ଦିଲ ଦୁଃଖ କଲା ଦିଲ୍ଲୀ : ବସଷ୍ଟାଣ୍ଡ 10 ହଜାର ଶ୍ରମିକ ଏକାଠି..

- Advertisement -

ଭୁବନେଶ୍ୱର :ଦିଲ୍ଲୀରୁ ଆସିଛି ଭୟାନକ ଦୃଶ୍ୟ l ଲକଡାଉନ ସମୟରେ ଘରକୁ ଯିବା ପାଇଁ ହଜାର ହଜାର ଲୋକ ବସ ଷ୍ଟାଣ୍ଡରେ ଏକାଠି ହୋଇଛନ୍ତି l ଗତକାଲି ଦିଲ୍ଲୀର ଏହି ଦୃଶ୍ୟ ପୁରା ଭାରତକୁ ଚକିତ କରିଛି l କରୋନା ଭାଇରସର ବଢୁଥିବା କାରଣରୁ  ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଉଛି। ହେଲେ ଦିଲ୍ଲୀ ସରକାରଙ୍କ  ସ ଏହି ନିଷ୍ପତ୍ତିକୁ ଦିନ ମଜୁରିଆ ଓ ଗରିବଙ୍କମାନେ ଗ୍ରହଣ କରିନାହାନ୍ତି l  କାମ ଧନ୍ଦା ସହିତ ଦୋକାନ ବଜାର ସବୁ ବନ୍ଦ ରହିବାରୁ ସେମାନଙ୍କୁ ଦି ଓଳି ଖାଇବା ମଧ୍ୟ ମିଳିବା ମୁସ୍କିଲ ହୋଇ ପଡିଛି। ଫଳରେ ସେମାନଙ୍କୁ ଗାଁ ଓ ଘରକୁ ଯିବାକୁ ବାହାରି ପଡିଲେ l  ଯେଉଁଥିପାଇଁ  ଦିଲ୍ଲୀର ଆନନ୍ଦ ବିହାର ବସ୍ ଷ୍ଟାଣ୍ଡରେ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରମିକ ନିଜ ଘରକୁ  ଯିବାକୁ ଭିଡ ଜମାଇ ଜମାଇଲେ l ଯାହା ଏବେ ପୁରା ଭାରତ ବର୍ଷରେ କରୋନା ନିୟନ୍ତ୍ରଣ ନେଇ ହୋଇଥିବା କଟକଣା ଫିକା କରିଛି  l ପୁରା ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି l

ତେଣୁ ସଭିଙ୍କୁ ଅନୁରୋଧ ରାଜ୍ୟ ଓ କେନ୍ଦ୍ର ସରକାର ଯାହା ଘୋଷଣା କରୁଛନ୍ତି ତାକୁ ମାନି ଚଳନ୍ତୁ l ନହେଲେ କରୋନା ମୁକାବିଲା ସଫଳ ହେବ ନାହିଁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles