ବାଗଚିଙ୍କ ୧୪ଟି କରୋନା ଉପାଖ୍ୟାନ….

- Advertisement -

ଭୁବନେଶ୍ୱର : ଓଡ଼ିଶା ସରକାର ସବୁଦିନ ସନ୍ଧ୍ୟାରେ କରୋନାର ଟିକ୍ ନିକ୍ ବିବରଣୀ ଦେଉଛନ୍ତି । ଯାହାର ଭାର ମୁଣ୍ଡେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚି । ଯାହାଙ୍କର ବାକ ଚତୁରତା ସବୁ ଓଡ଼ିଆଙ୍କୁ ମନମୁଗ୍ଧ କରିଛି। ବିଶ୍ୱ ,ଦେଶ ତଥା ରାଜ୍ୟର କରୋନା ବିବରଣୀ ଅତି ନିଛକ ଢଙ୍ଗରେ ଉପସ୍ଥାପନା କରୁଛନ୍ତି । ସବୁ ଲୋକ ବୁଝିପାରିଲା ପରି ସରଳ ଓ ଲୋକବାଣୀ ଦ୍ଵାରା ବୁଝାଉଛନ୍ତି । ସବୁଠି ଏବେ ଚର୍ଚ୍ଚାର ବିଷୟ । ଅନେକ ସମୟରେ ମଧ୍ୟ ତାଙ୍କ ବିବରଣୀକୁ ଲୋକ ନାପସନ୍ଦ ମଧ୍ୟ କରିଛନ୍ତି।ଯେମିତିକି କ୍ରିକେଟ ଖେଳରେ ଆଇପିଏଲ, ଏବଂ ପୋକରା ବାଇଗଣ ଘରକୁ ଆଣିବା। କିନ୍ତୁ ତାଙ୍କ ଅନେକ କଥା ଲୋକଙ୍କୁ ଛୁଇଁଛି ।ଆସନ୍ତୁ ନଜର ପକାଇବା ତାଙ୍କର ୧୪ଟି ଚର୍ଚ୍ଚିତ କଥା ଉପରେ
୧- ମହାପ୍ରଭୁ ୧୪ଦିନ ଅଣସର ଘରେ ରହିଥାନ୍ତି । ଏବେ ଆମକୁ ମଧ୍ୟ ୧୪ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ।
୨-ଆମେ ଲାଇନରୁ ଓହରିଯିବା ଉଚିତ।
୩-ବାଘ ମାମୁଁ ଗପ। ଥରେ ଗୋଟେ କୁନି ପିଲା ବାଘ କବଳରେ ପଡିଗଲା ।ବାଘ ତାକୁ ଖାଇବାକୁ ଖାଇବାକୁ କହିଲା। ସେ ପିଲାଟି ବାଘକୁ କହିଲା ମୁଁ ତ ଛୋଟ ପିଲାଟିଏ ।ମୁଁ ଘରୁ ଖାଇପିଇ ମୋଟା ହୋଇକି ଆସେ ମୋତେ ଖାଇବ। ସେଠାରୁ ସେ ତାର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିପାରିଲା। ସେମିତି ସବୁବେଳେ ଉପସ୍ଥିତ ବୁଦ୍ଧି ଆବଶ୍ୟକ ।
୪-୧୬ ଘଣ୍ଟାରେ ମଣିଷ ୩୨୮ ଥର ନିଜ ମୁହଁରେ ହାତ ମରିଥାଏ ।

୫-କମ ଖାଆନ୍ତୁ… ଏହା ଅଧିକ ଖାଇବାର ସମୟ ନୁହେଁ….

୬-ମଣିଷ ଲକଡାଉନରେ ରହୁ… ମଣିଷପଣିଆ ଲକଡାଉନରେ ନ ରହୁ….
୭-ଅଦୃଶ୍ୟ ଶତ୍ରୁର ମୁକାବିଲା ପାଇଁ ଅସାଧାରଣ ପଦକ୍ଷେପ….

୮-ଲକଡାଉନ୍ ଦ୍ୱାରା ଜନଜୀବନରେ ବିଶେଷ ଅସୁବିଧା ହେବ… କିନ୍ତୁ ଆମେ ବଞ୍ଚିଲେ ହିଁ ସ୍ଥିରତା ଆସିବ

୯-ହାତୀ ବୁଡିଲାଣି ମେଣ୍ଢା କହୁଛି ପାଣି କେତେ

୧୦- ପୁରୁଷମାନେ ରୋଷେଇ ସହ ସମସ୍ତ ଘରକାମରେ ସାହାଯ୍ୟ କରନ୍ତୁ, ମା’,ଭଉଣୀ ,ମାଉସୀ ଓ ଭାଉଜ ମାନଙ୍କ ଉପରେ ସବୁ କାମ ଲଦି ଦିଅନ୍ତୁ ନାହିଁ । ସେମାନେ ଭାଂଗିପଡିଲେ ଦେଶ ଭାଂଗିପଡିବ ।

୧୧-ମଦ ପିଅନ୍ତୁନି, ମଦ୍ୟପଙ୍କୁ ଆଗେ କରୋନା ମାରିବ ।

୧୨-ସୋସିଆଲ ମିଡ଼ିଆ ରେ ଡିଜିଟାଲ ଫୂଟପ୍ରିଣ୍ଟ ଛାଡ଼ନ୍ତୁ ନାହିଁ ।

୧୩- କରୋନା କ୍ରିକେଟ ନୁହଁ।ଯେ ତାର ସବୁବେଳେ ଉପଡେଟ୍ ଖବର ଦିଆଯିବ।
୧୪-ବାଇଗଣରେ ପୋକ ରହୁ ପଛେ ଭୁତାଣୁ ନ ରହୁ…. ବଜାରରୁ ପରିବା ବାଛିକି ଆଣନ୍ତୁ ନାହିଁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles