ଘରେ ଜନତା ବାହାରେ ସଚିବ : କୋଭିଡ ହସ୍ପିଟାଲରେ 5ଟି ପ୍ରହରୀ

ଦିଲ୍ଲୀରେ ହାଉଜାଉ, ଓଡ଼ିଶାରେ ହାଇ ଆଲଟ 

କୋଭିଡ ହସ୍ପିଟାଲରେ 5ଟି ପ୍ରହରୀ

ଦିନରାତି ଏକ କରିଛନ୍ତି ପ୍ରଶାସନିକ ଅଧିକାରୀ

କରୋନା ମୁକାବିଲାରେ ଓଡିଶା ସାଜିଛି ଉଦାହରଣ 

ଭୁବନେଶ୍ୱର: ଆମେରିକା,ଚୀନ, ଇଟାଲୀ ବିଶ୍ୱର ବିକଶିତ ରାଷ୍ଟ୍ର। ସଭିଙ୍କ ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥା। ହେଲେ କରୋନା ମୁକାବିଲାରେ ସେମାନେ ବିଫଳ କହିଲେ ଭୁଲ ହେବ ନାହିଁ।ହେଲେ ଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସବୁବେଳେ ସଫଳ ହୋଇଛି ଓଡ଼ିଶା। ଯାହାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଛି। କାରଣ ତାଙ୍କ ଦୂରଦୃଷ୍ଟି ସବୁବେଳେ ଓଡ଼ିଶାକୁ କବଚ ପରି ଘୋଡାଇ ରଖିଛି। ଏହା ପୁଣିଥରେ କରୋନା ମୁକାବିଲାକୁ ଦେଖିଲେ ଜଣାପଡୁଛି।

କରୋନା ମୁକାବିଲା ପାଇଁ ନବୀନଙ୍କ ଟିମ୍ ଦିନରାତି ପରିଶ୍ରମ କରୁଛନ୍ତି। ଯାହାର କମାଣ୍ଡ ସମ୍ଭାଳୁଛନ୍ତି ଖୋଦ 5-T ସଚିବ ଭି. କେ ପାଣ୍ଡିଆନ। ଲୋକଙ୍କୁ  ସତର୍କ ଓ ସଚେତନତା ପ୍ରାଥମିକତା ଦେଇ କରୋନାକୁ ରୋକିବା ଦିଗରେ ଅଗ୍ରସର ହେଉଛି ଏହି ଟିମ୍। ଲୋକଙ୍କ ଅସୁବିଧାକୁ ଶୁଣିବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ଯାହା ଆଜି କରୋନା ଆକ୍ରାନ୍ତ ସଂଖ୍ୟା କମାଇବାରେ ସହାୟକ ହୋଇଛି। ଯାହାର ଫଳ ସ୍ୱରୂପ କି
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ଏହା ପଛରେ ପାଣ୍ଡିଆନଙ୍କ ପରିଶ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସେ କରୋନା ମୁକାବିଲାକୁ ଗୁରୁତର ସହ ନେଇ ଯେଉଁ ପରିଶ୍ରମ କରୁଛନ୍ତି ତାହା ସବୁଦିନ ଗଣମାଧ୍ୟମରେ ଜଳଜଳ କରି ଦିଶୁଛି । ଯାହା ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରୁଛି। ଘରୋଇ ହସ୍ପିଟାଲ ସହ ଚୁକ୍ତି ସ୍ଵାକ୍ଷର  କରି ଏକ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କରୁଛି ଓଡ଼ିଶା। ଯାହାକି ଦେଶରେ ପ୍ରଥମ। ଭୁବନେଶ୍ୱରର କିମ୍ସ ଓ ସମ୍ ହସ୍ପିଟାଲରେ ୫୦୦ ଶଯ୍ୟା ଲେଖାଏଁ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହେଉଛି । ଯାହା ୧୫ ଦିନ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବ। ଚୁକ୍ତି ଅନୁସାରେ ହସ୍ପିଟାଲଗୁଡିକ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତି ଠିକ ଚାଲିଛି କି ନାହିଁ  କରୁଛନ୍ତି ତାକୁ ଲୋକ ସେବା ଭବନରୁ ନୁହେଁ, ବରଂ ଗ୍ରାଉଣ୍ଡକୁ ଯାଇ ସମୀକ୍ଷା କରିଛନ୍ତି ଭି. କେ  ପାଣ୍ଡିଆନ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ,ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏବଂ ସିବିକେ ମହାନ୍ତିଙ୍କୁ ଧରି କିମ୍ସରେ ବୁଲି ଦେଖିଛନ୍ତି ସେ। ଏହା ସହ ୧୫ଦିନ ଭିତରେ କାମ ସାରିବାକୁ ପରାମର୍ଶ ଦେଇଛନ୍ତି। ଯେତେବେଳେ କି ଦିଲ୍ଲୀରେ ଲକ୍ ଡାଉନକୁ ଠିକ୍ ରେ ପାଳନ କରାଯାଉ ନାହିଁ ।ରାସ୍ତାରେ ଲୋକ ମେଳି ହେଉଛନ୍ତି। ଏମିତି ସମୟରେ ଓଡ଼ିଶାରେ ଲକ୍ ଡାଉନକୁ ସଠିକ ପରିଚାଳନା କରାଯାଉଛି। କେବଳ ସେତିକି ନୁହେଁ  ଲୋକ ସେବା ଭବନରେ ଘନ ଘନ ସମୀକ୍ଷା ବୈଠକ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି 5-ଟି ସଚିବ l  କୋଭିଡ -19 ବିଷୟରେ ପ୍ରତ୍ୟେକ ଦିନ ଜନସାଧାରଣଙ୍କୁ ଦେଉଛନ୍ତି ରାଜ୍ୟ ସରକାର l  କରୋନା ମୁକାବିଲା ଟିକନିକ ଖବର ଲୋକଙ୍କ ପାଖରେ ପହଂଚାଇବା ପାଇଁ ସୁବ୍ରତ ବାଚୀଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ପୁରା ଅପରେସନଙ୍କୁ ତଦାରଖ କରୁଛନ୍ତି 5-ଟି ସଚିବ ଭି. କେ. ପାଣ୍ଡିଆନ l ତାଙ୍କର ଏପରି ନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସବୁବେଳେ ଗୁରୁ ଦାୟିତ୍ୱ ଦିଅନ୍ତି l ଯାହାକୁ ସେ ଠିକ ଭାବରେ ପରିଚାଳନା କରନ୍ତି l

ଦିଲ ଦୁଃଖ କଲା ଦିଲ୍ଲୀ : ବସଷ୍ଟାଣ୍ଡ 10 ହଜାର ଶ୍ରମିକ ଏକାଠି..

ଭୁବନେଶ୍ୱର :ଦିଲ୍ଲୀରୁ ଆସିଛି ଭୟାନକ ଦୃଶ୍ୟ l ଲକଡାଉନ ସମୟରେ ଘରକୁ ଯିବା ପାଇଁ ହଜାର ହଜାର ଲୋକ ବସ ଷ୍ଟାଣ୍ଡରେ ଏକାଠି ହୋଇଛନ୍ତି l ଗତକାଲି ଦିଲ୍ଲୀର ଏହି ଦୃଶ୍ୟ ପୁରା ଭାରତକୁ ଚକିତ କରିଛି l କରୋନା ଭାଇରସର ବଢୁଥିବା କାରଣରୁ  ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଉଛି। ହେଲେ ଦିଲ୍ଲୀ ସରକାରଙ୍କ  ସ ଏହି ନିଷ୍ପତ୍ତିକୁ ଦିନ ମଜୁରିଆ ଓ ଗରିବଙ୍କମାନେ ଗ୍ରହଣ କରିନାହାନ୍ତି l  କାମ ଧନ୍ଦା ସହିତ ଦୋକାନ ବଜାର ସବୁ ବନ୍ଦ ରହିବାରୁ ସେମାନଙ୍କୁ ଦି ଓଳି ଖାଇବା ମଧ୍ୟ ମିଳିବା ମୁସ୍କିଲ ହୋଇ ପଡିଛି। ଫଳରେ ସେମାନଙ୍କୁ ଗାଁ ଓ ଘରକୁ ଯିବାକୁ ବାହାରି ପଡିଲେ l  ଯେଉଁଥିପାଇଁ  ଦିଲ୍ଲୀର ଆନନ୍ଦ ବିହାର ବସ୍ ଷ୍ଟାଣ୍ଡରେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରମିକ ନିଜ ଘରକୁ  ଯିବାକୁ ଭିଡ ଜମାଇ ଜମାଇଲେ l ଯାହା ଏବେ ପୁରା ଭାରତ ବର୍ଷରେ କରୋନା ନିୟନ୍ତ୍ରଣ ନେଇ ହୋଇଥିବା କଟକଣା ଫିକା କରିଛି  l ପୁରା ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି l

ତେଣୁ ସଭିଙ୍କୁ ଅନୁରୋଧ ରାଜ୍ୟ ଓ କେନ୍ଦ୍ର ସରକାର ଯାହା ଘୋଷଣା କରୁଛନ୍ତି ତାକୁ ମାନି ଚଳନ୍ତୁ l ନହେଲେ କରୋନା ମୁକାବିଲା ସଫଳ ହେବ ନାହିଁ l

ମୋଦି-ନବୀନଙ୍କୁ ଓୟୁଜେର ଚିଠି : ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ବୀମା ଦିଅ

ଭୁବନେଶ୍ୱର: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ)। ସବୁବେଳେ ସାମ୍ବାଦିକଙ୍କ ସହ ନିଜର ହକ ପାଇଁ ଲଢେଇ କରିଆସିଛି ।ଆଜି ସାରା ଦେଶରେ କରୋନା ଭୟ। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକମାନେ କାମ କରୁଛନ୍ତି। ନିଜ ଜୀବନକୁ ବାଜି ଲଗେଇ କରୋନାର ଟିକ୍ ନିକ୍ ଖବର ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ସେଥିପାଇଁ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଓୟୁଜେ ସଭାପତି ତଥା ଜାତୀୟ ସାମ୍ବାଦିକ ସଂଘର ସମ୍ପାଦକ ପ୍ରସନ୍ନ ମାହାନ୍ତି ଦାବି କରିଛନ୍ତି। ଏ ସମ୍ପର୍କରେ ସେ ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଶ୍ରୀ ମହାନ୍ତିଙ୍କ ଦାବି ଅନୁସାରେ ସାମ୍ବାଦିକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ବୀମା ବ୍ୟବସ୍ଥା କରିବା ଆବଶ୍ୟକ । କାରଣ ସରକାରଙ୍କ ସବୁ ଖବରକୁ ସାମ୍ବାଦିକମାନେ ହିଁ ଘରେ ଘରେ ପହଞ୍ଚାଉଛନ୍ତି। ଦିନରାତି ପରିଶ୍ରମ କରୁଛନ୍ତି। ସବୁବେଳେ ବାହାରେ କାମ କରୁଛନ୍ତି। ଯେଉଁଥିପାଇଁ କି ଘର ମାଲିକ ମଧ୍ୟ ଘର ଭଡା ଦେବାକୁ ଡ଼ରୁଛନ୍ତି। ଏପରିକି କାର୍ଯ୍ୟ ବ୍ୟସ୍ଥତା ମଧ୍ୟରେ ସେମାନେ ଖାଇବା ପାଇଁ ମଧ୍ୟ ସମୟ ପାଉନାହାନ୍ତି। ଏତେ ସବୁ ପରେ ମଧ୍ୟ ଉଭୟ ସରକାର ସାମ୍ବାଦିକଙ୍କ ପ୍ରତି ଦୃଷ୍ଟି ନଦେବା ବିଡମ୍ବନାର ବିଷୟ। ଯାହାକୁ କି ବିଭିନ୍ନ ମହଲରେ ମଧ୍ୟ ନିନ୍ଦା କରାଯାଉଛି। ବର୍ତ୍ତମାନ ଏ ଦାବିକୁ ନେଇ ଆଗକୁ ଆସିଛନ୍ତି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି। ଏ ନେଇ ଶ୍ରୀ ମହାନ୍ତି ବାରମ୍ବାର ମଧ୍ୟ ସୋସିଆଲ ମିଡିଆରେ ନିଜର କ୍ଷଭ ପ୍ରକାଶ କରିଆସୁଛନ୍ତି ।ଏହା ସହ ସତର୍କତା ସହ କାମ କରିବା ପାଇଁ ଉପଦେଶ ଦେଉଛନ୍ତି। ଏ ନେଇ ସେ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖିଛନ୍ତି। ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ଘୋଷଣା ହୋଇଥିବା ବେଳେ ସାମ୍ବାଦିକଙ୍କ ପାଇଁ କିଛି ବ୍ୟବସ୍ଥା ହୋଇ ନାହିଁ।
କରୋନା ଏବେ ବିଶ୍ୱର ୧୯୫ ଦେଶକୁ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ଏବେ ସ୍ଥିତି ଖରାପ ଆଡ଼କୁ ଗତି କରୁଛି। କେବଳ ଗତ ୨୪ ଘଣ୍ଟା ଭିତରେ କରୋନାରେ ୧୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ଆଉ ସବୁ ବର୍ଗର ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ଯୋଜନା ଆଣୁଛନ୍ତି। ହେଲେ ସମସ୍ତେ ଘରେ ଥିବା ବେଳେ କରୋନା ସମ୍ପର୍କିତ ଟିକିନିଖି ଖବର ପହଂଚାଉଛନ୍ତି ସାମ୍ବାଦିକମାନେ। ହେଲେ ତାଙ୍କ ପାଇଁ କୌଣସି ପ୍ରକାର ବୀମା ଘୋଷଣା ନ ହେବା ସାମ୍ବାଦିକମାନଙ୍କୁ ବ୍ୟଥିତ କରିଛି। ସେମାନେ ନିଜ ଜୀବନକୁ ବାଜି ଲଗେଇ ଖବର ସଂଗ୍ରହ କରୁଛନ୍ତି ।

ଘୋଷର ମଦ ଭାଟିରେ ଅନ୍ଧାରି ଖେଳ….

କିଶୋର ନଗର: ଅନୁଗୋଳ ଜିଲ୍ଲାର କିଶୋର ନଗର ବ୍ଲକର ଘୋଷର ଗ୍ରାମ । ଏଠାରେ ଥିବା ଦେଶୀ ଭାଟି କର୍ଫ୍ୟୁକୁ ଫୁ କରୁଛି । ବର୍ତ୍ତମାନ ସାରା ଦେଶରେ କର୍ଫ୍ୟୁ ଚାଲିଥିବା ବେଳେ ଦେଶର ସମସ୍ତ ମଦ ଭାଟିକୁ ବନ୍ଦ କରାଯାଇଛି। ହେଲେ ଆଇନ ଆଖିରେ ଧୂଳି ଦେଇ ରାତି ଅଧାରେ ମଦ ବିକ୍ରି ହେଉଛି ଘୋଷର ଭାଟିରୁ। ରାତି ଅନ୍ଧାରରେ ମଦ ରୋଷେଇ କରି କୁଚିଆକୁ ବିକ୍ରି କରୁଛନ୍ତି ଭାଟିର ଲୋକମାନେ। କିଶୋର ନଗର ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଭାଟି। ଏଭଳି ରାତି ଅଧାରେ ମଦ ଚୋରାଚାଲାଣକୁ ପୋଲସ ଜାଣି ନପାରିବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି।
ଗୁରୁବାର ରାତିରେ ଘୋଷର ଦେଶୀ ମଦ ଭାଟିରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। କର୍ଫ୍ୟୁର ପ୍ରଥମ ଦିନରୁ ହିଁ ଏପରି ମଦର ଚୋରା ଚାଲାଣ ହୋଇଆସୁଥିଲା। ଏହା ଜାଣିପାରିଥିଲେ ଗାଁର କିଛି ଯୁବକ। ଏହାକୁ ଧରିବା ପାଇଁ ସେମାନେ ଗୁରୁବାର ରାତିରେ ଭାଟି ପାଖରେ ଛକି ବସିଥିଲେ। ଏବଂ ଭାଟିର କିଛି ଲୋକ କୁଚିଆକୁ ମଦ ବିକୁଥିବା ସମୟରେ ଲୋକଙ୍କ ହାତରେ ଧରାପଡିଥିଲେ। ପରେ ଘଟଣାକୁ ଲୁଚେଇବା ପାଇଁ ଧରିଥିବା ଲୋକମାନକୁ ମଦ ଯାଚୁଥିବାର ଚିତ୍ର ସାମ୍ନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। କର୍ଫ୍ୟୁ ସମୟରେ ଭାଟିର ବେପାରୁଆ ମନବୃତ୍ତିକୁ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି ।

ଆଜିଠାରୁ ବଦଳିଲା ଦୈନିକ ପରିବା ବଜାର ସ୍ଥାନ ।

0

ବ୍ୟାସନଗର : ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ଦୈନିକ ପରିବା ବଜାରକୁ ପ୍ରଶାସନ ପକ୍ଷରୁ ଖୋଲା ଜାଗାକୁ ସ୍ଥାନାନ୍ତର କରାଯାଇଛି ।ବ୍ୟାସନଗର ତଥା ଆଖପାଖ ବିଭିନ୍ନ ଅଞ୍ଚଳର ପରିବା ଚାଷୀ ଓ ଖାଉଟି ମାନେ ପରିବା ପାଇଁ ସାଧାରଣତଃ ଗ୍ରୀନ୍ ମାର୍କେଟ ଓ ଲକ୍ଷ୍ମୀ ମାର୍କେଟ ଉପରେ ନିର୍ଭର କରିଥାନ୍ତି । ସେହି କାରଣରୁ ସେହି ସ୍ଥାନ ଗୁଡିକରେ ଗହଳି ଅଧିକ ହୋଇଥାଏ । ସେହି ସ୍ଥାନରେ ସାମାଜିକ ଦୂରତା ରକ୍ଷା ସମ୍ଭବ ନୁହେଁ । ଏହି କାରଣରୁ ପ୍ରଶାସନ ପକ୍ଷରୁ ଖୋଲା ଜାଗାକୁ ପରିବା ବଜାରକୁ ନହକା ବାଏପାସ୍ ଠାରୁ ଚୋରଦା ବାଏପାସ୍ ପର୍ଯ୍ୟନ୍ତ ମୂଖ୍ୟ ରାସ୍ତା କୁ ସ୍ଥାନାନ୍ତର କରାଯାଇଛି ।

କଟକ ଭାଇଜାନ ଦେଲେ କରୋନା ସଚେତନତା ବାର୍ତ୍ତା ..

କଟକ: କଟକ ହେଉଛି ଭାଇଚାରର ସହର। ଆଜି ପରିସ୍ଥିତିରେ ସାରା ଦେଶ ଭାଇଚାରରେ ବାନ୍ଧି ହୋଇଛି। ଯାହାକୁ କି ସାରା ଓଡ଼ିଶା ସମର୍ଥନ ଜଣାଇଛି। କେହି ବି ଘରୁ ବାହାରୁ ନାହାନ୍ତି । ଆଉ ଯେଉଁମାନେ ଏହାକୁ ମାନୁନାହାନ୍ତି ତାଙ୍କ ପାଇଁ ବାର୍ତ୍ତା ପଠାଇଛନ୍ତି ଅରିନ୍ଦମ ରାୟ। ଓଲିଉଡର ଭାଇଜାନ। ସବୁବେଳେ ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ପାଇଁ ସେ ବେଶ ପରିଚିତ। ଜଣେ ଅଭିନେତା ଭାବରେ ସେ ଯେତିକି ପରିଚିତ ତା ଠାରୁ ଅଧିକ ଜଣେ ସମାଜସେବକ  ଭାବରେ ପରିଚିତ । ସେଥିପାଇଁ ତ ନିର୍ବାଚନ ସମୟରେ ସେ ବିଜେଡିର ଷ୍ଟାର ପ୍ରଚାରକ ହୋଇଥାନ୍ତି ।
ଏବେ ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଭାରତରେ ମଧ୍ୟ ଏବେ କରୋନାକୁ ନେଇ ଭୟର ବାତାବରଣ ।ସେଥିପାଇଁ ଲୋକଙ୍କୁ ସତର୍କ ଓ ସଚେତନତ କରାଇବାରେ ଲାଗିଯାଇଛନ୍ତି ସୁପରଷ୍ଟାର ଅରିନ୍ଦମ । ସୋସିଆଲ ମିଡିଆରେ ଭିଡିଓ ସେୟାର କରୁଛନ୍ତି। କିପରି ସ୍ୱଚ୍ଛତା ଏବଂ ସମାଜିକ ଦୂରତା ରଖିବା ଦ୍ଵାରା କରୋନା ମୁକାବିଲା କରିହେବ ତାହା ବୁଝାଉଛନ୍ତି। ଯାହା କି ଏବେ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି। କେବଳ ଅଭିନୟ ନୁହେଁ ଲୋକଙ୍କ ସେବାକୁ ଆପଣାଇ ନେଇଛନ୍ତି ଏହି ଅଭିନେତା । ପଦ ପଦବୀରୁ ସେ ସବୁବେଳେ ଦୂରରେ ରହି ସେବା ପାଇଁ। ନିଜକୁ ସମର୍ପିତ କରିଛନ୍ତି ସେ।

କରୋନା ପ୍ରଭାବ : ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର : କରୋନା ପାଇଁ ବଦଳୁଛି ସବୁକିଛି l ପ୍ରଥମ ଥର ପାଇଁ ବିଧାନସଭା ବସିବ ଲୋକସେବା ଭବନରେ l ଏପରି ନିଷ୍ପତି ନେଇଛନ୍ତି ବାଚସ୍ପତି l  ବିଧାନସଭା କାର୍ଯ୍ୟସୂଚି ମାର୍ଚ୍ଚ 31 ପରିବର୍ତେ 30ରେ ବ୍ୟୟ ମଞ୍ଜୁରୀ ବିଲ ଆସିଥାନ୍ତା। ହେଲେ ଗତକାଲି ତିରେ ଆମେ ଜାଣିବାକୁ ପାଇଲୁ ଯେ ଆମ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରନା ସଂସ୍ପର୍ଶରେ ଆସିଛି। ତେଣୁ ସମସ୍ତ କର୍ମଚାରୀ ଙ୍କୁ quarantine କରିବା ସହ ବିଧାନସଭା ବିଲ୍ଡିଂକୁ disinfection କରିବା ଆବଶ୍ୟକ। ତେଣୁ ମୁଁ ଆଜି ନିର୍ଦେଶ ଦେଇଛି, ଲୋକସେବା ଭବନ convention ହଲରେ ବିଧାନସଭା ବସିବ। ଯେହେତୁ ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ, ମୁଁ ଅନୁରୋଧ କରୁଛି ସବୁ ଦଳର ନେତାଙ୍କୁ ନିଜ ଦଳର 30 ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବେ। ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ଜଣେଇ ଦେଇଛୁ ବିଧାୟକମାନଙ୍କୁ ନ ଅଟକାଇବାକୁ।

ଆଉ ଦୁଇ ଘଣ୍ଟା କୋହଳ ହେଲା ସମୟ ସୀମା , ଯାଜପୁର ।

0

ଯାଜପୁର  : ମହାମାରୀ କରୋନା ପାଇଁ ଯାଜପୁର ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣୁ ସମଗ୍ର ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଲକଡାଉନ୍ କୁ ସାଧାରଣରେ କିପରି ପାଳନ କରାଯାଉଛି ଏହାକୁ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ନିଜେ  ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଅଧରାତି ପର୍ଯ୍ୟନ୍ତ ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ନଜରକୁ ଆସୁଛି । ଏ ପରିପ୍ରେକ୍ଷୀରେ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ବିକ୍ରି ପାଇଁ ଦୋକାନୀ ମାନଙ୍କୁ ପ୍ରଥମେ ସକାଳ ୭ଟା ଠାରୁ ସକାଳ ୯ଟା ଓ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ କୋହଳ କରାଯାଇଥିଲା । କିନ୍ତୁ ବାସ୍ତବରେ ପ୍ରଶାସନିକ ସ୍ତରରେ ଦିଆଯାଇଥିବା ସମୟ ସୀମା ବିଭିନ୍ନ ଅଞ୍ଚଳର ଜନସଂଖ୍ୟା ଭିନ୍ନ ହେତୁ ପର୍ଯ୍ଯାପ୍ତ ନୁହେଁ । ଏହି କାରଣ ଦର୍ଶାଇ ଯାଜପୁର ରୋଡ୍ ର କିଛି ବ୍ଯବସାୟୀଙ୍କ ସହ ବ୍ୟାସନଗର ପ୍ରେସ୍ ଫୋରମ୍ ଓ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ୍ ର ସଭାପତି ତଥା ‘ଓ ‘ ଟିଭି ର ବରିଷ୍ଠ ଏବଂ ଯାଜପୁର ବ୍ୟୁରୋ ଚିଫ୍ ଶ୍ରୀ ଅଭୟ ପତି ଗତକାଲି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏ ସଂପର୍କରେ ଆଲୋଚନା ପରେ ଜିଲ୍ଲାପାଳ ବାସ୍ତବତା ହୃଦୟଙ୍ଗମ କରି ପୂର୍ବରୁ ନିର୍ଦ୍ଧାରିତ ସମୟ ସୀମାକୁ ଆଉ ୨ ଘଣ୍ଟା କୋହଳ କରିଛନ୍ତି । ଆସନ୍ତା କାଲିଠାରୁ ଦୋକାନୀ ମାନେ ସକାଳ ୭ଟା ଠାରୁ ୧୧ଟା ଓ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଉପଯୁକ୍ତ ନିୟମ ମାନି କିିିଣାବିକା କରିପାରିବେ । ଆଜି ମିଳିଥିବା ସୂଚନା ଅନୁଯାୟୀ ଜିିଲ୍ଲାର ବିଭିନ୍ନ ସ୍ଥାନରେ ନିିିୟମ ଉଲଙ୍ଘନ କରି ମୋଟ ୧୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହେବା ସହ ୩୯ଟି ଗାଡି ଜବତ କରାଯାଇଛି ।

ଦେଶ ପାଇଁ ଉଦାହରଣ ସାଜିଲେ ନବୀନ : ଓଡ଼ିଶା ଦେଶରେ ବଡ କୋଭିଡ ହସ୍ପିଟାଲ ନିର୍ମାଣ କରିବ…

ଭୁବନେଶ୍ୱର :ପୁଣି ନବୀନ ସାଜିଲେ ଉଦାହରଣ l ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରି ନବୀନ ଦେଶକୁ ଦେଇଛନ୍ତି ସନ୍ଦେଶ l  ଦୁଇ ସପ୍ତାହ ଭିତରେ ଏହି ହସ୍ପିଟାଲ ପ୍ରସ୍ତୁତ ହେବ l ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡିଶା କରୋନା ସ୍ଥିତି ନିୟନ୍ତ୍ରଣ ରହିବା ସଫଳତା ସହ ରାଜ୍ୟ ସରକାର କାମ କରୁଛନ୍ତି l ତେବେ ସବୁବେଳେ ପୂର୍ବ ପ୍ରସ୍ତୁତି କରୁଥିବା ନବୀନ  ରାଜ୍ୟରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନେଇ ଆଜି ଲୋକସଭା ଭବନରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଓଡ଼ିଶାରେ ଦେଶର ବଡ କୋଭିଡ ହସ୍ପିଟାଲ ନିର୍ମାଣ କରିବ l ନେଇ ରାଜ୍ୟର ଦୁଇ ବୃହତ ହସ୍ପିଟାଲ  କିମ୍ସ ଓ ସମ୍ ମେଡିକାଲ କର୍ତୃପକ୍ଷଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ଦୁଇ ଘରୋଇ  ହସ୍ପିଟାଲରେ କେବଳ କୋଭିଡ୍-୧୯ ରୋଗୀଙ୍କୁ ଚିକିତ୍ସା ଦିଆଯିବ। ଏଥିଲାଗି ଓଡି଼ଶା ଖଣି ନିଗମ ଓ ଏମସିଏଲ୍ କର୍ତ୍ତୃପକ୍ଷ ସହାୟତା ପ୍ରଦାନ କରିବେ। ଉଭୟଙ୍କ ସିଏସ୍ଆର ପାଣ୍ଠି ଅର୍ଥ ଏ ବାବଦରେ ଖର୍ଚ୍ଚ ହେବ। ଦୁଇ ସପ୍ତାହ ଭିତରେ  ଏହି ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ଲାଗି ସରକାର ଯୋଜନା କରିଛନ୍ତି। କିମସ ହସ୍ସିଟାଲ  ୪୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ କରୋନା ପାଇଁ କରିବ । ସେହିପରି ଦ୍ବିତୀୟ ସମ୍ ହସ୍ପିଟାଲ  ୫୦୦ ଶଯ୍ୟା ବିଶିଷ୍ଟ  କରୋନା ହସ୍ପିଟାଲ କରିବ l ଏହି ହସ୍ପିଟାଲରେ   ଆଇସିୟୁ ବ୍ୟବସ୍ଥା ମଧ୍ୟ ରହିବ l

କରୋନା ନେଇ ନବୀନ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l

ବିପଦର ବନ୍ଧୁ ବବି….

  1. ଯାଜପୁର: ପ୍ରଣବ ପ୍ରକାଶ ଦାସ(ବବି ) । ଯାଜପୁର ବିଧାୟକ ଏବଂ ବିଜେଡି ସାଂଗଠନ ସମ୍ପାଦକ। ତାଙ୍କର ନିଷ୍ଠା, ପରିଶ୍ରମ ଓ ଲୋକଙ୍କ ପାଇଁ ସେବା କରିବା ମନବୃତ୍ତୀ ଆଜି ତାଙ୍କୁ ଓଡ଼ିଶାର ଦ୍ୱିତୀୟ ଶକ୍ତିଶାଳୀ ରାଜନେତାଭାବେ ପରିଚୟ କରିଛି । କଥା ନୁହେଁ କାମରେ ସେ ସବୁବେଳେ ବିଶ୍ୱାସ କରନ୍ତି । କେବଳ ଭୋଟ ପାଇଁ ନିର୍ବାଚନ ଲଢ଼ନ୍ତି ନି ସେ । ଲୋକଙ୍କ ସୁବିଧା ଅସୁବିଧାର ସେ ବଡ ସାଥି ହୁଅନ୍ତି । ଲୋକଙ୍କ ପାଇଁ ସେ ଦିନ ରାତି ପରିଶ୍ରମ କରିଥାନ୍ତି। ଯେଉଁଠି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଅତ୍ୟନ୍ତ ବିଶ୍ୱସ୍ତ ହୋଇଛନ୍ତି l
    ସାରା ଦେଶରେ ଏବେ କରୋନାକୁ ନେଇ ଲକ୍ ଡାଉନ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଣବ ମିଶି ଏହି ଲକ୍ ଡାଉନକୁ ସଫଳ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ଆଲୋଚନା କରୁଛନ୍ତି l ସବୁଠାରୁ ବଡ କଥା ହେଉଛି ଚାରିଆଡେ ଏବେ ଶୁନ୍ ଶାନ୍। କେହି ଘରୁ ବାହାରି ପାରୁନାହାନ୍ତି । ଚାରିଆଡେ ପୋଲିସ ଛାଉଣୀ ।ଯାହା ଫଳରେ ନେତା ବି ଘରୁ ବାହାରିବା ମୁସ୍କିଲ ହେଲାଣି। କିନ୍ତୁ ପ୍ରଣବ ଯାଜପୁର ତଥା ଓଡିଶାବାସୀ କିପରି କରୋନାରୁ ସୁରକ୍ଷିତ ରହିବେ ସେଥିପାଇଁ ଚେଷ୍ଟା ଜାରିରଖିଛନ୍ତି । ଭୁବନେଶ୍ୱର ରୁ ଯାଜପୁର ଆଉ ଯାଜପୁରରୁ ଭୁବନେଶ୍ୱର ଯିବା ଆସିବା କରୁଛନ୍ତି ସବୁ ଦିନ l ପ୍ରତିଦିନ ସକାଳୁ ସେ ନିଜେ ୨ ଘଣ୍ଟା ଯାଜପୁରର ସଫେଇ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି ।ପରେ ଭୁବନେଶ୍ୱର ଆସି ଲୋକ ସେବା ଭବନରେ କରୋନା ମୁକାବିଲା ନେଇ ହେଉଥିବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି l ପ୍ରସ୍ତୁତ ହେଉଛି  କରୋନା ମୁକାବିଲା ଲାଗି  ବ୍ଲୁ ପ୍ରିଣ୍ଟ l  ଲୋକସେବା ଭବନରେ କାମ ସରିଲା ପରେ ପୁଣି ସେ ୩ଟା ବେଳେ ଯାଜପୁର ଗସ୍ତ କରୁଛନ୍ତି l ଆଉ ପହଁଚିକି  ନିଜ ନିର୍ବାଚନ ମଣ୍ଡଳିକୁ କରୋନା ମୁକାବିଲାର ତଦାରଖ କରୁଛନ୍ତି l
    ଦିନ ରାତିକୁ ଖାତିର ନ କରି କରୋନା ନିରାକାରଣ ପାଇଁ ସେ କାମ କରୁଛନ୍ତି। ଯେଉଁ କାରଣରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା ମିଳୁଛି। କେବଳ ଯାଜପୁର ନୁହେଁ ସାରା ଓଡ଼ିଶା ତାଙ୍କ କାର୍ଯ୍ୟଦକ୍ଷତାକୁ ସଲାମ କରୁଛି। ଲୋକଙ୍କ ସୁଖ ଦୁଃଖର ସାଥି ସେ।  କେବଳ ସେତିକି ନୁହେଁ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସଚେତନ କରାଇଛନ୍ତି ମଧ୍ୟ । ଯେଉଁଥି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ନେତା ହୋଇପାରିଛନ୍ତି। ଗତକାଲି ଯେତେବେଳେ ସାରା ଯାଜପୁର ଶୋଇ ପଡ଼ିଥିଲା ସେତେବେଳେ ବିଧାୟକ ପ୍ରଣବ ମେଡିକାଲ, କଲେଜ ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ପୁରା ଯାଜପୁର ଜିଲ୍ଲାର ପରିଷ୍କାର ପରିଚ୍ଛନତାକୁ ତଦାରଖ କରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news