ସରକାର ଅହମିକା ଛାଡ଼ନ୍ତୁ : ବିଜୟ ମହାପାତ୍ର

- Advertisement -

ଭୁବନେଶ୍ୱର : ସରକାର ଅହମିକା ଛାଡ଼ନ୍ତୁ । ସତ୍ୟକୁ ଲୁଚେଇବାକୁ ଚେଷ୍ଟା କରନ୍ତୁ ନାହିଁ ।ପ୍ରବାସୀ ଓଡ଼ିଆଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ସେମାନେ ଆସିଲେ ସରକାର ଜାଣୁଛନ୍ତି । ଏକ ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ କେତେ ଓଡ଼ିଆ ବାହାରେ ଅଛନ୍ତି ସରକାର ତଥ୍ୟ ପାଇଲେ ନାହିଁ । ଏବେ ଅନେକ ଓଡ଼ିଆ ଅନ୍ୟ ରାଜ୍ୟରେ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି । କିନ୍ତୁ ସରକାର ଏଠି କ୍ବାରାଣ୍ଟାଇନ କେନ୍ଦ୍ରରେ କଣ ଦରକାର ତାହା ଯୋଗାଇବାରେ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହାସହ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି ବିଜୟ କହିଛନ୍ତି । କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣା ଲାଗୁ ହେଉ । ଅନ୍ୟ ମାନେ କାହିଁକି ଅସୁବିଧା ଭୋଗିବେ ? ବର୍ତ୍ତମାନ ସରକାରଙ୍କୁ ସମସ୍ତ ବର୍ଗରୁ ଅକୁଣ୍ଠ ସହଯୋଗ ମିଳୁଛି । ଯଦି ସରକାର ଏହାର ସଦୁପଯୋଗ ନକରିବେ ଏହାଠାରୁ ବିଡ଼ମ୍ବନାର ବିଷୟ କିଛି ନାହିଁ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles