ଘରେ ଜନତା ବାହାରେ ସଚିବ : କୋଭିଡ ହସ୍ପିଟାଲରେ 5ଟି ପ୍ରହରୀ

- Advertisement -

ଦିଲ୍ଲୀରେ ହାଉଜାଉ, ଓଡ଼ିଶାରେ ହାଇ ଆଲଟ 

କୋଭିଡ ହସ୍ପିଟାଲରେ 5ଟି ପ୍ରହରୀ

ଦିନରାତି ଏକ କରିଛନ୍ତି ପ୍ରଶାସନିକ ଅଧିକାରୀ

କରୋନା ମୁକାବିଲାରେ ଓଡିଶା ସାଜିଛି ଉଦାହରଣ 

ଭୁବନେଶ୍ୱର: ଆମେରିକା,ଚୀନ, ଇଟାଲୀ ବିଶ୍ୱର ବିକଶିତ ରାଷ୍ଟ୍ର। ସଭିଙ୍କ ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥା। ହେଲେ କରୋନା ମୁକାବିଲାରେ ସେମାନେ ବିଫଳ କହିଲେ ଭୁଲ ହେବ ନାହିଁ।ହେଲେ ଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସବୁବେଳେ ସଫଳ ହୋଇଛି ଓଡ଼ିଶା। ଯାହାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଛି। କାରଣ ତାଙ୍କ ଦୂରଦୃଷ୍ଟି ସବୁବେଳେ ଓଡ଼ିଶାକୁ କବଚ ପରି ଘୋଡାଇ ରଖିଛି। ଏହା ପୁଣିଥରେ କରୋନା ମୁକାବିଲାକୁ ଦେଖିଲେ ଜଣାପଡୁଛି।

କରୋନା ମୁକାବିଲା ପାଇଁ ନବୀନଙ୍କ ଟିମ୍ ଦିନରାତି ପରିଶ୍ରମ କରୁଛନ୍ତି। ଯାହାର କମାଣ୍ଡ ସମ୍ଭାଳୁଛନ୍ତି ଖୋଦ 5-T ସଚିବ ଭି. କେ ପାଣ୍ଡିଆନ। ଲୋକଙ୍କୁ  ସତର୍କ ଓ ସଚେତନତା ପ୍ରାଥମିକତା ଦେଇ କରୋନାକୁ ରୋକିବା ଦିଗରେ ଅଗ୍ରସର ହେଉଛି ଏହି ଟିମ୍। ଲୋକଙ୍କ ଅସୁବିଧାକୁ ଶୁଣିବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ଯାହା ଆଜି କରୋନା ଆକ୍ରାନ୍ତ ସଂଖ୍ୟା କମାଇବାରେ ସହାୟକ ହୋଇଛି। ଯାହାର ଫଳ ସ୍ୱରୂପ କି
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ଏହା ପଛରେ ପାଣ୍ଡିଆନଙ୍କ ପରିଶ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସେ କରୋନା ମୁକାବିଲାକୁ ଗୁରୁତର ସହ ନେଇ ଯେଉଁ ପରିଶ୍ରମ କରୁଛନ୍ତି ତାହା ସବୁଦିନ ଗଣମାଧ୍ୟମରେ ଜଳଜଳ କରି ଦିଶୁଛି । ଯାହା ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରୁଛି। ଘରୋଇ ହସ୍ପିଟାଲ ସହ ଚୁକ୍ତି ସ୍ଵାକ୍ଷର  କରି ଏକ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କରୁଛି ଓଡ଼ିଶା। ଯାହାକି ଦେଶରେ ପ୍ରଥମ। ଭୁବନେଶ୍ୱରର କିମ୍ସ ଓ ସମ୍ ହସ୍ପିଟାଲରେ ୫୦୦ ଶଯ୍ୟା ଲେଖାଏଁ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହେଉଛି । ଯାହା ୧୫ ଦିନ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବ। ଚୁକ୍ତି ଅନୁସାରେ ହସ୍ପିଟାଲଗୁଡିକ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତି ଠିକ ଚାଲିଛି କି ନାହିଁ  କରୁଛନ୍ତି ତାକୁ ଲୋକ ସେବା ଭବନରୁ ନୁହେଁ, ବରଂ ଗ୍ରାଉଣ୍ଡକୁ ଯାଇ ସମୀକ୍ଷା କରିଛନ୍ତି ଭି. କେ  ପାଣ୍ଡିଆନ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ,ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏବଂ ସିବିକେ ମହାନ୍ତିଙ୍କୁ ଧରି କିମ୍ସରେ ବୁଲି ଦେଖିଛନ୍ତି ସେ। ଏହା ସହ ୧୫ଦିନ ଭିତରେ କାମ ସାରିବାକୁ ପରାମର୍ଶ ଦେଇଛନ୍ତି। ଯେତେବେଳେ କି ଦିଲ୍ଲୀରେ ଲକ୍ ଡାଉନକୁ ଠିକ୍ ରେ ପାଳନ କରାଯାଉ ନାହିଁ ।ରାସ୍ତାରେ ଲୋକ ମେଳି ହେଉଛନ୍ତି। ଏମିତି ସମୟରେ ଓଡ଼ିଶାରେ ଲକ୍ ଡାଉନକୁ ସଠିକ ପରିଚାଳନା କରାଯାଉଛି। କେବଳ ସେତିକି ନୁହେଁ  ଲୋକ ସେବା ଭବନରେ ଘନ ଘନ ସମୀକ୍ଷା ବୈଠକ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି 5-ଟି ସଚିବ l  କୋଭିଡ -19 ବିଷୟରେ ପ୍ରତ୍ୟେକ ଦିନ ଜନସାଧାରଣଙ୍କୁ ଦେଉଛନ୍ତି ରାଜ୍ୟ ସରକାର l  କରୋନା ମୁକାବିଲା ଟିକନିକ ଖବର ଲୋକଙ୍କ ପାଖରେ ପହଂଚାଇବା ପାଇଁ ସୁବ୍ରତ ବାଚୀଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ପୁରା ଅପରେସନଙ୍କୁ ତଦାରଖ କରୁଛନ୍ତି 5-ଟି ସଚିବ ଭି. କେ. ପାଣ୍ଡିଆନ l ତାଙ୍କର ଏପରି ନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସବୁବେଳେ ଗୁରୁ ଦାୟିତ୍ୱ ଦିଅନ୍ତି l ଯାହାକୁ ସେ ଠିକ ଭାବରେ ପରିଚାଳନା କରନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles