ଭଦ୍ରକରୁ ୫ ଓ ବାଲେଶ୍ଵରରୁ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ
ଚିହ୍ନଟ ହୋଇଥିଲେ।ସେମାନଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଏବଂ ୨ଜଣ ବାଲେଶ୍ଵର ବୋଲି ଏବେ ଟୁଇଟ କରି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦେଇଛି ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୬୮ ରେ ପହଞ୍ଚିଛି । ଭଦ୍ରକ ବାସୁଦେବପୁର, ଭଣ୍ଡାରପୋଖରୀ ଅଂଚଳକୁ ପ୍ରଶାସନ ସିଲ କରିଛି l ସେହିପରି ବାଲେଶ୍ୱର ବି ପ୍ରଶାସନ ସିଲ କରିଛି l

ରାଜ୍ୟରେ 68ରେ ପହଁଚିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ 7ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।ତାଙ୍କର ବିଷୟରେ ଏଯାଏଁ କୌଣସି ସୂଚନ ମିଳିପାରିନାହିଁ ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 68 ରେ ପହଞ୍ଚିଛି ।

ବାଟ ଦେଖାଇଲା କରୋନା : ଆନ୍ଧ୍ର ପ୍ରଦେଶରୁ ଯାଜପୁର ଚାଲି ଚାଲି..

ଯାଜପୁର :ପାଦରେ ଚାଲି ଚାଲି ଆନ୍ଧ୍ର ପ୍ରଦେଶରୁ ଯାଜପୁର । କଥାଟି ଶୁଣିବାକୁ ମିଛ ଲାଗୁଥିଲେବି କରୋନା କିନ୍ତୁ ଏହାକୁ ସତ କରି ଦେଇଛି । କରୋନା ପ୍ରଭାବରେ ସାରା ଦେଶ ଲକଡାଉନ ଥିବା ବେଳେ ପରିବାରର ମୋହ ଆଉ କାର୍ଯ୍ୟସ୍ଥଳୀ ବାଧ୍ୟ କରିଥିଲା ପାଦରେ ଚଳେଇ ଘରକୁ ଆଣିବାକୁ । ଆନ୍ଧ୍ରପ୍ରଦେଶ ମଣ୍ଡା ପେଟାରେ ଏକ ହୋଟେଲରେ କାମ କରୁଥିବା ରମାକାନ୍ତ ଜେନା(୩୮)ଗତ ୧୧ ତାରିଖରୁ ବାହାରି ୫ ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଆସିଛନ୍ତି ଯାଜପୁରକୁ। ମାତ୍ର ବାଟରେ ଏକ ଟ୍ରକ ମାଧ୍ୟମରେ ଦୁଇଶହ କିଲୋମିଟର ରାସ୍ତା ଆସିବା ପରେ ପୁଣି ପଦାରେ ଚାଲି ଚାଲି ଆସିଥିଲେ ରମାକାନ୍ତ । ରମାକାନ୍ତଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଟପୁର ଗାଁରେ । କାମ କରୁଥିବା ହୋଟେଲ ବନ୍ଦ ହୋଇଯିବା ଫଳରେ ହୋଟେଲ ମାଲିକ ଦରମା ବନ୍ଦ କରି ଦେଇଥିଲା । ଗୋଟେ ପଟେ ପରିବାରରେ ସ୍ତ୍ରୀ ଆଉ ତିନି ଛୋଟ ପିଲାଙ୍କ ମୁହଁ ଆଖି ଆଗରେ ନାଚି ଯାଉଥିବା ବେଳେ ସେପଟେ ପେଟର ଭୋକ ବାଧ୍ୟ କରିଥିଲା ରମାକାନ୍ତ ଙ୍କୁ ପାଦରେ ଚାଲି ଚାଲି ଆସିବାକୁ । ରମାକାନ୍ତ ଯାଜପୁର ସହର ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଯାଜପୁର ଟାଉନ ଥାନା ଅଧିକାରୀ ରମାକାନ୍ତଙ୍କୁ ସାନିଟାଇଜ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ବହିର ବିଭାଗରେ ଡାକ୍ତର ପରାମର୍ଶ କରାଇବା ସହ ଦଶରଥପୁର ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରାଇଦେଇଥିଲେ । ତେବେ ଆଧୁନିକ ଯୁଗରେ କରୋନା ପଦାରେ ଚାଲି ବାକୁ ବାଧ୍ୟ କରିଥିବା ବେଳେ ପରିବାରର ମମତା ରମାକାନ୍ତଙ୍କୁ ଯାଜପୁରରେ ଆଣି ପହଞ୍ଚାଇ ଦେଇଛି । ପୂର୍ବରୁ ସାଇକେଲରୁ ବି ଜଣେ ଆସିଥିଲେ ଯାଜପୁର l

କ୍ୱାରେଣ୍ଟାଇରେ ରହିଲେ ମିଳିବ ୨୦୦୦ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂଗ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇଛନ୍ତି । ଏବେ ରାଜ୍ୟର ଅନେକ ଶ୍ରମିକ, ଛାତ୍ର ଛାତ୍ରୀ ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଟା ଆରମ୍ଭ କରିଛନ୍ତି । ସେମାନେ ଫେରିବା ପରେ ସେମାନେ ପଞ୍ଜୀକୃତ ହେବେ ଓ ତାଙ୍କୁ ୧୪ ଦିନ କ୍ବାରାଣ୍ଟିନରେ ରଖାଯିବ। ସେମାନଙ୍କ ଖାଇବା, ରହିବା ଓ ଚିକିତ୍ସା ଖର୍ଚ୍ଚ ସବୁ ସରକାର ବହନ କରିବେ। ଏହା ପରେ ସେମାନଙ୍କୁ ୨୦୦୦ ଟଙ୍କାର ଏକ ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।
ଏବେ ରାଜ୍ୟ କଠିନ ସମୟ ମଧ୍ୟରେ ରହିଛି। ଏବେ ସମୟ ତାଙ୍କ ବ୍ୟକ୍ତିଗତ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ। ପ୍ରତି ଲୋକ କିଭଳି ସୁରକ୍ଷିତ ରହିବେ, ତାହା ଏବେ ସରକାରଙ୍କ ପାଇଁ ପ୍ରାଥମିକତା। ଏଣୁ ରାଜ୍ୟ ବାହାରୁ ଯେଉଁ ବ୍ୟକ୍ତି ବି ଆସିବେ, ସେମାନଙ୍କୁ ପଞ୍ଜୀକରଣ କରାଇ ୧୪ ପାଇଁ କ୍ବାରାଣ୍ଟିନ ରଖିବା ଦାୟିତ୍ବ ସମଗ୍ର ରାଜ୍ୟବାସୀଙ୍କର ବୋଲି ନବୀନ ନିବେଦନ କରିଛନ୍ତି।
ଆସନ୍ତାକାଲିଠାରୁ ଲକଡ଼ାଉନ କଟକଣାରେ କିଛିଟା କୋହଳ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଘୋଷଣା କରିସାଟିଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ବାହାରେ ଥିବା ଲକ୍ଷ ଲକ୍ଷ ଶ୍ରମିକ, ଇଞ୍ଜିନିୟର, ଛାତ୍ର ଯେଭଳି ନିରାପଦରେ ଫେରିବେ ଓ ସେମାନଙ୍କ ଠାରୁ କୌଣସି ବି ବିପଦ କାହା ପ୍ରତି ରହିବ ନାହିଁ,ତାହାକୁ ନିଶ୍ଚିତକ କରିବା ଲାଗି ସରକାର କସରତ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ ଭାବେ କହିଛନ୍ତି, ପଞ୍ଚାୟତ ଓ ପୌରାଞ୍ଚଳ ସହଯୋଗ ବିନା ଏସବୁ ସମ୍ଭବ ନୁହେଁ। ଏଣୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ତାଙ୍କ ପଞ୍ଚାୟତକୁ ଆସୁଥିବା ପ୍ରତିଟି ବ୍ୟକ୍ତିର ଉପଯୁକ୍ତ ଦାୟିତ୍ବ ନେବା ଲାଗି କ୍ଷମତାପ୍ରାପ୍ତ କରାଯାଇଛି।

ନବୀନଙ୍କ ବଡ ନିଷ୍ପତି : କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର : ଆଜି ଭିଡିଓ ବାର୍ତା ମାଧ୍ୟମରେ ରାଜ୍ୟ ବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତାଙ୍କର ଏହି ବାର୍ତାରୁ ସ୍ପଷ୍ଟ ଯେ କୋରନାକୁ ହରାଇବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତିତ । ଏବେ ଲକ୍ ଡାଉନ ଫଳରେ ଗାଁର ଖଟିଖିଆ ଲୋକ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଯାହାକୁ ଖୋଦ ମୁଖ୍ୟମନ୍ତ୍ରୀ ଅନୁଭବ କରିଛନ୍ତି । ସେଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ମୁଖିଆ ।
କରୋନା ମୁକାବିଲାରେ ଓଡ଼ିଶାର ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଯାହା କି ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ।ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦୃଷ୍ଟାନ୍ତ ମୂଳକ ଘୋଷଣା କରିଛନ୍ତି । ସେ କହିଛନ୍ତି,”ଆମ ରାଜ୍ୟରେ ୧ଲକ୍ଷ ଶ୍ରମିକ ରହି ଯାଇଛନ୍ତି । ଆମେ ସେମାନଙ୍କ ଯତ୍ନ ନେଉଛୁ । ଏହାସହ ଓଡ଼ିଶାରୁ ଅନେକ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷା ଦେବା ଆମ ସରକାରର ପ୍ରାଥମିକତା ବୋଲି ସେ କହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହ କଥା ବାର୍ତା ଜରିରହିଛି। ସେମାନଙ୍କୁ ଫେରାଇ ଆଣି ୧୪ ଦିନ ଯାଏଁ କ୍ୱାରେଣ୍ଟିନରେ ରଖାଯିବ। ଏବଂ ଏହି ୧୪ ଦିନ ପାଇଁ ତାଙ୍କୁ ୨୦୦୦ ଟଙ୍କା ସହାୟତା ରାଶି ଦିଆଯିବ। ଏହାସହ କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନିଜ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।

କଣ୍ଟିଲୋ ନୀଳମାଧଵ ମନ୍ଦିର ସେବାୟତଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଅନ୍ତୁ ରାଜ୍ୟ ସରକାର : ସିଦ୍ଧାର୍ଥ

ଭୁବନେଶ୍ୱର, ଏପ୍ରିଲ 18:ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତ ମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତି ନେଇଛନ୍ତି l l ତେବେ ପୁରୀ ସେବାୟତଙ୍କ ଭଳି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟପୀଠ କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତ ମାନଙ୍କୁ ମଧ୍ୟ ଅନୁରୂପ 5000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ l
ନୟାଗଡ ଜିଲ୍ଲା ଖଣ୍ଡପଡାସ୍ଥିତ ଏହି ପୁରାତନ ବିଷ୍ଣୁ ମନ୍ଦିରର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି l ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଓ କଣ୍ଟିଲୋ ନୀଳମାଧଵ ମନ୍ଦିରର ଗାଥା ସମ୍ପର୍କରେ ସବୁ ଓଡିଶା ବାସୀ ଅବଗତ l
ମହାନଦୀ କୂଳରେ ଥିବା ଏହି ନୀଳମାଧଵ ମନ୍ଦିରକୁ ଓଡିଶାର ତ୍ରିବେଣୀ ସଙ୍ଗମ ବୋଲି ମଧ୍ୟ ଅଭିହିତ କରାଯାଇଥାଏ l
ଏହି ପବିତ୍ର ସ୍ଥାନକୁ ନୀଳମାଧଵଙ୍କ ଦର୍ଶନ ନିମନ୍ତେ ବର୍ଷସାରା ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି l ତେବେ କରୋନା ମହାମାରୀ ଯୋଗୁଁ ଏବେ ସାରାଦେଶରେ ଲକଡାଉନ ଥିବାବେଳେ ଧାର୍ମିକ ସ୍ଥାନଗୁଡିକୁ ମଧ୍ୟ ଭକ୍ତ ମାନଙ୍କୁ ଯିବାରେ ବାରଣ କରାଯାଇଛି l ଏହି ପରିପ୍ରେକ୍ଷୀରେ ନୀଳମାଧଵ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଆସିବା ବନ୍ଦ ହୋଇଯାଇଛି l ଭକ୍ତଙ୍କଠାରୁ ପୂଜାଅର୍ଚନାର ପ୍ରାପ୍ୟ ପାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ନୀଳମାଧଵ ମନ୍ଦିରର ସେବାୟତ ମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l 110 ଜଣ ସେବାୟତଙ୍କ 50ଟି ପରିବାର ଏବେ ଲକଡାଉନ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଜ୍ୟସରକାରଙ୍କ ଏହି ଆର୍ଥିକ ସହାୟତା ଯୋଗୁଁ ପୁରୀ ସେବାୟତଙ୍କ 2130 ପରିବାର ଉପକୃତ ହେବେ l ଏଥିପାଇଁ ରାଜ୍ୟ ସରକାର 1 କୋଟି 6 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି l
ତେଣୁ ପୁରୀ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଦିଆଯିବା ନିଷ୍ପତିକୁ ସ୍ୱାଗତ କରିବା ସହ ଅନୁରୂପ ଭାବେ କଣ୍ଟିଲୋ ନୀଳମାଧବ ମନ୍ଦିରର ସେବାୟତ ମାନଙ୍କୁ ମଧ୍ୟ ରାଜ୍ୟ ସରକାର 5000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଖଣ୍ଡପଡା ଯୁବରାଜ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ…

ପଶ୍ଚିମବଙ୍ଗ ଢାଞ୍ଚାରେ ସାମ୍ବାଦିକଙ୍କୁ ମିଳୁ ବୀମା ସୁରକ୍ଷା: ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେର ଚିଠି।

ଭୁବନେଶ୍ୱର : ନିଜ ଜୀବନକୁ ବାଜି ଲଗାଇ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାମ୍ବାଦିକମାନଙ୍କୁ ପଶ୍ଚିମବଙ୍ଗ ଢାଞ୍ଚାରେ ବୀମା ସୁରକ୍ଷା ଯୋଗାଇଦେବା ସହ ଅନ୍ୟ ସାମାଜିକ ନିରାପତ୍ତା ଯୋଗାଇ ଦେବାକୁ ଓଡିଶା ସାମ୍ବାଦିକ ୟୁନିଅନ ( ଓୟୁଜେ) ଦାବିକରିଛି। ଏହିମର୍ମରେ ଓୟୁଜେ ସଭାପତି , ଏନ୍ ୟୁ ଜେ ମହାସଚିବ ପ୍ରସନ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶନିବାରଦିନ ଏକ ଚିଠି ଲେଖି ଜଣାଇଛନ୍ତି ଯେ ରାଜ୍ୟରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାମ୍ବାଦିକମାନେ କରୋନା ସମ୍ପର୍କିତ ସମ୍ବାଦ ନିରବଛିର୍ଣ୍ଣ ଭାବେ ପରିବେଷଣ କରି ଆସୁଛନ୍ତି।ଅନ୍ୟମାନଙ୍କ ଭଳି ସେମାନଙ୍କ ଜୀବନ ପ୍ରତି ମଧ୍ୟ ଯଥେଷ୍ଟ ବିପଦ ରହିଛି। ଉଭୟ ଖବରକାଗଜ ଓ ଇଲେକ୍ଟ୍ରୋନିକ୍ସ ଗଣମାଧମରେ କାର୍ଯ୍ୟକରୁଥିବା ସାମ୍ବାଦିକମାନେ ନିଜ ପରିବାରକୁ ଭୁଲି ଖବର ପରିବେଷଣରେ ରାତିଦିନ ଏକ କରିଦେଇଛନ୍ତି। ସେମାନଙ୍କର ଏହି ଭୂମିକାକୁ ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ମଧ୍ୟ ଯଥେଷ୍ଟ ତାରିଫ କରିଛନ୍ତି।କରୋନାର ପ୍ରଭାବ ଏନେକ କ୍ଷେତ୍ରର ଆର୍ଥିକ ଭିତ୍ତିଭୂମିକୁ ଦୋହଲାଇ ଦେଇଥିବାବେଳ ସାମ୍ବାଦିକ ଓ ଗଣମାଧ୍ୟମ ଉପରେ ମଧ୍ୟ ଏହାର ଯଥେଷ୍ଟ ପତିକୂଳ ପ୍ରଭାବ ପଡିଛି। ଆର୍ଥିକ ଓ ବୃତ୍ତିଗତ ଦ୍ରୁଷ୍ଟିରୁ ସାମ୍ବାଦିକମାନଙ୍କ ପାଇଁ ଯଥେଷ୍ଟ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ପଡୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ ସାମ୍ବାଦିକମାନଙ୍କ ସମସ୍ୟାକୁ ଉପଲବ୍ଧି କରି କରୋନା ଦ୍ରୁଷ୍ଟିରୁ ରାଜ୍ୟର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଘୋଷଣା କରିଥିବା ଦର୍ଶାଇ ଓୟୁଜେ ପକ୍ଷରୁ ଆମ ରାଜ୍ୟରେ ମଧ୍ୟ ସାମ୍ବାଦିକମାନଙ୍କୁ ଅନୁରୂପ ସୁରକ୍ଷା ଓ ପ୍ରୋତ୍ସାହନ ଯୋଗାଇଦେବାକୁ ଚିଠି ମାଧ୍ୟମରେ ଦାବି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଓୟୁଜେ ପକ୍ଷରୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇ ଅନୁରୂପ ଦାବି କରାଯାଇଥଲା।

ଚାଷୀଙ୍କ ଚିନ୍ତାରେ ଅରୁଣ….

ଭୁବନେଶ୍ୱର : ସେ କେବେ କୁହନ୍ତିନି, ସେ ଜଣେ ଚଷାପୁଅ ବୋଲି । ହେଲେ ଚାଷୀଙ୍କ ସମାସ୍ୟାକୁ ବହୁତ ଭଲ ଭାବରେ ଜାଣନ୍ତି। କିନ୍ତୁ ସେ କିଛି ନ କହି ନିଜ ନେତାଙ୍କ ପରି କାମକରି ଦିଅନ୍ତି । ସେ ହେଉଛନ୍ତି ଯୁବ ମନ୍ତ୍ରୀ ଡ଼ଃ ଅରୁଣ ସାହୁ । କୃଷି ଓ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଛନ୍ତି । କରୋନା ମହାମାରୀରେ ଯେତେବେଳେ ସାରା ବିଶ୍ୱରେ ହାହାକାର ପରିସ୍ଥିତି ସହ ଭୟର ବାତାବରଣ ସୃଷ୍ଟି କରିଛି ଠିକ ସେତେବେଳେ କୃଷକଙ୍କ ସାଥି ହୋଇ ଠିଆ ହୋଇଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଯେମିତି ଏହି ମହାମାରୀରେ କୃଷକମାନଙ୍କ ମେରୁଦଣ୍ଡ ଭାଙ୍ଗି ନଯାଏ ସେଥିପାଇଁ ଦିନରାତି ଏକ କରିଦେଇଛନ୍ତି ସେ । ଚାଷୀଙ୍କ ମନବଳ ବୃଦ୍ଧି କରିବା ପାଇଁ ଅନେକ ସମୟରେ ବିଭିନ୍ନ ବାର୍ତ୍ତା ଦେଉଛନ୍ତି। ଏହାସହ ପ୍ରତ୍ୟେକ ଦିନ ୧୦ଟା ରୁ ଲୋକସଭା ଭବନ ଓ କୃଷିଭବନରେ ସଚିବଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରୁଛନ୍ତି । ଲକ୍ ଡାଉନ ପାଇଁ ଚାଷୀ ମୁଣ୍ଡରେ ଚଡକ ପଡିଛି । କୌଣସି ଉତ୍ପାଦିତ ଦ୍ରବ୍ଯ ବିକ୍ରି କରିପାରୁନାହାନ୍ତି ଚାଷୀ । ବିଲରେ ପରିବା ପଚୁଛି। ଏ ସବୁ ସମସ୍ୟାର ସମାଧାନ ପାଇଁ ସେ ପ୍ରସ୍ତୁତ କରିଛନ୍ତି ଦୀର୍ଘ ମିଆଦୀ ଯୋଜନା । ଖାସ ସେଥିପାଇଁ ତ ୩୦ଟି ଜିଲ୍ଲା ପାଇଁ ୩୦ ଜଣ ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି । ଚାଷୀଙ୍କ ପାଇଁ ହୋଇଥିବା ସମସ୍ତ ଯୋଜନାର ଏମାନେ ତଦାରଖ କରିବେ । ଯେଉଁଠି ସମସ୍ୟା ଅଛି ତାର ସମାଧନ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । କୃଷକଙ୍କ ସୁବିଧା ପାଇଁ କୃଷି ଉପକରଣ ମରାମତି ଦୋକାନ ଓ ସାର ଦୋକାନ ଖୋଲିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭେଟନାରୀ ଅଫିସର ମାନଙ୍କୁ ହେଡକ୍ୱାଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ । ଲକ୍ ଡାଉନ ପୂର୍ବରୁ ଅନୁଷ୍ଠାନ କୃଷି ଦୋକାନ ,ମାଛ ଚାଷ, କୁକୁଡ଼ା ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ସହ କୋହଳ ବ୍ୟବସ୍ଥା କରିବା ପାଇଁ ସେ କୃଷି ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନ୍ଫରେନ୍ସିଂଗ୍ ମାଧ୍ୟମରେ ସେ ସମ୍ପୂର୍ଣ୍ଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ପ୍ରାକୃତିକ ବିପର୍ଯ୍ୟୟକୁ ସବୁବେଳେ ଦୃଢ଼ତାର ସହ ମୁକାବିଲା କରୁଥିବା ଚାଷୀମାନେ କରୋନା ସମୟରେ ସେହିପରି ଦୃଢ଼ତାର ସହ ମୁକାବିଲା କରିବା ପାଇଁ ସେ ବାରମ୍ବାର ପରାମର୍ଶ ଦେଇଛନ୍ତି ଚାଷୀଙ୍କୁ । ଚାଷୀଙ୍କ ମନବଳ ବୃଦ୍ଧି କରିବା ପାଇଁ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କୃଷିମନ୍ତ୍ରୀ ଅରୁଣ ସାହୁ ସବୁ ପ୍ରକାର ଚେଷ୍ଟା ଜାରୀ ରଖିଛନ୍ତି । ଚାଷୀ ଯେତେବେଳେ ହଇରାଣରେ ପଡୁଛନ୍ତି , ସେଥିରୁ କେମିତି ଚାଷୀମାନେ ଉଦ୍ଧାର ପାଇବେ ସେଥିପାଇଁ ସବୁବେଳେ ଚେଷ୍ଟା ଜାରୀରଖିଛନ୍ତି ।ଗଣମାଧ୍ୟମରେ ବିଭିନ୍ନ ବାର୍ତ୍ତା ଦ୍ଵାରା ଚାଷୀଙ୍କ ପାଖରେ ପହଂଚାଉଛନ୍ତି। ଏବଂ ତାହାର ସମାଧାନ ପାଇଁ ସବୁ ପ୍ରକାର ଚେଷ୍ଟା ଜାରୀରଖିଛନ୍ତି ।

10ଟି ଜିଲ୍ଲାର ତାପମାତ୍ରା 40ଡିଗ୍ରୀ ଉପରେ….

ଭୁବନେଶ୍ୱର : ୧୦ ଟି ସ୍ଥାନରେ ୪୦.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |୩ ଟି ସ୍ଥାନରେ ୪୧.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |
ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୭ ଡ଼ିଗ୍ରୀ ସି. ବଲାଙ୍ଗୀର ରେ ରେକର୍ଡ କରାଯାଇଛି*
ଭୁବନେଶ୍ୱର- ୩୭.୨ ଡ଼ିଗ୍ରୀ ସି.
ବାଲେଶ୍ୱର -୩୭.୦ ଡ଼ିଗ୍ରୀ ସି.
ଚାନ୍ଦବାଲି – ୩୭.୪ ଡ଼ିଗ୍ରୀ ସି.
କଟକ -୩୬.୨ ଡ଼ିଗ୍ରୀ ସି.
ପାରାଦୀପ- ୩୧.୭ ଡ଼ିଗ୍ରୀ ସି.
ଗୋପାଳପୁର -୩୦.୭ ଡ଼ିଗ୍ରୀ ସି.
ପୁରୀ -୩୨.୬ ଡ଼ିଗ୍ରୀ ସି.
#*ଅନୁଗୁଳ – ୪୧.୩ ଡ଼ିଗ୍ରୀ ସି.*
ବାରିପଦା -୩୭.୦ ଡ଼ିଗ୍ରୀ ସି.
#*ଝାରସୁଗୁଡା – ୪୦.୨ ଡ଼ିଗ୍ରୀ ସି.*
କେନ୍ଦୁଝର – ୩୯.୦ ଡ଼ିଗ୍ରୀ ସି.
ସମ୍ବଲପୁର- ୩୯.୫ ଡ଼ିଗ୍ରୀ ସି.
ହୀରାକୁଦ – ୩୮.୯ ଡ଼ିଗ୍ରୀ ସି.
#*ତାଳଚେର-୪୦.୨ ଡ଼ିଗ୍ରୀ ସି.*
#*ଭବାନୀପାଟଣା -୪୦.୫ ଡ଼ିଗ୍ରୀ ସି.*
#*ବଲାଙ୍ଗୀର – ୪୧.୭ ଡ଼ିଗ୍ରୀ ସି.*
#*ଟିଟଲାଗଡ – ୪୧.୫ ଡ଼ିଗ୍ରୀ ସି.*
କୋରାପୁଟ -୩୫.୨ ଡ଼ିଗ୍ରୀ ସି.
#*ମାଲକାନଗିରି – ୪୦.୦ ଡ଼ିଗ୍ରୀ ସି.*
#*ସୋନୁପୁର – ୪୦.୬ ଡ଼ିଗ୍ରୀ ସି.*
ଦାରିଙ୍ଗିବାଡ଼ି – ୩୫.୦ ଡ଼ିଗ୍ରୀ ସି.
#*ନୟାଗଡ -୪୦.୦ ଡ଼ିଗ୍ରୀ ସି.*
#*ବୌଦ୍ଧ -୪୧.୬ ଡ଼ିଗ୍ରୀ ସି.*
ଛତ୍ରପୁର – ୩୩.୦ ଡ଼ିଗ୍ରୀ ସି.
ପାରଳାଖେମୁଣ୍ଡି – ୩୭.୫ ଡ଼ିଗ୍ରୀ ସି.
ରାୟଗଡ – ୩୪.୦ ଡ଼ିଗ୍ରୀ ସି.
ଫୁଲବାଣୀ -୩୯.୮ ଡ଼ିଗ୍ରୀ ସି.

ଆସନ୍ତା ୪ ରୁ ୫ ଦିନ ଯାଏ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନ ତାପମାତ୍ରା ରେ କୌଣସି ପରିବର୍ତନ ର ସମ୍ଭାବନା ନାହିଁ | କିନ୍ତୁ ଓଡିଶା ର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ୪୦.୦ ଡ଼ିଗ୍ରୀ ସି. କିମ୍ବା ତା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବା ର ସମ୍ଭାବନା ରହିଛି* |

ବାଲେଶ୍ୱରରେ ପହଁଚିଲା କରୋନା : ଆକ୍ରାନ୍ତ ସଂଖ୍ୟା ହେଲା 61

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ ଜଣେ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 58ବୟସ ଏହି ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର । ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 61 ପହଂଚିଛି l 37ଜଣ ଚିକିତ୍ସାଧୀନ ଥିବା ବେଳେ 24ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news