୁଖ ଭୂମିକା ନେଲେ। ଏହା ହିଁ ଅଶୋକ ଦାସ ଲେଗାସି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles