ଜୟଦେବ ବାଟିକାରେ ବିଜେବି ସ୍ମୁତି : ଏକାଠି ହେଲେ ପୁରୁଣା ବନ୍ଧୁ

- Advertisement -

ଭୁବନେଶ୍ୱର: ଆଜି ଜୟଦେବ ବାଟିକାଠରେ 2006 ବ୍ୟାଚ ବିଜେବି କଲେଜର ପଞ୍ଚମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ତତ୍କାଳୀନ ଛାତ୍ରଛାତ୍ରୀମାନେ ବଣଭୋଜିର ଆୟୋଜନ କରିଥିଲେ। 13 ବର୍ଷ ତଳେ କିପରି ପ୍ରତି ମୁହୂର୍ତ୍ତକୁ ସେମାନେ ଏକାଠି ଉପଭୋଗ କରିଥିଲେ, ସେ ସ୍ମୃତି ସାଉଁଟି ଭାବବିହୋଳ ହୋଇଥିଲେ ସମସ୍ତେ। ସେ ସମୟର ବିଜ୍ଞାନ, ବାଣିଜ୍ୟ ଓ କଳା ଛାତ୍ରଛାତ୍ରୀ କଲେଜରେ ବିତାଇଥିବା ସୁଖ ଓ ଦୁଃଖର ମୁହୂର୍ତ୍ତକୁ ମନେ ପକାଇଥିଲେ। ଯିଏ ଯେଉଁଠି ବି ଥିଲେ, ବନ୍ଧୁ ମିଳନ ପାଇଁ ପ୍ରତି ବର୍ଷ ସମୟ ବାହାର କରି ଏକାଠି ହୁଅନ୍ତି। ଆଜିର ଦୁନିଆରେ ଯିଏ ଯେଉଁ ପଦବୀରେ ବି ଥାଉ, ମନରେ ସେମିତି କିଛି ଭାବନା ନ ରଖି ଏକାଠି ହୋଇଥିଲେ 13 ବର୍ଷ ତଳର ବନ୍ଧୁ। କାରଣ ସମସ୍ତଙ୍କ ମନରେ ଥିଲା ପରସ୍ପରକୁ ଦେଖା କରିବାର ଆକାଂକ୍ଷା। ସମସ୍ତେ ଏକାଠି ଶପଥ ନେଲେ ଯେ, ପ୍ରତି ବର୍ଷ ଥରେ ଏକାଠି ମିଶିବା ଓ ଏହି ସ୍ନେହର ବନ୍ଧନକୁ ଆଗେଇବା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles