ନବୀନଙ୍କ ମୁଖ୍ୟ କରୋନା ଯୋଦ୍ଧା……

 

ନବୀନଙ୍କ କରୋନା ଯୋଦ୍ଧା 

ଲୋକେ ଭିତରେ, ସେମାନେ ବାହାରେ

ଜାଗ୍ରତ ପହରୀ ପରି ବାଡ଼ ପକାଇଛନ୍ତି କରୋନା ପାଇଁ 

ପରିଶ୍ରମ ଯୋଗୁଁ ଆୟତ ଅଛି କରୋନା

ସବୁଠି ଓଡିଶାର ଜୟ ଗାନ 

ଭୁବନେଶ୍ୱର: କରୋନା ମୁକାବିଲାରେ ଓଡ଼ିଶା ଏକ ନମ୍ବର। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏହା ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ। ପ୍ରଧାନମନ୍ତ୍ରୀ ଭାରତକୁ ଲକ୍ ଡାଉନ ଘୋଷଣା କରିବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଲକ୍ ଡାଉନ ଘୋଷଣା କରିସାରିଥିଲେ। କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅନେକେ ପଦକ୍ଷେପ ନିଆଯାଇଛି।ଯେମିତି କି ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ କରୋନା ବିଷୟରେ ସଚେତନ କରାଇବା ପାଇଁ ସ୍ୱତନ୍ତ୍ର ମୁଖପାତ୍ର ନିଯୁକ୍ତି କରାଯାଇଛି । ଯିଏ କି ଚବିଶ ଘଣ୍ଟାରେ ଦୁଇଥର ପ୍ରେସ ମିଟ କରି କରୋନା ସମ୍ବନ୍ଧୀୟ ଟିକ୍ ନିକ୍ ଖବର ଲୋକଙ୍କୁ ଦେଉଛନ୍ତି। ଲୋକସେବା ଭବନରେ କରୋନା ସମ୍ବନ୍ଧୀୟ ଘନ ଘନ ବୈଠକ କରିବା। ସ୍ବାସ୍ଥ୍ୟ,ପରିବହନ ଓ ଯୋଗାଣ ବିଭାଗକୁ ଗୁରୁତ୍ୱ ଦେବା।ଜିଲ୍ଲାସ୍ତରରେ କାର୍ଯ୍ୟକୁ ଭିଡିଓ କନ୍ଫରେନ୍ସିଂଗରେ ତଦାରଖ କରିବା। ପୋଲିସକୁ ଲକ୍ ଡାଉନ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା। ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା।ପ୍ରବାସୀ ଓଡିଆଙ୍କ ସମସ୍ୟା ଦୂର କରିବା।କରୋନାକୁ ନେଇ ଦେଶରେ ପ୍ରଥମ କୋଭିଡ 19 ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବା। ବିରୋଧୀଙ୍କ ପରାମର୍ଶକୁ ଗ୍ରହଣ କରିବା।୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲିବା। କରୋନା ମୁକାବିଲାକୁ ଓଡ଼ିଶାରେ ଅଧିକ କ୍ରିୟାଶୀଳ କରିପାରିଛି। ଏହା ସହ କେନ୍ଦ୍ର ଗାଇଡ଼ ଲାଇନକୁ ସଠିକ ପରିଚାଳନା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗରେ ଅଛି। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମର ଏପରି ପଦକ୍ଷେପ ପାଇଁ କରୋନା ରାଜ୍ୟରେ ବିଶେଷ ପ୍ରଭାବ ପକାଇ ପାରିନାହିଁ। ଆଉ ଏଥିରେ ନବୀନଙ୍କୁ ସହଯୋଗ କରିଛନ୍ତି ତାଙ୍କର ଘନିଷ୍ଟ ତଥା ଦକ୍ଷ ସହଯୋଗୀ। ଯେଉଁମାନଙ୍କୁ କି ଏବେ ଓଡ଼ିଶାର କରୋନା ଯୋଦ୍ଧା ବୋଲି କୁହାଯାଉଛି।ସେମାନଙ୍କ ମଧ୍ୟରେ ପ୍ରଥମରେ ଅଛନ୍ତି-

୧-ସୁବ୍ରତ ବାଗଚୀ: ଯେ କି ସରକାରଙ୍କ ନିଯୁକ୍ତ କରୋନା ମୁଖ୍ୟ ମୁଖପାତ୍ର। ସବୁଦିନେ ଅତି ସହଜ ଓ ସରଳ ଭାଷାରେ ଲୋକଙ୍କୁ କରୋନା ବାବଦରେ ବୁଝାଉଛନ୍ତି। କେତେବେଳେ ଜଗନ୍ନାଥଙ୍କ ଅଣସର ଘର ସହ ତୁଳନା କରି ଲୋକଙ୍କୁ ବୁଝାଉଛନ୍ତି ।ତ ଆଉ କେତେବେଳେ ହାତୀ ବୁଡ଼ି ଗଲା ବେଳେ ମେଣ୍ଢା କେତେ ପାଣି ଅଛି ବୋଲି ପଚାରୁଛି। ଭଳି ଲୋକକଥାକୁ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ଲକ୍ ଡାଉନ ପରିସ୍ଥିତିକୁ ନେଇ ପୁରୁଷମାନେ ନାରୀଙ୍କୁ ରୋଷେଇରେ ସହଯୋଗ କରିବା କଥା କହୁଛନ୍ତି। ଯାହାଙ୍କ ବାକଚତୁରୀ ଓଡ଼ିଆମାନଙ୍କୁ କରୋନା ସଚେତନତା କରାଇବାରେ ବେଶ ସହାୟକ ହେଉଛି।
୨- ଦ୍ୱିତୀୟରେ 5T ସଚିବ ଭି କେ ପଣ୍ଡିଆନ l କରୋନା ମୁକବିଲା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ତାର ସମ୍ପର୍ଣ୍ଣ ତଦାରଖ କରୁଛନ୍ତି ପଣ୍ଡିଆନ। କେତେବେଳେ ଲୋକସେବା ଭବନରୁ ତ ଆଉ କେତେବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ କାର୍ଯ୍ୟର ସମୀକ୍ଷା କରିଛନ୍ତି ସେ। କୋଭିଡ 19 ହସ୍ପିଟାଲର ନିର୍ମାଣ କେତେ ଦୂର ଯାଇଛି ତାହା ସେଠାକୁ ଯାଇ ବୁଝିଛନ୍ତି।ଏବଂ ଚୁକ୍ତିନାମା ଅନୁସାରେ ହେଉଛି କି ନାହିଁ ତାହା ବୁଝୁଛନ୍ତି। ଓଡ଼ିଶାରେ କେମିତି କରୋନାକୁ ମୁକାବିଲା କରି ସ୍ଥିତରେ ସୁଧାର ଅଣାଯିବା ତାକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ।
୩- ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସହ ଘନ ଘନ ମିଟିଙ୍ଗ୍ କରି ସମସ୍ତ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ତାର ତଦାରଖ କରୁଛନ୍ତି। ଏହାସହ ସାମାଜିକ ଦୂରତାକୁ କିପରି ସମସ୍ତେ ପାଳନ କରିବେ ତାକୁ ସେ ଗୁରୁତ୍ୱ ଦେଇଛନ୍ତି। ପୋଲିସ କିପରି ତାର ସବୁ କାର୍ଯ୍ୟ ସଠିକ ଭାବରେ କରିବେ ସେଥିପାଇଁ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।
୪-ପରବର୍ତ୍ତୀ ଯୋଦ୍ଧା ହେଉଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କର। ସେ ଏହାର ପ୍ରମାଣ ଦେଇସାରିଛନ୍ତି। ନିଜ ପିତାଙ୍କ ଦେହାନ୍ତର ପର ଦିନ ନିଜ କାର୍ଯ୍ୟରେ ଯୋଗ ଦେଇ ସେ ସୃଷ୍ଟି କରିଛନ୍ତି ଉଦାହରଣ। ଯାହା କି କରୋନା ମୁକାବିଲା ପାଇଁ ସେ ଜଣେ ସଫଳ ଯୋଦ୍ଧା ତାହାର ପ୍ରମାଣ ଦେଇଛନ୍ତି ସେ l ଏହା ସହ ବାହାରୁ ଆସିଥିବା ଲୋକଙ୍କ ଉପରେ ସେ ପୁରା ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି l
୫-ଆଉ ଜଣେ ଯୋଦ୍ଧା ହେଲେ ଡିଏମିଟି ସିବିକେ ମହାନ୍ତି। କରୋନାକୁ ନେଇ ଲୋକଙ୍କୁ ସଚେତନତା କରିବାରେ ମାହିର l ସେ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
୬-ଶେଷ ଯୋଦ୍ଧା ହେଉଛନ୍ତି ନବୀନ ସେନାପତି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ପ୍ରତ୍ୟେକ ଦିନ ସେ ଲୋକସେବା ଭବନ ଯାଇ ରାଜ୍ୟସରକାର କରୋନାକୁ ନେଇ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟର ମୁଖ୍ୟ ସୂତ୍ରଧର। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କିପରି ଅଧିକ ସହାୟତା ମିଳିବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି। ସେଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ପରେ ସେ ପ୍ରଥମ ନେତା ଭାବେ ସେ ତିନି ମାସର ଦରମା ଦେଇଥିଲେ।ଏବଂ ବିଧାୟକ ପାଣ୍ଠିରୁ ୩ କୋଟି ଟଙ୍କା ଦେଇଥିଲେ ।
ଏହା ସହ ଓଡ଼ିଶାର ପ୍ରତ୍ୟେକ ମନ୍ତ୍ରୀ ,ସଚିବ ଏବଂ ଜନ ସାଧାରଣ ହେଉଛନ୍ତି ନବୀନଙ୍କ ଜଣେ ଜଣେ କରୋନା ଯୋଦ୍ଧା। ସର୍ବଶେଷରେ ଜଗନ୍ନାଥଙ୍କ ଆଶୀର୍ବାଦରୁ କରୋନା ମୁକାବିଲା ଠିକ୍ ଭାବରେ ଚାଲିଛି ଓଡ଼ିଶାରେ ।

କରୋନା ମୁକାବିଲାରେ ନବୀନ ଏକ ନମ୍ବର : ଚାଣକ୍ୟ ଆଖ୍ୟା ଦେଲା ଜାତୀୟ ଗଣମାଧ୍ୟମ..

ଜାତୀୟ ସ୍ତରରେ ପୁଣି ଚର୍ଚ୍ଚାରେ ନବୀନ

ନବୀନଙ୍କୁ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ବୋଲି ଅବିହିତ

ଜାତୀୟଗଣମାଧ୍ୟ ଶିରୋନାମାରେ ନବୀନ ପ୍ରଶଂସା

ଭୁବନେଶ୍ୱର : ପୁଣି ଜାତୀୟ ଗଣମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା l କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷପେ ନେବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରାଦେଶରେ ହିରୋ ପାଲଟିଛନ୍ତି ।  ବିପର୍ଯ୍ୟୟ ମୁକାବିଲା ଲାଗି ଜାତୀୟ ଓ ଅନ୍ତଜାତୀୟସ୍ତରରେ ଚର୍ଚ୍ଚାରେ  ସେ ଜଣେ ଚାଣକ୍ୟ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି l କରୋନା ନେଇ ରାଜସ୍ଥାନର ଏକ ଦୈନିକ ଖବର କାଗଜରେ ନବୀନଙ୍କ ଆଗୁଆ ପଦକ୍ଷେପ ନେଇ ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି  l ଯେଉଁଥିରେ କୁହାଯାଇଛି ଯେ କୋରନା ଲାଗି ଆଗୁଆ ପଦକ୍ଷେପ ନେବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁଆଗରେ । ରାଜସ୍ଥାନର ଦୈନିକ ନବଜ୍ୟୋତି ଆଜମିର ସଂସ୍କରଣର ପ୍ରଥମ ପୃଷ୍ଠାରେ ନବୀନଙ୍କ କୋରନା ମୁକାବିଲା ପଦକ୍ଷପେ ନେଇ ବିସ୍ତୁତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ଭାବେ ବର୍ଣ୍ଣନା କରାଯାଇଛି । ନବୀନଙ୍କ ଠାରୁ ଅନ୍ୟରାଜ୍ୟମାନେ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଶିକ୍ଷାଲାଭ କରନ୍ତୁ ବୋଲି ରିପୋର୍ଟ ଦର୍ଶାଇଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ନେଇ ପୁରା ଦେଶ ନବୀନଙ୍କୁ ଅନୁକରଣ କରିବା ଉଚିତ ବୋଲି କହିଥିଲେ l ଏବେ ଜାତୀୟ ଗଣମାଧ୍ୟମରେ ଚାଣକ୍ୟ ବୋଲି ଆଖ୍ୟା ଦେଇଛି l ଯେତେବେଳେ ସାରା ବିଶ୍ୱ କରୋନା ମୁକାବିଲା ନେଇ ଚିନ୍ତାରେ ସେତେବେଳେ ନବୀନ ଏଯାଏ କରୋନାକୁ ଅତି ସଫଳତାର ସହ ମୁକାବିଲା କରିଛନ୍ତି l

ମଉଳି ଗଲା ଶେଷ ଆଶା, ଆଇସିୟୁ ରେ ନିଳାଚଳ ।

0

କଳିଙ୍ଗନଗର : ଯାଜପୁର ଜିଲ୍ଲା କଳିଙ୍ଗନଗରେ ଅବସ୍ଥାପିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବୋଲାଉଥିବା ଏକ ମାତ୍ର ଶିଳ୍ପ ସଂସ୍ଥା ନୀଳାଚଳ ଇସ୍ପାତ ନିଗମର ପୁଣି ଏକ ୟୁନିଟ୍ କୁ ଚକ୍ରାନ୍ତ କରି ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । ଗତ ୨୦୧୯ ମସିହା ମଇ ମାସରେ ଉତ୍ପାଦନ ଜନିତ କ୍ଷତି ଓ ଆବଶ୍ୟକ କଞ୍ଚାମାଲ ଅଭାବ ଦର୍ଶାଇ ଇସ୍ପାତ ଉତ୍ପାଦନ କରୁଥିବା ଫରନେସ୍ କୁ ବନ୍ଦ କରାଯାଇଥିଲା । କିନ୍ତୁ ଏସିଆ ମହାଦେଶରେ ସୁନାମ ଅର୍ଜନ କରିଥିବା କୋକ୍ ଓଭେନ୍ କୁ ଚାଲୁ ରଖାଯାଇଥିଲା । ମୂଖ୍ୟ ଫରନେସ୍ ଚାଲୁ ହେବା ନେଇ ଶ୍ରମିକଙ୍କ ମହଲରେ ଆଶଙ୍କା ଦେଖାଦେବାରୁ କିଛି ଶ୍ରମିକ ଭି.ସି.ଏମ୍.ଡି.ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ଏହାର ଉପଯୁକ୍ତ ଉତ୍ତର ଦେଇନଥିଲେ । ଏଣୁ ସମସ୍ତ କର୍ମଚାରୀ ସଂଘ ଓ କର୍ମଚାରୀ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ଧରି ମୂଖ୍ୟ ଫାଟକ ଆଗରେ ଧାରଣା ମଧ୍ୟ ଦେଇ ଆସୁଥିଲେ । ଇତିମଧ୍ୟରେ କରୋନାର ନିୟମ ପାଳନ କରିବାକୁ ଯାଇ ଧାରଣାକୁ ସ୍ଥଗିତ କରାଯାଇଥିଲା । ଯାହାର ସୁଯୋଗ ନେଇ କିଛି ନ୍ଯସ୍ଥ ସ୍ବାର୍ଥ ଧଳାହତୀ ମାନେ ଆଜି ସକାଳୁ କର୍ମଚାରୀ ମାନଙ୍କ ଶେଷ ଆଶା ସାଜିଥିବା କୋକ୍ ଓଭେନ୍ କୁ ବନ୍ଦ କରି ଦିଆଯାଇଛି । ଏ ନେଇ କର୍ମଚାରୀ ମହଲରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଲେଇ କପାଳକୁ ସିକା ଛିଣ୍ଡିବା ପରି , କରୋନା କଟକଣା କର୍ମଚାରୀଙ୍କ ଶେଷ ଆଶା ଟିକକକୁ ମଧ୍ୟ କ୍ଷୀଣ କରିଦେଲା । ଏଥିସହ କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି । ଏଠାରେ ଉଲ୍ଲେଖ ଯେ,ଗତ ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ହେବ କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କୁ ମାସିକ ଦରମା ପ୍ରଦାନ କରିନଥିବା ସହ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ମେଡିକାଲ୍ ଖର୍ଚ୍ଚ, ଦୀର୍ଘ ତିନି ବର୍ଷ ହେବ ବୋନସ୍ ରୁ ବଞ୍ଚିତ କରିଛନ୍ତି । ଏ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ରହିଛି । ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ସପରିବାରେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ଯ ହେବେ ବୋଲି କିଛି କର୍ମଚାରୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।

ପାସ୍ ହେଲା ୧ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବଜେଟ

ପାସ୍ ହେଲା ୧ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବଜେଟ
ଭୁବନେଶ୍ୱର: ଲୋକସେବା ଭବନରେ ବସିଥିବା ବିଧାନସଭାର ଅସ୍ଥାୟୀ ଅଧିବେଶନରେ ୧ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବଜେଟ ପାସ୍ ହୋଇଛି। ୪୨ଟି ବିଭାଗ ପାଇଁ ଏହି ଅର୍ଥ ପାସ୍ କରାଯାଇଛି।ଏହା ସହ ସମସ୍ତ ରାଜନୈତିକ ଦଳ ଏହାକୁ କରନା ମୁକାବିଲା ପାଇଁ ସମର୍ଥନ କଲେ।
କରୋନା ପାଇଁ ହୋଇଥିବା ସବୁ ଯୋଜନା ଯେପରି କାଗଜରେ ସୀମିତ ନ ରହୁ, ସେ ନେଇ ଆଲୋଚନା ହେବାକୁ ବିରୋଧୀ ଅନୁରୋଧ କରିଛନ୍ତି। ସେହିପରି ବାହାରେ ଫସିଥିବା ଓଡ଼ିଆଙ୍କ ସୁରକ୍ଷା, ରହଣୀ ଓ ଖାଦ୍ୟ ବ୍ୟବସ୍ଥା ଉପରେ ବି ଜୋର ଦେବାକୁ ଦାବି ହୋଇଛି। ସବୁ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ସରକାରୀ ଦଳ ଉପମୁଖ୍ୟ ସଚେତକ କହିଛନ୍ତି।
ପୂର୍ବରୁ କରନା ପାଇଁ ଅଧାରୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ବନ୍ଦ ହୋଇଥିଲା। ଏହା ଭିତରେ କେବଳ SC ST ବିକାଶ ବିଭାଗର ବିଲ ପାରିତ ହୋଇପାରିଥିଲା। ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ପାଇଁ ନିର୍ଦ୍ଧାରିତ ଦିନରେ ହି ବିଧାନସଭା ବନ୍ଦ ହେବାରୁ ଏହା ପାରିତ ହୋଇପାରି ନଥିଲା।

କରୋନା ସହ ଲଢ଼ିବା ଭାରତ ପାଇଁ ଏକ ଆହ୍ୱାନ

ବର୍ତ୍ତମାନ ସାରା ବିଶ୍ୱ କରୋନା ସହ ଯୁଦ୍ଧ ଲଢ଼ୁଛି। ଏହାକୁ ତୃତୀୟ ବିଶ୍ଵଯୁଦ୍ଧ କହିଲେ ମଧ୍ୟ ଭୁଲ୍ ହେବନି। ଏହି ଯୁଦ୍ଧ କୌଣସି ଦେଶ ଦେଶ ମଧ୍ୟରେ ହେଉନାହିଁ। ଗୋଟିଏ ପକ୍ଷରେ ବିଶ୍ୱର ୨୦୦ ଦେଶ ଥିବାବେଳେ ଅନ୍ୟପଟରେ ଭୟଙ୍କର କରୋନା ଭୂତାଣୁ।ଯାହାକି ଏବେ ଜୈବିକ ଯୁଦ୍ଧରେ ପରିଣତ ହୋଇଛି। ଏହି ଅଦୃଶ୍ୟ ଶତ୍ରୁ କରୋନା ଭୂତାଣୁକୁ ହରାଇବା ଏବେ ସବୁ ଦେଶପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।
ଏହି ଯୁଦ୍ଧକୁ ଜିତିବା ପାଇଁ କି କୌଣସି ଗୋଳା ବାରୁଦ କିମ୍ବା ଅନ୍ୟ ବିସ୍ଫୋରକର ଆବଶ୍ୟକ ନାହିଁ । ଏଥିପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଆବଶ୍ୟକ । ଏଥିରେ ସିପାହୀ ହେଉଛନ୍ତି ଡାକ୍ତର, ସମସ୍ତ ନର୍ସିଙ୍ଗ ଷ୍ଟାଫ,ଏବଂ ସଫେଇ କର୍ମଚାରୀମାନେ। ଏହା ସହ ଗୋଳା ବାରୁଦ ହେଉଛି ମାସ୍କ, ସାନିଟାଇଜର ଏବଂ ସଫେଇ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି । ଯାହାକି କରୋନା ମାହାମାରୀକୁ ହରାଇପାରିବ। ଏ ସବୁ ମଧ୍ୟରେ ସଚେତନତା ଓ ସାମାଜିକ ଦୂରତା ହେଉଛି ଏ ଯୁଦ୍ଧ ପାଇଁ ବ୍ରହ୍ମାଅସ୍ତ୍ର । ଏସବୁ ମଧ୍ୟରେ ଚିନ୍ତାର ବିଷୟ ହେଉଛି ଭାରତ ଏ ମହାମାରୀ କବଳରୁ ବଞ୍ଚିବ କେମିତି ? ଯେଉଁଠି ଚିକିତ୍ସା କ୍ଷେତ୍ରରେ ଭାରତଠାରୁ ବେଶ ଆଗରେ ଥିବା ଦେଶମାନେ ହାରି ଯାଇଛନ୍ତି। ଯେମିତି କି ଚୀନ୍, ଆମେରିକା, ଇଟାଲୀ, ଏବଂ ଫ୍ରାନ୍ସ ପରି ଉନ୍ନତରାଷ୍ଟ୍ରମାନେ। ତାଙ୍କ ତୁଳନାରେ ଭାରତର ଡାକ୍ତରୀ ବ୍ୟବସ୍ଥା କିଛି ନୁହେଁ କହିଲେ ଚଳେ। କାରଣ ଭାରତରେ ମୋଟ ୧୦ ଲକ୍ଷ ଡାକ୍ତର ଅଛନ୍ତି । ଯାହାକି ୧୦୩୫ ଜଣଙ୍କ ପାଇଁ ଜଣେ। ପ୍ରକୃତରେ ପ୍ରତି ୧୦୦୦ଲୋକରେ ଜଣେ ଡାକ୍ତର ରହିବା ଆବଶ୍ୟକ ।ଯଦି ଆମେ ଉନ୍ନତ ଦେଶ ସହ ତୁଳନା କରିବା ତାହାଲେ ଆମେ ବହୁତ ପଛରେ ଅଛୁ | ଚୀନରେ ପ୍ରତି ୧୦୦୦ ଲୋକରେ ୧.୫ ଜଣ ଡାକ୍ତର ଅଛନ୍ତି ।ଏହିପରି ଆମେରିକାରେ ୨.୫ ଜଣ, ଫ୍ରାନ୍ସ ଓ ଇଟାଲୀରେ ଯଥାକ୍ରମେ 3 ଓ 4 ଜଣ ଲେଖାଏଁ ଡାକ୍ତର ଅଛନ୍ତି। ଏମିତି ପରିସ୍ଥିତିରେ କରୋନା ସହ ଭାରତ ଲଡ଼ିବା ଏକ ଆହ୍ୱାନ |
ଏହି ଯୁଦ୍ଧରେ ଭାରତକୁ ଜିତିବାକୁ ହେଲେ ଜଣେ କମାଣ୍ଡର ପରି ୩୬୦ ଡିଗ୍ରୀକୁ ଚାହିଁ କି ଯୋଜନା କରିବାକୁ ପଡିବ। ଯେଉଁଥିପାଇଁ କି ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ଦିନରାତି ଏକ କରି ଯୋଜନା ପ୍ରସ୍ତୁତ କରୁଛନ୍ତି। ଯେହେତୁ ଭାରତର ମେଡିକାଲ ବ୍ୟବସ୍ଥା ସୁଦୃଢ଼ ନୁହେଁ, ତେଣୁ ସରକାରଙ୍କୁ ମଧ୍ୟ ସବୁ ଯୋଜନାକୁ ସନ୍ତୁଳନ ଭାବରେ କରିବାକୁ ପଡିବ । ତାହେଲେ ଆମେ କରୋନାକୁ ହରାଇପାରିବା। ତେବେ ଆସନ୍ତୁ ଦେଖିବା ଏହି ଲଢେଇରେ ଭାରତ କେତେ ପ୍ରସ୍ତୁତ –
ଯଦି ଭାରତରେ ଏହା ଭୟଙ୍କର ରୂପ ନିଏ ତାହାଲେ ଭାରତ ଏହାକୁ ମୁକାବିଲା କରିବା ବହୁତ କଷ୍ଟ ହୋଇପଡିବ। କାରଣ ଭାରତରେ ମାତ୍ର ଦଶ ଲକ୍ଷ ଡାକ୍ତର ଅଛନ୍ତି । ଯାହାକି ମହାମାରୀ ସହ ଲଢେ଼ଇ କରିବାରେ ମୁଖ୍ୟ ବାଧକ। ଏତେ ଅଧିକା ଜନସଂଖ୍ୟା ବିଶିଷ୍ଟ ଦେଶପାଇଁ ଡାକ୍ତର ଓ ନର୍ସ ବହୁତ କମ୍। ଯେଉଁମାନେ କି ଏହି ଲଢ଼େଇର ମୁଖ୍ୟ ସିପାହୀ। ବର୍ତ୍ତମାନ ଦେଶରେ ମୋଟ ୫୦ ହଜାର ଭେଣ୍ଟିଲେର ଅଛି । ତେବେ ଏତେ ବଡ଼ ଦେଶପାଇଁ ଏହା ୫ଲକ୍ଷ ହେବା ଆବଶ୍ୟକ। ଏଥିପାଇଁ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି। ଆଉ ନୂଆ ୪୦ ହଜାର ନୂଆ ଭେଣ୍ଟିଲେଟର କିଣିଛନ୍ତି ଏବଂ ୧୨୧ କରୋନା ଟେଷ୍ଟ ସେଣ୍ଟର ମଧ୍ୟ କରିଛନ୍ତି। ଏହା ସହ ସବୁଠି ଅସ୍ଥାୟୀ ହସ୍ପିଟାଲ ମଧ୍ୟ ତିଆରି କରାଯାଇଛି। ମେଟ୍ରୋ ସିଟିଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସବୁଠି ଏହି ବ୍ୟବସ୍ଥା କରାଯାଇଛି। ରେଳବାଇ ତରଫରୁ ମଧ୍ୟ ସବୁ ଜୋନରେ ରେଳ ଡ଼ବାରେ ଆଇସୋଲେସନର ବନ୍ଦୋବସ୍ତ କରାଯାଇଛି । କରୋନା ମୁକାବିଲା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ସ୍ୱଚ୍ଛତା ସେଥିପାଇଁ ଭାରତ ସରକାର ଦୈନିକ ୧୦ ହଜାର ସାନିଟାଇଜର ତିଆରି କରିଛନ୍ତି।
ଆଉ ଦେଶର ପ୍ରତ୍ୟେକ ନାଗରିକର ସହଯୋଗ ବିନା ଏହି ଯୁଦ୍ଧକୁ ଜିତିବା ସରକାରଙ୍କ ପାଇଁ ଅସମ୍ଭବ। ତେଣୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସବୁ ନାଗରିକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିବା ସହ ସମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି।
ନବ କିଶୋର ସାହୁ
ସାମ୍ବାଦିକତା ଛାତ୍ର ଆଇଆଇଏମସି,ଢେଙ୍କାନାଳ

କୋଭିଡ ହସ୍ପିଟାଲରେ 5ଟି ପ୍ରହରୀ…..

ଭୁବନେଶ୍ୱର : kiims ପରେ ସୋଆ ପରିଦର୍ଶନ କଲେ 5ଟି ସଚିବ l  ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି l 5ଟି ସଚିବ ସହ ବରିଷ୍ଠ ଅଧିକାରୀ ମାନେ ବୁଲି ଦେଖିଛନ୍ତି l

କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ସମ୍ଭାବନା, ପୁଣି ନୁଆ ନିୟମ ପ୍ରଣୟଣ କଲା ଜିଲ୍ଲା ପ୍ରଶାସନ ।

0

ଯାଜପୁର  : ଦିନକୁ ଦିନ କ୍ରମଶଃ ବଢିଚାଲିଛି କରୋନା( କୋଭିଡ୍-୧୯ )ସଂକ୍ରମଣ । ଏଥି ମଧ୍ୟରେ ମହାମାରୀ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ସଜାଗ ହେଲା ଜିଲ୍ଲା ପ୍ରଶାସନ ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଦ୍ବାରା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟରେ ପରିବର୍ତ୍ତନ କରାଯାଇଛି । ଜନସାଧାରଣଙ୍କ ନିମନ୍ତେ ଅତ୍ଯାବଶ୍ଯକ ସାମଗ୍ରୀ ଓ ପନିପରିବା ଦୋକାନ ଗୁଡିକୁ କେବଳ ସକାଳ ୬ଟା ଠାରୁ ସକାଳ ୧୧ ପର୍ଯ୍ୟନ୍ତ ଖୋଲାଯାଇ ପାରିବ । ଏଥି ସହିତ ଅପରାହ୍ନରେ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଆଜି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ପରେ ଯାଜପୁର : 5ଶହ ବେଡ଼ ସହ ପ୍ରସ୍ତୁତ କୋଭିଡ ହସ୍ପିଟାଲ

ଯାଜପୁର: କରୋନା ମୁକାବିଲା କରିବା ଏବେ ସାରା ବିଶ୍ୱ ପାଇଁ ଏକ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ଓ  ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଏହି ପ୍ରସ୍ତୁତିରେ ଓଡ଼ିଶା ବେଶ ଆଗରେ ଅଛି। ଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହାସହ ଜିଲ୍ଲା ସ୍ତରରେ କୋଭିଡ ହସ୍ପିଟାଲ ତିଆରି ପାଇଁ ପ୍ରସ୍ତୁତି ମଧ୍ୟ ଜାରି ରହିଛି। ଏହାକୁ ଏବେ ଯାଜପୁର ଜିଲ୍ଲାରେ ସଫଳ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ।(ବବି) ।
ଯାଜପୁର ଏନ୍ ସି କଲେଜରେ ୫୦୦ ସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫୦ ଶଯ୍ୟା ଥିବା ଓ୍ବାଡ଼ ପ୍ରସ୍ତୁତ ସରିଛି। ସପ୍ତାହ ଭିତରେ  ଆଉ ସବୁ ସମାପ୍ତ କରିବାକୁ ଯୋଜନା କରିଛନ୍ତି। ଆଉ ଯେମିତି ଜିଲ୍ଲାକୁ କରୋନା ପଶି ନ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଯାଜପୁର ଓ ବ୍ୟାସ ନଗରରେ କ୍ଲୋରିନ ପାଣି ବ୍ୟବହାର କରି ସହରକୁ ପରିସ୍କାର କରାଯାଇଛି। ଏହି କାର୍ଯ୍ୟକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ତଦାରଖ କରୁଛନ୍ତି। ୩୧୧ ପଞ୍ଚାୟତରେ ମେଡିକାଲ କ୍ୟାମ୍ପ କରାଯାଇଛି। ୨୬ଟି ଜାଗାରେ ମେଜର କ୍ୟାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି।ପ୍ରତେକ ଦିନ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କରୋନା ମୁକାବିଲା ସମୀକ୍ଷା କରିଛନ୍ତି ବିଧାୟକ । ଏହାସହ ଲୋକଙ୍କୁ ସଚେତନ କରୁଛନ୍ତି। ଲକ୍ ଡାଉନ ମାନିବାକୁ ବାରମ୍ବାର ଅପିଲ କରୁଛନ୍ତି। ଯଦି କେହି କରୋନା ଆକ୍ରାନ୍ତ ହୁଅନ୍ତି ଯାଜପୁର ମେଡିକାଲ ଓ ବ୍ୟାସ ନଗରସ୍ଥିତ ଟାଟା ମେମୋରିଆ ହସ୍ପିଟାଲରେ ସୁ-ବନ୍ଦୋବସ୍ଥ କରାଯାଇଛି। ପ୍ରଣବ ଓ ଯୁବନେତା ଭବ  ପ୍ରସାଦ  ଦାସ  କରୋନାକୁ ପୁରାଇ ନ ଦେବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି। ଏହା କେବଳ ଯାଜପୁର ନୁହେଁ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସାଜିଛି।

କ୍ଷମା ମାଗିଲେ ମୋଦି…….

() ଦେଶରେ ହଠାତ ଲକଡାଉନ ଘୋଷଣା ପରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତିି । ଗାଁ ଠୁ ସହର ସବୁଠି ଲୋକେ ଫସି ରହିଥିବାରୁ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ କି ବାତ କାର୍ଯ୍ୟକ୍ରମରେ କରୋନା ଭୂତାଣୁ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିବା ବେଳେ ମୋଦି ଦେଶବାସୀଙ୍କୁ କରୋନା ସହ ଯୁଦ୍ଧ କରିବାକୁ କହିଛନ୍ତି ।
ସରା ଦେଶରେ କରୋନା ସଂକ୍ରମଣକୁ ନଜରରେ ରଖି ସରକାର ହଠାତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବାରୁ ସାଧାରଣ ଲୋକେ ବିଭିନ୍ନ ସମସ୍ୟାରେ ପଡିଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଯେ ଆପଣ ମାନେ ସମସ୍ତେ ଜାଣିଛନ୍ତି କରୋନା ସହ ଲଢିବାକୁ ଏହା ଏକ ବଡ ପଦକ୍ଷେପ । ଯାହା ଗ୍ରହଣ କରିବା ଜରୁରୀ ଥିଲା । ନେଇଥିବା ନିଷ୍ପତି ପାଇଁ ଆପଣମାନେ ମୋ ଉପରେ ରାଗିଥିବେ ନିଶ୍ଚୟ । ଅନ୍ୟ କୌଣସି ଉପାୟ ନଥିବାରୁ ଏଭଳି ପଦକ୍ଷେପ ନେବା ଜରୁରୀ ଥିଲା । ଏଥିପାଇଁ ଆପଣମାନେ ମୋତେ କ୍ଷମା କରିଦେବେ ।
ଲକଡାଉନର ଉଦ୍ଦେଶ୍ୟ ଆପଣମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା। ଏଣୁ ଆପଣମାନଙ୍କୁ ନିଜକୁ ବଞ୍ଚାଇବା ସହ ପରିବାରକୁ ବଞ୍ଚାଇଇବାକୁ ହେବ। ମୁଁ ବି ଜାଣେ ଯେ କେହି ବି ଆଇନ୍ ଭାଙ୍ଗିବାକୁ ଚାହାନ୍ତିନାହିଁ। ହେଲେ କେତେଜଣ ଏହି ଆଇନର ପାଳନ କରିପାରୁ ନାହାନ୍ତି। ଦୁନିଆରେ ସବୁଠାରୁ ବଡ଼ ସୁଖ ହେଉଛି ଆମ ସ୍ୱାସ୍ଥ୍ୟ। ଏଭଳି ସ୍ଥଳେ ନିୟମ ଭାଙ୍ଗୁଥିବା ଲୋକାମେନେ ସେମାନେ ନିଜ ଜୀବନ ସହ ଖେଳୁଛନ୍ତି ବୋଲି ମୋଦି କହିଛନ୍ତି।

କରୋନାକୁ ହରାଇବା ପାଇଁ ଏକ ମାସର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ସବୁ ସାଂସଦ ଓ ବିଧାୟକମାନଙ୍କୁ ଏକ ମାସର ଦରମା କରୋନା ଫଣ୍ଡ ଦେବାପାଇଁ କହିଥିଲେ । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକକୋଟିରୁ ଅଧିକ ଅର୍ଥ ଦାନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସାଂସଦ ପାଣ୍ଠିରୁ ଏକକୋଟି ଟଙ୍କା ଦେଇଥିବା ବେଳେ ମାସକର ଦରମା ମଧ୍ୟ ଦାନ କରିଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଟଙ୍କା ପ୍ରଦାନ କରିଥିବା ଟ୍ବିଟ କରି ଦର୍ଶାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ। ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଜୁଏଲ ଓରାମ ମଧ୍ୟ ତାଙ୍କର ଏକ ମାସର ଦରମା ଦେଇ ସାରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news