ଆଶା ଓ ଆଶଙ୍କା ମଧ୍ୟରେ ମିଠା ଦୋକାନୀ

0

ଭୁବନେଶ୍ବର :ରାଜ୍ୟ ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପାହାଁଳ । ଯାହାକି ରସଗୋଲା ପାଇଁ ପ୍ରସିଦ୍ଧି ଲାଭ କରିଛି । କରୋନା ଲକଡାଉନ୍ ପାହାଁଳର ମିଠା ଦୋକାନୀଙ୍କ ଜୀବିକା ବୁଡାଇ ଦେଇଛି ।ଦିନ ଥିଲା ସକାଳୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଗହଳି ଲାଗି ରହୁଥିଲା ।ଏଠିକାର ଦୋକାନୀ ମାନଙ୍କ କହିବା ଅନୁଯାୟୀ ରସଗୋଲା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସାଲେପୁର ଥିବା ସ୍ଥଳେ ସାରା ରାଜ୍ୟରେ ପାହାଁଳ ରହିଛି ।ଏଠିକାର ରସଗୋଲାର ଚାହିଦା ଅଧିକ । ଏହି ବେଉସାରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ନିୟୋଜିତ । ତା ସହିତ ବହୁ ମିଠା କାରିଗର ମଧ୍ୟ ଜଡିତ ।ଲକଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ଥିବାରୁ ଆଶଙ୍କା ମଧ୍ୟରେ ଗତି କରୁଥିବା କହିଛନ୍ତି ବ୍ଯବସାୟୀ ତଥା କାରିଗର ।ସରକାର ପ୍ରାୟ ବିଭିନ୍ନ ବର୍ଗ ଓ ଚାଷୀଙ୍କ ନିମନ୍ତେ ବିଭିନ୍ନ ଯୋଜନା ଘୋଷଣା କଲେ ।କିନ୍ତୁ ଦୁଗ୍‌ଧ ଚାଷୀ କିମ୍ୱା ମିଠା ଦୋକାନୀଙ୍କୁ ଭୁଲିଗଲେ ।ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା )

ବିପଦ ଆମ ପାଇଁ ସୁଯୋଗ ଆଣିଛି- ମୋଦୀ

ନୂଆଦିଲ୍ଲୀ: ଚାରି ମାସ ହେଲାଣି ବିଶ୍ୱ କରୋନା କବଳରେ ଅଛି ।ଯାହାକି ତଥା ଦେଶ ପାଇଁ ଏବେ ବଡ଼ ବିପଦ। ହେଲେ ଏହି ବିପଦକୁ ଡରି ନଯାଇ ଏହାର ସାମ୍ନା କରିବା । ଏହା ଭାରତ ପାଇଁ ଏକ ନୂଆ ସୁଯୋଗ ମଧ୍ୟ ଆଣିଛ। କାରଣ କରୋନା ହେଉଛି ଏକ ଲମ୍ବା ଲଢେଇ ।କିନ୍ତୁ ଆମେ ଲଢେଇରେ ଭାଙ୍ଗିବା ନାହିଁ। ଆହୁରି ମଜଭୁତ ହେବା । ଏହି ସମୟରେ ଚୁପ ରହିବାନି । ସତର୍କ ରାହି କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଆଜି ଦେଶକୁ ସମ୍ବୋଧନ କରି ଏକ ନୂଆ ଦିଗ ଦେଖାଇଛି । ସେ କହିଛନ୍ତି କରୋନା ଦେଶ ପାଇଁ ବିପଦ ଆଣିଛି ।ହେଲେ ଏହା ଆମକୁ ବଂଚିବାର ଏକ ନୂଆ ଦିଗ ଦେଖାଇଛି ।ଏବଂ ଆମକୁ ଆତ୍ମ ନିର୍ଭରଶୀଳ କରିଛି ।କାରଣ ପୂର୍ବରୁ ଆମର ପିପିଇ ଦେଶରେ ତିଆରି ହେଉ ନଥିଲା ।କିନ୍ତୁ ଏବେ ପ୍ରତିଦିନ ଆମେ ଦୁଇ ଲକ୍ଷ ପିପିଇ ତିଆରି କରୁଛନ୍ତି । ଏହାସହ ଦୁଇ ଲକ୍ଷ ଏନ 95 ମାସ୍କ ମଧ୍ୟ ପ୍ରତିଦିନ ତିଆରି କରାଯାଉଛି ।ଯାହାକି ଭାରତର ଆତ୍ମନିର୍ଭରଶୀଳତା ଦର୍ଶାଉଛି। ଏହାସହ ଲୋକଙ୍କୁ ଗ୍ଲୋବାଲ ବ୍ରାଣ୍ଡ ପରିବର୍ତେ ନିଜର ତଥା ଲୋକଲ ବ୍ରାଣ୍ଡର ସାମଗ୍ରୀ ପ୍ରଚାର ଓ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଭାରତ ଦେଶ ୫ଟି ତତ୍ୱ ଉପରେ ନିର୍ଭର।ଯଥା ଅର୍ଥନୀତି, ଡିମାଣ୍ଡ, ଜନସଂଖ୍ୟା , ଇନଫ୍ରାଷ୍ଟ୍ରକଚର ।
ସେ ଏହି ପରିପେକ୍ଷ ସେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ ଚାଷୀ ଓ କ୍ଷୁଦ୍ର ଉଦ୍ୟଗିମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ। ଏହାର ସବିଶେଷ ତଥ୍ୟ ଅର୍ଥମନ୍ତ୍ରୀ ଦିନ ଦୁଇ ଦିନ ଭିତରେ ଦେଶବାସୀଙ୍କୁ ଜଣାଇବେ। ଏହା ସହ ନୂଆ ରଙ୍ଗ ନୂଆ ରୂପରେ ଲକ୍ ଡାଉନ ୪.୦ ଆସିବ ବୋଲି ସୂଚନା ଦେଇଛନ୍ତି ।ମେ ମାସ ୧୮ ତାରିଖ ପୂର୍ବରୁ ଏହି ନିୟମକୁ ସରକାର ଘୋଷଣା କରିବେ ।

ଜୀବନ -ଜୀବିକା ଭିତରେ ସମନ୍ୱୟ ରୋଡ଼ମ୍ୟାପ ପ୍ରସ୍ତୁତ କରୁ ଓଡିଶା : କଂଗ୍ରେସ

ଭୁବନେଶ୍ୱର : କରୋନା ମହାମାରୀ କୁ ମୁକାବିଲା କରିବା କ୍ଷେତ୍ରରେ ଜୀବନ ଆଉ ଜୀବିକା ଭିତରେ ସମନ୍ୱୟ ଆଣି ଓଡ଼ିଶା ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l କରୋନା ସଂକ୍ରମଣ ପ୍ରତିହତ କରିବା ସହିତ ଅର୍ଥନୈତିକ କାର୍ଯ୍ୟକଳାପ କୁ ଚଳଚଞ୍ଚଳ କରି ଲୋକଙ୍କ ଜୀବିକା କୁ ସୁରକ୍ଷା ଦେବା ଆଜି ସବୁଠୁ ବଡ଼ ଆହ୍ୱାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଏଥିପାଇଁ କୃଷି, କ୍ଷୁଦ୍ର ଓ ଅଣୁଶିଳ୍ପ, ଗ୍ରାମଦ୍ୟୋଗ ଇତ୍ୟାଦି ପ୍ରତି ସରକାର ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ l ରବି ଫସଲରେ ଚାଷୀ ମାନେ ଅମଳ କରିଥିବା ଧାନ ଏବଂ ଅନ୍ୟାନ୍ୟ ଡାଲି ଓ ତୈଳ ଜାତୀୟ ଶସ୍ୟ ସରକାର ତୁରନ୍ତ କିଣନ୍ତୁ l ଖରିଫ ଫସଲ ପାଇଁ ଚାଷୀଙ୍କୁ ବିହନ, ସାର, କୀଟନାଶକ ଓ ମଜୁରୀ ମାଗଣାରେ ଉପଲବ୍ଧ କରେଇବାର ଦାୟିତ୍ୱ ନିଅନ୍ତୁ l ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଉଦ୍ୟୋଗ ଗୁଡ଼ିକୁ ଆର୍ଥିକ ଏବଂ ବୈଷୟିକ ତଥା ମାର୍କେଟ ର ସୁବିଧା ଦେଇ ସେଗୁଡିକୁ ପୁନଃରୁଦ୍ଧାର କରନ୍ତୁ l ଗ୍ରାମଦ୍ୟୋଗ ର ନୂଆ ସମ୍ଭାବନା କୁ ଚିନ୍ହଟ କରି ସେ ଦିଗରେ ଅଣୁ ସ୍ତରରେ ଯୋଜନା ଏବେଠୁ ପ୍ରସ୍ତୁତ କରନ୍ତୁ l ଆଦିବାସୀ ମାନଙ୍କର ଜୀବିକା କୁ ସୁରକ୍ଷିତ କରିବା ପାଇଁ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଆଧାର ରେ କିଣିବାର ବ୍ୟବସ୍ଥା କରନ୍ତୁ l ଏସବୁ ସୁସଂଘତ ଭାବରେ କରି ପାରିଲେ ରାଜ୍ୟର ଅର୍ଥନୀତି ଚଳଚଞ୍ଚଳ ହୋଇପାରିବ ଏବଂ ଲୋକଙ୍କ ର ଜୀବିକା କୁ ସୁରକ୍ଷା ଦେଇ ହେବ l

ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କ ର ଘର ବାହୁଡା଼ ବିଷୟରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଆଭିମୁଖ୍ୟ ନ ନେବା ଅତି ଦୁର୍ଭାଗ୍ୟଜନକ l ସେମାନେ କେବେ ଏବଂ କେମିତି ଓଡ଼ିଶା ଫେରିବେ ସେ ବିଷୟରେ ସରକାର ବିଶେଷ ଚିନ୍ତିତ ନୁହନ୍ତି ବୋଲି ପ୍ରତୀୟମାନ ହୁଏ l ଏହା ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ର ସମ୍ବେଦନଶୀଳ ମନୋଭାବର ପରିଚାୟକ l ମାନବିକତା ଏବଂ ମୂଲ୍ୟବୋଧ ର କଥାକୁ ବାରମ୍ବାର ସରକାର କହୁଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ପ୍ରତି ଏପରି ମନୋଭାବ ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ ମଧ୍ୟ l

ଏବେ କରୋନା ସଂକ୍ରମଣ ଏକ ଭୟାନକ ପରିସ୍ଥିତିର ସୂଚନା ଦିଏ l ଏହି ସମୟରେ ସାଧାରଣ ଜନତା ଯେମିତି ଆତ୍ମସଂଯମ ର ସହିତ ସାମ୍ନା କରିବା ଉଚିତ ସେହିପରି ସରକାର ମଧ୍ୟ ଆତ୍ମସଂଯମତା କୁ ଆୟୁଧ କରି ଏହି ଆହ୍ୱାନ କୁ ମୁକାବିଲା କରିବା ବାଞ୍ଚନୀୟ l ଏ କ୍ଷେତ୍ରରେ ଆତ୍ମ ବଡ଼ିମା ବା ଆତ୍ମ ପ୍ରଚାର ର ସ୍ଥାନ ନାହିଁ ବୋଲି ଆମେ ଅନୁଭବ କରୁ l

ସମ ହସ୍ପିଟାଲ ସଫଳତାର ଆଉ ଏକ ସୋପାନ : ଏଣିକି କୋଭିଡ ପରୀକ୍ଷା

ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି।

ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ 1000 ଶଯ୍ୟା ବିଶିଷ୍ଟ ଏହି ଟିଚିଙ୍ଗ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଯିଏକି କରୋନା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର । ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏହି ଅନୁମତି ମିଳିଥିବା କହିଛନ୍ତି ପ୍ରଫେସର ସାମନ୍ତସିଂହାର । କରୋନା ପରୀକ୍ଷଣ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀରେ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ଦିନକୁ 300 ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗବେଷଣା ନିର୍ଦେଶକ ଡାକ୍ତର ଜୟ ଶଙ୍କର ଦାସ ।

ଚଳିତ ମାସ ସମ ହସ୍ପିଟାଲ ର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀ କୁ ଏହି ପରୀକ୍ଷା ନିମନ୍ତେ ଏନଏବିଏଲ ପକ୍ଷରୁ ଅନୁମତି ମିଳି ଥିଲା ବୋଲି ଡାକ୍ତର ଦାସ କହିଛନ୍ତି।

ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ପରିପେକ୍ଷ ସେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଏହାର ସବିଶେଷ ତଥ୍ୟ ଅର୍ଥମନ୍ତ୍ରୀ ଦିନ ଦୁଇ ଦିନ ଭିତରେ ଦେଶବାସୀଙ୍କୁ ଜଣାଇବେ। ଏହା ସହ ନୂଆ ରଙ୍ଗ ନୂଆ ରୂପରେ ଲକ୍ ଡାଉନ ୪.୦ ଆସିବ ବୋଲି ସୂଚନା ଦେଇଛନ୍ତି ।ମେ ମାସ ୧୮ ତାରିଖ ପୂର୍ବରୁ ଏହି ନିୟମକୁ ସରକାର ଘୋଷଣା କରିବେ ।

ଗ୍ରୀନ ଜୋନରେ ଗଡିବ ବସ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର :ଗ୍ରୀନ ଯୋନରେ ବସ ଗଡ଼ିବା ନେଇ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି l ତେଣୁ ଏବେ ଗ୍ରୀନ ଜୋନରେ ଗଡିବ ବସ l ଏଥିଲାଗି ଭଡ଼ାକୁ ଦୁଇ ଗୁଣିତ କରିବା ପାଇଁ ବ୍ୟବସ୍ଥା ହୋଇଛି lଯେହେତୁ ଗ୍ରୀନ ଯୋନ ରେଡ଼ ଯୋନ ହୋଇଯାଉଛି ତେଣୁ ବସ ଚଳାଚଳ କରି ପାରୁନି ସେଥିପାଇଁ ଏପରି ନିଷ୍ପତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି l ଦିନେ କି ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେl ତେବେ
ସରକାରୀ ଅଧିକାରୀଙ୍କ ଯିବା ଆସିବା ପାଇଁ ବସ ଚଳାଇବେ ରାଜ୍ୟ ସରକାର l ଆସନ୍ତା କାଲି ଠୁ ଏହି ସେବା ଆରମ୍ଭ ହେବ l କଟକରୁ ଭୁବନେଶ୍ୱର କୁ ଗୋଟିଏ ବସ ଚଳାଯିବ ଓ ଭଡା 30 ଟଙ୍କା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି l

ନବୀନଙ୍କ ପ୍ରସ୍ତାବ ସ୍ୱାଗତଯୋଗ୍ୟ କହିଲେ ନିରଞ୍ଜନ ଓ ବିଜୟ….

ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଲୋଚନା ବେଳେ ଦିଆଯାଇଥିବା ପ୍ରସ୍ତାବକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପି ନେତା ବିଜୟ ମହାପାତ୍ର ସ୍ୱାଗତ କରିଛନ୍ତି l ଏହାସହ ନିରଞ୍ଜନ ପଟ୍ଟନାୟକ ଓଡ଼ିଶାରେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତୁ ବୋଲି ପ୍ରସ୍ଥାବ ଦେଇଛନ୍ତି l ଯଦି ସରକାର ତାହା ନକରନ୍ତି ତେବେ ଭବିଷ୍ୟତରେ ଓଡିଶା ବାସୀଙ୍କୁ ବହୁମୂଲ୍ୟ ଦେବାକୁ ଦେବାକୁ ପଡ଼ିବ ଏବଂ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇଯିବ ସେ କହିଛନ୍ତି l

ସରକାର ଅହମିକା ଛାଡ଼ନ୍ତୁ : ବିଜୟ ମହାପାତ୍ର

ଭୁବନେଶ୍ୱର : ସରକାର ଅହମିକା ଛାଡ଼ନ୍ତୁ । ସତ୍ୟକୁ ଲୁଚେଇବାକୁ ଚେଷ୍ଟା କରନ୍ତୁ ନାହିଁ ।ପ୍ରବାସୀ ଓଡ଼ିଆଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ସେମାନେ ଆସିଲେ ସରକାର ଜାଣୁଛନ୍ତି । ଏକ ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ କେତେ ଓଡ଼ିଆ ବାହାରେ ଅଛନ୍ତି ସରକାର ତଥ୍ୟ ପାଇଲେ ନାହିଁ । ଏବେ ଅନେକ ଓଡ଼ିଆ ଅନ୍ୟ ରାଜ୍ୟରେ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି । କିନ୍ତୁ ସରକାର ଏଠି କ୍ବାରାଣ୍ଟାଇନ କେନ୍ଦ୍ରରେ କଣ ଦରକାର ତାହା ଯୋଗାଇବାରେ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହାସହ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି ବିଜୟ କହିଛନ୍ତି । କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣା ଲାଗୁ ହେଉ । ଅନ୍ୟ ମାନେ କାହିଁକି ଅସୁବିଧା ଭୋଗିବେ ? ବର୍ତ୍ତମାନ ସରକାରଙ୍କୁ ସମସ୍ତ ବର୍ଗରୁ ଅକୁଣ୍ଠ ସହଯୋଗ ମିଳୁଛି । ଯଦି ସରକାର ଏହାର ସଦୁପଯୋଗ ନକରିବେ ଏହାଠାରୁ ବିଡ଼ମ୍ବନାର ବିଷୟ କିଛି ନାହିଁ ।

ଯାଜପୁର ସହରକୁ କରାଯିବ ସାନିଟାଇଜ….

ଯାଜପୁର : ସୋମବାର ଯାଜପୁର ମୁନିସିପାଲଟିରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି । ଏହାପରେ ଯାଜପୁର ସହରରେ ସ୍ୱଚ୍ଚତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି । ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯାଉଛି । ଯାହା କି ମୁନିସିପାଲଟି କାର୍ଯ୍ୟାଳୟ ଠାରୁ ଆରମ୍ଭ କରାଯାଇଛି । ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ଏହାସହ କିଛି ପୂର୍ବତନ କାଉନସିଲର ମଧ୍ୟ ଏଥିରେ ସହଯୋଗ କରୁଛନ୍ତି । ବର୍ତ୍ତମାନ ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲ୍ଲାରେ ୬୩ ରେ ପହଂଚିଲାଣି କରୋନା ରୋଗୀଙ୍କ ସଂଖ୍ୟା । ଏଣୁ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇ କରୋନାକୁ ହରାଇବା ପାଇଁ ଲାଗିପଡିଛି। ଯୁବନେତା ଭଵ ପ୍ରସାଦ ଦାସ ଲୋକଙ୍କୁ ସଚେତନ କରାଇବା ସହ ସ୍ୱଚ୍ଚତାକୁ କିପରି ଗୁରୁତ୍ୱ ଦିଆଯିବ ତା ଉପରେ ବିଶେଷ ଦୃଷ୍ଟି ଦେଇଛନ୍ତି।

ଚୋରା ଦେଶୀ ମଦ ଜବତ: ୨ ଗିରଫ ଓ ୧ ଫେରାର.

ଦେବଗଡ଼ : ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ଚୋରା ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଏକ ଙ୍କ ନିର୍ଦେଶ କ୍ରମେ କର୍ମଚାରୀ ମାନେ ଆଜି ଭୋର ସମୟ ରେ ତିଳେଇବଣି ବ୍ଳକ ଅନ୍ତର୍ଗତ ସୁଗୁଡ଼ା ଗ୍ରାମର ରାସ୍ତା କଡରେ ଛକି ରହିଥିଲେ । ଏହି ସମୟରେ ଏକ ମଟର ସାଇକେଲ ରେ ଦେବଗଡ଼ ଥାନା ଅନ୍ତର୍ଗତ ନିର୍ବେଣି ସାହି ର ତପନ ଭୋଜ ଓ ମହେନ୍ଦ୍ର ପାତ୍ର ଚୋରା ଦେଶୀ ମଦ ଧରି ଆସୁଥିବା ବେଳେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ ।ଯାଞ୍ଚ ସମୟ ରେ ସେମାନଙ୍କ ଠାରୁ ୪୫ ଲିଟର ଦେଶୀ ମଦ ଜବତ କରିଥିଲେ ।ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମଟର ସାଇକେଲ କୁ ଜବତ କରିଛି । ସେହିପରି ଏହି ଟିମ ରଙ୍ଗତା ଗ୍ରାମର ନାଳକଡ଼ରେ ଚଢ଼ାଉ କରି ୫୬୦କେଜି ମହୁଲ ପୋଚ ଜବତ କରି ନଷ୍ଟ କରିଥିଲେ ।ଏଥିରେ ସମ୍ପୃକ୍ତ ରିଆମାଳ ଥାନା ଅନ୍ତର୍ଗତ ମହାସିନ୍ଧୁ ଗ୍ରାମର ମଦନ କିସାନ ଫେରାର ହୋଇ ଯାଇଥିଲା ।ମଦନ ନାମ ରେ ଅବକାରୀ ବିଭାଗ ଏକ ମକଦ୍ଦମା ରୁଜୁ କରିଛି । ଆଜିର ଏହି ଚଢ଼ାଉ ରେ ଅବକାରୀ ବିଭାଗର ଗୋବିନ୍ଦ ସାହୁ, ଲୋକନାଥ ବେହେରା, ପଦ୍ମାଲୟା ମୁଣ୍ଡା, ବାଦଲ ବ୍ରହ୍ମା, ଲିଙ୍କନ ପ୍ରଧାନ, ଦଶରଥ ମାଝୀ, ମନୋଜ ପ୍ରଧାନ ଓ ଚାରୁଲତା ନାଏକ ପ୍ରମୁଖ ସାମିଲ ଥିଲେ ।ଏହି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news