କରୋନା ଯୁଦ୍ଧରେ ‘ମା’ଙ୍କୁ ସଲାମ

- Advertisement -

ବ୍ୟୁରୋ : ମା କରୁଣାମୟୀ । ମା ଧର୍ଯ୍ୟର ପ୍ରତୀକ । କେତେବେଳେ କାଳୀ ରୂପଧରି ପାପୀ ସଂଘାର କରେ ତ ଆଉ କେତେବେଳେ ଲକ୍ଷ୍ମୀ ରୂପେ ଜଗତ କଲ୍ୟାଣ କରେ। ନିଜର କର୍ତ୍ତବ୍ୟ ପାଇଁ ସେ ଦେବୀ। ବର୍ତ୍ତମାନ ଚାରିଆଡେ କରୋନାର ପ୍ରକୋପ ।ଏହି ସମୟରେ କରୋନାକୁ ହରେଇବା ପାଇଁ ଅନେକ ମା ଆଗେଇ ଆସିଛନ୍ତି। କିଏ ଏକ ମାସର ଛୁଆକୁ ସାଥିରେ ନେଉଛି । ତ ଆଉ କିଏ ୧୪୦୦ କିଲୋମିଟର ସ୍କୁଟିରେ ଯାଇ ନିଜ ପୁଅକୁ ଘରକୁ ଆଣୁଛି। ନିଜ ୬ ମାସର ଛୁଆଠାରୁ ୧୫ ଦିନ ଦୂରରେ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛି ।
ଗୁମାଲା ଶ୍ରୀଜନ । ଜନସାଧାରଣଙ୍କ ସେବା ପାଇଁ ମାସକର ସନ୍ତାନକୁ କାଖରେ ଧରି ଅଫିସ ଆସିଲେ ମହିଳା ଆଇଏଏସ ଅଧିକାରୀ। ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପାଟଣା ମୁନିସପାଲିଟି କମିଶନର ଗୁମାଲା ଶ୍ରୀଜନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ତାଙ୍କୁ ମା ହେବାର ମାତ୍ର ଏକ ମାସ ହୋଇଛି। ସେ ଏବେ ମାତୃତ୍ୱ ଛୁଟିରେ ରହିବା କଥା। କିନ୍ତୁ ସେ ଏହା କରିନାହାନ୍ତି। କରୋନା ରୂପୀ ମହାମାରୀକୁ ହରେଇବା ପାଇଁ ନିଜକୁ ସମର୍ପିତ କରିଛନ୍ତି।
ସେମିତି ଆଉ ଜଣେ ମା ହେଉଛନ୍ତି ହାଇଦ୍ରାବାଦ୍ର ବେଗମ ନାମ୍ନୀ । ତାଙ୍କ ଭଲ ପାଇବା ଓ ତ୍ୟାଗ ସାମ୍ନାରେ ଦୂରତା ନାମକ ପ୍ରତିବନ୍ଧକ ହାର ମଣିଯାଇଛି । ଏହାର ଏକ ଉଦାହରଣ ଆସିଛି ତେଲେଙ୍ଗାନାର ନିଜାମ୍‌ବାଦରୁ । ସେ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ଲକ ଡାଉନ ସମୟରେ ନିଜ ପୁଅକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟିରେ ଯାଇଛନ୍ତି। ଏ ପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍‌ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ।ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ।
ଏହି ମହାମାରୀ ସମୟରେ ଅନେକ ନର୍ସ ଓ ମହିଳା ପୋଲିସ ଅଫିସର କାମରେ ଲାଗିଛନ୍ତି।ଯେଉଁମାନେ କି ଦୀର୍ଘ ଦିନଧରି ନିଜ ପରିବାର ଏବଂ ପିଲାଙ୍କ ଠାରୁ ଦୂରରେ ଅଛନ୍ତି। ସେମାନେ ପରିବାରଠାରୁ ପ୍ରଥମେ ଦେଶକୁ ପ୍ରାଥମିକତା ଦେଇ ନିଜର ନିଷ୍ଠାପରତା ଦେଖାଇଛନ୍ତି।
ଆଉ ଜଣେ ମା ହେଲେ ସାଂସଦ ପ୍ରମିଳା ବିଶୋଇ। ସେ ଗାଁ ରୁ ଗାଁକୁ ବୁଲି ଗୀତ ଗାଇ ଗାଇ ଲୋକଙ୍କୁ ସଚେତନ କାରାଉଛନ୍ତି। ଏମିତି ହାଜର ହଜାର ମା ଯେଉଁମାନେ କି ସ୍ୱୟଂ ସାହାୟକ ଗୋଷ୍ଠୀ, ଆଶାକର୍ମୀ ,ଅଙ୍ଗନାଓ୍ବାଡି କର୍ମୀ ନିଜକୁ ଏବଂ ନିଜ ପରିବାରକୁ ପରକରି ଏହି କରୋନା ଯୁଦ୍ଧରେ ଝାସ ଦେଇଛନ୍ତି। ତାଙ୍କ କର୍ତ୍ତବ୍ୟ ଓ ନିଷ୍ଠା ଆଗରେ ଫିକା ପଡିଯାଇଛି ସାମାଜିକ ବନ୍ଧନ । ସେହି ମା ମାନଙ୍କୁ ସତ ନମନ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles