କରୋନା ପାଇଁ ଗୃହ ବିଭାଗ ଖୋଲିଲା କଣ୍ଟ୍ରୋଲ ରୁମ

ଭୁବନେଶ୍ୱର : ରାଜ୍ୟ ଗୃହ ବିଭାଗ ଖୋଲିଲା କଣ୍ଟ୍ରୋଲ ରୁମ l 24*7 ଖୋଲା ରହିବ କଣ୍ଟ୍ରୋଲ ରୁମ l  ଦାୟିତ୍ୱରେ ରହିବେ ଆଇଜି (ଅପରେସନ) ଅମିତାଭ ଠାକୁର l ଦେଶର ବିଭିନ୍ନ ସ୍ଥାନରେ ଲକଡାଉନରେ ଫସିଥିବା ଓଡ଼ିଆ ନିଜ ସମସ୍ୟା ବାବଦରେ ଅଭିଯୋଗ କରିପାରିବେ ! କଣ୍ଟ୍ରୋଲ ରୁମ ନଂ -9438915986/0674-2392115 l

ଭାରତରେ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା…

ଭୁବନେଶ୍ୱର : ପୁରା ଭାରତ ବନ୍ଦ l 21ଦିନ ପାଇଁ ବନ୍ଦ ରହିବ l ହେଲେ ତା ପରେ ବି ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଡେଇଁଥିବାଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। 2ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l ଆଜି ଶ୍ରୀନଗରର ହାଇଦରପଡ଼ାରେ  ଜଣେ ୬୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଆଜି ୪ର୍ଥ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ବ୍ୟାପକ ସଚେତନ ରହିବା ସହ ଲକଡାଉନ କୁ କଡ଼ାକରି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି l

ମନ୍ତ୍ରୀସ୍ତରୀୟ ବୈଠକ ଶେଷ : ଫୋକସରେ ଶ୍ରମିକ ଓ 5ଟି ଏଜେଣ୍ଡା..

ଭୁବନେଶ୍ୱର  ଲୋକସେବା ଭବନରେ ଶେଷ ହୋଇଛି ମନ୍ତ୍ରୀ ସ୍ତରୀୟ ବୈଠକ l ବୈଠକରେ ୬ଟି ବିଷୟରେ ଆଲୋଚନା ହୋଇଛି l ସେଗୁଡିକ ହେଲା -ପ୍ରଥମ ହେଲା ଶ୍ରମିକ ମାନଙ୍କ ସମସ୍ୟା ,ବାହର ରାଜ୍ୟରେ ରହୁଥିବା ଶ୍ରମିକ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା ହୋଇଛିଅତ୍ୟବଶ୍ୟକିୟ ସାମଗ୍ରୀ, ଓ ମେଡ଼ିକାଲ ସାମଗ୍ରୀ ଆମଦାନୀ ନେଇ ହୋଇଛି ଆଲୋଚନା।ଏହାସହ ଅତ୍ୟବଶ୍ୟକିୟ ସାମଗ୍ରୀରେଟ ବୃଦ୍ଧି ନେଇ ଆଲୋଚନା ,ସରକାର ଖୁବଶୀଘ୍ର ପଦକ୍ଷେପ ନେବେ , ବିଏମସି ,ସିଏମସି ,କଲେକ୍ଟର ସ୍ତରରେ ଆମଦାନୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହସହ ଲକ ଡାଉନ ପାଳନ କୁ କଡାକଡି ପୋଲିସ ଡିଜିଙ୍କୁ ନିର୍ଦେଶ ଦିଆଯାଇଛି l

କିଶୋର ନଗରରେ ଆଇନକୁ ଫୁ…..

କିଶୋର ନଗର: ଏବେ ସାରା ଦେଶରେ କର୍ଫ୍ୟୁ । କରୋନା ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାରକୁ ନ ବାହାରି ଘରେ ରହିବାକୁ ନିବେଦନ କରିଛନ୍ତି । ହେଲେ କିଶୋର ନଗରରେ ଲୋକେ ଏହା ମାନିବାକୁ ନାରାଜ। ଫଳରେ ପୋଲିସ ଘୋଷରରେ ଲାଠି ଚାଳନା କରିଥିଲା।
ତହସିଲଦାର, ବିଡ଼ିଓ, ପୋଲିସ ସାରା ଅଞ୍ଚଳରେ ଦିନ ତମାମ ବୁଲି ଲୋକଙ୍କୁ ଘରୁ ନ ବାହାରିବାକୁ ବୁଝାଉଛନ୍ତି। ହେଲେ ଲୋକେ ଏହା ବୁଝିବାକୁ ନାରାଜ । ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନେ ବାହାରେ ବୁଲୁଛନ୍ତି । ବଜାରକୁ ଯିବା ବାହାନାରେ ସେମାନେ କିଶୋର ନଗରରେ ଗହଳି ସୃଷ୍ଟି କରୁଛନ୍ତି। ଯାହା କି ବର୍ତ୍ତମାନ ସମୟରେ ଏକ ଅପରାଧ । ଆଜି ସକାଳୁ ଘୋଷର ଗ୍ରାମରେ ଲୋକଙ୍କୁ ପୋଲିସ ବୁଝାଇବା ପରେ ବି ସେମାନେ ଘରକୁ ଯାଇନଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ସେଠାରେ ଲାଠି ଚାଳନା କରିଥିଲା।

ଗରିବଙ୍କୁ ମିଳିବ ତିନି ମାସର ଅଗ୍ରୀମ ରାସନ:ଜାଭେଦକର

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶକୁ ଲକଡାଉନ କରାଯାଇଛି।ସେଥିପାଇଁ ଭାରତ ସରକାର ଗରିବମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି।ଆସନ୍ତା ୩ ମାସ ପାଇଁ ଦେଶର ପ୍ରାୟ ୮୦ କୋଟି ଗରିବ ଲୋକ ଓ ଠିକା ଶ୍ରମିକଙ୍କୁ ଗହମ କିଲୋଗ୍ରାମ ପିଛା ୨ ଟଙ୍କା ଓ ଚାଉଳ କିଲୋଗ୍ରାମ ପିଛା ୩ ଟଙ୍କାରେ ଯୋଗାଇଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର। ଏଥିପାଇଁ ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।
ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କଠୋର ପଦକ୍ଷେପ ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଣ ଜାରି ରହିବ । ଏହାଛଡ଼ା ଦେଶରେ କରୋନା ମୁକାବିଲା ପାଇଁ ସେ ୧୫ ହଜାର କୋଟିର ପ୍ୟାକେଜ ଘୋଷଣା କରିଥିଲେ ।

କ୍ୟାବିନେଟ ବୈଠକରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କରୋନା ମୁକାବିଲା ପାଇଁ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସବୁ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟ କଥା ହେଲା ଏ ବୈଠକରେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କରୋନା ମୁକାବିଲା ପାଇଁ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଯେମିତିକି ମୋଦୀ ବାରମ୍ବାର ସାମାଜିକ ଦୂରତା କଥା କହୁଛନ୍ତି। ଏହାକୁ ଏଠାରେ ପାଳନ କରାଯାଇଛି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ପ୍ରସଂଶା ମିଳୁଛି । ଏଠାରେ ପ୍ରଧାନମନ୍ତ୍ରୀ ସବୁ ମନ୍ତ୍ରୀମାନକୁ ନିଜେ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଉପଦେଶ ଦେଇଥିଲେ।

କୋରାପୁଟ ଜିଲ୍ଲାରେ ଲକଡାଉନ୍ କୁ ନେଇ ପ୍ରଶାସନ ସଜାଗ ।

0

କୋରାପୁଟ : କେନ୍ଦ୍ର ଏବଂରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ଦେଶ ଓ ରାଜ୍ୟରେ ଲକ ଡାଉନ କରାଯାଇଥିବା ବେଳେ ଜନସାଧାରଣଙ୍କୁ ଘର ଭିତରେ ରହିବା ସହ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ମନା କରାଯାଇଛି l ସୁନାବେଡା ଓ ସେମିଲିଗୁଡା ସହରରେ ଥିବା ସମସ୍ତ ଛକ ଗୁଡିକରେ ପୋଲିସ ପକ୍ଷରୁ ଜନସାଧାରଣଙ୍କ ଗତିଵିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ପୋଲିସ ପେଟ୍ରୋଲିଂ କୁ କଡାକଡି କରାଯାଇଛି ତା ସହିତ ଲୋକମାନଙ୍କୁ କରୋନା ଭୁତାଣୁ ସମ୍ପର୍କରେ ସତର୍କ ଏବଂ ସଚେତନତା କରାଯାଇଅଛି l ଏହି ମହାମାରୀ ଠାରୁ ରକ୍ଷା ପାଇବା ପାଇ ଘରେ ରହିବା କୁହାଯାଇଛି l କିନ୍ତୁ ସକାଳ ସମୟରେ ମାଛ, ମାଂସ ଓ ପରିବା ଦୋକାନରେ ଗହଳି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି l ଆଳୁ ପିଆଜ ଭଳି ଅତ୍ୟାଵଶ୍ୟକ ଜିନିଷକୁ କଳାବଜାର କରି କୁତ୍ରିମ ଅଭାବ କରି ଦରଦାମ ବଢାଇବାକୁ ଚେଷ୍ଟା କରୁଥିବା ନଜରକୁ ଆସୁଛି ।ଏ ନେଇ ଜିଲ୍ଲା ପ୍ରଶାସନ କୁ ଅବଗତ କରିବା ପରେ ବ୍ୟବସାୟୀଙ୍କ ଉପରେ ନଜର ରଖାଯିବ ବୋଲି ସାଧାରଣ ପ୍ରଶାସନ ତରଫରୁ ସୂଚନା ମିଳିଛି l ଏଠାରେ ଥିବା ମିଗ୍ ବିମାନ କାରଖାନା କର୍ତ୍ତୃପକ୍ଷ ମଧ୍ୟ ଲକଡାଉନ୍ ନିର୍ଦ୍ଦେଶକୁ ପାଳନ କରିଛନ୍ତି । ଏହି ଅବସରରେ ଆଗାମୀ ମାର୍ଚ୍ଚ ମାସ ୩୧ତାରିଖ ପର୍ଯ୍ୟନ୍ତ କାରଖାନାକୁ ବନ୍ଦ କରିଦେଇଛନ୍ତି । ତା ସହିତ କାରଖାନାର ଟାଉନସିପ୍ ପରିସର ମଧ୍ୟକୁ ଥିବା ଦୁଇଟି ପ୍ରବେଶ ପଥରୁ ଗୋଟିଏକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ବାହାର ବ୍ଯକ୍ତି ଯେପରି ପ୍ରବେଶ କରି ନପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଛି ।

ଓଡିଶା ପାଇଁ ଉଦାହରଣ ସାଜିଲେ ପ୍ରଣବ ….

ଯାଜପୁର: ନେତା କେବଳ ଭୋଟ ପାଇଁ ନିର୍ବାଚନ ଲଢ଼ି ନ ଥାନ୍ତି। ଲୋକଙ୍କ ସୁବିଧା ଅସୁବିଧାର ମଧ୍ୟ ସାଥି ହୁଅନ୍ତି  । ଏ କଥାକୁ ପ୍ରମାଣ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ)। କରୋନା ମୁକାବିଲା ପାଇଁ ଓଡ଼ିଶାର ପ୍ରଥମ ବିଧାୟକ ଭାବରେ ସେ ବିଧାୟକ ପାଣ୍ଠିରୁ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯାହାକି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛ। ପ୍ରଥମେ ସେ ନିଜର 3ମାସର ଦରମା ଦେଇଛନ୍ତି l
ଆଉ ଯେଉଁଠି ପାଇଁ ସେ ନବୀନ ପଟ୍ଟନାୟକଙ୍କ ବେଶ ବିଶ୍ୱସ୍ତ ହୋଇପାରିଛନ୍ତି l କେହି କେହି ତାଙ୍କୁ ନବୀନଙ୍କ ହନୁମାନ ମଧ୍ୟ କୁହନ୍ତି। କାରଣ ନବୀନଙ୍କ ସବୁ ଯୋଜନାକୁ ସଫଳ ରୂପାୟନ କରିବାରେ ସେ ନେଇଥାଆନ୍ତି ପ୍ରମୁଖ ଭୂମିକା । ନବୀନ ମଧ୍ୟ ତାଙ୍କୁ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରିକ ବ୍ୟକ୍ତି ବୋଲି ମଧ୍ୟ ଘୋଷଣା କରିସାରିଛନ୍ତି। ସେଥିପାଇଁ ସେ କେବଳ ଯାଜପୁର ନୁହେଁ ସାରା ଓଡ଼ିଶାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ ଓଡ଼ିଶାର ପ୍ରଥମ ନେତା ଭାବରେ  କରୋନା ମୁକାବିଲା ପାଇଁ  ବିଧାୟକ ପାଣ୍ଠିରୁ ୩ କୋଟି ସହାୟତା ଦେଇଛନ୍ତି ।

ସବୁଠାରୁ ବଡ କଥା ହେଉଛି ରାଜ୍ୟରେ କିପରି କରୋନା ମୁକାବିଲା କରାଯିବ ଓ ଓଡିଶା ବାସୀ କିପରି ସଚେତନ ହେବେ ସେଥିପାଇଁ ସେ ଲୋକସେବା ଭାବରେ ପ୍ରତ୍ୟେକ ଦିନ ଆସି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସରକାରଙ୍କୁ ସହଯୋଗ କରୁଛନ୍ତି l କେବଳ ରାଜନୀତି ରଣନୀତି ନୁହେଁ ରାଜ୍ୟବାସୀ ଯେପରି ସୁଖରେ ରହିବେ ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କାମ କରୁଛନ୍ତି l ସେଥିପାଇଁ ତ ସଭିଏଁ କହୁଛନ୍ତି ଆବଶ୍ୟକ ଯେଉଁଠି ପ୍ରଣବ ସେଇଠି l

 

 

ନବୀନଙ୍କ ପରେ ପ୍ରଣବ : ଏବେ ସଭିଏଁ ହେଲେଣି ଆଗଭର..

ଭୁବନେଶ୍ୱର : ଉଦାହରଣ ସାଜିଲେ ନେତା l ଏହା ପରେ ନେତାଙ୍କ ବେଶ ବିଶ୍ୱସ୍ତ ପ୍ରଣବ ନେତାଙ୍କ ନୀତିକୁ ପ୍ରଥମେ ଆପଣାଇଲେ l ଏହାପରେ ଏବେ ଜଣକ ପରେ ଜଣେ ବିଧାୟକ, ମନ୍ତ୍ରୀ, ସାଂସଦ ସେମାନଙ୍କ ତିନି ମାସର  ଦରମା ଦେଲେଣି l    ନବୀନ କରୋନା ପାଣ୍ଠିକୁ ତାଙ୍କ ୩ ମାସର ଦରମା ଦେବାକୁ ଘୋଷଣା କଲେ। ତାର ଠିକ୍ କିଛି ସମୟ ପରେ ବବି ଦାସ ମଧ୍ୟ ତାଙ୍କ ୩ ମାସର ଦରମା ଦେବାପାଇଁ ଘୋଷଣା କଲେ।
ବର୍ତ୍ତମାନ ସାରା ଭାରତରେ କରୋନା ମୁକାବିଲା କରିବାରେ ଓଡ଼ିଶା ପ୍ରଥମ । ନବୀନ ପଟ୍ଟନାୟକଙ୍କ ରଣନୀତିକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ରଣନୀତି ପଛରେ ଯାଜପୁର ବିଧାୟକ ତଥା ବିଜେଡି ସଂଗଠକ ମୁଖ୍ୟ ବବି ଦାସଙ୍କ ପ୍ରମୁଖ ଭୂମିକା ରହିଛି।କେମିତି ଓଡିଶାରୁ କରୋନାକୁ ଦୂର କରାଯିବ ସେଥିପାଇଁ ସେ ନିଜେ ମଧ୍ୟ ଲୋକଙ୍କୁ ପାଖକୁ ଯାଇ ସଚେତନ କରାଉଛନ୍ତି । ଏମିତିକି ଯାଜପୁରରେ ତାଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ବାହିନୀର କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ବୁଝାଉଛନ୍ତି । ନବୀନ ଓ ପ୍ରଣବ ଦରମା ଦେବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନେତା, ମନ୍ତ୍ରୀ, ସାଂସଦ, ବ୍ୟବସାୟୀ, ସାଧାରଣ ଜନତା ଟଙ୍କା ଦାନ କରୁଛନ୍ତି l ଯାହା ଏକ ଶୁଭ ସଙ୍କେତ l ଏବେ ଓଡ଼ିଶାରେ ଲୋକେ କୁହାକୁହି ହେଉଛନ୍ତି ନେତା ହେବ ତ ଏମିତି l

କରୋନା ମାନେ କୋଇ ଘର୍ ସେ ନା ନିକ୍ ଲେ- ମୋଦି

ନୂଆଦିଲ୍ଲୀ: କରୋନା ମାନେ କୋଇ ଘର୍ ସେ ନା ନିକଲେ । ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ
କରୋନା ଭାଇରସକୁ ଦୃଷ୍ଟିରେ ରଖି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନାରୁ ଦେଶକୁ ମୁକ୍ତି କରିବା ପାଇଁ ଆଜି ରାତି ୧୨ଟାରୁ ସମଗ୍ର ଦେଶରେ ଲକ ଡାଉନ ହେବ। ଏହି ଲକ ଡାଉନ ୨୧ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସମସ୍ତଙ୍କୁ ଘରର ଲକ୍ଷଣ ରେଖା ଭିତରେ ରହିବା ପାଇଁ ସେ ହାତ ଯୋଡ଼ି ନିବେଦନ କରିଛନ୍ତି।
ଯଦି ଏହି ୨୧ ଦିନ ଲକ୍ ଡାଉନକୁ ନ ମାନିବା ତାହେଲେ ଭାରତ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ଦେଶବାସୀଙ୍କ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ଘୋଷଣା କରିଛନ୍ତି। ଯଦି କେହି ଏହାକୁ ଅଣଦେଖା କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦି କହିଛନ୍ତି। ଏହାକୁ ଏକ କର୍ଫ୍ୟୁ ଭାବେ ଗ୍ରହଣ କରାଯିବ । ଆମର ଟିକିଏ ବି ଭୁଲ୍ ଦେଶରେ ମହାମାରୀ ରୂପ ନେଇ ପାରେ । ତେଣୁ ନିଜେ ସଚେତନ ହୋଇ ସାରା ପରିବାରକୁ ସୁରକ୍ଷିତ ରଖିବା ପ୍ରତେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ମୋଦି କହିଛନ୍ତି। ଆଜି ମଧ୍ୟରାତ୍ରିରୁ ଭାରତ ସରକାର ବାଧ୍ୟ ହୋଇ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା। ଆପଣମାନେ ଦେଶର ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରୁହନ୍ତୁ ବୋଲି ମୋଦି କହିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news