ରାଜ୍ୟରେ ନୂଆ ୨୩କରୋନା ଆକ୍ରାନ୍ତ @୪୩୭

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୨୩ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ବାଲେଶ୍ଵରରୁ ୧୫ ଗଂଜାମରୁ ୩ଜଣ ,ଯାଜପୁରରୁ ୩,ପୁରୀରୁ୧ ଓ ବୌଦ୍ଧରୁ୧ ଆକ୍ରାନ୍ତ ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।ଏଥିମଧ୍ୟରୁ ରାଜ୍ୟରେ ୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ପୁରୀର ନିରୁଦ୍ଧିଷ୍ଟ ଶିଶୁ ଦେବଗଡରେ ଉଦ୍ଧାର…

0

ଦେବଗଡ଼ : ଦୀର୍ଘ ୪ ମାସ ହେଲା ପୁରୀ ଜିଲ୍ଲାରୁ ନିଖୋଜ ହୋଇଥିବା ଶିଶୁ ଦେବଗଡ ଜିଲ୍ଲାର ବୁଡ।ବ।ହ।ଳ ଗ୍ରାମରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଆଜି ଅପରାହ୍ନରେ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଚିଣ୍ଟୁ ନନ୍ଦ (୧୫ ବର୍ଷ) ଗତ ଫେବ୍ରୁଆରି ମାସରେ କାହାକୁ କିଛି ନ କହି ପୁରୀ ନିବାସୀ ତା କକା ଘରୁ କୁଆଡେ ଚାଲି ଯାଇଥିଲା । ପୁରୀ ରେଳ ଷ୍ଟେସନରେ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ ଟ୍ରେନରେ ବାହାରି ଯାଇଥିଲା । କିନ୍ତୁ ବିଶାଖ।ପଟନମ ଷ୍ଟେସନରେ ଓଲହାଇ କିଛି ଦିନ ଏଣେତେଣେ ଖାଦ୍ୟ ଅନ୍ଵେଷଣରେ ଘୁରି ବୁଲିଥିଲା ।

କିଏ ଦୟା ଦେଖାଇ କିଛି ଦେଲେ ସେ ଖାଉଥିଲା । ଲକଡାଉନ ପୂର୍ବରୁ ଗତ ମାର୍ଚ ମାସରେ , ଚେନେଇର କୌଣସି ଏକ ମାଛ ପ୍ୟାକିଙ୍ଗ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ଦେବଗଡ଼ ଜିଲ୍ଲା ବୁଡ।ବ।ହ।ଳ ଗ୍ରାମର କୁନି ଦେହୁରି ଅନ୍ୟ କିଛି ମହିଳା ଶ୍ରମିକଙ୍କ ସାଙ୍ଗରେ ରେ ନାଗାବଳୀ ଏକ୍ସପ୍ରେସରେ ଫେରୁଥିବା ସମୟରେ , ବିଶାଖ।ପଟନମ ଷ୍ଟେସନରେ ରାତ୍ରି ଯାପନ କରିଥିଲେ । ସେହି ସମୟରେ ସେମାନେ ଓଡିଆ ବୋଲି ଜାଣି ପାରି , ଚିଣ୍ଟୁ ସେମାନଙ୍କ ପାଖକୁ ଆସି ଖାଦ୍ୟ ମାଗିଥିଲା । ବଡବ।ହ।ଳ ଗ୍ରାମର ସେହି ମହିଳାମାନେ ତାଠୁ ସବୁ ଶୁଣି ତାକୁ ଖାଦ୍ୟ ଓ ପାଣି ଦେଇଥିଲେ ଓ ପରବର୍ତୀ ଟ୍ରେନରେ ଆସି ସମ୍ବଲପୁର ରେଳ ଷ୍ଟେସନରେ ଓଲହାଇ ଦେବଗଡ ଜିଲ୍ଲାର ବୁଡ।ବ।ହ।ଳ ଗ୍ରାମରେ ତାକୁ ଆଶ୍ରୟ ଦେଇ ରଖିଥିଲେ । ଦୀର୍ଘ ଦୁଇ ମାସ ରହିଲା ପରେ ଧୀରେ ଧୀରେ ସୁସ୍ଥ ଅନୁଭବ କରି ନିଜ ପରିଚୟ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କଲା ।

ଏହି ନିରୁଦ୍ଧିଷ୍ଟ ଶିଶୁ ସମ୍ପର୍କରେ ଅଙ୍ଗନବାଡି କର୍ମୀ ଜୟନ୍ତୀ ନାୟକ ଦେବଗଡ ଛାଇଲ୍ଡଲାଇନକୁ ସୂଚନା ଦେଇଥିଲେ ।ଖବର ପାଇ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପ।ତ୍ର ଛାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜଙ୍କ ସହିତ ବୁଡାବ।ହ।ଳ ଗ୍ରାମକୁ ଯାଇ ଘଟଣା ର ତଦନ୍ତ କରିଥିଲେ ଓ ଶିଶୁକୁ ଉଦ୍ଧାର କରି ଆଣିଥିଲେ । ଛାଇଲ୍ଡଲାଇନ ପକ୍ଷରୁ ଉକ୍ତ ଶିଶୁକୁ ସି.ଡବ୍ଲୁ.ସି ଅଧକ୍ଷ୍ୟ ଅତୁଲ୍ୟ ପୂଜାରୀଙ୍କ ପାଖରେ ଉପସ୍ଥାପିତ ପରେ ଦିଶା ଶିଶୁ ଗୃହରେ ଅନୁସ୍ଥାନିକ ଯତ୍ନ ପାଇଁ ରକ୍ଷାଗଲା ।

ଶିଶୁଟି ପିତୃମାତୃହୀନ ଓ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ଖଜରିଆ ପଞ୍ଚାୟତର ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପ।ତ୍ରଙ୍କ ପ୍ରାଥମିକ ତଦନ୍ତରୁ ସୂଚନା ମିଳୁଛି । ତଦନ୍ତରୁ ସମ୍ପୂର୍ଣ ସୂଚନା ହସ୍ତଗତ ହେଲା ପରେ ଆଇନସିଦ୍ଧ ଅଭିଭାବକଙ୍କୁ ଶିଶୁକୁ ହସ୍ତାନ୍ତର କରାଯିବ ବୋଲି ବିଭାଗରୁ ସୂଚନା ଦିଅ ଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ବର୍ଷ ଚିଲିକା ଅଞ୍ଚଳରୁ ନିଖୋଜ ହୋଇଥିବା ଏକ ଶିଶୁ କନ୍ୟାକୁ ବୁଡାବ।ହ।ଳ ଗ୍ରାମବାସୀମାନେ ୩ ମାସ କାଳ ଗ୍ରାମରେ ଆଶ୍ରୟ ଦେଇ ଏକ ଉଦାହରଣ ସୃଷ୍ଟି କରି ପ୍ରଶଂସିତ ହୋଇଥିଲେ ।

ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ : ସୁସ୍ଥ ଅଛନ୍ତି ସେବକ

ପୁରୀ : ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଛି । ସମୁଦାୟ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଜି ୩ରଥର ୩ଗୋଟି ଅଖ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତି ରଥର ୨ଟି ଲେଖାଏଁ ମୋଟ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି । ୬ଟି କୋରାମୁଣ୍ଡା ତିଆରି ଚାଲିଛି ।
ଆଜି ସକାଳେ ରଥ ଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏହି ସେବକମାନେ ଗତ କାଲି ଠାରୁ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତନିବାସ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି । ସମସ୍ତ ସେବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଘର ଠାରୁ ଦୂରେଇ ରହି ମଧ୍ୟ ସେବକମାନେ ଅତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ସହ କାର୍ଯ୍ୟ କରୁଛନ୍ତି । ଶ୍ରୀମହାପ୍ରଭୁଙ୍କ କାର୍ଯ୍ୟକୁ ଅତି ଭକ୍ତିର ସହ ସେମାନେ ଗ୍ରହଣ କରିଛନ୍ତି ।

ଦେବଗଡ଼ ବିଜେଡି 60ୟୁନିଟ ରକ୍ତ ସଂଗ୍ରହ : ନେତୃତ୍ୱ ନେଉଛନ୍ତି ରମାଞ୍ଚ…

ଦେବଗଡ଼: ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ନେତାଜୀ କ୍ଲବ , ଟିଙ୍କବିର ସହାୟତା ରେ ଆଜି ଟିଙ୍କବିର ଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜେଡି ଜିଲ୍ଲା ସଭାପତି ରମାଞ୍ଚ ରଂଜନ ବିଶ୍ୱାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅଜିତ ବେହେରା ପ୍ରଥମେ ରକ୍ତ ଦାନ କରି ଶୁଭାରମ୍ଭ କରିଥିବା ବେଳେ ଫନିନ୍ଦ୍ର ଜ୍ୟୋତିଷ ଶେଷ ରକ୍ତ ଦାତା ଭାବେ ରକ୍ତ ଦାନ କରିଥିଲେ । କ୍ଲବ ର ସଦସ୍ୟ ହୃଦୟ ନାଥ ସାହୁ, ସିକୁନ ଜ୍ୟୋତିଷ, ଲିଲୁ ଦଲବେହେରା, ଲିପୁ ସାହୁ, ଗିରି ସାହୁ, ସୁଶାନ୍ତ ବେହେରା, ଆଲୋକ ବେହେରା, ବ୍ଳକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟ ଓ ନଗର ସଭାପତି ଶୁକଦେବ ଭଂଜ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସ ରେ ଦଶ ଦିନ ଧରି ବିଜେଡି ପକ୍ଷରୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ସ୍ଥିତ ରକ୍ତ ଭଣ୍ଡାର ରେ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ବନଖଣ୍ଡ ଅଧିକାରୀ ଦେଲେ ସଚେତନତାର ବାର୍ତ୍ତା…

ଦେବଗଡ; ଦେବଗଡ ବନ ଖଣ୍ଡୀୟ ଅଧିକାରୀ କ୍ଷମା ଷଢଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ବନ ସୁରକ୍ଷା ସମିତି ଅଂଚଳରେ କୋଭିଡ-୧୯ ଏବଂ ଜଙ୍ଗଲ ନିଆଁ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଂପୃକ୍ତ ଅଂଚଳର ଜନସାଧାରଣଙ୍କୁ ବିଭିନ୍ନ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା । ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ବାରକୋଟ ରେଞ୍‌ର ବୁଢିବାହାଲ, ହରେକୃଷ୍ଫପୁର, ଖଜୁରୀବାହାଲ, କଦଳୀପାଳ, ନୀରପାଣି, ନୂଆମୁଣ୍ଡା,ବୀଜାଡିହି, କଟାସାହି, ତିଲେଇମାଳ, ଓ ଦେବଗଡ ରେଞ୍‌ର ବ୍ରଜମୋହନପୁର ଓ ଯଶୋବନ୍ତପୁର,ବଣିଆକିଲିଣ୍ଡା,ବାଘମୁଣ୍ଡା,ଗଜୁରୀବଣି,ସିଂଘବଲାନୀ, ରଙ୍ଗିଆଟିକିରା, ରିଆମାଳ ରେଞ୍‌ର ଅର୍ଜ୍ଜୁନଜାରି, ନଖବାହାଲ, ବାଲିପଟା, କଙ୍କଡାଝରଣ, ବିଜାନାଳି, କରଲଗା, ତାଲକୁଣ୍ଡି, ଖଇରୀପାଲି,ପୁରୁଣାପାଣି, ଅଂଚଳଗୁଡିକରେ କରୋନା ସଂକ୍ରମଣକୁ ରୋକିବାପାଇଁ ସାମାଜିକ ଦୂରତା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ମୁହଁରେ ମାସ୍କ ବ୍ୟବହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଜଣାଯାଇଛି ।

ନବୀନଙ୍କୁ ନିରଞ୍ଜନଙ୍କ ପରାମର୍ଶ : ଓଡିଆ ଗରିବମାନଙ୍କୁ ବଂଚାନ୍ତୁ…

ଭୁବନେଶ୍ୱର : ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି ୩ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ l ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେନ୍‌ଟାଇନ୍ ସେଂଟର
ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୁଧାରୁ ରୂପେ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା ଶୁଣିଲେ ନାହିଁ । ଏବେ ମଧ୍ୟ ସମୟ ଅଛି ସେଠାକାର ବିଭିନ୍ନ ରାଜନୈତିକ ଲୋକ, ସେବାକାରୀ ସଂସ୍ଥା, ନାଗରିକ ସମାଜକୁ ନେଇ ସେଠାରେ ମନୋବଳ ସୃଷ୍ଟି କରାଯାଉ ଏବଂ ଅନ୍ୟାନ୍ୟ ଜିଲ୍ଲାର ଯେଉଁମାନେ ଦାଦନ ଶ୍ରମିକ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି । ଫେରିଲେ ଗଞ୍ଜାମ ଭଳି ଭୟାବହ ସ୍ଥିତି
ଦେଖାଯାଇପାରେ । ଏହାଛଡା ଗଞ୍ଜାମ ଜିଲ୍ଲାରେ ବିଗୁଡୁଥିବା ସ୍ଥିତି ତୁଳନାରେ ମାତ୍ର ୨୦୦ ବେଡ୍ ଥିବା ହସ୍‌ପିଟାଲ ବ୍ୟବସ୍ଥା କରାଯାଇଛି । ତେଣୁ ସଂକ୍ରମଣକୁ କେମିତି ଆୟତ କରାଯିବ ତାହା ଏବେ ବଡ ପ୍ରଶ୍ନ । ଯେଉଁଠି ଆବଶ୍ୟକତା ନାହିଁ, ସେଠରେ ଅଧିକ ବେଡ୍‌ର କୋଭିଡ୍ ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ଯେଉଁଠି ଆବଶ୍ୟକତା ଅଛି ସେଠାରେ ବ୍ୟବସ୍ଥା କରାଯାଇନାହିଁ । ତେଣୁ ଏହି ଅସୁବିଧାକୁ ଦୃଷ୍ଟିରେ ରଖିସରକାର ବର୍ତମାନ ଉଚିତ୍ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଆମେ ସରକାରଙ୍କୁ ନିବେଦନ କରୁଛୁ
ଓଡିଆ ଗରିବମାନଙ୍କୁ ବଂଚାନ୍ତୁ ।

କୁକୁର ଆକ୍ରମଣରେ ହରିଣ ମୃତ….

ଦେବଗଡ଼: ଦେବଗଡ଼ ବନଖଣ୍ଡ ତିଳେଇବଣି ସେକ୍ସନ ଅନ୍ତର୍ଗତ ବରଘାଟ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ କୁକୁର ଙ୍କ ଆକ୍ରମଣରେ ଗୋଟିଏ ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତ୍ରି ପ୍ରାୟ ଏକଟା ସମୟରେ ବରଘାଟ ଗ୍ରାମକୁ ନିକଟସ୍ଥ ପ୍ରଭାସୁଣୀ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ହରିଣ ବାଟ ବଣା ହୋଇ ଚାଲି ଆସିଥିଲା। ତେବେ ହରିଣକୁ ଗାଁ’ରେ ଦେଖି କୁକୁର ମାନେ ତା ଉପରକୁ ଆକ୍ରମଣ କରିଥିଲେ।
ଏହା ଦେଖି କେତେକ ଗ୍ରାମବାସୀ କୁକୁର ଙ୍କ କବଳରୁ ହରିଣକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଏଥିସହ ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଦେବବ୍ରତ ନନ୍ଦ ଓ ତିଳେଇବଣି ସେକ୍ସନ ଅଫିସର ସୁଧାଂଶୁ ବେହେରା ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ଦେବଗଡ଼ ସ୍ଥିତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ଭୋରରେ ହରିଣଟିର ମୃତ୍ୟୁ ଘଟିଥିଲା। ପରେ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ ହରିଣର ବ୍ୟବଚ୍ଛେଦ କରାଇଥିବା ଜଣାପଡିଛି।

ଚିତ୍ର ମାଧ୍ୟମରେ କରୋନା ସଚେତନତା…..

ଦେବଗଡ଼ : ଲକଡାଉନ ଅବଧି ମଧ୍ୟରେ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ତାଙ୍କ ସମୟର ସଦୁପଯୋଗ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଆରମ୍ଭ ହୋଇଛି MoPratibha ଅଭିଯାନ। ଛୋଟ ପିଲାଙ୍କ ଦ୍ୱାରା ଅଙ୍କା ଯାଇ ପଠାଉଥିବା ଏହି ସବୁ ଚିତ୍ର ପ୍ରତ୍ୟେକ ସପ୍ତାହରେ odisha Sports Twitter ରେ ସପ୍ତାହ ର ଶ୍ରେଷ୍ଠ ଚିତ୍ର ରେ ସ୍ଥାନ ପାଉଛି । ଏହି ସପ୍ତାହ ରେ ଦେବଗଡ଼ ଚିନ୍ମୟ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ ଛାତ୍ର ହିତେଶ କୁମାର ପଣ୍ଡା ଙ୍କ କରୋନା ଉପରେ ଆଙ୍କି ଥିବା ଚିତ୍ର ସ୍ଥାନ ପାଇଛି ।

ରାଜ୍ୟରେ ଆଉ ନୂଆ ୧୪ କରୋନା ଆକ୍ରାନ୍ତ ଚିହ୍ନଟ@ ୩୯୧

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୪ ନୂଆ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଗଂଜାମରୁ ୧୨( ଜିଲ୍ଲାରେ ୧୩୭ ) , କେନ୍ଦ୍ରାପଡା ୧ ( ଜିଲ୍ଲାରେ ୯ ), ସୁନ୍ଦରଗଡରେ ୧ ( ଜିଲ୍ଲାରେ ୧୪ )ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମୋଟ ୩୯୧।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି। ବର୍ତ୍ତମାନ ଶୁଦ୍ଧା ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।ଏବଂ ୩ଜଣ ମୃତ୍ୟୁବରଣ କରିଛନ୍ତି।

ମାଆ ମନକୁ ବୁଝିବା…..

ଭୁବନେଶ୍ୱର : ମାଆ । ଏହି ଶବ୍ଦରେ ଥାଏ ନିଃସ୍ୱାର୍ଥପର ଭଲ ପାଇବା। ସ୍ନେହ ଆଦର, ଯାହା ଜୀବନର ସବୁକିଛି । ଦଶ ମାସ ଦଶ ଦିନ ଯିଏ ଗର୍ଭରେ ରଖି ଯିଏ ଆମକୁ ଏହି ସୁନ୍ଦର ଦୁନିଆକୁ ଆଣିଥାଏ। ସେ ମାଆ । ଯାହାର ହୃଦୟ ବ୍ୟାପକ। ସୁଖ ଦୁଃଖ ର ପ୍ରକୃତ ବନ୍ଧୁ । ସେ ସବୁବେଳେ ନିଜେ ଦୁଃଖ କଷ୍ଟରେ ରହି ସନ୍ତାନକୁ ସୁଖ ପ୍ରଦାନ କରେ। ପୁରା ପୃଥିବୀ ଭାର ମୁଣ୍ଡାଉଛି ଧରିତ୍ରୀ ମାତା ।ସବୁ ବୋଝକୁ ମୁଣ୍ଡେଇ ଆମକୁ ଖୁସିରେ ରଖିଛି। ସେଥିପାଇଁ ତ ମାଆ ହେଉଛି ଜଗତ ଜନନୀ। ସେ ହେଉଛି ଦୁର୍ଗା କାଳି। ସେ ସବୁବେଳେ ଚାହେଁ ତା ସନ୍ତାନ ଖୁସିରେ ରହୁ। ଆଜି ମାତୃତ୍ୱ ଦିବସ। କିଏ ମା କିଏ ବୋଉ କିଏ ମମି ଆଉ କିଏ ମୋମ ନାଁ ରେ ନିଜର ଫୋଟକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । ମାକୁ ମାତୃତ୍ୱ ଦିବସର ଅଭିନନ୍ଦନ ଜଣାଉଛି । ଏହା ଏକ ଖୁସିର କଥା। ଏମିତି ପୋଷ୍ଟ କରିବା ଉଚିତ । ହେଲେ ଏହି ପୋଷ୍ଟ କେତେ ମାଆ ଦେଖୁଛନ୍ତି । ଆଉ କେତେ ମା ଦେଖି ପାରୁନାହାନ୍ତି। ହେଲେ ସନ୍ତାନ ମାଆର ଫଟୋକୁ ଦେଇ ଅଭିନନ୍ଦନ ଜଣାଉଛି । ମା ପ୍ରତି ଭଲ ପାଇବାର ଏମିତି ପ୍ରଚେଷ୍ଟା ହେବା ମଧ୍ୟ ଦରକାର । ହେଲେ ମା ଆଜି କଣ ଚାହୁଁଛି, ତା ସନ୍ତାନ ବୁଝିବା ଦରକାର । ଯେମିତି କିଛି ଗୋଟେ ଆମର ବିପଦ ପଡିଲେ ଆମ ପାଟିରୁ ବାହାରି ଆସେ ମାଆ । ଠିକ୍ ସେହି ପରି ସନ୍ତାନକୁ ସବୁବେଳେ ତା ମାଆ ଖୋଜେ। ତା ପୁଅ ଦେଶର ସର୍ବୋଚ୍ଚ ପଦବୀରେ ଥାଉ ଅବା ବେକାର । ମା ସବୁବେଳେ ଚାହେଁ ତା ପୁଅ ତା ପାଖରେ ଥାଉ। କିଛି ଦେଉ ଅବା ନ ଦେଉ।ସବୁବେଳେ ମା ତା ପୁଅକୁ ଦେଖୁ । ଆଜି ମାତୃତ୍ୱ ଦିବସରେ ସମୟ ଆସିଛି ଏକଥା ଭାବିବା ପାଇଁ । ମା କିଛି ଚାହେଁ ନାହିଁ । ଚାହେଁ ତ ଖାଲି ପୁଅ ଠାରୁ କିଛି ସମୟ। ବିଶେଷ କରି ଜୀବନର ଶେଷ ସମୟରେ ତା ସନ୍ତାନ ତା ପାଖରେ ଥାଉ। ଏତିକି ସେ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ।ଏ କଥା ଅଳ୍ପବହୁତେ ସମସ୍ତେ ଅନୁଭବ କରିଥିବେ । ଆଜିର ବ୍ୟବସ୍ଥା ଓ ଜୀଵନ ଜୀବିକା ପାଇଁ ଇଚ୍ଛା ନ ଥିଲେ ମଧ୍ୟ ଆମେ ମାଆ ଠାରୁ ଦୂରେଇ ଥାଉ। ଆଉ କିଛି ନିଜ ସ୍ୱାର୍ଥ ପାଇଁ ମାକୁ ଦୁରେଇ ଦିଅନ୍ତି। ଆଜି ମା କେଉଁଠି ନିରାଶ ହୋଇ ଜୀଵନ କାଟୁଛି ତ ଆଉ କେଉଁଠି ସବୁଥାଇ ମଧ୍ୟ ନିଜକୁ ଏକୁଟିଆ ମନେ କରୁଛି। ନିଃସ୍ୱାର୍ଥ ପର ହୋଇ ସବୁ କଷ୍ଟ ସହି ଯିଏ ସେବା ଦିଏ ସେ ହେଉଛି ମାଆ । ଆଜି ମାତୃତ୍ୱ ଦିବସରେ ମାଆ ର ଫୋଟ ପୋଷ୍ଟ କରି ନୁହେଁ। ବରଂ ବର୍ଷର ୩୬୫ ମାଆ କେମିତି ଖୁସିରେ ରହିବ ଓ ମାଆକୁ କିପରି ଅଧିକ ସମୟ ଦେଇ ପାରିବା ସେ ଚିନ୍ତା କରିବା ଉଚିତ।
ମୁଖ୍ୟ ସମ୍ପାଦକ ,ବିଗ ନିଉଜ ଓଡ଼ିଶା

Follow us

20,832FansLike
0FollowersFollow
14,700SubscribersSubscribe

Latest news