ଚୋରା ଦେଶୀ ମଦ ଜବତ: ୨ ଗିରଫ ଓ ୧ ଫେରାର.

- Advertisement -

ଦେବଗଡ଼ : ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ଚୋରା ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଏକ ଙ୍କ ନିର୍ଦେଶ କ୍ରମେ କର୍ମଚାରୀ ମାନେ ଆଜି ଭୋର ସମୟ ରେ ତିଳେଇବଣି ବ୍ଳକ ଅନ୍ତର୍ଗତ ସୁଗୁଡ଼ା ଗ୍ରାମର ରାସ୍ତା କଡରେ ଛକି ରହିଥିଲେ । ଏହି ସମୟରେ ଏକ ମଟର ସାଇକେଲ ରେ ଦେବଗଡ଼ ଥାନା ଅନ୍ତର୍ଗତ ନିର୍ବେଣି ସାହି ର ତପନ ଭୋଜ ଓ ମହେନ୍ଦ୍ର ପାତ୍ର ଚୋରା ଦେଶୀ ମଦ ଧରି ଆସୁଥିବା ବେଳେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ ।ଯାଞ୍ଚ ସମୟ ରେ ସେମାନଙ୍କ ଠାରୁ ୪୫ ଲିଟର ଦେଶୀ ମଦ ଜବତ କରିଥିଲେ ।ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମଟର ସାଇକେଲ କୁ ଜବତ କରିଛି । ସେହିପରି ଏହି ଟିମ ରଙ୍ଗତା ଗ୍ରାମର ନାଳକଡ଼ରେ ଚଢ଼ାଉ କରି ୫୬୦କେଜି ମହୁଲ ପୋଚ ଜବତ କରି ନଷ୍ଟ କରିଥିଲେ ।ଏଥିରେ ସମ୍ପୃକ୍ତ ରିଆମାଳ ଥାନା ଅନ୍ତର୍ଗତ ମହାସିନ୍ଧୁ ଗ୍ରାମର ମଦନ କିସାନ ଫେରାର ହୋଇ ଯାଇଥିଲା ।ମଦନ ନାମ ରେ ଅବକାରୀ ବିଭାଗ ଏକ ମକଦ୍ଦମା ରୁଜୁ କରିଛି । ଆଜିର ଏହି ଚଢ଼ାଉ ରେ ଅବକାରୀ ବିଭାଗର ଗୋବିନ୍ଦ ସାହୁ, ଲୋକନାଥ ବେହେରା, ପଦ୍ମାଲୟା ମୁଣ୍ଡା, ବାଦଲ ବ୍ରହ୍ମା, ଲିଙ୍କନ ପ୍ରଧାନ, ଦଶରଥ ମାଝୀ, ମନୋଜ ପ୍ରଧାନ ଓ ଚାରୁଲତା ନାଏକ ପ୍ରମୁଖ ସାମିଲ ଥିଲେ ।ଏହି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles