ଯାଜପୁରରେ ରକ୍ତସଙ୍କଟ ଦୂର କରିବାକୁ ଆଗେଇ ଆସିଲା ଅଶୋକ ଦାସ ଫାଉଣ୍ଡେସନ

- Advertisement -

ଯାଜପୁର: ଏବେ ଲକ୍ ଡାଉନ ସମୟ । ପ୍ରାୟ ରକ୍ତ ଭଣ୍ଡାରରେ ଏବେ ରକ୍ତ ସଙ୍କଟ ଦେଖାଦେବା ଆରମ୍ଭ ହୋଇଛି। ରକ୍ତଦାନ ମହତ ଦାନ । ଏକଥା କିଏ ବା ନଜାଣେ। ଏହି ସଂକଟକୁ ଦୂର କରିବା ପାଇଁ ଅଶୋକ ଦାସ ଫାଉଣ୍ଡେସନ ତରଫରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ନୀତି ଆଦର୍ଶରେ ଅନୁପାଣିତ ହୋଇ ସ୍ୱେଚ୍ଛାକୃତ ରକ୍ତଦାନ ସାମିଲ ହେଉଛନ୍ତି ବହୁ ଯୁବକ । ଯେମିତି ଜିଲ୍ଲା ଭିତରେ କୌଣସି ଲୋକ ରକ୍ତ ଅଭାବରୁ ମୃତ୍ୟୁ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର କରାଯାଉଛି। ଲକ୍ ଡାଉନ ଥାଇ ମଧ୍ୟ ଅନେକ ଲୋକ ଆସି ରକ୍ତ ଦାନ କରୁଛନ୍ତି । ରକ୍ତଦାନ ସମୟରେ ସେଠାରେ ସାମାଜିକ ଦୁରତାକୁ ବିଶେଷ ଧ୍ୟାନ ଦିଆଯାଉଛି । ଅଶୋକ ଦାସ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରସଂଶା କାରାଯାଉଛ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles