ଯାଜପୁର ସହରକୁ କରାଯିବ ସାନିଟାଇଜ….

- Advertisement -

ଯାଜପୁର : ସୋମବାର ଯାଜପୁର ମୁନିସିପାଲଟିରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି । ଏହାପରେ ଯାଜପୁର ସହରରେ ସ୍ୱଚ୍ଚତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି । ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ କରାଯାଉଛି । ଯାହା କି ମୁନିସିପାଲଟି କାର୍ଯ୍ୟାଳୟ ଠାରୁ ଆରମ୍ଭ କରାଯାଇଛି । ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ଏହାସହ କିଛି ପୂର୍ବତନ କାଉନସିଲର ମଧ୍ୟ ଏଥିରେ ସହଯୋଗ କରୁଛନ୍ତି । ବର୍ତ୍ତମାନ ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲ୍ଲାରେ ୬୩ ରେ ପହଂଚିଲାଣି କରୋନା ରୋଗୀଙ୍କ ସଂଖ୍ୟା । ଏଣୁ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇ କରୋନାକୁ ହରାଇବା ପାଇଁ ଲାଗିପଡିଛି। ଯୁବନେତା ଭଵ ପ୍ରସାଦ ଦାସ ଲୋକଙ୍କୁ ସଚେତନ କରାଇବା ସହ ସ୍ୱଚ୍ଚତାକୁ କିପରି ଗୁରୁତ୍ୱ ଦିଆଯିବ ତା ଉପରେ ବିଶେଷ ଦୃଷ୍ଟି ଦେଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles