ଘୋଷର ମଦ ଭାଟିରେ ଅନ୍ଧାରି ଖେଳ….

- Advertisement -

କିଶୋର ନଗର: ଅନୁଗୋଳ ଜିଲ୍ଲାର କିଶୋର ନଗର ବ୍ଲକର ଘୋଷର ଗ୍ରାମ । ଏଠାରେ ଥିବା ଦେଶୀ ଭାଟି କର୍ଫ୍ୟୁକୁ ଫୁ କରୁଛି । ବର୍ତ୍ତମାନ ସାରା ଦେଶରେ କର୍ଫ୍ୟୁ ଚାଲିଥିବା ବେଳେ ଦେଶର ସମସ୍ତ ମଦ ଭାଟିକୁ ବନ୍ଦ କରାଯାଇଛି। ହେଲେ ଆଇନ ଆଖିରେ ଧୂଳି ଦେଇ ରାତି ଅଧାରେ ମଦ ବିକ୍ରି ହେଉଛି ଘୋଷର ଭାଟିରୁ। ରାତି ଅନ୍ଧାରରେ ମଦ ରୋଷେଇ କରି କୁଚିଆକୁ ବିକ୍ରି କରୁଛନ୍ତି ଭାଟିର ଲୋକମାନେ। କିଶୋର ନଗର ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଭାଟି। ଏଭଳି ରାତି ଅଧାରେ ମଦ ଚୋରାଚାଲାଣକୁ ପୋଲସ ଜାଣି ନପାରିବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି।
ଗୁରୁବାର ରାତିରେ ଘୋଷର ଦେଶୀ ମଦ ଭାଟିରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। କର୍ଫ୍ୟୁର ପ୍ରଥମ ଦିନରୁ ହିଁ ଏପରି ମଦର ଚୋରା ଚାଲାଣ ହୋଇଆସୁଥିଲା। ଏହା ଜାଣିପାରିଥିଲେ ଗାଁର କିଛି ଯୁବକ। ଏହାକୁ ଧରିବା ପାଇଁ ସେମାନେ ଗୁରୁବାର ରାତିରେ ଭାଟି ପାଖରେ ଛକି ବସିଥିଲେ। ଏବଂ ଭାଟିର କିଛି ଲୋକ କୁଚିଆକୁ ମଦ ବିକୁଥିବା ସମୟରେ ଲୋକଙ୍କ ହାତରେ ଧରାପଡିଥିଲେ। ପରେ ଘଟଣାକୁ ଲୁଚେଇବା ପାଇଁ ଧରିଥିବା ଲୋକମାନକୁ ମଦ ଯାଚୁଥିବାର ଚିତ୍ର ସାମ୍ନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। କର୍ଫ୍ୟୁ ସମୟରେ ଭାଟିର ବେପାରୁଆ ମନବୃତ୍ତିକୁ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles