ପ୍ରବାସୀ ଫେରିଲେ ପ୍ରଣବଙ୍କ ପାଇଁ…

- Advertisement -

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ (ବବି) , ବିଜେଡିର ସଂଗଠନ ସମ୍ପାଦକ। ନବୀନଙ୍କ ଅତି ପ୍ରିୟ ଆଉ ଘନିଷ୍ଠ । ସବୁବେଳେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ମଣିଷଟେ ସେ। ସେଥିପାଇଁ ତ କିଏ ବିପଦରେ ଥିବା ଖବର ପାଇଲା ମାତ୍ରେ ସେ ସେଠାରେ ପହଁଚି ଯାଆନ୍ତି ନହେଲେ ସହଯୋଗର ହାତ ବଢ଼ାନ୍ତି । ଅଏସ ଆରାମ ଅପେକ୍ଷା ପରିଶ୍ରମ କରିବାକୁ ଭଲ ପାଆନ୍ତି ସେ । ଯାହାର ପୂର୍ବରୁ ଅନେକ ନିଦର୍ଶନ ଅଛି। ଆଉ ଏବେ ଓଡ଼ିଶାକୁ କରୋନା ଆସିବା ଦିନରୁ ରାଜ୍ୟରେ କରୋନାକୁ ହରାଇବା ପାଇଁ ଫୁଲ ଦମ ଲଗେଇ ଦେଇଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାରୁ ବାହାରେ ଥିବା ପ୍ରବାସୀ ଶ୍ରମିକ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ସେମାନଙ୍କୁ କେମିତି ରାଜ୍ୟକୁ ଫେରାଇ ଅଣାଯିବ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି କାମରେ ଲାଗିଛନ୍ତି l ଯାହାର ଭାର ମୁଣ୍ଡାଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ପ୍ରଣବ ମଧ୍ୟ କେହି ଓଡ଼ିଆ ଭାଇ ବାହାରେ ଭୋକରେ ଯେମିତି ନ ରହେ ତାରି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏମିତି କି ସୋସିଆଲ ମିଡିଆରେ ଯଦି କିଏ ଗୁହାରି କରୁଛି । ତାକୁ ବି ଗୁରୁତର ସହ ଗ୍ରହଣ କରୁଛନ୍ତି ପ୍ରଣବ । ଏହି ନିକଟ ଅତୀତରେ ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ ଏବଂ ଯାମଦା ବ୍ଲକର କିଛି ଲୋକ ଚେନ୍ନାଇରେ ଫସି ରହିଥିଲେ l ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ l ଦେଶରେ ଲକ ଡାଉନ ଘୋଷଣା ପରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଆଉ ଓଡ଼ିଶା ଫେରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ହେଲେ ବିଫଳ ହେଇଥିଲା l ଏହି ଖବର ପାଇଁ ପ୍ରଣବ ସେମାନଙ୍କୁ ଆଣିବା ପାଇଁ ପ୍ରୟାସ କରିଥିଲେ। l ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ପ୍ରବାସୀଙ୍କୁ ଆଣିବା ପାଇଁ ସେଠି ଏହି ଖବର ପହଞ୍ଚାଇ ଚେନାଇରେ ଫସିଥିବା ପ୍ରବାସୀଙ୍କୁ ଫେରାଇଆଣିବାକୁ ଚେଷ୍ଟା କଲେ ଆଉ ସଫଳ ବି ହେଲେ l ଶେଷରେ ଚେନାଇରୁ ଦୁଇଟି ବସ ଯୋଗେ ମୟୁରଭଞ୍ଜ ଫେରିଥିଲେ ଫସିଥିବା ଶ୍ରମିକମାନେ । ଏହାପରେ ଏହି ଶ୍ରମିକମାନେ ସୋସିଆଲ ମିଡ଼ିଆ ଜରିଆରେ ଲାଇଭ ଭିଡ଼ିଓ ମାଧ୍ୟମରେ ପ୍ରଣବଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଛନ୍ତି । ଏହାସହ କହିଛନ୍ତି ‘ବବି ଭାଇଙ୍କ ପାଇଁ ଆମେ ମାନେ ଓଡିଶା ଫେରିପାରିଛୁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles