ଖବରରେ ଖବରଦାତା : ମୁମ୍ବାଇର ୫୩ ଜଣ ସାମ୍ବାଦିକଙ୍କୁ କରୋନା….

- Advertisement -

ମୁମ୍ବାଇ : କରୋନାର ଟିକନିକ ଖବର ଲୋକମାନେ ଘରେ ବସିକି ଦେଖୁଛନ୍ତି ।ହେଲେ ଆମ ପାଖକୁ ଯିଏ ଏହି ଖବର ପହଂଚାଉଛନ୍ତି ସେମାନେ ଏବେ ବିପଦରେ ।କାରଣ ମୁମ୍ବାଇର ୫୩ ଜଣ ସାମ୍ବାଦିକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହି ୫୩ ଜଣଙ୍କ ମଧ୍ୟରେ ରିପୋର୍ଟର, କ୍ୟାମେରାମ୍ୟାନ୍‌ ଏବଂ ଫଟୋ ଜର୍ଣ୍ଣାଲିଷ୍ଟ ଅଛନ୍ତି। ଯାହାକି ଏବେ ସାମ୍ବାଦିକ ଜଗତ ପାଇଁ ଚିନ୍ତାର ବିଷୟ ପାଲଟିଛି ।
କରୋନାର ସବୁ ହଟ ସ୍ପଟକୁ ଯାଇ ଜୀଵନ ବାଜିରେ ଲଗେଇ ଖବର ପରିବେଶ କରୁଛନ୍ତି ସାମ୍ବାଦିକ ।ମୁମ୍ବାଇରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସରବରାହ ସଂସ୍ଥାରୁ ଜଣାପଡିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍‌ସ୍ପଟ୍‌ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles