ଦେଶ ପାଇଁ ଉଦାହରଣ ସାଜିଲେ ନବୀନ : ଓଡ଼ିଶା ଦେଶରେ ବଡ କୋଭିଡ ହସ୍ପିଟାଲ ନିର୍ମାଣ କରିବ…

- Advertisement -

ଭୁବନେଶ୍ୱର :ପୁଣି ନବୀନ ସାଜିଲେ ଉଦାହରଣ l ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରି ନବୀନ ଦେଶକୁ ଦେଇଛନ୍ତି ସନ୍ଦେଶ l  ଦୁଇ ସପ୍ତାହ ଭିତରେ ଏହି ହସ୍ପିଟାଲ ପ୍ରସ୍ତୁତ ହେବ l ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡିଶା କରୋନା ସ୍ଥିତି ନିୟନ୍ତ୍ରଣ ରହିବା ସଫଳତା ସହ ରାଜ୍ୟ ସରକାର କାମ କରୁଛନ୍ତି l ତେବେ ସବୁବେଳେ ପୂର୍ବ ପ୍ରସ୍ତୁତି କରୁଥିବା ନବୀନ  ରାଜ୍ୟରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନେଇ ଆଜି ଲୋକସଭା ଭବନରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଓଡ଼ିଶାରେ ଦେଶର ବଡ କୋଭିଡ ହସ୍ପିଟାଲ ନିର୍ମାଣ କରିବ l ନେଇ ରାଜ୍ୟର ଦୁଇ ବୃହତ ହସ୍ପିଟାଲ  କିମ୍ସ ଓ ସମ୍ ମେଡିକାଲ କର୍ତୃପକ୍ଷଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ଦୁଇ ଘରୋଇ  ହସ୍ପିଟାଲରେ କେବଳ କୋଭିଡ୍-୧୯ ରୋଗୀଙ୍କୁ ଚିକିତ୍ସା ଦିଆଯିବ। ଏଥିଲାଗି ଓଡି଼ଶା ଖଣି ନିଗମ ଓ ଏମସିଏଲ୍ କର୍ତ୍ତୃପକ୍ଷ ସହାୟତା ପ୍ରଦାନ କରିବେ। ଉଭୟଙ୍କ ସିଏସ୍ଆର ପାଣ୍ଠି ଅର୍ଥ ଏ ବାବଦରେ ଖର୍ଚ୍ଚ ହେବ। ଦୁଇ ସପ୍ତାହ ଭିତରେ  ଏହି ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ଲାଗି ସରକାର ଯୋଜନା କରିଛନ୍ତି। କିମସ ହସ୍ସିଟାଲ  ୪୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ କରୋନା ପାଇଁ କରିବ । ସେହିପରି ଦ୍ବିତୀୟ ସମ୍ ହସ୍ପିଟାଲ  ୫୦୦ ଶଯ୍ୟା ବିଶିଷ୍ଟ  କରୋନା ହସ୍ପିଟାଲ କରିବ l ଏହି ହସ୍ପିଟାଲରେ   ଆଇସିୟୁ ବ୍ୟବସ୍ଥା ମଧ୍ୟ ରହିବ l

କରୋନା ନେଇ ନବୀନ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l

 

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles