ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ କୋହଲା ପାଗ ସାଙ୍ଗକୁ ଶୀତର ଲହରି ଜାରି ରହିଛି । ଶୀତର ପ୍ରକୋପ ଅତ୍ୟଧିକ ରହିଥିବାରୁ ଜନଜୀବନ ଉପରେ ମଧ୍ୟ ପ୍ରଭାବ ପଡିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶା ଉପରେ ଏକ ଟ୍ରାପ ଲାଇନ ରହିଛି । ପ୍ରଭାବରେ ରାଜ୍ୟର କେତକ ସ୍ଥାନରେ ହାଲକା ବର୍ଷା ଅନୁଭୁତ ହୋଇଛି ।
କେନ୍ଦୁଝରରେ ସର୍ବଧିକ ୫.୮ମି.ମି ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଡେଙ୍କାନାଳ, ମୟୁରଭଞ୍ଜ, ପୁରୀ, କଳାହାଣ୍ଡି, କନ୍ଧମାଳ ଜିଲାରେ କୁହୁଡି ସହିତ ଶୀତ ପ୍ରବଳ ହେଉଛି । ଜାନୁୟାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଏଭଳି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଜାଡ଼ରେ ଥରୁଛି ଓଡିଶା…
ଆଖୁ ନାଁରେ କାନସିରୀ ପାଣି ପାଏ : କାହିଁକି ଅରୁଣଙ୍କୁ ଏପରି ଇଂଗିତ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ଆମ ଭିତରେ କିଛି ଅଛି କି, ହଁ କିଛି ଅଛି , କିଛି ତ ଅଛି । ଓଡ଼ିଆ ଚଳଚିତ୍ରର ଏହି ଗୀତ ଏବେ ଓଡିଶା ରାଜନୀତରେ ଧସେଇ ପଶିଛି । ତାହା ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ।୨୦୧୯ ନିର୍ବାଚନ ପରେ ବିଜେଡ଼ି ଓ ବିଜେପି ସର୍ମ୍ପକରେ ଯେଉଁ ପରିବର୍ତ୍ତନ ଆସିଛି, ସେଥିରେ କାଳେ ଅଧିକ ଲାଭ ଏହି ଦୁଇନେତାଙ୍କୁ ହୋଇଛି । ଛାତ୍ର ଜୀବନରୁ ଏହି ବନ୍ଧୁ ଏବେ ଦେଶ ଓ ରାଜ୍ୟ ରାଜନୀତିର ୫ଜଣ ନିଷ୍ପତିକାରୀଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି । ନିଜ ଦକ୍ଷତା ପ୍ରଦର୍ଶନ କରି ଧର୍ମେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତ ହୋଇଥିବା ବେଳେ ଅରୁଣ ରାଜ୍ୟରେ ନବୀନଙ୍କ । ଉଭୟ ରାଜନୀତିରେ ଏବେ ବେଶ ପାରିଦର୍ଶିତା ଲାଭ କଲେଣୀ । ହେଲେ ବିଜେଡ଼ି-ବିଜେପି ସର୍ମ୍ପକ ଯେପରି ‘କିଭ ଖୁସି କଭି ଗମ’ ପରି ଚାଲିଛି ସେଥିରେ ଏହି ଦୁଇବନ୍ଧୁ ଅଡ଼ୁଆରେ ପଡ଼ିଯାଇଛି । ହେଲେ ୨୦୧୯ ନିର୍ବାଚରେ ଏହି ଦୁଇବନ୍ଦୁଙ୍କ ସର୍ମ୍ପକ ବେଶ ନିବିଡ଼ ହୋଇଛି । ଯାହା ବିଭିନ୍ନ ସଭା ମଂଚରେ ଉଭୟ ଉଭୟଙ୍କ ବିଷୟରେ ଯେପରି ମନ୍ତବ୍ୟ ଦେଉଛନ୍ତି ତାହା ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ଗୁରୁବାର ନୟାଗଡ଼ ଏବ ମହିପୁର ୧୨ କିମି ନୂଆ ରେଳ ଲାଇନରେ ଲୋକାର୍ପଣ ସହ ଖୋଦ୍ଧା-ରୋଡ଼ -ନୟାଗଡ଼ ଟାଉପ ପାସେଞ୍ଜର ଟ୍ରେନକୁ ମହିପୁର ପର୍ଯ୍ୟନ୍ତ ଚଳାଚଳକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । ଏହି ଅବସବରେ ନିଜ ଅଭିଭାଷଣରେ ପ୍ରଥମେ ମନ୍ତ୍ରୀ ଅରୁଣ ସାହୁ ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଗର୍ବ ଓ ଭାରତ ସରକାରଙ୍କ ୫ଜଣ ନିଷ୍ପତିକାରୀ ମଧ୍ୟରୁ ସେ ଜଣେ ବୋଲି କହିଥିଲେ । ଅରୁଣ କହିଥିଲେ ସୁବବେଳେ ମୁଁ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମଂଚରେ ଏକାଠି ହେଉଛି ସେହି ମଂଚରେ ଅଧ୍ୟାପକ ମୃତ୍ୟୁଞ୍ଜୟ ବି ଥିବେ । ନୟାଗଡ଼ବାସୀ କିପରି ଅତିଥିଙ୍କୁ ସ୍ୱାଗତ କରେ ଓ ନୟାଗଡ଼ରେ ଖଣି ଖାଦାନ ନଥିଲେ ମଧ୍ୟ ବିକାଶ କିପରି ଚାଲିଛ ଏକଥା ମନ୍ତ୍ରୀ ଅରୁଣ ସାହୁ ନିଜ ଅଭିଭାଷଣରେ କହିଥିଲେ । ଅରୁଣଙ୍କ ଅଭିଭାଷଣ ସରିବା ପରେ ଭାଷ୍ୟକାର ମୃତ୍ୟୁଞ୍ଜୟ ଅରୁଣଙ୍କୁ ଧନ୍ୟବାଦ ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କଲେ । କେନ୍ଦ୍ରମନ୍ତ୍ରୀ ମଂଚରେ କେତେକ କଥାରେ ଅରୁଣଙ୍କୁ ତେରାଚ୍ଛା ବାଣ ମାରିଲେ । କହିଲେ ବିକାଶ ପାଇଁ ଖଣି ଖାଦାନ ଦରକାର ନାହିଁ । ଏହାସହ ପେଟ୍ରୋଲ ଦର ବୃଦ୍ଧି ନେଇ ଯେଉଁ କଥା ଅରୁଣ ବାବୁ କହୁଛନ୍ତି ସେ ତାଙ୍କ ସରକାରଙ୍କୁ କହି କାହିକିଁ ଟ୍ୟାକ୍ସ କମାଉନାହାନ୍ତି । ଏହାସହ ମଂଚରେ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର । ରାଜ୍ୟ ସରକାର ସହଯୋଗ କଲେ ଚିନିକଳ ସବୁ ଚଳାଇବାକୁ ସେ ସହଯୋଗ କରିବେ ବୋଲି କହିଥିଲେ । ବିକାଶ ପାଇଁ ଅରୁଣ ହନୁମାନ ହେଲେ, ସେ ଗୁଣ୍ଡୁଛି ମୂଷା ହେବେ ବୋଲି ନିଜ ଭାଷଣରେ କହିଥିଲେ । ମନ୍ତ୍ରୀ ଅରୁଣ ସାହୁ ଯେପରି ନିଜ ଭାଷଣ ଶେଷରେ ମୃତ୍ୟୁଞ୍ଜୟଙ୍କୁ ପ୍ରଶଂସା କରିଥିଲେ । ଠିକ ସେହିପରି ମୃତ୍ୟୁଞ୍ଜୟ କଥା ମଧ୍ୟ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ ସେ ମୃତ୍ୟୁଞ୍ଜୟ ଜଣେ ଅଧ୍ୟାପକ । ସେ କଲେଜରେ ଟିପ ଚିହ୍ନ ଦେଇ ଆସିଛନ୍ତି କି ନାହିଁ ତାହା ଅରୁଣ ବାବୁ ତାଙ୍କ ବିଭାଗ ଲଗାଇ ଜାଣିପାରିବେ । ଯେଉଁଥି ପାଇଁ ସେ ଅରୁଣ ବାବୁଙ୍କୁ ପ୍ରଶଂସା କରିବା ଠିକ । ହେଲେ ମୃତୁଞ୍ଜୟ କାହିକିଁ ତାଙ୍କୁ ପ୍ରଶଂସା କଲେ ମଜା ଛଳରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଓଡ଼ିଆରେ ଗୋଟେ ଲୋକ କଥା ଅଛି ଆଖୁ ନାଁରେ କାନସିରୀ ପାଣି ପାଏ ସେହି ଆଧାରରେ ମୋର ବି ପ୍ରଶଂସା ହୋଇଗଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସାହୁଙ୍କ ମଂଚରେ ଏପରି ବନ୍ଧୁତା ପୂର୍ଣ୍ଣ ଅଭିଭାଷଣ ଏବେ ନୟାଗଡ଼ରୁ ରାଜଧାନୀ ଯାଏ ଚର୍ଚ୍ଚା ।
ବିଜେଡି ଏକ ଦଳ ନୁହେଁ, ଆନ୍ଦୋଳନ: ନବୀନ
ଭୁବନେଶ୍ୱର : ବିଜେଡି ଏକ ଦଳ ନୁହେଁ ଏକ ଆନ୍ଦୋଳନ l ମୋ ବିନା ଦଳ ଚାଲିପାରିବ l ବିଜେଡି କୌଣସି ନେତା, ଏମିତିକି ମୋ ଉପରେ ମଧ୍ୟ ନିର୍ଭରଶୀଳ ନୁହେଁ l ଓଡିଶା ବାସୀ ଦେଇଥିବା ଦାୟିତ୍ୱ କୁ ଆମେ ନମ୍ରତା ସହ ପାଳନ କରୁଛୁ l ସାଢେ ଚାରି କୋଟି ଓଡିଶା ବାସୀ ମୋ ପରିବାର l ଭୋଟ କ୍ଷମତା ପାଇଁ ନୁହେଁ, ପରିବାର ସେବା ପାଇଁ ଆମେ ସଂକଳ୍ପବୋଧ l ନିର୍ବାଚନ ଜିତିବା ପାଇଁ ଆମେ କାମ କରୁନାହୁଁ l ଲୋକଙ୍କ ସେବା କରିବାକୁ ଓ ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ପାଇଁ l ବିଜେଡି ର 23 ତମ ପ୍ରତିଷ୍ଠା ଦିବସରେ, ଦଳୀୟ କର୍ମୀ ଓ ନେତାଙ୍କୁ ଏଭଳି ଅଭୟବାଣୀ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହା ସହ ବିଜେଡି କର୍ମୀ ଓ ନେତାଙ୍କୁ ସରଳ ଜୀବନ ବିତେଇବା ସହ ଲୋକଙ୍କ ସେବା କରିବାକୁ ପୁଣିଥରେ ନବୀନ ପରାମର୍ଶ ଦେଇଛନ୍ତି l
ନିଜ ଅଭିଭାଷଣରେ ନବୀନ କେନ୍ଦ୍ର ବିରୁଦ୍ଧରେ ପଦଟିଏ ହେଲେ କହିନାହାନ୍ତି l
ପ୍ରତିଷ୍ଠା ଦିବସରେ ନବୀନଙ୍କ ବଡ଼ପଣକୁ ବଖାଣିଲେ ବବି..
ଯାଜପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରଳ ବ୍ୟକ୍ତି l ଯେ ସାରା ଭାରତ ଓ ପୃଥିବୀ ବୁଲୁଥିଲେ l ହେଲେ ଯେଉଁଦିନ ସେ ଓଡ଼ିଶାର ଦାୟିତ୍ୱ ନେଲେ ସେ ଦିନ ଠାରୁ ଓଡିଶା ଛାଡି ଯାଉନାହାନ୍ତି l କାରଣ ସେ ସାଢେ 4କୋଟି ଓଡ଼ିଆକୁ ନିଜର ପରିବାର ବୋଲି ଭାବୁଛନ୍ତି l କାଳେ ସେ ବାହାରକୁ ଗଲେ ଓଡ଼ିଶାର ଚାଷୀ ଦୁଃଖରେ ରହିବେ ଓଡ଼ିଶାବାସୀ ତାଙ୍କ ସହଯୋଗ ପାଇବେ ନାହିଁ ଖାସ ସେଥିଲାଗି ଆଜକୁ 20ବର୍ଷ ହେବ ସେ ଓଡିଶା ବାହାରକୁ ଯାଉନାହାନ୍ତି l ଏପରି ମୁଖ୍ୟମନ୍ତ୍ରୀ ପାଇବା ବିରଳ l ଯେଉଁଠି ପାଇଁ ଓଡ଼ିଶାବାସୀ ତାଙ୍କୁ 5ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି l
23ବର୍ଷରେ ବିଜେଡି ପାଦ ଥାପିବା ପରେ ଯାଜପୁରରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଯାଜପୁର ବିଧାୟକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ଏପରି କହିଥିଲେ ନିଜ ଅଭିଭାଷଣରେ l ବେଶ କିଛି ସମୟ ବିଧାୟକ ଭାବପ୍ରବଣ ହୋଇପଡିଲେ l ଏହା ସହ ବିଜୁ ଜନତା ଦଳ ଏବେ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ତୃଣମୂଳ ସ୍ତରରୁ ଅନୁଭବ କରିହେଉଛି ବୋଲି ବବି କହିଥିଲେ l
ଯାଜପୁର ବିରଜା ମଣ୍ଡପ, ଦଶରଥପୁର ଠାରେ ଜ଼ିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ ଉପସ୍ଥିତ ବିଜେଡି କର୍ମୀ ଓ ନେତାଂକୁ ପ୍ରଣବ ଏପରି ବାଣୀ ଶୁଣାଇଥିଲେ l ଏହା ସେବା ମନବୃତ୍ତିକୁ ଆପଣାଇ ଲୋକଙ୍କୁ ସୁଖ ଦୁଃଖରେ ସାଥି ହେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ଅକ୍ଷର ଅକ୍ଷରେ ପାଳନ କରିବାକୁ ବିଧାୟକ ଉପସ୍ଥିତ ବିଜେଡି କର୍ମୀ ଓ ନେତାଂକୁ କହିଥିଲେ l
ପରିମଳ ମୁକ୍ତ ହେବ ଯାଜପୁର ସହର :ବିଜେଡି ପ୍ରତିଷ୍ଠା ଦିବସରେ ପ୍ରଣବ କରାଇଲେ ସଂକଳ୍ପ
ଯାଜପୁର : ବଦଳୁଛି ଯାଜପୁର ସହର ପରିପଳ ବ୍ୟବସ୍ଥା । ସଚେତନ ହେଲେଣୀ ଯୁବଗୋଷ୍ଠୀ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଯେଉଁ ସ୍ୱପ୍ନ ଦେଖୁଛନ୍ତି ଯାଜପୁରକୁ ନୂଆରୂପ ଦେବା ପାଇଁ ସେଥିରେ ଯେପରି ପରିମଳ ବ୍ୟବସ୍ଥା ବାଧକ ନସାଜେ ସେଥିଳାଗି ବିଧାୟକ ନିଜେ ହାତରେ ଝାଡ଼ୁ,କୋଦାଳ ଧରି ଅଳିଆ ଆର୍ବଜନା ମୁକ୍ତ ଯାଜପୁର ସହର କରିବାକୁ ଲାଗିପଡ଼ିଛନ୍ତି ।
ଶୀତୁଆ ସକାଳେ ଯେତେବେଳେ ବହୁ ଲୋକ ବିଛଣାରେ ଶୋଇରହୁଛନ୍ତି ସେତେବେଳେ ବିଧାୟକ ହାତରେ ଛାଡ଼ୁ ଧରି ଜଣେ ସାଧାରଣ ସଫେଇ କର୍ମଚାରୀ ପରି ରାସ୍ତାଘାଟରୁ ଅଳିଆ ଆର୍ବଜନା ସଫା କରି ଯାଜପୁର ସହରର ପରିମଳ ବ୍ୟବସ୍ଥାକୁ ସୁଧାରୁଛନ୍ତି । ଯେହେତୁ ବିଧାୟକ ନିଜେ ସଫେଇ କାମ କରୁଛନ୍ତି ଏଥିରେ ଅନୁପ୍ରାଣିତ ହୋଇ ବହ ୁଯୁବଗୋଷ୍ଠୀ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଛନ୍ତି । ଭୋର ୫ଟାରୁ ଯୁବଗୋଷ୍ଠୀ ବିଧାୟକଙ୍କ ସହ ଏକାଠି ହୋଇ ସହରକୁ ସ୍ୱଚ୍ଛ ରଖିବା ପାଇଁ ସଫେଇ କାମରେ ଲାଗିପଡ଼ିଛନ୍ତି ।
ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଅବସରରେ ମୋ ସହରର ପରିମଳ ମୋ ହାତରେ ନାରା ଦେଇ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଜିଲ୍ଲାପାଳ କାର୍ଯ୍ୟାଳୟରୁ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ବିଧାୟକଙ୍କ ସହ ଏହି ସଫେଇ ଅଭିଯାନରେ ସ୍ଥାନୀୟ ଯୁବକମାନେ ମଧ୍ୟ ସାମିଲ ହୋଇଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିରେ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ଅକ୍ଷର ଅକ୍ଷରେ ତାଙ୍କର ଅତି ବିଶ୍ୱସ୍ତ ଓ ପ୍ରିୟ ବିଧାୟକ ପ୍ରଣବ ପାଳନ କରିବା ସହ ବିଜେଡ଼ିର ଯୁବ କର୍ମୀମାନଙ୍କୁ ମଧ୍ୟ ଏହି ନୀତିରେ ପକାଉଛନ୍ତି । ବିଳାସପୂର୍ଣ୍ଣ ଜୀବନଯାପନ ଛାଡ଼ି ନମ୍ର ଓ ସରଳ ଜୀବନଯାପନ କଟାଇ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି ସେ ।
ଜଣେ ଯୁବ ବିଧାୟକଭାବେ ପ୍ରଣବ କେତେବେଳେ ଗାଁରେ ରାତି କଟାଇ ଗାଁ ପରିମଳ ବ୍ୟବସ୍ଥା ସୁଧାର ଆଣୁଛନ୍ତି ଆଉ କେତେବେଳେ ସହରରେ । ଲକ୍ଷ ରହିଛନ୍ତି ନିଜ ନିର୍ବାଚନୀ ମଣ୍ଡଳୀକୁ ସଂପୂର୍ଣ୍ଣ ସ୍ୱଚ୍ଛ କରିବା ପାଇଁ । ବିଧାୟକଙ୍କ ଏପରି ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବଗୋଷ୍ଠୀ ଏବେ ଲାଗିପଡ଼ିଛନ୍ତି । ତୃତୀୟଥର ପାଇଁ ଯାଜପୁରବାସୀଙ୍କ ଆର୍ଶୀବାଦରୁ ବିଧାୟକ ହେବା ପରେ ପ୍ରଣବ ନିଜ ନିର୍ବାଚନୀ ମଣ୍ଡଳୀର ପ୍ରତ୍ୟେକ ଘରୁ ଜଣେ ଜଣେ ସମାଜସେବକ ସୃଷ୍ଟି କରିବାକୁ ଲକ୍ଷ ରଖିଥିଲେ । ଯାହା ଏବେ ବାସ୍ତବ ରୂପ ନେଇସାରିଛି ତାହା ଏହି ସଫେଇ ଅଭିଯାନକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ଯେଉଁ ଯୁବଗୋଷ୍ଠୀମାନେ ଦିନ ୧୦ଟା ପର୍ଯ୍ୟନ୍ତ ଶୋଇ ରହୁଥିଲେ ଆଜି ସେହି ଯୁବଗୋଷ୍ଠୀମାନେ ନିଜ ସହରକୁ ପରିଷ୍କାର ପରିଚ୍ଛନ କରିବା ପାଇଁ ହାତରେ ଝାଡ଼ୁ ଓ କୋଦାଳ ଧରି ସକାଳୁ ସକାଳୁ ସଫେଇ କାମରେ ଲାଗି ପଡ଼ିଛନ୍ତି । ନିଜ ସହର ଓ ନିଜ ଗାଁର ଦାୟିତ୍ୱ ମୋ ନିଜ ହାତରେ ବାର୍ତ୍ତା ଘରେ ଘରେ ପହଞ୍ଚାଇବାରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସଫଳ ହୋଇଛନ୍ତି ତାହା ଏବେ ଲୋକେ କୁହାକୁହିଁ ହେଲେଣୀ । ବିଜେଡ଼ର ୨୩ ତମ ପ୍ରତିଷ୍ଠା ଦିବସରେ ଯୁବ ଓ ଛାତ୍ର ବିଜେଡ଼ିର ଏହି ସଫେଇ ଅଭିଯାନରେ ସାମିଲ ହୋଇ ବିଧାୟକ ସଭିଁଙ୍କୁ ଉତ୍ସାହୀତ କରିଥିଲେ ।
ଜଳୁନି ହାଇମାକ୍ସ ଲାଇଟ୍ , ଅନ୍ଧାରରେ ଫାୟାର୍ ଷ୍ଟେସନ ଛକ ।
ବ୍ୟାସନଗର: ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ଆଲୋକିକରଣ କରାଯାଇଛି । କିନ୍ତୁ ପର ମୁହୂର୍ତ୍ତରେ ସେଗୁଡିକର ରକ୍ଷଣାବେକ୍ଷଣ ହେଉ ବା ମରାମତି ସେଥିପ୍ରତି ସରକାର କିମ୍ବା ସରକାରୀ କଳର ନିଘା ନାହିଁ । ଫଳ ସ୍ୱରୂପ ବିଭିନ୍ନ ସ୍ଥାନରେ ବହୁ ଅର୍ଥ ବ୍ଯୟରେ ରଖାଯାଇଥିବା ହାଇମାକ୍ସ ଲାଇଟ୍ ଅଚଳ ହୋଇ ପଡୁଛି । କିଛି ଦିନ ତଳେ ଯାଜପୁର ରୋଡ ଥାନା ଓ ଫାୟାର୍ ଷ୍ଟେସନ ଛକରେ ଲାଗିଥିବା ହାଇମାକ୍ସ ଲାଇଟ୍ ଠିକ୍ ରୂପେ ଜଳୁନାହିଁ । ଲାଇଟ୍ ଟି ଲାଗିବାର କିଛି ମାସ ପର୍ଯ୍ୟନ୍ତ ଠିକ୍ ରୂପେ କାର୍ଯ୍ୟ କରିବା ପରେ ଗତ କିଛିଦିନ ହେବ ମାତ୍ର ଗୋଟିଏ ଜଳୁଛି । ତାହା ମଧ୍ୟ ମଝିରେ ମଝିରେ କିଛି ସମୟ ପାଇଁ ଲିଭିଯାଇ ପୁଣି ଜଳୁଛି । ଯାହାଫଳରେ ଦୂରଦୂରାନ୍ତକୁ ଯିବା ପାଇଁ ରାତିରେ ବସ୍ କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଚର୍ଚ୍ଚା ହେଉଛି ।
ଦୀର୍ଘ ଦିନ ପରେ ମଧ୍ୟ ଅଧାରୁ ଅଟକିଲା କଲଭର୍ଟ
ବ୍ୟାସନଗର: କଥାରେ ଅଛି କଂସାରୀ ଘର ପାରା ଉପରେ ଢାଉଁ ଢାଉଁ ଶବ୍ଦର କିଛି ପ୍ରଭାବ ପଡେନି,ସେହିଭଳି ସରକାରୀ କଳ ଉପରେ ମଧ୍ୟ କୌଣସି ଖବରର ପ୍ରଭାବ ପଡିନଥାଏ । ଗତ ଶାଢେ ତିନି ବର୍ଷ ତଳେ ସମ୍ପୂର୍ଣ୍ଣ ହୋଇଥିବା ଓୟାର ହାଉସ୍ ଠାରୁ ଷ୍ଟାଡିୟମ ଦେଇ ଷ୍ଟେସନ ରୋଡକୁ ସଂଯୋଗ କରୁଥିବା ରାସ୍ତାର ବଙ୍ଗାଳୀ ସାହି ନିକଟରେ ଏକ ଦଶଫୁଟ ଲମ୍ବ କଲଭର୍ଟ କାମ ଅସମ୍ପୂର୍ଣ୍ଣ ଥିଲା । ବହୁ ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବ୍ୟାସନଗର ମୁନସିପାଲଟି ତରଫରୁ ସେହି କଲଭର୍ଟ କାମ ଗତ ୧୦ଦିନ ତଳେ ଆରମ୍ଭ ହୋଇଥିଲା । କିନ୍ତୁ ପରିତାପର ବିଷୟ ଏପର୍ଯ୍ୟନ୍ତ କାମ ସଂମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ସମ୍ପୃକ୍ତ ଠିକାଦାର କେବଳ ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରି କାମ ବନ୍ଦ କରିଦେଇଛନ୍ତି । ଯାହାଦ୍ବାରା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ରାସ୍ତାଟି ସହରର ଦ୍ବିତୀୟ ବ୍ଯସ୍ତବହୁଳ ରାସ୍ତା ରୂପେ ପରିଚିତ । ଏହି ରାସ୍ତା ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳର କର୍ମଚାରୀ,ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ବ୍ଯବସାୟୀ ନିର୍ଭର କରିଥାନ୍ତି । ରାସ୍ତା କାମ ଯଥାଶିଘ୍ର ସାରି ରାସ୍ତାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।
ସ୍ଵଚ୍ଛ ହେଉଛି ଯାଜପୁର : ଯୁବଗୋଷ୍ଠୀଙ୍କୁ ଗାନ୍ଧୀ ମୁହାଁ କରୁଛନ୍ତି ପ୍ରଣବ.
ଯାଜପୁର : ପରିବେଶ ସଫା ସୁତର ରହିଲେ ଗୋଟେ ସୁସ୍ଥ ସମାଜ ଗଠନ ହୋଇପାରିବ । ମୋ ସହରକୁ ମୁଁ ସଫା ରହିବି । ସ୍ୱଚ୍ଛତାକୁ ଜୀବନର ମୂଳମନ୍ତ୍ର କରିବି । ଯେପରି ଜାତିର ପତା ମହାତ୍ମାଗାନ୍ଧୀ ସବୁବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିଲେ ଠିକ ସେହିପରି ମୁଁ ମଧ୍ୟ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବି । ଯାଜପୁର ନିର୍ବାଚନୀ ମଣ୍ଡଳୀର ଯୁବଗୋଷ୍ଠୀ ଏହି ମନ୍ତ୍ର ଦେଉଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ବିଧାୟକ ପ୍ରତ୍ୟେକ ଯୁବଗୋଷ୍ଠୀ ମନରେ ଗାନ୍ଧୀ ଦର୍ଶନ ଦେବାରେ ଲାଗିଛନ୍ତି । ଯାହାକି ମହାତ୍ମାଗାନ୍ଧୀଙ୍କ ୧୫୦ ଜୟନ୍ତି ସବୁଠାରୁ ବଡ଼ ବାର୍ତ୍ତା ।
ବିଧାୟକଙ୍କ ଆହ୍ୱାନ କ୍ରମେ ଯାଜପୁର ନିର୍ବାଚନୀ ମଣ୍ଡଳୀର ଯୁବଗୋଷ୍ଠୀମାନେ ଗାନ୍ଧୀ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେଉଛନ୍ତି । ପୁରା ସହରକୁ କିପରି ସ୍ୱଚ୍ଛ କରାଯିବ ସେନେଇ ଯୁବଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି । ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ପ୍ରତ୍ୟେକ ଦିନ ସକାଳରୁ ସହର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନକୁ ଜୋରଦାର କରାଯାଉଛି । ସକାଳୁ ସକାଳୂୁ ଶୀତ କାକରକୁ ଖାତିର ନକରି ଯୁବକମାନେ ହାତରେ ଝାଡ଼ୁ, କୋଦାଳ ଧରି ନିଜ ସଫେଇ କରୁଛନ୍ତି । ଅଧିକାଶ ସମୟରେ ଯୁବକମାନଙ୍କୁ ଉତ୍ସାହୀତ କରିବା ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ସଫେଇ ଅଭିଯାନରେ ସାମିଲ ହେଉଛନ୍ତି । ନିଜେ ଝାଡ଼ୁ ଧରି ସଫେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜୁଛନ୍ତି । ଲକ୍ଷ ନିଜ ସହରକୁ ସଫା କରିବାକୁ ନିଜେ ସାଜିବେ ଝଡ଼ୁଧାର । କେବଳ ସେ ନୁହେଁ, ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରୁ ଜଣେ ଜଣେ ଏହି ଅଭିଯାନରେ ସାମିଲ ହେବାକୁ ମଧ୍ୟ ବିଧାୟକ ଆହ୍ୱାନ ଦେଇଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ରାଜ୍ୟର ବହୁ ସମସ୍ୟା ସହିତ ଜଡ଼ିତ ରହି ବ୍ୟସ୍ତ ଜୀବନ କଟାଉଥିବା ପ୍ରଣବ ଏହି ସ୍ୱଚ୍ଛତା ଅଭିଯାନକୁ ସଫଳ କରିବା ପାଇଁ ଅଧିକାଶ ସମୟରେ ରାଜଧାନୀରୁ ଯାଜପୁର ଆସୁଛନ୍ତି । ବୁଧବାର ଯାଜପୁର ସହରର କୋଟବସନ୍ତପୁର ୧୧ୱାଡ଼ରୁ ଏହି ସଫେଇ ଅଭିଯାନ ଆରମ୍ଭ ହୋଇ କିଆକାନୀକୂଳ ଛକ ଯାଏ ହୋଇଥିଲା ।
ଯୁବଗୋଷ୍ଠୀଙ୍କ ସହିତ ବିଧାୟକ ନିଜେ ସାମିଲ ହୋଇ ରାସ୍ତାଘାଟ ସଫେଇ କରିବା ସହ ସେବାନୀତିକୁ ଆପଣାଇବା ପାଇଁ ଉପସ୍ଥିତ ଯୁବକମାନଙ୍କୁ କହିଥିଲେ । ଏହି ସଫେଇ ଅଭିଯାନ ଯାଜପୂରରେ ଏବେ ଜୋରଦାର ହୋଇଛି । ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ତଥା ଯୁବନେତା ଭବ ପ୍ରସାଦ ଦାସ ଏହି ଅଭିଯାନର ମଙ୍ଗ ଧରିଛନ୍ତି ।
ତାଙ୍କ ସହିତ ସ୍ଥାନୀୟ ଯୁବକମାନେ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଧାୟକଙ୍କ ଆହ୍ୱାନରେ ଯୁବଗୋଷ୍ଠୀମାନେ ଯେପରି ଭାବରେ ସହରକୁ ସ୍ୱଚ୍ଛ କରୁଛନ୍ତି ତାହାକୁ ଏବେ ସହରବାସୀ ବେଶ ପ୍ରଶଂସା କରିଛନ୍ତିି । ଏହା ସହରର ଲୋକମାନେ ମଧ୍ୟ ବେଶ ସଚେତନ ହୋଇଛନ୍ତି । ସହରର ଅଧିକାଶ ଲୋକ ନିଜ ଘରେ ଡ଼ଷ୍ଟଫିନ ରଖି ଅଳିଆ ପକାଉଛନ୍ତି । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ଅବସରରେ ଯାଜପୁରରେ ଯେପରି ସ୍ୱଚ୍ଛତା ଅଭିଯାନ ଚାଲିଛିି ତାହା ଦିନେ ପୁରା ଓଡ଼ିଶାର ରୋଲ ମଡ଼େଲ ହେବ ବୋଲି ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି ।
ଯାଜପୁର ଜିଲ୍ଲା ଲେଖିକା ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ।
ବ୍ୟାସନଗର: ସ୍ଥାନୀୟ ଉତ୍ସବ ପ୍ଯାଲେସ ଠାରେ ଯାଜପୁର ଜିଲ୍ଲା ଲେଖିକା ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ସଂସଦର ସଭାପତି ବିଦ୍ଯୁତଲତା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପିପିଲି ମହାବିଦ୍ୟାଳୟର ମନସ୍ତତ୍ତ୍ବବିତ୍ ଡ଼.ପ୍ରତିଭା ମହାରଥୀ ମୂଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ବସନ୍ତ ମିଶ୍ର ଯୋଗଦେଇଥିଲେ । ସଂସଦର ସମ୍ପାଦିକା ବ୍ରଜେଶ୍ବରୀ ସିଂ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶକୁନ୍ତଳା ଦାଶଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଉପସ୍ଥିତ ଥିବା ବହୁ ଲେଖିକା ଓ କବୟତ୍ରି ମାନେ କବିତା ପାଠ କରିଥିଲେ ।
ଯାଜପୁରରେ ସଫେଇ ଅଭିଯାନ ଜୋରଦାର : ନେତୃତ୍ୱ ନେଲେ ଲଲ
ଯାଜପୁର : ମୋ ସହର ଓ ମୋ ଗାଁ ରାସ୍ତାକୁ ମୁଁ ସଫା କରିବି । ପରିଷ୍କାର ପରିଚ୍ଛନ୍ନ ରହିବାକୁ ସଭିଁଙ୍କୁ ଶିଖାଇବି । ମୋ ଗାଁ ଓ ମୋ ସହରର ରାସ୍ତା ସଫା ରହିଲେ ମୋ ରାଜ୍ୟ ଓ ଦେଶ ସ୍ୱଚ୍ଛ ରହିବ । ଯାଜପୁର ବିଧାୟକ ପ୍ରବଣ ପ୍ରକାଶ ଦାସ ଏହି ଆହ୍ନାନ ଦେଇଥିଲେ ଯାଜପୁର ଯୁବପିଢ଼ିଙ୍କୁ । ଯାହା ଏବେ ବାସ୍ତବ ରୂପ ନେଇଛି । ସ୍ୱର୍ତ୍ତପ୍ରବୃତ ଭାବେ ଶୀତୁଆ ସକାଳେ ଯାଜପୁର ସହରର ଯୁବପିଢ଼ିମାନେ ଏକାଠି ହୋଇ ସହରରେ ସଫେଇ ଅଭିଯାନକୁ ଜୋରଦାର କରିଛନ୍ତି । କେବଳ ଭାଷଣ ବାଜିରେ ନୁହେଁ, ଗାନ୍ଧୀଙ୍କ ନୀତି ଓ ଆର୍ଦଶକୁ ବାସ୍ତବ ରୂପ ଦେଇଛନ୍ତି ସହହର ଯୁବଗୋଷ୍ଠୀମାନେ । ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଶହଶହ ଯୁବକ ଶୀତୁଆ ସକାଳକୁ ଖାତିର ନକରି ଯାଜପୁର ଗାନ୍ଧୀ ଛକରେ ଥିବା ଗାନ୍ଧୀମୃର୍ତ୍ତି ତଳେ ଏକାଠି ହୋଇ ଗାନ୍ଧୀଛକରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ସଫେଇ କରିଥିଲେ । ସହରକୁ ପରିଷ୍କାର ଓ ପରିଚ୍ଛନ ରଖିବା ପାଇଁ ଯୁବଗୋଷ୍ଠୀଙ୍କ ଏପରି ପ୍ରୟାସକୁ ସଭିଁଏ ପ୍ରଶଂସା କରିଥିଲେ । ଗାନ୍ଧୀ ଜୟନ୍ତୀର ୧୫୦ ତମ ପୃର୍ତ୍ତି ଉତ୍ସବ ପାଳନ ନେଇ ଯାଜପୁରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍କୁଲ,କଲେଜ, ଗାଁ ଆସି ମାନଙ୍କ ଗାନ୍ଧୀଗୀରି ସୃଷ୍ଟି କରାଯାଉଛି ।
ଯାଜପୁର ନିର୍ବାଚନୀ ମଣ୍ଡଳୀରେ ବିଧାୟକଙ୍କ ଆହ୍ୱାନରେ ଯେଭଳି ଭାବରେ ଯୁବଗୋଷ୍ଠୀମାନେ ଏକାଠି ହୋଇ ଗାନ୍ଧୀଙ୍କ ନୀତି ଓ ଆର୍ଦଶକୁ ଆପଣାଇଛନ୍ତି ତାହାକୁ ଯାଜପୁରବାସୀ ବେଶ ପ୍ରଂଶସା କରିଛନ୍ତି । ବିଧାୟକ ମଧ୍ୟ ଏଥିଲାଗି ସଭିଁଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ଯୁବ ନେତା ମନୋଜ ସାହୁ, ଚନ୍ଦ୍ରମଣି ସାହୁ , ଦୀପକ ଦାସ, ରଣଜିତ ସାହୁ, ଦିଲ୍ଲୀପ ମହାପାତ୍ର, ଚାନ୍ଦ ଭାଇ, କାଲା ଭାଇ, ପ୍ରମୁଖ ସାମିଲ ହୋଇଥିଲେ l














