ବ୍ୟାସନଗର : କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ।ଏହି ପରିସ୍ଥିତିରେ ବିଭିନ୍ନ ବର୍ଗର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଲକଡାଉନ୍ ହେବା ଦିନଠାରୁ ବ୍ୟାସନଗର ସହରାଞ୍ଚଳର ଜରିଗୋଟାଳି, ଭିକାରି, ଏବଂ ଶ୍ରମିକମାନେ ଦି ଓଳି ଖାଇବାକୁ ପାଉନାହାନ୍ତି ।କାରଣ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ହୋଟେଲ୍ ଖୋଲିବାକୁ ମନା ।ଏହି କଥାକୁ ହୃଦୟଙ୍ଗମ କରି ଯାଜପୁର ରୋଡର ଭଗତସିଂ ଯୁବକ ସଙ୍ଘର ପ୍ରୟାସରେ ଲକଡାଉନ୍ ପରଠାରୁ ଦୈନିକ ସଖାଳେ,ମଧ୍ୟାହ୍ନରେ ଏବଂ ରାତିବେଳା ଯୁବକ ସଂଘର କର୍ମକର୍ତ୍ତା ମାନେ ଯାଜପୁର ରୋଡ ରେଳ ଷ୍ଟେସନ,ବସଷ୍ଟାଣ୍ଡ,ମେଡିକାଲ ଛକ ଆଦି ସ୍ଥାନରେ ଶତାଧିକ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେଇ ଆସୁଛନ୍ତି।ଏହି ମହତ୍ କାର୍ଯ୍ୟରେ ଯାଜପୁର ରୋଡ ରୋଟାରୀ କ୍ଲବ ଏବଂ ବିଭିନ୍ନ ବ୍ୟକ୍ତିମାନଙ୍କର ସହଯୋଗରେ ଦୈନିକ ଏହି ଖାଦ୍ୟ ଯୋଗାଣ କରାଯାଉଛି। ସବୁଆଡେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଏହି ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ଆନନ୍ଦ ଅନୁଭବ କରୁଛନ୍ତି ବୋଲି ସଂଘର ସଭାପତି ପ୍ରକାଶ କରିଛନ୍ତି। ଆଜି ରୋଟାରୀ କ୍ଲବ୍ଅଫ୍ ଯାଜପୁର ରୋଡ୍ ର ସଭାପତି ଶ୍ରୀ ଅଭୟ ପତି ନିଜେ ସାମିଲ୍ ହୋଇ ଷ୍ଟେସନରେ ଖାଦ୍ୟ ପରସିଥିଲେ ।ନିଜ ସାମ୍ବାଦିକ ଜୀବିକାର ବ୍ଯସ୍ତତା ମଧ୍ୟରୁ କିଛି ସମୟ କାଢି ନିଜକୁ ଯୁବକ ସଂଘର କର୍ମକର୍ତ୍ତାଙ୍କ ସହ ସାମିଲ କରଥିଲେ ।ଏଥି ସକାଶେ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
ବ୍ୟାସନଗରରୁ ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)
ଦୀନ ଦରିଦ୍ରଙ୍କ ଦେବତା ସାଜିଛି ଯୁବକ ସଂଘ ।
ଜୁଲାଇ ୨୪ରେ +୩ ଶେଷ ସେମିଷ୍ଟର ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ…
ଭୁବନେଶ୍ୱର : ଜୁଲାଇ ୨୪ରେ +୩ ଶେଷ ସେମିଷ୍ଟର ପରୀକ୍ଷା ହେବ । ଏହାସହ ୨୦ ଅଗଷ୍ଟରେ pg ଶେଷ ସେମିଷ୍ଟର ପରୀକ୍ଷା ହେବ ବୋଲି କୁଳପତି ମାନଙ୍କ ସହ ଭିଡିଓ କନଫରେନ୍ସ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେହିପରି ଚଳିତ ବର୍ଷ ଠାରୁ ଆରମ୍ଭ ହେବାକୁ ଥିବା pg ଏକକ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ଓ ଅକ୍ଟୋବର ରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନଭେମ୍ବରରୁ pg ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ। ଏହାଛଡା ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରେ ଶିକ୍ଷାଦାନ ଏବଂ study material ଯୋଗାଇ ଦେବାକୁ ଏକ କମିଟି ଗଠନ କରାଯାଇଛି । କମିଟି ଏନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ବ। ଆସନ୍ତାକାଲିଠାରୁ ସବୁ ଡିଗ୍ରୀ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡିକ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କ୍ୟାମ୍ପସ ଖୋଲିବେ। ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଲୋକ ସେବା ଭବନରେ ଅନୁଷ୍ଠିତ ଭିଡିଓ କନଫରେନ୍ସ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦ ର ଉପାଧ୍ୟକ୍ଷ ଅଶୋକ ଦାସ ଉପସ୍ଥିତ। ୧୧ଟି ବିଶ୍ଵବିଦ୍ୟାଳୟ ର କୁଳପତି ମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।
ୟୁଜିସି ଗାଇଡଲାଇନର ତର୍ଜମା କରୁଛି ଉଚ୍ଚ ଶିକ୍ଷା ବିଭାଗ…
ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୁଳପତି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଆରମ୍ଭ ହୋଇଛି । ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ। ଲକ୍ ଡାଉନ୍ ହେତୁ ଜୁନ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡଲାଇନ ମୁତାବକ ରାଜ୍ୟରେ ଚଳିତ ଶିକ୍ଷାବର୍ଷ କେବେ ଓ କିପରି ଆରମ୍ଭ ହେବ, ପରୀକ୍ଷା ପରିଚାଳନା କିପରି ହେବ ସେନେଇ ଚାଲିଛି ବିଚାର ବିମର୍ଷ। ଇ ଲର୍ଣିଂ, ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ ଉପରେ ଆଲୋଚନା ଜାରି ରହିଛି l ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଜୁନ 17ପରେ ଯେକୌଣସି ସମୟରେ ପରୀକ୍ଷା ହେବ ବୋଲି କହିଥିଲେ l ତେଣୁ ଛାତ୍ରଛାତ୍ରୀ ମାନେ ଲକ ଡାଉନ ସୁଯୋଗ ଉଠାଇ ପାଠପଢିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ l
ଶ୍ରମିକଙ୍କ ସାରଥୀ ଶ୍ରମମନ୍ତ୍ରୀ……
ଭୁବନେଶ୍ୱର : ଶ୍ରମମନ୍ତ୍ରୀ ହେବ ତ ଏମିତି l ଯିଏ ଦିନ ରାତି ଶ୍ରମିକଙ୍କ ଚିନ୍ତା କରୁଥିବ । ଶ୍ରମିକଙ୍କ ସୁଖ ଦୁଃଖର ସାଥି ହୋଇଥିବ । ସେ ପ୍ରାକୃତିକ ବିପର୍ଯୟ ହେଉ ବା ସାଧାରଣ ସମୟ । ସବୁବେଳେ ଶ୍ରମିକମାନେ କିଭଳି ଖୁସିରେ ରହିବେ ସେ ଚିନ୍ତା ଘାରିଥାଏ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ । ରାଜ୍ୟ ମନ୍ତ୍ରୀମଣ୍ଡଳର କ୍ୟାବିନେଟ ପାହ୍ୟାରେ ଥିବା ସୁଶାନ୍ତ ସିଂହ ସବୁବେଳେ ନିଜର ମହାନ କାମ ପାଇଁ ଚର୍ଚା କୁ ଆସିଥାନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଥିଲେ ବିଜେଡି ନେତାମାନଙ୍କୁ ତାକୁ ଅକ୍ଷରେ ଅକ୍ଷରେ ପାଳନ କୁରୁଛନ୍ତି । ନବୀନ କାହିଥିଲେ ଯେ , ଲୋକଙ୍କ ସୁଖଦୁଃଖର ସାଥି ହୁଅ । ସରଳ ଜୀବନ କଟା , ବିଳାସପୁର୍ଣ ଜୀବନ ଛାଡ଼ ନିଜେ ମନ୍ତ୍ରୀ ନୁହେଁ ବରଂ ଜଣେ ସେବକ ଭାବରେ ଲୋକଙ୍କ ପାଇଁ କାମ କର । ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି କଥାର ସବୁଠାରୁ ବଡ ଉଦାହରଣ ସାଜିଛନ୍ତି କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂହ । ଲକଡାଉନ ସମୟରେ ସିକନ୍ଦ୍ରାବାଦରୁ ବହୁ ଶ୍ରମିକ ତାଙ୍କ ନିର୍ବାଚନ ମଣ୍ଡଳୀରେ ପହଂଚିଥିଲେ ବାହାର ରାଜ୍ୟରୁ ଆସି । ସେମାନେ ବୌଦ୍ଧ, ସୋନପୁର ଆଦି ବିଭିନ୍ନ ଅଂଚଳକୁ ଯିବାକୁ ଚାହୁଁଥିଲେ । ରାତିରେ ମନ୍ତ୍ରୀ ସୁଶାନ୍ତ ସିଂହ ତାଙ୍କ ପାଖରେ ପହଂଚି ପ୍ରଥମେ ସେମାନଙ୍କ ଖାଦ୍ୟର ବ୍ୟବସ୍ଥା କରିଥିଲେ । ଏହାପରେ ସେମାନେ ନିଜ ନାଁ ପଞ୍ଜିକରଣ କରିଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ ଓ ପଞ୍ଜିକରଣ କରାଇଥିଲେ ମଧ୍ୟ । ଏହାପରେ ଯେତେବେଳେ ଶ୍ରମିକମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଚାହିଁଲେ ସେତେବେଳେ ଆବଶ୍ୟକୀୟ ଗାଡି ମିଳିନଥିଲା । ଯେଉଁ କିଛି ଗାଡି ମିଳିଲା ତାଭିତରୁ କିଛି ଗାଡ଼ିରେ ଡ୍ରାଇଭର ମଧ୍ୟ କମ ପଡିଲେ ଆଉ ଠିକ ଏହି ସମୟରେ ମନ୍ତ୍ରୀ ନିଜେ ଗୋଟିଏ ଗାଡିର ଡ୍ରାଇଭର ସାଜି ଶ୍ରମିକମାନଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡିଥିଲେ । ଶ୍ରମିକମାନଙ୍କ ପାଇଁ କ୍ୟାବିନେଟ ମନ୍ତ୍ରୀ ଡ୍ରାଇଭର ସାଜିବା ଏବେ ପୁରା ରାଜ୍ୟରେ ଚର୍ଚାର ବିଷୟ । ସମସ୍ତେ କୁହାକୁହି ହେଉଛନ୍ତି ଶ୍ରମମନ୍ତ୍ରୀ ହେବ ତ ସୁଶାନ୍ତଙ୍କ ପରି । କେବଳ ସେତିକି ନୁହେଁ ନିଜ ନିର୍ବାଚନ ମଣ୍ଡଳୀରେ ଲକ ଡାଉନ ଯୋଗୁ ରାଜସ୍ଥାନ ଅଂଚଳରେ ଫସିଥିବା କିଛି ଶ୍ରମିକଙ୍କୁ ତାଙ୍କ ରାଜ୍ୟକୁ ପଠାଇବାରେ ସୁଶାନ୍ତ ମଧ୍ୟ ପ୍ରମୁଖ ଭୂମିକା ନେଇଛନ୍ତି । ନିଜ ନିର୍ବାଚନୀ ମଣ୍ଡଳୀ ସହ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଥିବା ଶ୍ରମିକମାନେ କିପରି ଅସୁବିଧା ନଭୋଗିବେ ସେ ଚିନ୍ତା ଏବେ ଘାରିଛି ସୁଶାନ୍ତଙ୍କୁ , ଯେଉଁଥିପାଇଁ ସେ ଦିନ ରାତି ଏକ କରି କାମ କୁରୁଛନ୍ତି ।
ମଦ ବିକ୍ରି କାହିଁକି ଜରୁରୀ?….
ବିଶ୍ୱବ୍ୟାପି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 36ଲକ୍ଷ ରୁ ଅଧିକ ହୋଇସାରିଲାଣି | ମୃତ୍ୟୁ ସଂଖ୍ୟା 2ଲକ୍ଷ 55ହଜାର ଟପିଲାଣି |ଏଥିରେ ଆମେରିକା ପ୍ରଥମରେ ଅଛି ଏବଂ ଭାରତରେ ମଧ୍ୟ 46000 ଆକ୍ରାନ୍ତ ଙ୍କ ସଂଖ୍ୟା ଛୁଇଁଛି | ଭାରତରେ 12ଲକ୍ଷ ନମୁନା ପରୀକ୍ଷା କରାଯାଇଛି | ଯଦି ଭାରତ କରୋନାକୁ ରୋକିବାରେ କିଛି ସଫଳ ତ ତାହା କେବଳ lockdown ପାଇଁ | ହେଲେ ଏହି ସବୁ ଭିତରେ ଦେଖା ଯାଉଛି ଯେ କେତେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ନିଜ ରାଜ୍ୟ ରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି | ଏଥିପାଇଁ social distancing ମଧ୍ୟ ଠିକ ରେ କାମ କରୁନାହିଁ |ତେବେ ପ୍ରଶ୍ନ ଉଠୁଛି ଯେତେବେଳେ ସବୁକିଛି ଠିକ ଚାଲିଛି ମଦ ଦୋକାନ ଖୋଲି କରୋନା କୁ ପ୍ରଶ୍ରୟ ଦେବା ର ଆବଶ୍ୟକତା କଣ? ଉତ୍ତର ହେଉଛି ବିଗତ ଚାଳିଶ ଦିନ ର lockdown ରେ ରାଜ୍ୟ ସରକାର ମାନଙ୍କ ବଜେଟ କ୍ଷତିଗ୍ରସ୍ତ ହୋଇଛି | ସରକାରଙ୍କ ପାଖ ରେ ଆୟ କମ ହେଲାଣି | ବହୁତ ଲୋକଙ୍କୁ ଖାଇବା ସହ ଅନ୍ୟ ସୁବିଧା ଦରକାର ତେଣୁ ଅର୍ଥ ଆବଶ୍ୟକ |ହେଲେ ସରକାର ଙ୍କ ଆୟ ଅଶି ରୁ ନବେ ପ୍ରତିଶତ କାମିଲାଣି |ଗୁଜୁରାଟ ଏବଂ ବିହାର କୁ ଛାଡି ଦେଶ ର ଅନ୍ୟ ରାଜ୍ୟ ରେ ମଦ ରୁ ଏକ ବଡ ଆୟ ହୋଇଥାଏ | Reserv bank of india ର state finance -A study of budgets of 2019-20 ରିପୋର୍ଟ ଅନୁସାରେ ରାଜ୍ୟ ର ଦଶ ରୁ ପନ୍ଦର ପ୍ରତିଶତ ଆୟ ମଦ ରୁ ହିଁ ଆସିଥାଏ | ସମସ୍ତ ରାଜ୍ୟ ଓ ଦିଲ୍ଲୀ, ପୁଡୁଚେରୀ ରୁ 2019-20ଆର୍ଥିକ ବର୍ଷ ରେ 1, 75, 501, 42କୋଟି ଅର୍ଥ ମଦ ରୁ ହିଁ ଆସିଥିଲା ବୋଲି RBI ର ରିପୋର୍ଟ କହିଥିଲା | ଯାହା ବିଗତ ବର୍ଷ ତୁଳନା ରେ 16 ପ୍ରତିଶତ ଅଧିକ | କେବଳ ଉତ୍ତର ପ୍ରଦେଶ ରେ 2500କୋଟି ପ୍ରତି ମାସ ରେ ମଦ ରୁ ଆୟ ହୁଏ | ପ୍ରତି ବର୍ଷ ହିସାବ ରେ 30000କୋଟି ରୁ ଅଧିକ | ଆପଣ କଳନା କରି ପାରିବେ ରାଜ୍ୟ ଚାଲିବା ପାଇଁ ମଦ କେତେ ଆବଶ୍ୟକ | ପଂଜାବ ରେ ଅବକାରୀ ବିଭାଗ ସରକାର ଙ୍କୁ ପ୍ରସ୍ତାବ ଦେଲେ ମଦ କୁ ଘରେ ପହଞ୍ଚାଇ ବା ପାଇଁ |2010ରୁ 2017ମଧ୍ୟ ରେ ଭାରତ ରେ ମଦ୍ୟପ ଙ୍କ ସଂଖ୍ୟା ରେ 38ପ୍ରତିଶତ ବୃଦ୍ଧି ହୋଇଛି | AIIMS ଅନୁସାରେ ଭାରତ ରେ 5.7କୋଟି ଲୋକ ପ୍ରତ୍ୟେକ ଦିନ ମଦ ପିଅନ୍ତି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହେ ଭାରତ ରେ ପ୍ରତି ବର୍ଷ ଦୁଇ ଲକ୍ଷ ଷାଠିଏ ହଜାର ଲୋକ ମଦ ପିଇ ମୃତ୍ୟୁ ବରଣ କରନ୍ତି | ତେବେ ଏହି ପରିସ୍ଥିତିରେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଯେ ପର୍ଯ୍ୟନ୍ତ ଏହାର କୌଣସି ବିକଳ୍ପ ବାହାରି ନାହିଁ ସେ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନାହିଁ |
ମଦ ପ୍ରେମେ ଲୋକେ ହେଲେ ବାଇ ……
ମଭୁବନେଶ୍ୱର : କ୍ଷୀରଵାଲା ବୁଲେ ଦୁଆର ଦୁଆର ଜମାରୁ ବିକିରି ହେଉନି, ନାଲି ପାଣି ଦୋକାନ ସବୁଠି ଖୋଲି,ଅନାନୀ ଲାଇନ ଲାଗିଛି। ଏହି ପଦଟି ଏକ ଓଡ଼ିଆ ଗୀତରୁ ଆସିଛି। ଯେଉଠିକି ଜଣେ କ୍ଷୀରଵାଲା ଘର ଘର ବୁଲି କ୍ଷୀର ବିକ୍ରି କରୁଛି । ହେଲେ କେହି ନେଉ ନାହାନ୍ତି। ଆଉ ଏପଟେ ମଦ ଦୋକାନ ସାମ୍ନାରେ ଲମ୍ବା ଲାଇନ ଲାଗିଛି। ଏମିତି କି ଖରାଦିନରେ ମଧ୍ୟ ଖରାକୁ ଖାତିର କରୁନାହାନ୍ତି ଲୋକମାନେ। ସେ ପୁଅ ହେଉ କି ଝିଅ। ପିଲା ହେଉ କି ବୁଢ଼ା ସମସ୍ତେ ଘଣ୍ଟା ଘଣ୍ଟା ଧରି ମଦ କିଣିବାକୁ ଛିଡା ହୋଇଛନ୍ତି । ଗତ କାଲି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।
ଏବେ ଦେଶରେ କରୋନା ଆତଙ୍କ । ଫଳରେ ସାରା ଦେଶରେ ଲକ୍ ଡାଉନ ପରିସ୍ଥିତି । ଦୋକାନ ବଜାର ସବୁ ବନ୍ଦ। ଏବେ ଲକ୍ ଡାଉନକୁ କିଛି ମାତ୍ରାରେ କହଳ କରିଛନ୍ତି କେନ୍ଦ୍ର ସରକାର । କରୋନାର ମାତ୍ରାକୁ ନେଇ ସାରା ଦେଶକୁ ୩ଟି ଜୋନ୍ ରେ ବିଭକ୍ତ କରାଯାଇଛି । ଯେମିତିକି ରେଡ଼ଜୋନ୍, ୟେଲୋ ଜୋନ୍,ଆଉ ଗ୍ରୀନ ଜୋନ୍ ।ଏବେ ଗ୍ରୀନ ଜୋନରେ କଟକଣାର ମାତ୍ରାକୁ ଟିକେ କହୋଳ କରାଯାଇଛି ।ଫଳରେ ସେଠାରେ ମଦ ବିକ୍ରି ଉପରୁ ଅଙ୍କୁଶ ଉଠିଛି। ଏହାସହ ଗତ କାଲିଠାରୁ ମଦ ବିକ୍ରି ଆରମ୍ଭ ହୋଇଛି।
ହେଲେ ବିଡ଼ମ୍ବନାର ବିଷୟ ହେଉଛି ସାରା ଦେଶ ଏବେ କରୋନା ହରାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛି । ଆଉ ଏପଟେ ଲୋକ ମଦ କିଣିବାରେ ପ୍ରତିଯୋଗିତା କରୁଥିବାର ଦେଖାଯାଇଥିଲା ।ଗତ କାଲି ମଦ ଦୋକାନ ଖୋଲିବାର ଢେର ପୂର୍ବରୁ ଲୋକ ଲାଇନରେ ଠିଆ ହୋଇଥିଲେ। ଆଉ ଦୋକାନ ଖୋଲିବାକୁ ଅପେକ୍ଷା କରି ରହିଥିଲେ । ଏଥିରୁ ଲୋକ କେତେ ନିଶାଖୋର ତାହା ଜଣାପଡୁଛି । ଏମିତି ବି କିଛି ଲୋକଥିଲେ ଯେଉଁମାନେ କି ଅଧିକ ପରିମାଣରେ ତଥା ପେଟି ପେଟି ମଦ ନେବାକୁ ପ୍ରତିଯୋଗିତା କରୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ଉତ୍ତର ପ୍ରଦେଶ , ଦିଲ୍ଲୀ ,କର୍ଣ୍ଣାଟକ ଆଦି ରାଜ୍ୟରେ ଲୋକ ପ୍ରଚୁର ପରିମାଣରେ ମଦ କିଣୁଥିବା ଦେଖାଯାଇଥିଲା। ଲୋକଙ୍କ ପାଖରେ ଖାଇବା ପାଇଁ ପଇସା ନାହିଁ କହୁଛନ୍ତି। ହେଲେ ମଦ ଦୋକାନ ସାମ୍ନାରେ ଏ ଭିଡ଼ ଆଉ କିଛି ବୟାନ କରୁଛି। ଲୋକ ଘଣ୍ଟା ଘଣ୍ଟା ଅପେକ୍ଷା କରି ମାଡ଼ ପିଟ କରି ମଦ କିଣିବା ସତରେ କରୋନା ଯୁଦ୍ଧକୁ ଦୁର୍ବଳ କରିଦେଲା ପରି ମାନେହେଉଛି ।
ମଦର ଏପରି ବିକ୍ରିକୁ ଦେଖି ଦିଲ୍ଲୀ ସରକାରଙ୍କ ଏକ ବଡ଼ ଘୋଷଣା ସାମ୍ନାକୁ ଆସିଛି। ମଦ ଉପରେ କରୋନା ଟାସ୍କ ଭାବରେ ଅତିରିକ୍ତ ୭୦℅ କର ଲାଗୁକରିଛନ୍ତି। ତା ପରେ ମଧ୍ୟ ସେଠାରେ ଲୋକଙ୍କ ଭିଡ଼ କମିବାର ନାଁ ଧରୁନାହିଁ। ପ୍ରବଳ ଖରା ଯୋଗୁଁ ଆନ୍ଧ୍ରପ୍ରଦେଶରେ ଲୋକ ଛତା ଧରି ଛିଡା ହୋଇଥିବାର ମଧ୍ୟ ଦେଖାଡାଇଛି ଆଜି ।
ପୂର୍ବରୁ ସରକାର ସ୍ପଷ୍ଟ ଗାଇଡ଼ ଲାଇନ କରିଛନ୍ତି ଯେ ପ୍ରତେକ କ୍ରେତା ମାସ୍କ ସହ ୬ ଫୁଟ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ । ହେଲେ ଏହି ଆଇନକୁ ଅନେକ ସ୍ଥାନରେ ପାଳନ କାରାଯାଉଥିବା ଜଣାଯାଇଛି। ଯାହାକି ଉଭୟ ସରକାର ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ କୁହାଇପାରେ।
ରଥ ନିର୍ମାଣ ଆରମ୍ଭ ହେବ : ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତି..
ଭୁବନେଶ୍ୱର : 26 ଏପ୍ରିଲ ରୁ ରଥ ନିର୍ମାଣ ହେବା କଥା ! ରଥ ନିର୍ମାଣ କାର୍ଯ୍ୟ ଦୁଇ ମାସ ଚାଲେ ! ହେଲେ ଏଥର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ! ନୂତନ ଗାଇଡଲାଇନକୁ ଅନୁଧ୍ୟାନ କରିଛୁ ! ମୁଁ ସ୍ପଷ୍ଟ କରିବାକୁ ଚାହେଁ ରଥ ନିର୍ମାଣ କାର୍ଯ୍ୟ ରିଲିଜିୟସ କାର୍ଯ୍ୟ ନୁହେଁ ! ଏହା ଏକ ନିର୍ମାଣ କାର୍ଯ୍ୟ ! ରଥଯାତ୍ରା ଏକ ରିଲିଯିଅସ ପର୍ବ ! ତେଣୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ ବୋଲି ପରିଚାଳନା କମିଟି ନିଷ୍ପତି ନେଇଛି ! ପୁରୀ ଗ୍ରୀନ ଜୋନରେ ଅଛି ! ଗ୍ରୀନ ଜୋନରେ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଗାଇଡ଼ ଲାଇନରେ ଉଲ୍ଲେଖ ଅଛି ! ତେଣୁ ଆମେ ରଥ ନିର୍ମାଣ କରି ପାରିବୁ ବୋଲି ନିଷ୍ପତି ନେଇଛୁ ! ରାଜ୍ୟ ସରକାରଙ୍କୁ ଜଣେଇଛୁ ! ରଥ ନିର୍ମାଣ ଓ ରଥ ଯାତ୍ରା ନିଷ୍ପତି ରାଜ୍ୟ ସରକାର ନେବେ ! ସରକାର ଆସନ୍ତାକାଲି ସୁଧା ଆମକୁ ଅନୁମତି ଦେଲେ ଆମେ ନିର୍ମାଣ କାର୍ଯ୍ୟ ଆସନ୍ତାକାଲି କିମ୍ବା ମଙ୍ଗଳବାର ଆରମ୍ଭ କରିବୁ ! ଯଦି କୌଣସି ପରିସ୍ଥିତିରେ ରଥଯାତ୍ରା ବଂଧ ହୁଏ, ତେବେ ଏହା ରୋଷ କାମରେ ଲାଗିବ !
ଯାଜପୁରରେ ଆଉ 4 କରୋନା ରୋଗୀ ଚି଼ହ୍ନଟ…
ଭୁବନେଶ୍ୱର : ବର୍ତ୍ତମାନ ଓଡ଼ିଶାରେ ଆଉ 6 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ଭିତରୁ ଯାଜପୁରରୁ 4ଜଣ ଓ ଭଦ୍ରକରୁ 2ଜଣ ଚି଼ହ୍ନଟ ହୋଇଛି l ଯାଜପୁରର ସମସ୍ତ କଲିକତା ଫେରନ୍ତା । ଏବେ ଜିଲ୍ଲାରେ 54ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 169 ରେ ପହଁଚିଲା।
ସୋଆ ବିଶ୍ୱବିଦ୍ୟାଳୟ – କୋଭିଡ୍ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ*
ସୋଆ ବିଶ୍ୱବିଦ୍ୟାଳୟ – କୋଭିଡ୍ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ*
ଭୁବନେଶ୍ୱର, ମେ 3: ମନ ଜିଣୁଛି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରୋନା ସଚେତନତା କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ । କୋଭିଡ 19 ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ସୋଆ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ କରିଛି । ଭିଡିଓ ଟି ରିଲିଜ ହେବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସମାଜର ସବୁ ବର୍ଗର ମନ ଜିଣିବାରେ ଲାଗିଛି ଏହି ସଚେତନତାପୂର୍ଣ୍ଣ ଭିଡିଓ ।
କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ଭାବେ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସୋଆ କିପରି ନିସ୍ଵାର୍ଥପର କାର୍ଯ୍ୟ କରୁଛି ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି ।
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ‘ଘରେ ରୁହନ୍ତୁ’, ‘ନିୟମିତ ହାତ ଧୁଅନ୍ତୁ’, ‘ସାମାଜିକ ଦୂରତା ରଖନ୍ତୁ’ ଭଳି ସଚେତନତା ବାର୍ତା ଏହି ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଲକଡାଉନ ଗାଇଡ଼ଲାଇନ ର ପାଳନ କରିବା ନେଇ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ସଚେତନତା ସୃଷ୍ଟି କରା ଯାଇଛି।
ଭିଡିଓର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବାର୍ତା ହେଉଛି, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଖୁବ ଶୀଘ୍ର ଆମେ ସମସ୍ତେ ଏହି ମହାମାରୀ କବଳରୁ ମୁକ୍ତି ପାଇବୁ ।













