ଜୀବନ -ଜୀବିକା ଭିତରେ ସମନ୍ୱୟ ରୋଡ଼ମ୍ୟାପ ପ୍ରସ୍ତୁତ କରୁ ଓଡିଶା : କଂଗ୍ରେସ

- Advertisement -

ଭୁବନେଶ୍ୱର : କରୋନା ମହାମାରୀ କୁ ମୁକାବିଲା କରିବା କ୍ଷେତ୍ରରେ ଜୀବନ ଆଉ ଜୀବିକା ଭିତରେ ସମନ୍ୱୟ ଆଣି ଓଡ଼ିଶା ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l କରୋନା ସଂକ୍ରମଣ ପ୍ରତିହତ କରିବା ସହିତ ଅର୍ଥନୈତିକ କାର୍ଯ୍ୟକଳାପ କୁ ଚଳଚଞ୍ଚଳ କରି ଲୋକଙ୍କ ଜୀବିକା କୁ ସୁରକ୍ଷା ଦେବା ଆଜି ସବୁଠୁ ବଡ଼ ଆହ୍ୱାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଏଥିପାଇଁ କୃଷି, କ୍ଷୁଦ୍ର ଓ ଅଣୁଶିଳ୍ପ, ଗ୍ରାମଦ୍ୟୋଗ ଇତ୍ୟାଦି ପ୍ରତି ସରକାର ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ l ରବି ଫସଲରେ ଚାଷୀ ମାନେ ଅମଳ କରିଥିବା ଧାନ ଏବଂ ଅନ୍ୟାନ୍ୟ ଡାଲି ଓ ତୈଳ ଜାତୀୟ ଶସ୍ୟ ସରକାର ତୁରନ୍ତ କିଣନ୍ତୁ l ଖରିଫ ଫସଲ ପାଇଁ ଚାଷୀଙ୍କୁ ବିହନ, ସାର, କୀଟନାଶକ ଓ ମଜୁରୀ ମାଗଣାରେ ଉପଲବ୍ଧ କରେଇବାର ଦାୟିତ୍ୱ ନିଅନ୍ତୁ l ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଉଦ୍ୟୋଗ ଗୁଡ଼ିକୁ ଆର୍ଥିକ ଏବଂ ବୈଷୟିକ ତଥା ମାର୍କେଟ ର ସୁବିଧା ଦେଇ ସେଗୁଡିକୁ ପୁନଃରୁଦ୍ଧାର କରନ୍ତୁ l ଗ୍ରାମଦ୍ୟୋଗ ର ନୂଆ ସମ୍ଭାବନା କୁ ଚିନ୍ହଟ କରି ସେ ଦିଗରେ ଅଣୁ ସ୍ତରରେ ଯୋଜନା ଏବେଠୁ ପ୍ରସ୍ତୁତ କରନ୍ତୁ l ଆଦିବାସୀ ମାନଙ୍କର ଜୀବିକା କୁ ସୁରକ୍ଷିତ କରିବା ପାଇଁ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଆଧାର ରେ କିଣିବାର ବ୍ୟବସ୍ଥା କରନ୍ତୁ l ଏସବୁ ସୁସଂଘତ ଭାବରେ କରି ପାରିଲେ ରାଜ୍ୟର ଅର୍ଥନୀତି ଚଳଚଞ୍ଚଳ ହୋଇପାରିବ ଏବଂ ଲୋକଙ୍କ ର ଜୀବିକା କୁ ସୁରକ୍ଷା ଦେଇ ହେବ l

ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କ ର ଘର ବାହୁଡା଼ ବିଷୟରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଆଭିମୁଖ୍ୟ ନ ନେବା ଅତି ଦୁର୍ଭାଗ୍ୟଜନକ l ସେମାନେ କେବେ ଏବଂ କେମିତି ଓଡ଼ିଶା ଫେରିବେ ସେ ବିଷୟରେ ସରକାର ବିଶେଷ ଚିନ୍ତିତ ନୁହନ୍ତି ବୋଲି ପ୍ରତୀୟମାନ ହୁଏ l ଏହା ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ର ସମ୍ବେଦନଶୀଳ ମନୋଭାବର ପରିଚାୟକ l ମାନବିକତା ଏବଂ ମୂଲ୍ୟବୋଧ ର କଥାକୁ ବାରମ୍ବାର ସରକାର କହୁଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ପ୍ରତି ଏପରି ମନୋଭାବ ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ ମଧ୍ୟ l

ଏବେ କରୋନା ସଂକ୍ରମଣ ଏକ ଭୟାନକ ପରିସ୍ଥିତିର ସୂଚନା ଦିଏ l ଏହି ସମୟରେ ସାଧାରଣ ଜନତା ଯେମିତି ଆତ୍ମସଂଯମ ର ସହିତ ସାମ୍ନା କରିବା ଉଚିତ ସେହିପରି ସରକାର ମଧ୍ୟ ଆତ୍ମସଂଯମତା କୁ ଆୟୁଧ କରି ଏହି ଆହ୍ୱାନ କୁ ମୁକାବିଲା କରିବା ବାଞ୍ଚନୀୟ l ଏ କ୍ଷେତ୍ରରେ ଆତ୍ମ ବଡ଼ିମା ବା ଆତ୍ମ ପ୍ରଚାର ର ସ୍ଥାନ ନାହିଁ ବୋଲି ଆମେ ଅନୁଭବ କରୁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles