ଭିଡିଓ କନଫରେନ୍ସ ଜରିଆରେ ନେତା ଓ କର୍ମୀ ସହ କଥା ହେଲେ ପ୍ରଣବ …

- Advertisement -

ଭୁବନେଶ୍ୱର : ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ସହ ପ୍ରବାସୀ ଶ୍ରମିକଙ୍କ ବିଷୟରେ ଆଲୋଚନା କରିଛନ୍ତି ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସଙ୍ଗରୋଧ ସେଣ୍ଟରର ସୁବିଧା ଅସୁବିଧା ନିଜେ ଯାଇ ତଦାରଖ କରିବା ଉପରେ ବୈଠକରେ ନେତାଙ୍କ ସହ ଆଲୋଚନା କରିଥିଲେ l ଏହାସହ ନିଜ ଜିଲ୍ଲାରେ କୋଭିଡ-୧୯ ମହାମାରୀ ହେତୁ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଦୃଷ୍ଟି ଦେବାକୁ ପ୍ରଣବ ନିର୍ଦେଶ ଦେଇଥିଲେ l ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଥିଲେ l କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ତୃଣମୂଳ ସ୍ଥଳରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତର୍ଜମା କରିବାକୁ ପ୍ରଣବ ନେତାଙ୍କୁ ନିବେଦନ କରିଥିଲେ l ଏହାସହ ଭୟ ନୁହେଁ, ସତର୍କ ଭାବେ କରୋନାର ମୁକାବିଲା କରିବା ସହ ଲୋକଙ୍କ ସେବା କରିବାକୁ କହିଥିଲେ l କୋରାପୁଟ, ମାଲକାନଗିରି, ଠାରୁ ଆରମ୍ଭ କରି ମୟୁରଭଞ୍ଜ ଯାଏ ବିଜେଡି ନେତାଙ୍କ ସହ ଆଲୋଚନା କରିଥିଲେ ସଂଗଠନ ସମ୍ପାଦକ ପ୍ରଣବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles