ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ 377 ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ବିଦେଶ ଫେରନ୍ତା 7 ଜଣ ସଂକ୍ରମିତ ହୋଇଛନ୍ତି l ସେହିପରି ନିଜାମଉଦିନ ଲିଙ୍କରେ 41 ଜଣ ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଫେରନ୍ତା ଲିଙ୍କରେ 128 ଜଣ ସଂକ୍ରମିତ ହୋଇଛନ୍ତି l ଆଉ ଏବେ ସୁରଟ ଫେରନ୍ତା 174 ସଂକ୍ରମିତ ହୋଇଥିବାବେଳେ କେରଳ ଫେରନ୍ତା ଜଣେ
ତାମିଲନାଡୁ ଫେରନ୍ତା 2 ଜଣ, କର୍ଣ୍ଣାଟକ ଫେରନ୍ତା 5 ଜଣ, ମହାରାଷ୍ଟ୍ର ଫେରନ୍ତା ଜଣେ ସଂକ୍ରମିତ ହୋଇଛନ୍ତି l
ଓଡ଼ିଶାରେ 377 ଜଣ କରୋନା ସଂକ୍ରମିତ….
ଭିଡିଓ କନଫରେନ୍ସ ଜରିଆରେ ନେତା ଓ କର୍ମୀ ସହ କଥା ହେଲେ ପ୍ରଣବ …
ଭୁବନେଶ୍ୱର : ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ସହ ପ୍ରବାସୀ ଶ୍ରମିକଙ୍କ ବିଷୟରେ ଆଲୋଚନା କରିଛନ୍ତି ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସଙ୍ଗରୋଧ ସେଣ୍ଟରର ସୁବିଧା ଅସୁବିଧା ନିଜେ ଯାଇ ତଦାରଖ କରିବା ଉପରେ ବୈଠକରେ ନେତାଙ୍କ ସହ ଆଲୋଚନା କରିଥିଲେ l ଏହାସହ ନିଜ ଜିଲ୍ଲାରେ କୋଭିଡ-୧୯ ମହାମାରୀ ହେତୁ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଦୃଷ୍ଟି ଦେବାକୁ ପ୍ରଣବ ନିର୍ଦେଶ ଦେଇଥିଲେ l ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଥିଲେ l କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ତୃଣମୂଳ ସ୍ଥଳରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତର୍ଜମା କରିବାକୁ ପ୍ରଣବ ନେତାଙ୍କୁ ନିବେଦନ କରିଥିଲେ l ଏହାସହ ଭୟ ନୁହେଁ, ସତର୍କ ଭାବେ କରୋନାର ମୁକାବିଲା କରିବା ସହ ଲୋକଙ୍କ ସେବା କରିବାକୁ କହିଥିଲେ l କୋରାପୁଟ, ମାଲକାନଗିରି, ଠାରୁ ଆରମ୍ଭ କରି ମୟୁରଭଞ୍ଜ ଯାଏ ବିଜେଡି ନେତାଙ୍କ ସହ ଆଲୋଚନା କରିଥିଲେ ସଂଗଠନ ସମ୍ପାଦକ ପ୍ରଣବ l
ପ୍ରବାସୀ ଫେରିଲେ ପ୍ରଣବଙ୍କ ପାଇଁ…
ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ (ବବି) , ବିଜେଡିର ସଂଗଠନ ସମ୍ପାଦକ। ନବୀନଙ୍କ ଅତି ପ୍ରିୟ ଆଉ ଘନିଷ୍ଠ । ସବୁବେଳେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ମଣିଷଟେ ସେ। ସେଥିପାଇଁ ତ କିଏ ବିପଦରେ ଥିବା ଖବର ପାଇଲା ମାତ୍ରେ ସେ ସେଠାରେ ପହଁଚି ଯାଆନ୍ତି ନହେଲେ ସହଯୋଗର ହାତ ବଢ଼ାନ୍ତି । ଅଏସ ଆରାମ ଅପେକ୍ଷା ପରିଶ୍ରମ କରିବାକୁ ଭଲ ପାଆନ୍ତି ସେ । ଯାହାର ପୂର୍ବରୁ ଅନେକ ନିଦର୍ଶନ ଅଛି। ଆଉ ଏବେ ଓଡ଼ିଶାକୁ କରୋନା ଆସିବା ଦିନରୁ ରାଜ୍ୟରେ କରୋନାକୁ ହରାଇବା ପାଇଁ ଫୁଲ ଦମ ଲଗେଇ ଦେଇଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାରୁ ବାହାରେ ଥିବା ପ୍ରବାସୀ ଶ୍ରମିକ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ସେମାନଙ୍କୁ କେମିତି ରାଜ୍ୟକୁ ଫେରାଇ ଅଣାଯିବ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି କାମରେ ଲାଗିଛନ୍ତି l ଯାହାର ଭାର ମୁଣ୍ଡାଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ପ୍ରଣବ ମଧ୍ୟ କେହି ଓଡ଼ିଆ ଭାଇ ବାହାରେ ଭୋକରେ ଯେମିତି ନ ରହେ ତାରି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏମିତି କି ସୋସିଆଲ ମିଡିଆରେ ଯଦି କିଏ ଗୁହାରି କରୁଛି । ତାକୁ ବି ଗୁରୁତର ସହ ଗ୍ରହଣ କରୁଛନ୍ତି ପ୍ରଣବ । ଏହି ନିକଟ ଅତୀତରେ ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ ଏବଂ ଯାମଦା ବ୍ଲକର କିଛି ଲୋକ ଚେନ୍ନାଇରେ ଫସି ରହିଥିଲେ l ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ l ଦେଶରେ ଲକ ଡାଉନ ଘୋଷଣା ପରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଆଉ ଓଡ଼ିଶା ଫେରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ହେଲେ ବିଫଳ ହେଇଥିଲା l ଏହି ଖବର ପାଇଁ ପ୍ରଣବ ସେମାନଙ୍କୁ ଆଣିବା ପାଇଁ ପ୍ରୟାସ କରିଥିଲେ। l ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ପ୍ରବାସୀଙ୍କୁ ଆଣିବା ପାଇଁ ସେଠି ଏହି ଖବର ପହଞ୍ଚାଇ ଚେନାଇରେ ଫସିଥିବା ପ୍ରବାସୀଙ୍କୁ ଫେରାଇଆଣିବାକୁ ଚେଷ୍ଟା କଲେ ଆଉ ସଫଳ ବି ହେଲେ l ଶେଷରେ ଚେନାଇରୁ ଦୁଇଟି ବସ ଯୋଗେ ମୟୁରଭଞ୍ଜ ଫେରିଥିଲେ ଫସିଥିବା ଶ୍ରମିକମାନେ । ଏହାପରେ ଏହି ଶ୍ରମିକମାନେ ସୋସିଆଲ ମିଡ଼ିଆ ଜରିଆରେ ଲାଇଭ ଭିଡ଼ିଓ ମାଧ୍ୟମରେ ପ୍ରଣବଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଛନ୍ତି । ଏହାସହ କହିଛନ୍ତି ‘ବବି ଭାଇଙ୍କ ପାଇଁ ଆମେ ମାନେ ଓଡିଶା ଫେରିପାରିଛୁ l
ଅନୁଗୁଳରେ ଲାଗୁହେଲା ରେଡ଼ ଜୋନ୍ କଟକଣା
ଅନୁଗୁଳ :ଆଜି ଅନୁଗୁଳରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ଜଣଙ୍କର ସୁରତ ଲିଙ୍କ ରହିଛି । ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ସ୍ଥାନୀୟ ସ୍ଥାନୀୟ ଅଂଚଳର ବ୍ୟକ୍ତି ବୋଲି ଜଣାପଡିଛି । ଏହାପରେ ସାରା ଜିଲ୍ଲାକୁ ରେଡ଼ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହାପରେ ରେଡ଼ ଜୋନ୍ର ସମସ୍ତ କଟକଣା ଏବେ ଲାଗୁହୋଇଛି। ଯେମିତିକି ହାଟ ,ବଜାର ଓ ଦୋଳନ ସବୁଠି ଲକ୍ ଡାଉନକୁ କଡାକଡି ପାଳନ ପାଇଁ ଜିଲ୍ଲାପାଳ ମନୋଜ ନିର୍ଦେଶ ଦେଇଛନ୍ତି ।ଏହାସହ ନିୟମ ଖିଲାପିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।ଯାହାର କାମ ନାହିଁ ଘରୁ ନ ବାହାରିବାକୁ କୁହାଯାଇଛି । ଏବଂ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଆରପାରିରେ ସୁବାଷ ଚୌହାନ: ଶୋକ ଜଣାଇଲେ ନବୀନ ଓ ପ୍ରଣବ…
ଭୁବନେଶ୍ୱର:ଆରପାରିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ୍। ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ୪ ମାସ ହେଲାଣି କ୍ୟାନସର୍ ପୀଡିତ ଥିଲେ। ଗତ ୩୦ ତାରିଖରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଗତ ରାତି ୩ଟା ୫ ମିନିଟ୍ ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ଶୋକପ୍ରକାଶ କରିଛନ୍ତି।
20ଜିଲ୍ଲାକୁ ଛୁଇଁଲା କରୋନା : ଆଜି ସକାଳୁ 58 ପଜେଟିଭ..
ଭୁବନେଶ୍ୱର : ବର୍ତ୍ତମାନର ବଡ଼ ଖବର। ୨୦ ତମ ଜିଲ୍ଲା ଭାଵରେ ଆଜି ଅନୁଗୁଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ପ୍ରଥମ ଥର ପାଇଁ ୧୩ ଜଣ ପୋଜିଟିଭ ବାହାରିଛି ଜିଲ୍ଲାରେ । ଏପଟେ ରାଜ୍ୟର ଚିନ୍ତା ବଢ଼ିଇଛି ଗଞ୍ଜାମ ଜିଲ୍ଲା। ଆଜି ଜିଲ୍ଲାରେ ଆଉ ୨୯ ଜଣ ପୋଜିଟିଭ ବାହାରିଛି। ଏହାସହ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଛି।ସେହିପରି ବାଲେଶ୍ଵରରେ ୧୫ ଓ ମୟୁରଭଞ୍ଜରେ ଜଣେ ଚିହ୍ନଟ ହୋଇଛନ୍ତି। ଆଜି ମୋଟ ୫୮ ଜଣ ଚିହ୍ନଟ ହୋଇଥିବା ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ୩୫୨ରେ ପହଞ୍ଚିଛି। ଏହା ସହ କରୋନାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।ଏହାକୁ ମିଶାଇ ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହେଲାଣି। ମୃତ ଵ୍ୟକ୍ତି ଜଣକ ଗଞ୍ଜାମ ର ବୋଲି ଜଣା ପଡିଛି।
ରାଜ୍ୟରେ ନୂଆ ୨୫କରୋନା ଆକ୍ରାନ୍ତ @୨୭୧…
ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୨୫ ନୂଆ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଗଂଜାମରୁ ୨୪ ଜଣ ,ଭୁବନେଶ୍ୱରରୁ ଜଣେ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୭୧ ପଂହଚିଛି । ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି। ବର୍ତ୍ତମାନ ଶୁଦ୍ଧା ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।ଏବଂ 2 ଜଣ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମରେ ମୋଟ 71ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି l ଆଜି ଗୋଟିଏ ଦିନରେ 41ଜଣ ପଜେଟିଭ ଚି଼ହ୍ନଟ ହୋଇଛନ୍ତି l
ରାଜ୍ୟରେ ନୂଆ ୨୬ କରୋନା ଆକ୍ରାନ୍ତ @୨୪୫
ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୨୬ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଗଂଜାମରୁ ୧୯ ଜଣ ,କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଆକ୍ରାନ୍ତ ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ୩୪ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ।
ରଥ ତିଆରିକୁ ମିଳିଲା ଅନୁମତି…..
ଭୁବନେଶ୍ୱର: ରଥ ତିଆରିକୁ ନେଇ ଲାଗିରହିଥିବା ଅନିଶ୍ଚିତତାର ଏବେ ଅନ୍ତ ଘଟିଛି । ଏଥିପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ ।ରଥ ଖଳାରେ ହେବ ରଥ ନିର୍ମାଣ । ହେଲେ ସେଠାରେ କୌଣସି ଧାର୍ମିକ ଏକତ୍ରୀ କରଣ ହୋଇ ପାରିବ ନାହିଁ। ରଥ ଖଳାକୁ କପଡା ଦ୍ଵାରା ଆବଦ୍ଧ କରାଯିବ। ଦେଶରେ କରୋନା ପାଇଁ ହୋଇଥିବା ସମସ୍ତ ଗାଇଡ଼ ଲାଇନକୁ ପାଳନ କରି ରଥ କାର୍ଯ୍ୟ କରାଯିବ ।ଏ ନେଇ ଆଜି ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ହେଲେ ରଥଯାତ୍ରା ନିଷ୍ପତ୍ତି ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କ ବୋଲି କହିଛନ୍ତି ।














