ଯାଜପୁରରେ ଖୋଲିଲା ଦୋକାନ : ଲକ ଡାଉନ ସମୟରେ ପ୍ରଶାସନର ବଡ ନିଷ୍ପତି..

ଯାଜପୁର : ସାରା ରାଜ୍ୟରେ ଜାରୀ ରହିଛି ଲକ ଡାଉନ ।ଅତ୍ୟାବଶେକ ଦୋକାନ ଛାଡି ସବୁ ବନ୍ଦ । ହେଲେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଯାଜପୁର ପ୍ରଶାସନ ନେଇଛି ବଡ ନିଷ୍ପତି । ଆଜିଠାରୁ ଯାଜପୁରରେ ଖୋଲିଛି ସାଇକେଲ, ଗ୍ୟାରେଜ,ପାଠ୍ୟ ଉପକରଣ ଦୋକାନ, ଦୁଗ୍ଧ ଜାତ ଦ୍ରବ୍ୟ,ଏଲେକ୍ଟ୍ରି ଉପକରଣ ସାମଗ୍ରୀ ଦୋକାନ । ସକାଳ 6ଟାରୁ ଦିନ 10ଟା ଯାଏ ଦୋକାନ ଖୋଲା ରହିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ।

ଭୁବନେଶ୍ୱର ଓ କଟକ ରେ OLA ମେଡ଼ିକାଲ ସେବା ଆରମ୍ଭ…

ଭୁବନେଶ୍ୱର : କମିଶନରେଟ ପୋଲିସ ଓଡିଶା କ୍ୟାବ ଆସୋସିଏସନ ସହାୟତାରେ ୧୦୦ ଟି ଓଲା(OLA )ଗାଡି କୁ ଲକ ଡାଉନ ପାସ ଦେଉଛନ୍ତି। ଲକଡାଉନ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ଦୁଇ ସହର ମଧ୍ୟରେ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଛି।ଏହି ଗାଡି ଗୁଡିକ କେବଳ ଅସୁସ୍ଥ ମାନକୁ ହସ୍ପିଟାଲ ନେବା ଆଣିବା କାର୍ଯ୍ୟରେ ବ୍ୟବହାର କରାଯିବ। ଗାଡ଼ିରେ ଡ୍ରାଇଭର ଙ୍କ ସହ ଦୁଇଜଣ ମେଡିକାଲକୁ ଯାଇପାରିବେ ଓ ଆସିପାରିବେ। ସମସ୍ତ ଗାଡିକୁ ପୋଲିସ ଟ୍ରାକିଂ କରିବ। ଆଜି ଡିସିପି ଅଫିସରେ ଡ୍ରାଇଭରମାନେ ପାସ ନେଇଛନ୍ତି l

ଯାଜପୁରରେ ରକ୍ତସଙ୍କଟ ଦୂର କରିବାକୁ ଆଗେଇ ଆସିଲା ଅଶୋକ ଦାସ ଫାଉଣ୍ଡେସନ

ଯାଜପୁର: ଏବେ ଲକ୍ ଡାଉନ ସମୟ । ପ୍ରାୟ ରକ୍ତ ଭଣ୍ଡାରରେ ଏବେ ରକ୍ତ ସଙ୍କଟ ଦେଖାଦେବା ଆରମ୍ଭ ହୋଇଛି। ରକ୍ତଦାନ ମହତ ଦାନ । ଏକଥା କିଏ ବା ନଜାଣେ। ଏହି ସଂକଟକୁ ଦୂର କରିବା ପାଇଁ ଅଶୋକ ଦାସ ଫାଉଣ୍ଡେସନ ତରଫରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ନୀତି ଆଦର୍ଶରେ ଅନୁପାଣିତ ହୋଇ ସ୍ୱେଚ୍ଛାକୃତ ରକ୍ତଦାନ ସାମିଲ ହେଉଛନ୍ତି ବହୁ ଯୁବକ । ଯେମିତି ଜିଲ୍ଲା ଭିତରେ କୌଣସି ଲୋକ ରକ୍ତ ଅଭାବରୁ ମୃତ୍ୟୁ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର କରାଯାଉଛି। ଲକ୍ ଡାଉନ ଥାଇ ମଧ୍ୟ ଅନେକ ଲୋକ ଆସି ରକ୍ତ ଦାନ କରୁଛନ୍ତି । ରକ୍ତଦାନ ସମୟରେ ସେଠାରେ ସାମାଜିକ ଦୁରତାକୁ ବିଶେଷ ଧ୍ୟାନ ଦିଆଯାଉଛି । ଅଶୋକ ଦାସ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରସଂଶା କାରାଯାଉଛ।

କରୋନା ଯୁଦ୍ଧରେ ‘ମା’ଙ୍କୁ ସଲାମ

ବ୍ୟୁରୋ : ମା କରୁଣାମୟୀ । ମା ଧର୍ଯ୍ୟର ପ୍ରତୀକ । କେତେବେଳେ କାଳୀ ରୂପଧରି ପାପୀ ସଂଘାର କରେ ତ ଆଉ କେତେବେଳେ ଲକ୍ଷ୍ମୀ ରୂପେ ଜଗତ କଲ୍ୟାଣ କରେ। ନିଜର କର୍ତ୍ତବ୍ୟ ପାଇଁ ସେ ଦେବୀ। ବର୍ତ୍ତମାନ ଚାରିଆଡେ କରୋନାର ପ୍ରକୋପ ।ଏହି ସମୟରେ କରୋନାକୁ ହରେଇବା ପାଇଁ ଅନେକ ମା ଆଗେଇ ଆସିଛନ୍ତି। କିଏ ଏକ ମାସର ଛୁଆକୁ ସାଥିରେ ନେଉଛି । ତ ଆଉ କିଏ ୧୪୦୦ କିଲୋମିଟର ସ୍କୁଟିରେ ଯାଇ ନିଜ ପୁଅକୁ ଘରକୁ ଆଣୁଛି। ନିଜ ୬ ମାସର ଛୁଆଠାରୁ ୧୫ ଦିନ ଦୂରରେ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛି ।
ଗୁମାଲା ଶ୍ରୀଜନ । ଜନସାଧାରଣଙ୍କ ସେବା ପାଇଁ ମାସକର ସନ୍ତାନକୁ କାଖରେ ଧରି ଅଫିସ ଆସିଲେ ମହିଳା ଆଇଏଏସ ଅଧିକାରୀ। ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପାଟଣା ମୁନିସପାଲିଟି କମିଶନର ଗୁମାଲା ଶ୍ରୀଜନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ତାଙ୍କୁ ମା ହେବାର ମାତ୍ର ଏକ ମାସ ହୋଇଛି। ସେ ଏବେ ମାତୃତ୍ୱ ଛୁଟିରେ ରହିବା କଥା। କିନ୍ତୁ ସେ ଏହା କରିନାହାନ୍ତି। କରୋନା ରୂପୀ ମହାମାରୀକୁ ହରେଇବା ପାଇଁ ନିଜକୁ ସମର୍ପିତ କରିଛନ୍ତି।
ସେମିତି ଆଉ ଜଣେ ମା ହେଉଛନ୍ତି ହାଇଦ୍ରାବାଦ୍ର ବେଗମ ନାମ୍ନୀ । ତାଙ୍କ ଭଲ ପାଇବା ଓ ତ୍ୟାଗ ସାମ୍ନାରେ ଦୂରତା ନାମକ ପ୍ରତିବନ୍ଧକ ହାର ମଣିଯାଇଛି । ଏହାର ଏକ ଉଦାହରଣ ଆସିଛି ତେଲେଙ୍ଗାନାର ନିଜାମ୍‌ବାଦରୁ । ସେ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ଲକ ଡାଉନ ସମୟରେ ନିଜ ପୁଅକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟିରେ ଯାଇଛନ୍ତି। ଏ ପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍‌ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ।ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ।
ଏହି ମହାମାରୀ ସମୟରେ ଅନେକ ନର୍ସ ଓ ମହିଳା ପୋଲିସ ଅଫିସର କାମରେ ଲାଗିଛନ୍ତି।ଯେଉଁମାନେ କି ଦୀର୍ଘ ଦିନଧରି ନିଜ ପରିବାର ଏବଂ ପିଲାଙ୍କ ଠାରୁ ଦୂରରେ ଅଛନ୍ତି। ସେମାନେ ପରିବାରଠାରୁ ପ୍ରଥମେ ଦେଶକୁ ପ୍ରାଥମିକତା ଦେଇ ନିଜର ନିଷ୍ଠାପରତା ଦେଖାଇଛନ୍ତି।
ଆଉ ଜଣେ ମା ହେଲେ ସାଂସଦ ପ୍ରମିଳା ବିଶୋଇ। ସେ ଗାଁ ରୁ ଗାଁକୁ ବୁଲି ଗୀତ ଗାଇ ଗାଇ ଲୋକଙ୍କୁ ସଚେତନ କାରାଉଛନ୍ତି। ଏମିତି ହାଜର ହଜାର ମା ଯେଉଁମାନେ କି ସ୍ୱୟଂ ସାହାୟକ ଗୋଷ୍ଠୀ, ଆଶାକର୍ମୀ ,ଅଙ୍ଗନାଓ୍ବାଡି କର୍ମୀ ନିଜକୁ ଏବଂ ନିଜ ପରିବାରକୁ ପରକରି ଏହି କରୋନା ଯୁଦ୍ଧରେ ଝାସ ଦେଇଛନ୍ତି। ତାଙ୍କ କର୍ତ୍ତବ୍ୟ ଓ ନିଷ୍ଠା ଆଗରେ ଫିକା ପଡିଯାଇଛି ସାମାଜିକ ବନ୍ଧନ । ସେହି ମା ମାନଙ୍କୁ ସତ ନମନ।

କେନ୍ଦ୍ରାପଡାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା : ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଜଣେ ମହିଳା କେନ୍ଦ୍ରାପଡା ଜିଲ୍ଲାର ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ତାଙ୍କର ପୂର୍ବରୁ ବାହାର ରାଜ୍ୟକୁ ଯାଇଥିଵାର ଟ୍ରାକ ହିଷ୍ଟରୀ ରହିଛି।ତାଙ୍କ ସଂସ୍ପଶରେ ଆସିଥିବା ସବୁ ଲୋକକୁ ଏବେ ପୋଲିସ ଷ୍ଟେସ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫୪ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।

ସୁନ୍ଦରଗଡ଼ରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଦୁଇଜଣ ସୁନ୍ଦରଗଡର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି । ହେଲେ ଏଯାଏଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫୪ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।

ରାଜ୍ୟରେ ଆଉ 4 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଛୁଇଁଲା 54

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ ୪ ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଆକ୍ରାନ୍ତଙ୍କ ବିଷୟ ଏଯାଏଁ କୌଣସି ସୂଚନା ଦିଆଯାଇ ନାହିଁ ।।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୫4 ରେ ପହଞ୍ଚିଛି । ଯାହାକୁ ନେଇ ରାଜ୍ୟ ସରକାର ଙ୍କ ଚିନ୍ତା ବଢିଯାଇଛି । ଆଜି ମୋଟ ୨୯୮ ସମ୍ପୁଲ ଟେଷ୍ଟ କରାଯାଇଛି। ସେଥିରୁ ୨୯୬ ଟି ନେଗେଟିଭି ଆସୁଥିବା ବେଳେ ୩ ଟି ପୋଜିଟିଭ ଆସିଛି ।

ଅସହାୟଙ୍କ ମୁହଁରେ ହସ ଫୁଟାଇଲା ନନ୍ଦିଘୋଷ ଟିଭି

ଭୁବନେଶ୍ୱର : ଏବେ ଦେଶ ସାରା ଲକ୍ ଡାଉନ। ଲୋକମାନଙ୍କ କାମଧନ୍ଦା ସବୁ ବନ୍ଦ। ଲୋକେ ଖାଇବା ପାଇଁ ମଧ୍ୟ ପାଉନାହାନ୍ତି । ଏହି ସମୟରେ ଲୋକଙ୍କ ପାଇଁ ସାହାର୍ଯ୍ୟର ହାତ ବଢ଼ାଇଛି ନନ୍ଦିଘୋଷ ଟିଭି। ଆଜି ଭୁବନେଶ୍ୱର ସ୍ଥିତ ଭରତପୁର ଠାରେ ଚ୍ୟାନେଲ ତରଫରୁ ଅସହାୟମାନକୁ ଖାଦ୍ୟ ଯୋଗାଇ ଦିଆଯାଇଛି ।ଏଥିରେ ଚ୍ୟାନେଲର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ଇନପୁଟ ଏଡିଟର ଅଜିତ ଦାସଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଥିଲେ ।

ବାଗଚିଙ୍କ ୧୪ଟି କରୋନା ଉପାଖ୍ୟାନ….

ଭୁବନେଶ୍ୱର : ଓଡ଼ିଶା ସରକାର ସବୁଦିନ ସନ୍ଧ୍ୟାରେ କରୋନାର ଟିକ୍ ନିକ୍ ବିବରଣୀ ଦେଉଛନ୍ତି । ଯାହାର ଭାର ମୁଣ୍ଡେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚି । ଯାହାଙ୍କର ବାକ ଚତୁରତା ସବୁ ଓଡ଼ିଆଙ୍କୁ ମନମୁଗ୍ଧ କରିଛି। ବିଶ୍ୱ ,ଦେଶ ତଥା ରାଜ୍ୟର କରୋନା ବିବରଣୀ ଅତି ନିଛକ ଢଙ୍ଗରେ ଉପସ୍ଥାପନା କରୁଛନ୍ତି । ସବୁ ଲୋକ ବୁଝିପାରିଲା ପରି ସରଳ ଓ ଲୋକବାଣୀ ଦ୍ଵାରା ବୁଝାଉଛନ୍ତି । ସବୁଠି ଏବେ ଚର୍ଚ୍ଚାର ବିଷୟ । ଅନେକ ସମୟରେ ମଧ୍ୟ ତାଙ୍କ ବିବରଣୀକୁ ଲୋକ ନାପସନ୍ଦ ମଧ୍ୟ କରିଛନ୍ତି।ଯେମିତିକି କ୍ରିକେଟ ଖେଳରେ ଆଇପିଏଲ, ଏବଂ ପୋକରା ବାଇଗଣ ଘରକୁ ଆଣିବା। କିନ୍ତୁ ତାଙ୍କ ଅନେକ କଥା ଲୋକଙ୍କୁ ଛୁଇଁଛି ।ଆସନ୍ତୁ ନଜର ପକାଇବା ତାଙ୍କର ୧୪ଟି ଚର୍ଚ୍ଚିତ କଥା ଉପରେ
୧- ମହାପ୍ରଭୁ ୧୪ଦିନ ଅଣସର ଘରେ ରହିଥାନ୍ତି । ଏବେ ଆମକୁ ମଧ୍ୟ ୧୪ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ।
୨-ଆମେ ଲାଇନରୁ ଓହରିଯିବା ଉଚିତ।
୩-ବାଘ ମାମୁଁ ଗପ। ଥରେ ଗୋଟେ କୁନି ପିଲା ବାଘ କବଳରେ ପଡିଗଲା ।ବାଘ ତାକୁ ଖାଇବାକୁ ଖାଇବାକୁ କହିଲା। ସେ ପିଲାଟି ବାଘକୁ କହିଲା ମୁଁ ତ ଛୋଟ ପିଲାଟିଏ ।ମୁଁ ଘରୁ ଖାଇପିଇ ମୋଟା ହୋଇକି ଆସେ ମୋତେ ଖାଇବ। ସେଠାରୁ ସେ ତାର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିପାରିଲା। ସେମିତି ସବୁବେଳେ ଉପସ୍ଥିତ ବୁଦ୍ଧି ଆବଶ୍ୟକ ।
୪-୧୬ ଘଣ୍ଟାରେ ମଣିଷ ୩୨୮ ଥର ନିଜ ମୁହଁରେ ହାତ ମରିଥାଏ ।

୫-କମ ଖାଆନ୍ତୁ… ଏହା ଅଧିକ ଖାଇବାର ସମୟ ନୁହେଁ….

୬-ମଣିଷ ଲକଡାଉନରେ ରହୁ… ମଣିଷପଣିଆ ଲକଡାଉନରେ ନ ରହୁ….
୭-ଅଦୃଶ୍ୟ ଶତ୍ରୁର ମୁକାବିଲା ପାଇଁ ଅସାଧାରଣ ପଦକ୍ଷେପ….

୮-ଲକଡାଉନ୍ ଦ୍ୱାରା ଜନଜୀବନରେ ବିଶେଷ ଅସୁବିଧା ହେବ… କିନ୍ତୁ ଆମେ ବଞ୍ଚିଲେ ହିଁ ସ୍ଥିରତା ଆସିବ

୯-ହାତୀ ବୁଡିଲାଣି ମେଣ୍ଢା କହୁଛି ପାଣି କେତେ

୧୦- ପୁରୁଷମାନେ ରୋଷେଇ ସହ ସମସ୍ତ ଘରକାମରେ ସାହାଯ୍ୟ କରନ୍ତୁ, ମା’,ଭଉଣୀ ,ମାଉସୀ ଓ ଭାଉଜ ମାନଙ୍କ ଉପରେ ସବୁ କାମ ଲଦି ଦିଅନ୍ତୁ ନାହିଁ । ସେମାନେ ଭାଂଗିପଡିଲେ ଦେଶ ଭାଂଗିପଡିବ ।

୧୧-ମଦ ପିଅନ୍ତୁନି, ମଦ୍ୟପଙ୍କୁ ଆଗେ କରୋନା ମାରିବ ।

୧୨-ସୋସିଆଲ ମିଡ଼ିଆ ରେ ଡିଜିଟାଲ ଫୂଟପ୍ରିଣ୍ଟ ଛାଡ଼ନ୍ତୁ ନାହିଁ ।

୧୩- କରୋନା କ୍ରିକେଟ ନୁହଁ।ଯେ ତାର ସବୁବେଳେ ଉପଡେଟ୍ ଖବର ଦିଆଯିବ।
୧୪-ବାଇଗଣରେ ପୋକ ରହୁ ପଛେ ଭୁତାଣୁ ନ ରହୁ…. ବଜାରରୁ ପରିବା ବାଛିକି ଆଣନ୍ତୁ ନାହିଁ।

କରୋନା @50…

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା 50 ଛୁଇଁଲା ! ଆଜି 2 ପଜେଟିଭ ଚିହ୍ନଟ ! ଆଜି 298ଟି ସାମ୍ପଲ ଟେଷ୍ଟ ହୋଇଥିଲା ! ସେଥିମଧ୍ୟରୁ 2 ପଜେଟିଭ ଆସିଛି !

Follow us

20,832FansLike
0FollowersFollow
14,700SubscribersSubscribe

Latest news