ଭୁବନେଶ୍ୱର : ପୁଣି ଆସିଲା ଏକ ଖୁସି ଖବର । ପୁଣି 10 କୋରୋନା ଆକ୍ରାନ୍ତ ଭଲ ହୋଇଛନ୍ତି । ଏହାସହ ମୋଟ 12 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରର 5 ଜଣ, 2 ଜଣ ଭଦ୍ରକର ହୋଇଥିବା ବେଳେ ଯାଜପୁର ଏବଂ ପୁରୀର ଜଣେ ଲେଖାଏଁ ବ୍ୟକ୍ତି କୋରୋନାରୁ ମୁକ୍ତି ପାଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
କରୋନାରେ ଆକ୍ରାନ୍ତ ହେଲେ ଦୁଇ ଶିଶୁ କନ୍ୟା
ଭୁବନେଶ୍ୱର : ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଝରପଡାର ଦୁଇଜଣ ଶିଶୁ କନ୍ୟା ଓ ଅନ୍ୟ ଜଣେ ୩୫ ବର୍ଷ ବୋଲି ଏବେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦୁଇ ଜଣଙ୍କର ବୟସ ୫ ଓ ୯ ବର୍ଷ। ଉଭୟ ୪୨ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ।ରାଜ୍ୟରେ ପ୍ରଥମ ଥର ପାଇଁ ଶିଶୁଙ୍କଠାରେ କରୋନା ଦେଖାଦେଇଛ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୮ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।
ବାଇଗଣରେ ପୋକଟିଏ ଥାଉ , ଭୁତାଣୁ ନଥାଉ : ସୁବ୍ରତ ବାଗଚି
ଭୁବନେଶ୍ୱର : ଆମେ ବଜାରକୁ ଯାଉଛନ୍ତି ,ପରିବା କିଣୁଛନ୍ତି I ପାଞ୍ଚ ,ଛଟି ବାଇଗଣକୁ ବାଛି ବାଛି ଭକ ବାଇଗଣଟି ଆଣୁଛନ୍ତି I ବଜାରକୁ ଯାଇ ବାଛି ବାଛି ପରିବା ଆଣିବା ଯେଉଁ ମାନଙ୍କର ଅଭ୍ୟାସ ସେମାନଙ୍କୁ କରୋନା ମୁଖପାତ୍ର ସୁବ୍ରତ ବାଗଚି ଆଜି ସତର୍କ କରିଛନ୍ତି I ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ , ବାଇଗଣରେ ଗୋଟେ ପୋକ ଥିଲେ ମଧ୍ୟ ଆମେ ତାକୁ ଘରକୁ ଆଣି କାଟିକି ଅଲଗା କରିଦେଇ ପାରିବା , ହେଲେ ଯଦି ବାଇଗଣରେ ଭୁତାଣୁ ନେଇ ଆସିବା ତାହାହେଲେ ତାହା ଆମ ପରିବାରକୁ ସଂକ୍ରାମଣ କରିଦେବ I ତେଣୁ ଏବେ ସମୟ ବାଇଗଣକୁ ବାଛି ଆଣିବାର ନୁହେଁ ବରଂ ପରିବା ଦଦୋକାନୀ ଯେଉଁ ବାଇଗଣ ଦେବ ତାକୁ ନେଇ ଆସିବା ଉଚିତ I ବାଇଗଣର ପୋକଟିଏ ଥାଉ କିନ୍ତୁ ଭୁତାଣୁ ନଥାଉ I ଏଇଟା ପରିବା ଗଦାକୁ ବାଛି ଖେଳାଇବାର ସମୟ ନୁହଁ ବୋଲି ସେ ପରାମର୍ଶ ଦେଇଛନ୍ତି ରାଜ୍ୟବାସୀଙ୍କୁ I କେବଳ ସେତିକି ନୁହେଁ ସାରା ବିଶ୍ୱରେ କିଭଳି ଭାବରେ ଦ୍ରୁତ ଗତିରେ କରୋନା ବ୍ୟାପିଛି ତାର ତଥ୍ୟ ଦେଇଥିଲେ ସୁବ୍ରତ ବାଗଚି I ତଥ୍ୟ ଦେଇ ସେ କହିଥିଲେ ଯେ , ସାରା ବିଶ୍ୱରେ ୩ ମାସରେ ୧ ଲକ୍ଷ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିଲାବେଳେ ମାତ୍ର ସପ୍ତାହ ଭିତରେ ସାରା ବିଶ୍ୱରେ କରୋନା ସଂକ୍ରମିତ ୫ ଲକ୍ଷରୁ ୧୬ ଲକ୍ଷରେ ପହଁଚିଛି I ତେଣୁ ଆମକୁ ସତର୍କ ରହିବାକୁ ହେବ I ଏହା ସହ ଗୋଟେ ଉଦାହରଣ ଦେଇ ସେ କହିଥିଲେ ଯେ ପ୍ରତେକ ମଣିଷ ୧୬ ଘଣ୍ଟାରେ ୩୨୮ ଥର ତାର ହାତକୁ ମୁହଁରେ ମରିଥାଏ , ତେଣୁ ମାସ ପିନ୍ଧିଲେ ଆମେ ଭୁତାଣୁ ଠାରୁ ସୁରକ୍ଷିତ ରହିପାରିବା I ସେପଟେ ସିବିକେ ମହାନ୍ତି କହିଥିଲେ ଯେ , ରାଜ୍ୟରେ ମୋଟ ୩ହଜର ୨୪୯ କରୋନା ଟେଷ୍ଟ କରାଯାଇଛି , ସେଥିମଧ୍ୟରୁ ୪୮ ଜଣକର ପଜେଟିଭ ଆସିଛି I
୧୪୦୦ କିଲୋମିଟର ପୁଅକୁ ଆଣିବା ପାଇଁ ସ୍କୁଟିରେ ଗଲେ ମା
ହାଇଦ୍ରାବାଦ୍: ମାର ଭଲ ପାଇବା ଓ ତ୍ୟାଗ ସାମ୍ନାରେ ଟଳିଯାଏ ଅନେକ ବିପଦ ।ତାହାର ଏକ ଉଦାହରଣ ଆସିଛି ତେଲେଙ୍ଗାନାର ନିଜାମ୍ବାଦରୁ । ସେ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ଲକ ଡାଉନ ସମୟରେ ନିଜ ପୁଅକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟିରେ ଯାଇଛନ୍ତି। ଏ ପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ।ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ।
ଓଡ଼ିଶାର ଦରଦୀ ବନ୍ଧୁ…
ଭୁବନେଶ୍ୱର : ଏବେ ସାରା ବିଶ୍ୱ କରୋନାକୁ ନେଇ ତ୍ରାହି ତ୍ରାହି ଡାକୁଛି । ହେଲେ ଓଡ଼ିଶା ବେଶ ଦୃଢ଼ତାର ଏହାର ମୁକାବିଲା କରୁଛି।ସେଥିପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସଂଶା ହେଉଛି। ଗତକାଲି ଏକ ତାମିଲ ମାଗାଜିନ୍ ନବୀନଙ୍କୁ କରୋନା ମୁକାବିଲାର ଚାଣକ୍ୟ ବୋଲି ଅଭିହିତ କରିଛି। ଗତକାଲି ମୁଖ୍ୟମନ୍ତ୍ରୀ ଅର୍ଥ ନୀତି ନୁହେଁ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି। ଯେଉଁଥିପାଇଁ କି ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଲକ୍ ଡାଉନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛି। ଗରିବ ଲୋକମାନେ ଯେପରି ଭୋକିଲା ନ ରହିବେ ସେଥିପାଇଁ ବିଜେଡି କର୍ମୀମାନଙ୍କୁ ନବୀନ ଆହ୍ୱାନ କରିଛନ୍ତି। ଯାହାର ସମସ୍ତ ଭାର ନେଇଛନ୍ତି ବିଜେଡି ସଙ୍ଗଠକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)। ବିଜେଡି ନେତାଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଏହାସହ ଦଳୀୟ ନେତାଙ୍କ ସହ ଘନଘନ ବୈଠକ କରି ରାଜ୍ୟରେ କରୋନାକୁ ସମୀକ୍ଷା କରିଛନ୍ତି । ପୁରା ରାଜ୍ୟରେ ବିଜେଡି ନେତାମାନେ କିପରି ଏହି ମହାମାରୀ ସମୟରେ ଲୋକଙ୍କ ସେବା କରୁଛନ୍ତି ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ତଦାରଖ କରୁଛନ୍ତି। ମାଲକାନଗିରିରୁ ମୟୁରଭଞ୍ଜ , କୋରାପୁଟ ରୁ ଗଜପତି ଓ ଭବନେଶ୍ୱର ରୁ ବାଲେଶ୍ଵର ଯାଏଁ । ସବୁଜାଗାରେ ନବୀନଙ୍କ ଦେଇଥିବା ଦାୟିତ୍ୱକୁ ସମୀକ୍ଷା କରିଛନ୍ତି ସଙ୍ଗଠକ ସମ୍ପାଦକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ,5 T ସଚିବ ଭିକେ ପାଣ୍ଡିଆନଙ୍କ ପରିଶ୍ରମ ଓ କରୋନା ମୁଖପାତ୍ର ସୁବ୍ରତ ବାଗଚିଙ୍କ ଦୂରଦୃଷ୍ଟିକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ପଣ କରିଛନ୍ତି ପ୍ରଣବ । ଯେଉଁଥିପାଇଁ ପ୍ରତ୍ୟେକ ବିଜେଡି କର୍ମୀ ଏବେ ଜଣେ ଜଣେ କରୋନା ଯୋଦ୍ଧା ପାଲଟିଛନ୍ତି। ଏହି କାର୍ଯ୍ୟକୁ ବବି ବେଶ ଚତୁରତାର ସହ ତ୍ୱରାନ୍ୱିତ କରୁଛନ୍ତି । ସେଥିପାଇଁ ତ ଏବେ ସାରା ଦେଶ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିବା ସହ ଅନୁକରଣ ମଧ୍ୟ କରୁଛି। ସାରା ଦୁନିଆ କହୁଛି କରୋନାର ଦରଦୀ ବନ୍ଧୁଙ୍କୁ ସତ ସଲାମ । ଯାହାକି ନବୀନଙ୍କ ବଡ଼ପଣର ପରିଚୟ । ଯେକି ଓଡ଼ିଶାକୁ ନିଜ ପରିବାର ଭାବନ୍ତି ଓ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ପରିବାର ସଦସ୍ୟ କୁହନ୍ତି। ସେଥିପାଇଁ ତ ପରିବାର ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ନବୀନ ପ୍ରୟାସ କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଉଛନ୍ତି।ସେଥିପାଇଁ ଦୁଇ ଦିନ ତଳେ ସେ ପରାମର୍ଶ ଦେଇଥିଲେ କି କୌଣସି ପରିବାର ଭୋକରେ ନରହିବ ସେଥପ୍ରତି ବିଜେଡି କର୍ମୀମାନେ ନଜର ଦେବା ଆବଶ୍ୟକ । ଯାହାର ଦାୟିତ୍ୱ ନେଇଛନ୍ତି ପ୍ରଣବ । ପ୍ରଣବଙ୍କ ସହ ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଏହି କାମରେ ସାହାଯ୍ୟ କରୁଛନ୍ତି। ଯାହାକି ଅନ୍ୟ ଦଳ ପାଇଁ ଏକ ଉଦାହରଣ ।ସେଥିପାଇଁ ଏବେ ବିରୋଧୀ ମଧ୍ୟ ସରକାରଙ୍କୁ ପ୍ରସଂଶା କରୁଛନ୍ତି।
କ୍ରିକେଟ ଖେଳି କରୋନାରେ ଆକ୍ରାନ୍ତ ହେଲେ କଳାହାଣ୍ଡି ଯୁବକ
କଳାହାଣ୍ଡିରେ ୨ ଛୁଇଁଲା ଆକ୍ରାନ୍ତ ସଂଖ୍ୟା
କ୍ରିକେଟ ଖେଳି ହେଲେ ଆକ୍ରାନ୍ତ
ଜିଲ୍ଲା ପ୍ରଶାସନ ଦେଲା ସୂଚନା
କଳାହାଣ୍ଡି: ଗତକାଲି ରାତିରେ ରାଜ୍ୟରେ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଜଣେ କଳାହାଣ୍ଡିର ଏବେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।ସେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସହ କ୍ରିକେଟ ଖେଳିଥିଲେ । ଏହାସହ କଳାହାଣ୍ଡି ଜିଲ୍ଲାରେ ଦୁଇ ଛୁଇଁଲା ପୋଜିଟିଭ ସଂଖ୍ୟା। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିଲା। ଏବେ ଅଧିକ ଚିକିତ୍ସା ପାଇଁ ଅଶ୍ୱିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୮ କରୋନା ପୋଜିଟିଭ ଚିହ୍ନଟ ହୋଇସାରିଲେଣି ।
ରାଜ୍ୟରେ ଆଉ 4ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୪୮ ଛୁଇଁଲା
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଗୁରୁବାର ରାତିରେ ଆଉ ଚାରି ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ସେମାନେ କେଉଁ ଅଞ୍ଚଳର ସେ ନେଇ କୈଣସି ତଥ୍ୟ ଦିଆଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଏହି ଚାରି ଜଣଙ୍କୁ ମିଶାଇ ଗୋଟିଏ ଦିନରେ ୬ଜଣଙ୍କର କରୋନା ପୋଜିଟିଭ ଚିହ୍ନଟ ହୋଇଛି।ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି ।
ଗାଡି ଜବତ୍ କରିପାରିବେନି ପୋଲିସ , ହାଇକୋର୍ଟ ।
କଟକ: କରୋନା ପାଇଁ ଲକ୍ ଡାଉନ ସମୟରେ ପୁଲିସ ଜନତାଙ୍କର ଗାଡ଼ି ଛଡ଼ାଇ ନେଇପାରିବନାହିଁ । ଏ ନେଇ ଆଜି ଶୁଣାଣି କରିଛନ୍ତି ଉଚ୍ଚ ନ୍ୟାୟାଳୟ। ହାଇକୋର୍ଟ ରାଜ୍ୟ ପୋଲିସ ବିଭାଗକୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଜବତ ହୋଇଥିବା ସବୁ ଗାଡିକୁ ଛାଡିବା ପାଇଁ ମଧ୍ୟ କହିଛନ୍ତି । ଲକଡାଉନ୍ କୁ ଲୋକ ଅମାନ୍ୟ କରି ବାହାରେ ଗାଡ଼ିରେ ବୁଲୁଛନ୍ତି । ଏହାକୁ ବନ୍ଦ କରିବା ପାଇଁ ପୋଲିସ ବିଭାଗ ଏପରି କୋଠର କାର୍ଯ୍ୟାନୁଷ୍ଠାନ କରୁଥିଲା। ଏହା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଛି ।ହେଲେ ଏହାକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି । ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯଦି କେହି ନିୟମ ମାନୁ ନାହାଁନ୍ତି ତାହାଲେ ଅଣ୍ଡର ଟେକିଙ୍ଗ ଲେଖି ଛାଡି ଦିଅ।
ଆରପାରିକୁ ଚାଲିଗଲେ ଶୁଗ୍ରୀବ ।
ବ୍ଯୁରୋ :ଶୋଇଗଲେ ଶୁଗ୍ରୀବ,ଲୋକ ପ୍ରିୟ ଧାରାବାହିକ ରାମାୟଣର ଅଭିନେତା ଶ୍ୟାମ ସୁନ୍ଦର କଲାନୀଙ୍କ ପରଲୋକ । ୮୦ ଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ପ୍ରତେକ ଭାରତୀୟଙ୍କ ମନରେ ଛାଡିଯାଇଛି ଏହାର ଛାପ ।ଏବେ ଦେଶରେ ଲକଡାଉନ୍ ସମୟରେ ସରକାର ପୁଣିଥରେ ଏହି ମେଗା ଧାରାବାହିକର ପୁନଃ ପ୍ରସାରଣ କରିଛନ୍ତି। ହେଲେ ଏହି ସମୟରେ ଆସିଛି ଏକ ଦୁଃଖଦ ଖବର। ରାମାୟଣରେ ଶୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନୀଙ୍କ ପରଲୋକ ଘଟିଛି । ସେ ବହୁଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ ।ଏ ସମ୍ପର୍କରେ ଟୁଇଟ୍ କରି ଜଣାଇଛନ୍ତି ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ । ଏବଂ ଳକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ।
କରୋନା ମୁକାବିଲାରେ ନବୀନ ଆଗରେ: ପ୍ରଥମ ରାଜ୍ୟ ଭାବରେ ଲକ୍ ଡାଉନ ବଢ଼ାଇ ସୃଷ୍ଟି କଲେ ଉଦାହରଣ
କରୋନା ମୁକାବିଲାରେ ନବୀନ ଆଗରେ
ପୁଣି ସାଜିଲେ ଦେଶ ପାଇଁ ଉଦାହରଣ
ଏପ୍ରିଲ ୩୦ ଯାଏଁ ଲକ ଡାଉନ ବୃଦ୍ଧି
ବିରୋଧୀ କଲେ ପ୍ରଶଂଶା
ସାମାଜିକ ଦୂରତାକୁ ରକ୍ଷା କରିବା କଲେ ଅନୁରୋଧ
ଭୁବନେଶ୍ୱର: ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଉଦାହରଣ ସୃଷ୍ଟି କରିଛନ୍ତି । ସବୁ ରାଜ୍ୟଠାରୁ ପାଦେ ଆଗକୁ ଯାଇ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାକୁ ଆଉ ୧୫ ଦିନ ଲକ୍ ଡାଉନ ଘୋଷଣା କରିଛନ୍ତି। ଏହି ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରାଯାଇଛି। ଏହାସହ ଦେଶରେ ଏହି ଅବଧି ବୃଦ୍ଧି କରିବା ସହିତ ଟ୍ରେନ୍ ଏବଂ ବିମାନ ଚଳାଚଳ ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଆଜି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ସାରା ଦେଶକୁ ଏପ୍ରିଲ ୧୪ ଯାଏଁ ଲକ୍ ଡାଉନ ଘୋଷଣା କରିଥିଲେ। ରାଜ୍ୟର ଏହି ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି ।ସେ କହିଛନ୍ତି କରୋନା ମୁକାବିଲା କରିବା ପାଇଁ ଲକ୍ ଡାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା ।
ଏବେ ଦେଶରେ କରୋନା ଦିନକୁ ଦିନକୁ ଭୟଙ୍କର ରୂପ ନେଉଛି। ଦିନକୁ ଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ଏହାର କୌଣସି ଔଷଧ ବାହାରି ନାହିଁ। ବର୍ତ୍ତମାନ ସମୟରେ ସାମାଜିକ ଦୂରତା ହିଁ ଏଥିରୁ ମୁକୁଳିବାର ରାସ୍ତା । ସାମାଜିକ ଦୂରତାକୁ ରକ୍ଷା କରିବା ପାଇଁ ଲକ୍ ଡାଉନ ଏକମାତ୍ର ବିକଳ୍ପ । ଦେଶରେ ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଗରେ । ଏହା ପୁଣିଥରେ ସେ ପ୍ରମାଣ କରି ଦେଖାଇଛନ୍ତି । ସେଥିପାଇଁ ଏ ଲଢେଇରେ ସବୁବେଳେ ନବୀନଙ୍କ ପଥକୁ ସମସ୍ତେ ଅନୁସରଣ କରୁଛନ୍ତି । ସେ କେନ୍ଦ୍ର ହେଉ ଅବା ଅନ୍ୟ ରାଜ୍ୟମାନେ ହୁଅନ୍ତୁ ।














