ମୋଦି-ନବୀନଙ୍କୁ ଓୟୁଜେର ଚିଠି : ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ବୀମା ଦିଅ

- Advertisement -

ଭୁବନେଶ୍ୱର: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ)। ସବୁବେଳେ ସାମ୍ବାଦିକଙ୍କ ସହ ନିଜର ହକ ପାଇଁ ଲଢେଇ କରିଆସିଛି ।ଆଜି ସାରା ଦେଶରେ କରୋନା ଭୟ। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକମାନେ କାମ କରୁଛନ୍ତି। ନିଜ ଜୀବନକୁ ବାଜି ଲଗେଇ କରୋନାର ଟିକ୍ ନିକ୍ ଖବର ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ସେଥିପାଇଁ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଓୟୁଜେ ସଭାପତି ତଥା ଜାତୀୟ ସାମ୍ବାଦିକ ସଂଘର ସମ୍ପାଦକ ପ୍ରସନ୍ନ ମାହାନ୍ତି ଦାବି କରିଛନ୍ତି। ଏ ସମ୍ପର୍କରେ ସେ ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଶ୍ରୀ ମହାନ୍ତିଙ୍କ ଦାବି ଅନୁସାରେ ସାମ୍ବାଦିକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ବୀମା ବ୍ୟବସ୍ଥା କରିବା ଆବଶ୍ୟକ । କାରଣ ସରକାରଙ୍କ ସବୁ ଖବରକୁ ସାମ୍ବାଦିକମାନେ ହିଁ ଘରେ ଘରେ ପହଞ୍ଚାଉଛନ୍ତି। ଦିନରାତି ପରିଶ୍ରମ କରୁଛନ୍ତି। ସବୁବେଳେ ବାହାରେ କାମ କରୁଛନ୍ତି। ଯେଉଁଥିପାଇଁ କି ଘର ମାଲିକ ମଧ୍ୟ ଘର ଭଡା ଦେବାକୁ ଡ଼ରୁଛନ୍ତି। ଏପରିକି କାର୍ଯ୍ୟ ବ୍ୟସ୍ଥତା ମଧ୍ୟରେ ସେମାନେ ଖାଇବା ପାଇଁ ମଧ୍ୟ ସମୟ ପାଉନାହାନ୍ତି। ଏତେ ସବୁ ପରେ ମଧ୍ୟ ଉଭୟ ସରକାର ସାମ୍ବାଦିକଙ୍କ ପ୍ରତି ଦୃଷ୍ଟି ନଦେବା ବିଡମ୍ବନାର ବିଷୟ। ଯାହାକୁ କି ବିଭିନ୍ନ ମହଲରେ ମଧ୍ୟ ନିନ୍ଦା କରାଯାଉଛି। ବର୍ତ୍ତମାନ ଏ ଦାବିକୁ ନେଇ ଆଗକୁ ଆସିଛନ୍ତି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି। ଏ ନେଇ ଶ୍ରୀ ମହାନ୍ତି ବାରମ୍ବାର ମଧ୍ୟ ସୋସିଆଲ ମିଡିଆରେ ନିଜର କ୍ଷଭ ପ୍ରକାଶ କରିଆସୁଛନ୍ତି ।ଏହା ସହ ସତର୍କତା ସହ କାମ କରିବା ପାଇଁ ଉପଦେଶ ଦେଉଛନ୍ତି। ଏ ନେଇ ସେ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖିଛନ୍ତି। ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ଘୋଷଣା ହୋଇଥିବା ବେଳେ ସାମ୍ବାଦିକଙ୍କ ପାଇଁ କିଛି ବ୍ୟବସ୍ଥା ହୋଇ ନାହିଁ।
କରୋନା ଏବେ ବିଶ୍ୱର ୧୯୫ ଦେଶକୁ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ ଏବେ ସ୍ଥିତି ଖରାପ ଆଡ଼କୁ ଗତି କରୁଛି। କେବଳ ଗତ ୨୪ ଘଣ୍ଟା ଭିତରେ କରୋନାରେ ୧୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ଆଉ ସବୁ ବର୍ଗର ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ଯୋଜନା ଆଣୁଛନ୍ତି। ହେଲେ ସମସ୍ତେ ଘରେ ଥିବା ବେଳେ କରୋନା ସମ୍ପର୍କିତ ଟିକିନିଖି ଖବର ପହଂଚାଉଛନ୍ତି ସାମ୍ବାଦିକମାନେ। ହେଲେ ତାଙ୍କ ପାଇଁ କୌଣସି ପ୍ରକାର ବୀମା ଘୋଷଣା ନ ହେବା ସାମ୍ବାଦିକମାନଙ୍କୁ ବ୍ୟଥିତ କରିଛି। ସେମାନେ ନିଜ ଜୀବନକୁ ବାଜି ଲଗେଇ ଖବର ସଂଗ୍ରହ କରୁଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles