ଭଦ୍ରକ ଆକ୍ରାନ୍ତଙ୍କ ସହ ଯାଜପୁର ଲିଙ୍କ :ସଜାଗ ହେଲା ପ୍ରଶାସନ

- Advertisement -

ଯାଜପୁର: ଭଦ୍ରକ ପାଇଁ ସଜାଗ ହେଲା ଯାଜପୁର ପ୍ରଶାସନ । ଆଜି ସକାଳୁ ଭଦ୍ରକର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ଯାଜପୁରର ୬ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛି । ଯାହାକି ଖୋଦ ଆକ୍ରାନ୍ତ ବ୍ୟକ୍ତି କହିଛନ୍ତି । ଏହା ଜାଣିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ୟକ୍ତି ଜଣଙ୍କ କହିବା ଅନୁସାରେ ସେ ୨୯ ତାରିଖରେ କଲିକତାର ବଡ଼ ବଜାରରୁ ଏକ ମାରୁତୀ କାରରେ ଫେରିଥିଲେ । ସେଥିରେ ତାଙ୍କ ସହ ୬ଜଣ ଲୋକ ଥିଲେ । ଭଦ୍ରକର ଆକ୍ରାନ୍ତ ଜଣକ ୩୦ ତାରିଖରେ ସକାଳ ୬:୩୦ରେ ନେଉଳିଆ ଛକରେ ଓହ୍ଲାଇଥିଲେ । ଅନ୍ୟ ୬ ଜଣ ଷଠିପୁରରେ ଓଲ୍ହାଇବେ ବୋଲି କଥା ହେଉଥିଲେ । ଫଳରେ ସେମାନେ ଷଠିପୁର ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ହେଲେ ଉକ୍ତ ୬ ଜଣଙ୍କର ସଠିକ ଠିକଣା ଭଦ୍ରକ ଆକ୍ରାନ୍ତ ଜଣଙ୍କ କହି ପାରୁନାହାନ୍ତି । ଏହାପରେ ଯଦି ସେହି ଅଞ୍ଚଳରେ କେହି କଲିକତାରୁ ଫେରିଥିବା ଲୋକ ଥାଅନ୍ତି ତେବେ ସେମାନେ ନିଜ ତରଫରୁ ଜିଲ୍ଲା ପ୍ରଶାସନକୁ ଜଣାଇବା ପାଇଁ ଜିଲାପାଳ ରଞ୍ଜନ ଦାଶ ନିବେଦନ କରିଛନ୍ତି। ଭଦ୍ରକ ବ୍ୟକ୍ତିଙ୍କ ସହ ଆସିଥିଲେ ସେମାନଙ୍କୁ ଜିଲ୍ଲା ପ୍ରଶାସନକୁ କ୍ୱାରେଣ୍ଟାଇନରେ ରଖିବେ ଓ ଚିକିତ୍ସା କରାଇବେ । ଯାହା ଫଳରେ ଗୋଷ୍ଠୀ ସଂକ୍ରମଣରୁ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ତେଣୁ କରି ସେ ଅଞ୍ଚଳର ବାସିନ୍ଦା ଓ ଫେରିଥିବା ଲୋକଙ୍କୁ ସେ ବିଷୟରେ ଜିଲ୍ଲା ପ୍ରଶାସନକୁ ସୂଚନା ଦେବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଏହି ୬ ,ଜଣଙ୍କୁ ଚିହ୍ନଟ ପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବି ଅନୁରୋଧ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles