ସ୍ୱାଭିମାନୀ ଜନନେତା ଅଶୋକ ଦାସ : ବିଗ ନ୍ୟୁଜର ଶ୍ରଦ୍ଧାଞ୍ଜଳି

- Advertisement -

ଭୁବନେଶ୍ୱର :ଓଡ଼ିଶା ରାଜନୀତିର ଯେତେବେଳେ ଧ୍ରୃବିକରଣ ହେଉଥିଲା ।ସେତେବେଳେ କନିଷ୍ଠଠୁ ବରିଷ୍ଠ ସମସ୍ତେ ମୁଣ୍ଡ ଟେକୁଥିବା ବିଜେପି କିମ୍ବା ନୂଆ ଆଂଚଳିକ ଦଳ ବିଜେଡ଼ି ଆଡ଼କୁ ଢଳିଯାଇଥିଲେ । ମାତ୍ର ଏହୖି ସ୍ୱତ୍ତରେ ଭାସିନଯାଇ ସ୍ୱାଭିମାନଙ୍କୁ ସମ୍ବଳ କରି ଶେଷ ପର୍ଯ୍ୟନ୍ତ ସର ଶର୍ଯ୍ୟାରେ ରହିଥିଲେ ଜଣେ ମାତ୍ର ଜନନେତା । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପ୍ରଚଣ୍ଡ ସ୍ୱାଭିମାନୀ ଅଶୋକ ଦାସ । ଯାହାଙ୍କ ନାଁ ହିଁ ଯଥେଷ୍ଟ ।

୧୯୯୭ ଏପ୍ରିଲ ୧୭ ତାରିଖ । ଓଡ଼ିଶାର ବରପୁତ୍ର, ତତ୍କାଳୀନ ଆସ୍କା ସାଂସଦ ଓ ଜନତା ଦଳର ସଭାପତି ବିଜୁ ପଟ୍ଟନାୟକ ଚିରଦିନ ପାଇଁ ଆଖି ବୁଝିଦେଲେ । ବିଜୁଙ୍କ ପରେ କଣ ହେବ ଜନତା ଦଳର ଭାଗ୍ୟ । ତାହାକୁ ନେଇ ଓଡ଼ିଶାର ଗାଁଗାଁରେ ଚିନ୍ତା । ଜନତା ଦଳ ଭିତରେ ଭାଳେଣି ପଡ଼ିଗଲା । ଆଉ ଏକ ନୂତନ ରାଜନୈତିକ ଦଳ ଗଠନ ପାଇଁ ଚାଲିଲା ବିଚାର ବିମର୍ଷ । ବିଜୁଙ୍କ ସନ୍ତକକୁ କିଏ ବଂଚାଇ ରହିବେ ନା ସମ୍ପୂର୍ଣ୍ଣଭାବେ ବିଜୁଙ୍କ ସହ ଲିନ ହୋଇଯିବ ଜନତା ଦଳ । ୯୦ ଦଶକରେ ଏପରି ରାଜନୈତକ ହଟଚମଟ ହେଲା ଓଡ଼ିଶାରେ । ୧୯୯୭ ମସିହା ଡ଼ିସେମ୍ବର ୨୬ ତାରିଖରେ ଗଠନ ହେଲା ବିଜୁ ଜନତା ଦଳ । ଜନତା ଦଳର ୯୦ ପ୍ରତିଶତ ନେତା ଏହି ଦଳରେ ସାମିଲ ହେଲେ । ହେଲେ ସାମିଲ ହେଲେ ନାହିଁ ଅଶୋକ ଦାସ । ବିଜୁଙ୍କ ପରେ ଦଳକୁ ଓଡ଼ିଶାରେ ବଞ୍ଚାଇ ରହିବା ପାଇଁ ଅଶୋକ ସବୁ କ୍ଷମତାକୁ ବଳି ଦେଇ ଶେଷ ନିଶ୍ୱାସ ଯାଏ ଜନତା ଦଳରେ ରହିଲେ । ଶେଷରେ ୨୦୦୮ ଡ଼ିସେମ୍ବର ୨୯ ତାରିଖରେ ଅଶୋକ ସବୁ ଦିନ ଲାଗି ଚିର ନିଦ୍ରାରେ ଶୋଇଡ଼ିଲେ । ଆଉ ଏହି ସ୍ୱାଭିମାନ ନେତା ତାଙ୍କ ସହ ନେଇ ଚାଲିଯାଇଥିଲେ ଚକ ଚିହ୍ନକୁ । ଅଶୋକଙ୍କ ସହ ଚାଲିଗଲା ଚକଚିହ୍ନ ଓ ସବୁଦିନ ପାଇଁ ଓଡ଼ିଶା ରାଜନୀତିରେ ଜନତା ଦଳ ଲିଭିଗଲା ।
୧୯୭୧ ମସିହାରେ ଯାଜପୁର କୋରେଇ ନିବାର୍ଚନୀ ମଣ୍ଡଳୀରୁ ପ୍ରଥମ ଥର ଲାଗି ବିଧାୟକ ଭାବେ ନିବାର୍ଚିତ ହୋଇଥିଲେ ଅଶୋକ ଦାସ । ଏହାପରେ ୧୯୭୪ ମସିହାରୁ ଲଗାତାର ୬ଥର ସେ ବିଧାନସଭାକୁ କୋରେଇର ପ୍ରତିନିଧି ଭାବେ ନିବାର୍ଚତି ହୋଇଛନ୍ତି । ୧୯୯୬-୯୭ ମସିହାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାର ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ୧୯୯୧ ମସିହାରେ ଜନତା ଦଳର କାର୍ଯ୍ୟକାରୀ ସଭାପତିର ଦାୟିତ୍ୱ ନେଇଥିଲେ । ବିଜୁଙ୍କ ଅତ୍ୟନ୍ତ ଘନିଷ୍ଠ ଅଶୋକ ବିଜୁଙ୍କ ଦେହାନ୍ତ ପରେ ତାଙ୍କ ସନ୍ତକକୁ ବଂଚାଇ ରଖିବା ପାଇଁ ବିଜୁ ଜନତା ଦଳ ନଯାଇ ଜନତା ଦଳରେ ରହି ଶେଷ ପର୍ଯ୍ୟନ୍ତ ଜନତା ଦଳର ସଭାପତି ରହିଥିଲେ। କ୍ଷମତା ଠାରୁ ସବୁବେଳେ ଦୁରରେ ରହୁଥିବା ଅଶୋକ ଦାସ ,ଯେତେବେଳେ ବିଜୁ ଜନତା ଦଳ ଗଠନ ହେଲା ସେତେବେେଳେ ସେ ବଡ଼ବଡ଼ ପଦବୀକୁ ନଚାହିଁ ଜନତା ଦଳରେ ରହିଯାଇଥିଲେ । ଅବଶ୍ୟ ସେତେବେଳେ ତାଙ୍କ ସହ ସୁର ନାୟକ,ଦାମ ରାଉତଙ୍କ ପରି ୫ଜଣ ନେତା ରହିଥିଲେ । ହେଲେ ପରବର୍ତ୍ତି ସମୟରେ ସେହି ନେତାମାନେ ମଧ୍ୟ କ୍ଷମତା ପାଇଁ ଜନତା ଦଳ ଛାଡ଼ିଦେଇଥିଲେ । ହେଲେ ଅଶୋକ ଦାସ ହିଁ କେବଳ ରହିଯାଇଥିଲେ । ଅଶୋକଙ୍କ ଏହି କେତେ କଥା ପାଇଁ ସେ ଓଡ଼ିଶାର ସାଲିସବିହୀନ ସମ୍ରାଟ ଭାବେ ପରିଚିତ । ଅଶୋକଙ୍କ ମୃତ୍ୟୁ ପରେ ଜୟ ପ୍ରକାଶ ଆନ୍ଦୋଳନ ବି ଲୋପ ପାଇଗଲା ।
ଅଶୋକ ଦାସ ଜଣେ ରାଜନେତା ନ ଥିଲେ , ଜଣେ ଭଲ ଆୟୁରବୈଦିକ ଡ଼ାକ୍ତର ମଧ୍ୟ ଥିଲେ । ଯାଜପୁର ଓ ଆଖପାଖ ଜିଲ୍ଲାର ବିଭିନ୍ନ ରୋଗୀଙ୍କୁ ଚେରମୂଳୀ ଦେଇ ଭଲ କରୁଥିଲେ । ସବୁବେଳେ ସେ ନିଜ ଅଭିଭାଷଣରେ ସ୍ୱାଭିମାନ ହେବାକୁ ଯୁବପୀଡ଼ିମାନଙ୍କୁ ଆହ୍ୱାନ ଦେଉଥିଲେ । ଯାହା ଆଜି ରାଜନେତାଙ୍କ ମଧ୍ୟରେ ବିଶେଷ ଦେଖିବାକୁ ମିଳୁନାହିଁ । ଏହି ମହାନ ଜନନାୟକଙ୍କ 11 ତମ ଶ୍ରଦ୍ଧା ବାର୍ଷିକ ଅବସରରେ ତାଙ୍କୁ ବିପୁଳ ଶ୍ରଦ୍ଧାଞ୍ଜଳୀ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles