ଗାଁ ଲୋକଙ୍କ ଠାରୁ ଶିଖନ୍ତୁ କଟକ-ଭୁବନେଶ୍ୱର ବାସୀ : ବାଗଚି

- Advertisement -

ଭୁବନେଶ୍ୱର : କରୋନା ଜାଲରେ ଏବେ ସାରା ଦେଶ । ଧୀର ଧୀରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।ଯାହାକି କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଆଜି ଓଡ଼ିଶାରେ ଗୋଟିଏ ଦିନରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହାକି ଓଡ଼ିଶା ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ । କରୋନା ଆକ୍ରାନ୍ତ ସଂଖ୍ୟା ବଢିବାକୁ ନେଇ ଆଜି ରାଜ୍ୟ କରୋନା ମୁଖପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଦିଗଟି ହେଲେ ସହର ଅପେକ୍ଷା କରୋନାକୁ ନେଇ ଗାଁ ଲୋକମାନେ ଅଧିକ ସଚେତନ ଅଛନ୍ତି । କିଛି ଫଟୋ ଦ୍ଵାରା ସେ ଏହାକୁ ବୁଝାଇଥିଲେ । ପ୍ରଥମେ ସେ କିଛି ଗାଁ ଅଞ୍ଚଳର ଚିତ୍ର ଦେଖାଇ ଥିଲେ । ଯେଉଁଥିରେ କି ଗାଁର ମୁଖ୍ୟତଃ ମହିଳାମାନେ ପାଣି ଆଣିବା ବେଳେ ମଧ୍ୟ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଛନ୍ତି। ଯାହା କି ଦେଶ ପାଇଁ ଏକ ଭଲ ବାର୍ତା କହିଲେ ମଧ୍ୟ ଭୁଲ୍ ହେବ ନାହିଁ । ଅପରପକ୍ଷେ କଟକ ଭୁବନେଶ୍ୱରର କିଛି ଚିତ୍ର ମଧ୍ୟ ସେ ଦେଖାଇଥିଲେ । ଯାହା କି ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ସହରରେ ଅନେକ ଶିକ୍ଷିତ ଲୋକ ଥାଆନ୍ତି।। ହେଲେ ସେମାନେ ସାମାଜିକ ଦୁରତାକୁ ବିଲକୁଲ ବି ମାନୁ ନଥିବା ଉକ୍ତ ଚିତ୍ରରେ ଦେଖାଯାଇଛି। ଯଦି ଆମେ ବର୍ତ୍ତମାନ ଓଡ଼ିଶାରେ ଦେଖିବା ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରର ।ଯାହାକି ଭାରତର ଏକ ନମ୍ବର ସ୍ମାର୍ଟ ସିଟି ମଧ୍ୟ।ହେଲେ ଏଠାରେ ଲୋକ ସଚେତନ ନୁହଁନ୍ତି। ଓଡ଼ିଶାରେ ଏବେ ମୋଟ ୭୪ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬ ଜଣ ଅଛନ୍ତି। ଏଥିପାଇଁ ଏହାକୁ କରୋନା ହଟ୍ସସ୍ପଟ ଘୋଷଣା କରାଯାଇଛି। ବିଶେଷ କରି ବମୀଖାଲ, ସୂର୍ଯ୍ୟ ନଗର ଝାରପଡା ଅଞ୍ଚଳରେ ବିଶେଷ କରି ଆକ୍ରାନ୍ତ ସଂଖ୍ୟା ଅଧିକ । ଦେଖିବାକୁ ମିଳୁଛି ରାଜଧାନୀ ବାସୀ କରୋନାକୁ ନେଇ ସେତେ ସଚେତନ ନାହାନ୍ତି । ସାମାଜିକ ଦୂରତା କଥା ବହୁତ ଦୂରରେ ଯେମିତି । କିନ୍ତୁ ମଫସଲି ଗାଁ ତଥା ଆଦିବାସୀ ପ୍ରବଣ ଇଲାକାରେ ପାଣି ପାଇଁ ଗଲେ ମଧ୍ୟ ସେମାନେ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଛନ୍ତି । ଫଳରେ ଗାଁ ଅପେକ୍ଷା ସହରରେ ଅଧିକା କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles