ବିପଦର ବନ୍ଧୁ ବବି….

- Advertisement -
  1. ଯାଜପୁର: ପ୍ରଣବ ପ୍ରକାଶ ଦାସ(ବବି ) । ଯାଜପୁର ବିଧାୟକ ଏବଂ ବିଜେଡି ସାଂଗଠନ ସମ୍ପାଦକ। ତାଙ୍କର ନିଷ୍ଠା, ପରିଶ୍ରମ ଓ ଲୋକଙ୍କ ପାଇଁ ସେବା କରିବା ମନବୃତ୍ତୀ ଆଜି ତାଙ୍କୁ ଓଡ଼ିଶାର ଦ୍ୱିତୀୟ ଶକ୍ତିଶାଳୀ ରାଜନେତାଭାବେ ପରିଚୟ କରିଛି । କଥା ନୁହେଁ କାମରେ ସେ ସବୁବେଳେ ବିଶ୍ୱାସ କରନ୍ତି । କେବଳ ଭୋଟ ପାଇଁ ନିର୍ବାଚନ ଲଢ଼ନ୍ତି ନି ସେ । ଲୋକଙ୍କ ସୁବିଧା ଅସୁବିଧାର ସେ ବଡ ସାଥି ହୁଅନ୍ତି । ଲୋକଙ୍କ ପାଇଁ ସେ ଦିନ ରାତି ପରିଶ୍ରମ କରିଥାନ୍ତି। ଯେଉଁଠି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଅତ୍ୟନ୍ତ ବିଶ୍ୱସ୍ତ ହୋଇଛନ୍ତି l
    ସାରା ଦେଶରେ ଏବେ କରୋନାକୁ ନେଇ ଲକ୍ ଡାଉନ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଣବ ମିଶି ଏହି ଲକ୍ ଡାଉନକୁ ସଫଳ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ଆଲୋଚନା କରୁଛନ୍ତି l ସବୁଠାରୁ ବଡ କଥା ହେଉଛି ଚାରିଆଡେ ଏବେ ଶୁନ୍ ଶାନ୍। କେହି ଘରୁ ବାହାରି ପାରୁନାହାନ୍ତି । ଚାରିଆଡେ ପୋଲିସ ଛାଉଣୀ ।ଯାହା ଫଳରେ ନେତା ବି ଘରୁ ବାହାରିବା ମୁସ୍କିଲ ହେଲାଣି। କିନ୍ତୁ ପ୍ରଣବ ଯାଜପୁର ତଥା ଓଡିଶାବାସୀ କିପରି କରୋନାରୁ ସୁରକ୍ଷିତ ରହିବେ ସେଥିପାଇଁ ଚେଷ୍ଟା ଜାରିରଖିଛନ୍ତି । ଭୁବନେଶ୍ୱର ରୁ ଯାଜପୁର ଆଉ ଯାଜପୁରରୁ ଭୁବନେଶ୍ୱର ଯିବା ଆସିବା କରୁଛନ୍ତି ସବୁ ଦିନ l ପ୍ରତିଦିନ ସକାଳୁ ସେ ନିଜେ ୨ ଘଣ୍ଟା ଯାଜପୁରର ସଫେଇ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି ।ପରେ ଭୁବନେଶ୍ୱର ଆସି ଲୋକ ସେବା ଭବନରେ କରୋନା ମୁକାବିଲା ନେଇ ହେଉଥିବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି l ପ୍ରସ୍ତୁତ ହେଉଛି  କରୋନା ମୁକାବିଲା ଲାଗି  ବ୍ଲୁ ପ୍ରିଣ୍ଟ l  ଲୋକସେବା ଭବନରେ କାମ ସରିଲା ପରେ ପୁଣି ସେ ୩ଟା ବେଳେ ଯାଜପୁର ଗସ୍ତ କରୁଛନ୍ତି l ଆଉ ପହଁଚିକି  ନିଜ ନିର୍ବାଚନ ମଣ୍ଡଳିକୁ କରୋନା ମୁକାବିଲାର ତଦାରଖ କରୁଛନ୍ତି l
    ଦିନ ରାତିକୁ ଖାତିର ନ କରି କରୋନା ନିରାକାରଣ ପାଇଁ ସେ କାମ କରୁଛନ୍ତି। ଯେଉଁ କାରଣରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା ମିଳୁଛି। କେବଳ ଯାଜପୁର ନୁହେଁ ସାରା ଓଡ଼ିଶା ତାଙ୍କ କାର୍ଯ୍ୟଦକ୍ଷତାକୁ ସଲାମ କରୁଛି। ଲୋକଙ୍କ ସୁଖ ଦୁଃଖର ସାଥି ସେ।  କେବଳ ସେତିକି ନୁହେଁ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସଚେତନ କରାଇଛନ୍ତି ମଧ୍ୟ । ଯେଉଁଥି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ନେତା ହୋଇପାରିଛନ୍ତି। ଗତକାଲି ଯେତେବେଳେ ସାରା ଯାଜପୁର ଶୋଇ ପଡ଼ିଥିଲା ସେତେବେଳେ ବିଧାୟକ ପ୍ରଣବ ମେଡିକାଲ, କଲେଜ ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ପୁରା ଯାଜପୁର ଜିଲ୍ଲାର ପରିଷ୍କାର ପରିଚ୍ଛନତାକୁ ତଦାରଖ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles