ଗୋଶାଳାକୁ ସହାୟତାର ହାତ ବଢାଇଲେ ଅମିତ…

ଯାଜପୁର: ସ୍ବର୍ଗତ ଅଶୋକ ଦାସ। ଯାହାଙ୍କୁ କି ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ କୁହାଯାଏ। ଯାଜପୁରର ମଉଡ଼ମଣୀ।ସେ ଥିଲେ ଜଣେ ବିଚକ୍ଷଣ ରାଜନେତା ।ରାଜନୀତି ତାଙ୍କର ପେଶା ଥିଲା । ହେଲେ ସମାଜସେବା ତାଙ୍କର ନିଶା ।ସେ ଲଗାତାର କୋରେଇର ୭ ଥରର ବିଧାୟକ ଥିଲେ। କୋରେଇକୁ ସ୍ୱତନ୍ତ୍ର ପରିଚୟ ଦେବାରେ ତାଙ୍କ ଭୂମିକା ଅନେକ ।ଏହାସହ ନିଜ ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ଶ୍ରେଷ୍ଠ ନିର୍ବାଚନ ମଣ୍ଡଳୀ କରିବାର ସ୍ୱପ୍ନ ଦେଖିଥିଲେ ।ସେ ସବୁ ସ୍ୱପ୍ନ ମଧ୍ୟରୁ କିଛି ପୂରଣ କରିଛନ୍ତି । ଆଉ କିଛି ଅଧୁରା ରହିଯାଇଛି ।ଶହେ ବର୍ଷ ପୁରୁଣା ଯାଜପୁର ରୋଡ଼ଠାରେ ଥିବା ଗୋଶାଳା। ତାହାର ଉନ୍ନତି ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି।ଆଉ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ଏବେ ଏହି ଗୋଶାଳାର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ତାଙ୍କ ସାନ ପୁଅ ଅମିତ ଗୌରବ ଦାସ (ବୁବୁନା)।ଲକ୍ ଡାଉନ ସମୟରେ ଗୋଶାଳାର ସୁରକ୍ଷା ପାଇଁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଅଶୋକ ଦାସଙ୍କ ବଡ଼ ପୁଅ ତଥା ବିଜେଡି ସଙ୍ଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ କୋରେଇ ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି ।ନିଜ ନିର୍ବାଚନ ମଣ୍ଡଳୀ ଯାଜପୁର ପରି।ସେଥିପାଇଁ ତ ସେ ସବୁବେଳେ ବିଭିନ୍ନ ସଭାସମିତିରେ କହିଥାନ୍ତି କୋରେଇର ବିକାଶ ଦାୟିତ୍ୱ ତାଙ୍କର ବୋଲି। ଏବେ ତାଙ୍କ ସହ ସାଥ ଦେଇଛନ୍ତି ତାଙ୍କ ସାନ ଭାଇ ଅମିତ ଗୌରବ। ତାଙ୍କର ଏହି ସହାୟତା ପରେ ତାଙ୍କୁ ଗୋଶାଳା କମିଟି ତରଫରୁ ଧନ୍ୟବାଦ ଜଣାଯାଇଛି ।

ରାଜ୍ୟରେ ନୂଆ ୭୩ କରୋନା ଆକ୍ରାନ୍ତ: ମୋଟ ୬୧୧

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୭୩କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନେ ଗଂଜାମ-୪୩,ଭଦ୍ରକ-୯,ଯାଜପୁର- ୧୭,ଖୋର୍ଦ୍ଧା -୩,ସୁନ୍ଦରଗଡ-୨ ରୁ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।ଏଥିମଧ୍ୟରୁ ରାଜ୍ୟରେ ଜଣ ସୁସ୍ଥ୧୪୩ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଭଉଁରୀ ଦିନ ପାଇଁ ଚକ ଅଖ ପ୍ରସ୍ତୁତ…..

ପୁରୀ: ଜୁନ ୨୩ ତାରିଖ ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ରଥ ଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ କାମ । ଏଥର ୧୨ ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦ୍ରୁତ ଗତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଦିନରାତି ଏକ କରି ମହାରଣା ଓ ଭୋଇ ସେବାୟତମାନେ ରଥ ନିର୍ମାଣରେ ଲାଗିଛନ୍ତି । ରଥ ନିର୍ମାଣରେ ବୁଧବାର ଥିଲା ଷଷ୍ଠ ଦିନ । ଷଷ୍ଠ ଦିନ ସୁଦ୍ଧା ରଥର ୪୨ଚକ ଓ ତୁମ୍ବ ନିର୍ମାଣ ଶେଷ ହୋଇଛି। ୨୫ଟି ତୁମ୍ବ ବିଧି କାର୍ଯ୍ୟ ସରିଛି। ସେହିପରି ତିନି ରଥର ୬ଟି ଛଅଟି ଚକର ତଳି ବିନ୍ଧ କାମ ଶେଷ ହୋଇଛି। ସେଥିରେ କଳସା କରାଯାଇଛି । ଗୁଜ ,ଜଳମନ୍ତ୍ର ଓ କୁଦୁକା କାମ ଚାଲିଛି। ଆସନ୍ତା ୧୫ ତାରିଖ ଦିନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଭଉଁରୀ ପର୍ବ ଅବସରରେ ତିନି ରଥର ଦୁଇ ଦୁଇଟି ଚକରେ ଆଖ ସଂଯୋଗ କରାଯିବ। ଏ ନେଇ ବିଧି ଥିବାରୁ ମହାରଣା ଓ ଭୋଇ ସେବାୟତମାନେ କାମରେ ଲାଗିଯାଇଛନ୍ତି । ସେହିପରି ଶ୍ରୀ ମନ୍ଦିରର ଆଜ୍ଞା ମାଳ ବିଜେ କରାଯାଇ ଚକ ଅଖ ଯୋଡ଼ା ନୀତି କରାଯିବ।ଅନ୍ୟପକ୍ଷରେ କୋଭିଡ ୧୯କୁ ଦୃଷ୍ଟିରେ ରଖି ଶ୍ରୀ ମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁସାରେ ବୁଧବାର ନିୟୋଜିତ ସେବାୟତମାନଙ୍କ ମଧ୍ୟରୁ ୫୫ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠା ଯାଇଛି । ଏହାସହ ସେମାନଙ୍କୁ ଆଇସଲେସନ ରଖିବା ସହ ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କାରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ସବୁ ପ୍ରସ୍ତୁତି ଜୋରରେ ଚାଲିଛି ।ସେବାୟତମାନେ ମଧ୍ୟ ଏହାକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏଥିପାଇଁ ଆଶା କରାଯାଉଛି ଡେରିରେ ଆରମ୍ଭ ହୋଇଥିବା କାମ ମଧ୍ୟ ନିର୍ଦ୍ଧାରିତ ସମୟରେ ସରିବ । ସାଧାରଣ ଭାବେ ରଥ ନିର୍ମାଣ ପାଇଁ ୫୮ ଦିନ ଆବଶ୍ୟକ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ରଥ କାମ ହୋଇଥାଏ। ହେଲେ ଏଥର ୧୨ ଦିନ କାମ ବିଳମ୍ବ ହୋଇଛି ।ଏଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ସେବାୟତ ମାନଙ୍କ ସହ ସମନ୍ୱୟ କିପରି ରଥ କାମକୁ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କାରାଯିବ ଏବଂ ହାଇକୋର୍ଟର ନିର୍ଦ୍ଦେଶକୁ ପାଳନ ହେବ ତାକୁ ଗୁରୁତ୍ୱ ଦେଇଛନ୍ତି ।ମୁଖ୍ୟତଃ କୋଭିଡ 19କୁ ଦୃଷ୍ଟିରେ ରଖି ସେବାୟତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି ମନ୍ଦିର ପ୍ରଶାସନ ।

ବାତ୍ୟାର ଗତି କୁଆଡେ?

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ପାଇଁ ଅାଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙେ୍ଗାପସାଗର ଏବଂ ଏହାର ନିକଟସ୍ଥ ଦକ୍ଷିଣ ଅାଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁଣ୍ଣବଳୟ ଅାଜି ସକାଳେ ଲଘୁଚାପର ରୂପ ନେଇଛି । ଏହା ୧୬ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ । ତେବେ ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ମେ୧୫ ତାରିଖରେ ଅବପାତରେ ପରିଣତ ହେବ ଲଘୁଚାପ । ଏହାପରେ ୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ଏପରି ଅାକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିଭଳି ୧୭ ତାରିଖରୁ ଏହା ଦିଗ ପରିବତ୍ର୍ତନ କରି ଏହା ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ବତ୍ର୍ତମାନର ଅାକଳନ ଅନୁଯାୟୀ ଏହାର ପ୍ରଭାବ ସମୁଦ୍ରରେ ରହିବ । ଦକ୍ଷିଣ ବଙେ୍ଗାପସାଗର ଓ କେନ୍ଦ୍ରୀୟ ବଙେ୍ଗାପସାଗରରେ ୧୫ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଓଡିଶା ଉପକୂଳରେ କେତେ ପ୍ରଭାବ ପଡିବ ତାହା ଅାସନ୍ତାକାଲି ସ୍ପଷ୍ଟ ହେବ ବୋଲି କହିଛନ୍ତି ଅାଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପଟେ ଅାଚଂଳିକ ପାଣିପାଗ କେନ୍ଦ୍ର ମଧ୍ୟ ବଙେ୍ଗାପସାଗରେ ସାମୁଦ୍ରିକ ଝଡର ଅାଶଙ୍କା ରହିଥିବାର ସୂଚନା ଦେଇଛି ା ତେବେ ଅାଗାମୀ ୫ ଦିନ ଯାଏଁ ଏହାର ପ୍ରଭାବ ଓଡିଶାରେ ବିଶେଷ ଭାବରେ ପଡିବ ନାହିଁ ବୋଲି ଅାଚଂଳିକ ପାଣିପାଗ ବିଭାଗ ଜଣାଇଛି ା କିନ୍ତୁ ଅାସନ୍ତା ୧୭ ତାରିଖ ସଂଧ୍ୟାରୁ ରାଜ୍ୟର ବିଭିନ୍ନ ଅଚଂଳର ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାଅନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଅାଗରୁ ମେ ମାସରେ ଓଡିଶା ପୂର୍ବରୁ ଫନି ଭଳି ପ୍ରଳୟଙ୍କରୀ ବାତ୍ୟାର ତାଣ୍ଡବ ଦେଖିଥିବା ବେଳେ ଅାସୁଥିବା ବାତ୍ୟା ଓଡିଶାକୁ ଛୁଇଁଁବ କି ନାହିଁ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ା

ଲକ ଡାଉନ କଟକଣା : ନେତା ଆପଣାଇଛନ୍ତି ହାଇଟେକ ପଲିଟିକ୍ସ

ଭୁବନେଶ୍ୱର : ଅଢେଇ ମାସ ହେବ ଲକଡାଉନ । ଅଖ ବନ୍ଦ ଚକ ବନ୍ଦ । ଆଉ ତାରି ଭିତରେ ମହାମାରୀ କରୋନା କୁ ହରେଇବା ପାଇଁ ଚାଲିଛି ସଂଘର୍ଷ । ପୁରା ଦେଶ ଏକଜୁଟ ହୋଇଛି । ଅର୍ଥନୀତି ସହିତ ଜୀବନ ବଞ୍ଚାଇବା ପାଇଁ ସବୁଠି ଚାଲିଛି ପ୍ରୟାସ । ସେ ସରକାରୀ ସ୍ତରରେ ହେଉ ଅବା ରାଜନୈତିକ ସ୍ତରରେ । ଯାହାର ମାଧ୍ୟମ ସାଜିଛି ଟେକ୍ନୋଲୋଜି । ନେତା ଏବେ ହାଇଟେକ ପଲିଟିକ୍ସକୁ ଆପଣାଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସଭିଏଁ ଏବେ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସକ୍ରିୟ କରିବା ପାଇଁ ଓ କରୋନା ସମୟରେ ଲୋକଙ୍କୁ ସହାୟତ କରିବା ପାଇଁ ZOOM APP ଜରିଆରେ ନେତାଙ୍କ ସହ ଆଲୋଚନ ଜାରି ରଖିଛନ୍ତି ।…

ପ୍ରଣବ ପ୍ରକାଶ ଦାସ ;ବିଜେଡି ସଂଗଠନ ସମ୍ପାଦକ – ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବେ ଟେକ୍ନୋଲୋଜି ମାଧ୍ୟମରେ ଦଳୀୟ କର୍ମୀଙ୍କ ସହ ପ୍ରତ୍ୟେକଙ୍କୁ ଭିଡିଓ କନଫରେନ୍ସି ମାଧ୍ୟମରେ କଥା ହେଉଛନ୍ତି । ତୃଣମୂଳ ସ୍ତରରେ ନେତାଏ କିଭଳି ଏଇ ଦୁଃଖଦ ସମୟରେ ଲୋକଙ୍କ ସେଵା କରିପାରିବେ ସେନେଇ ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରିତା ହେଉଛି ତାହାକୁ ତଦାରଖ କରିବା ସହ ଲୋକଙ୍କ ସମସ୍ୟା ସହ ଜଡିତ ହୋଇ ରହିବା ପାଇଁ ପ୍ରଣବ ବିଜେଡି ର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ସମୟରେ ଲୋକଙ୍କ ସମସ୍ୟା ସହ ପୁରା ଜଡିତ ରହିବାକୁ ପରାମର୍ଶ ଦେଇଛନ୍ତି l

ଧର୍ମେନ୍ଦ୍ର ପ୍ରଧାନ ; କେନ୍ଦ୍ରମନ୍ତ୍ରୀ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପାୱାରଫୁଲ ନେତା କାରଣ ମହାମାରୀ ସମୟରେ ଦଳୀୟ କର୍ମୀ ଓ ନେତାମାନେ କିପରି ଲୋକଙ୍କୁ ସାହାଯ୍ୟ ସହଯୋଗ କରିପାରିବେ ସେ ବିଷୟରେ ZOOM APP ଜରିଆରେ ନିଜ ଦଳ ଓ ନେତା କର୍ମୀଙ୍କୁ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ଯୋଗାଉଥିବା ଅର୍ଥ ଲୋକଙ୍କ ପାଖରେ ପହଁଚୁଛି କି ନାହିଁ ଓ ବାହାରେଥିବା ଓଡ଼ିଆ ମାନେ କିପରି ସେମାନଙ୍କର ସମସ୍ୟା ଦୂର ହେବ ସେ ବିଷୟରେ ଆଲୋଚନା କରୁଛନ୍ତି ।

ନିରଞ୍ଜନ ପଟ୍ଟନାୟକ : ପିସିସି ସଭାପତି – ଭିଡିଓ କନଫରେନ୍ସି ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୃଣମୂଳ ସ୍ଥରର କଂଗ୍ରେସ କର୍ମୀଙ୍କ ସହ କୋଭିଡି -୧୯ ସମସ୍ୟା ସମ୍ପର୍କରେ ଆଲୋଚନ କରିଛନ୍ତି । ଲୋକମାନଙ୍କର ସମସ୍ୟା ଓ ସରକାରଙ୍କର ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବା ପାଇଁ ସେ ଦଳୀୟ କର୍ମୀ ଓ ନେତାଙ୍କ ଆହ୍ୱାନ କରିଛନ୍ତି । ଏହାସହ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ସମସ୍ତେ ଯତ୍ନବାନ ହେଵା ଉଚିତ ବୋଲି ସେ କହିଛନ୍ତି ।

ଆଜି ସୁସ୍ଥ ହେଲେ ୨୭ ଆକ୍ରାନ୍ତ….

0

ଆଜି ସୁସ୍ଥ ହେଲେ ୨୭ ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର। ଆଜି ରାଜ୍ୟରେ ଆଉ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନେ ହେଲେ ବାଲେଶ୍ୱରରୁ ୯ଜଣ, ଭୁବନେଶ୍ୱରରୁ ୮ଜଣ, ଭଦ୍ରକରୁ ୪ଜଣ, ଗଂଜାମ ଏବଂ ସୁନ୍ଦରଗଡରୁ ୨ଜଣ ଲେଖାଏଁ ଏବଂ କୋରାପୁଟ ଓ କେନ୍ଦୁଝରରୁ ଜଣେ ବୋଲି ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ଜଣାଇଛି। ଆଜି ସାକାଳୁ ରାଜ୍ୟରେ ନୂଆ ୧୦୧ କରୋନା ପୋଜିଟିଭ ବାହାରି ଥିଲା। ଯାହାକି ସମସ୍ତଙ୍କୁ ଚିନ୍ତାରେ ପକେଇ ଥିଲା। ୨୭ଜଣ ସୁସ୍ଥ ହେବା ଖବର ଏବେ ରାଜ୍ୟବାସୀଙ୍କୁ ଟିକେ ଆସ୍ୱସ୍ତି କରିଛି ।ଏବେ ରାଜ୍ୟରେ ମୋଟ ୧୪୩ ଜଣ ସୁସ୍ଥ ହୋଇସାରିଲେଣି।ଏହାସହ ୩ ଜଣଙ୍କର ଜୀବନ ମଧ୍ୟ ଗଲାଣି।

ଆତ୍ମ ନିର୍ଭରଶୀଳ ପ୍ୟାକେଜରେ କାହାକୁ ମିଳିଲା କେତେ ଅର୍ଥ ।ଆସନ୍ତୁ ଜାଣିବା.

ନୂଆଦିଲ୍ଲୀ :ଗତକାଲି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ ଚାଷୀ ଓ କ୍ଷୁଦ୍ର ଉଦ୍ୟଗିମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ ବୋଲି କହିଥିଲେ ।ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନୁରାଗ ଠାକୁର ସବିଶେଷ ତଥ୍ୟ ପ୍ରେସମିଟ ମାଧ୍ୟମରେ ଦେଇଛନ୍ତି ।
●ଏହି ପ୍ୟାକେଜ ଦ୍ଵାରା ଏମଏସଏମଇକୁ ଇ-ମାର୍କେଟ ସହ ଯୋଡ଼ାଯିବ। ଫଳରେ ଏହାର ବଜାର ପ୍ରବେଶ ସୁଗମ ହେବ।
ଏହାସହ ଏମଏସଏମଇ ବ୍ୟବସାୟ କରିବା ସହଜ ହେବ। ଆତ୍ମନିର୍ଭରଶୀଳ ଭାରତ ବର୍ତ୍ତମାନ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଗତି କରିବ: ଅର୍ଥମନ୍ତ୍ରୀ କହିଛନ୍ତି ।

●୨ଶହ କୋଟି ଟଙ୍କା ମଧ୍ୟରେ କୌଣସି ଟେଣ୍ଡର ବିଶ୍ୱସ୍ତରୀୟ ଟେଣ୍ଡର ହେବ ନାହିଁ।
ଏହାର କାରବାର ୫ କୋଟି ପର୍ଯ୍ୟନ୍ତ ହେଲେ ମଧ୍ୟ ଏହାକୁ କ୍ଷୁଦ୍ର ଶିଳ୍ପରେ ଗଣତି କରାଯିବ। ପୂର୍ବରୁ କ୍ଷୁଦ୍ର ଶିଳ୍ପରେ କେବଳ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ କରାଯାଉଥିଲା। ବର୍ତ୍ତମାନ ଏହି ପୁଞ୍ଜି ବିନିଯୋଗ ପରିମାଣକୁ ୧ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
●ବିଭିନ୍ନ ଅସୁବିଧାରେ ଥିବା ଏମଏସଏମଇ ସେକ୍ଟର ପାଇଁ ୨୦ ହଜାର କୋଟି ଟଙ୍କାର ଘୋଷଣା। ଏହାଦ୍ୱାରା ୪୫ ଲକ୍ଷ ଏମଏସଏମଇ ସେକ୍ଟରକୁ ଗୋଟିଏ ବର୍ଷ ପାଇଁ ଟିକସ ଦେୟରୁ ମୁକ୍ତି ମିଳିବ।
ବିନା କୌଣସି ଗ୍ୟାରେଣ୍ଟିରେ ଏମଏସଏମଇକୁ ଚାରି ବର୍ଷ ପାଇଁ ତିନି ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।
●୧୫ଟି ଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରାଯିବ, ଯେଉଁଥିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬ଟି ପଦକ୍ଷେପ ନିଆଯିବ।
ଲକଡାଉନ୍ ହେବାର କିଛି ଘଣ୍ଟା ମଧ୍ୟରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଥିଲା ଏବଂ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା
●ବଜେଟ ପରେ ତୁରନ୍ତ କରୋନା ବିସ୍ଫୋରଣ ହୋଇଥିଲା। ଏହାପରେ ୭୯ କୋଟି ଟଙ୍କା ଗରିବ ଲୋକ ଆକାଉଣ୍ଟରେ ଦିଆଯାଇଥିଲା: ଅର୍ଥମନ୍ତ୍ରୀ
ପ୍ରତିଦିନ ଭିନ୍ନ ଭିନ୍ନ ସେକ୍ଟରକୁ ନେଇ ସୂଚନା ଦିଆଯିବ ।
●ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତାଧାରା ଦେଶର ଲୋକଙ୍କୁ ନୂତନ ଶକ୍ତି ଯୋଗାଇଛି ।
ଡିବିଟି ମାଧ୍ୟମରେ ଆମ ସରକାର ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି।
●ଲୋକାଲ୍ ବ୍ରାଣ୍ଡକୁକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ହେବ।
ସମାଜରେ ଥିବା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଏହି ପ୍ୟାକେଜକୁ ପ୍ରସ୍ତୁତ କରାଯାଇଛି।
●ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହି ପ୍ରଧାନମନ୍ତ୍ରୀ ଏହି ପ୍ୟାକେଜର ଘୋଷଣା କରିଛନ୍ତି : ଅର୍ଥମନ୍ତ୍ରୀ
୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ବିଷୟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଗ୍ରୀନ ଜୋନରେ ଚାଲିବ ସରକାରୀ ବସ…

ଭୁବନେଶ୍ୱର : ଗ୍ରୀନ ଜୋନରେ ଗଡିବ ସରକାରୀ ବସ । ଏଥିପାଇଁ ଯାତ୍ରୀ ମାନଙ୍କୁ ଦୁଇ ଗୁଣା ଭଡା ଦେବାକୁ ହେବ । ଓସଆରଟିସି ତରଫରୁ ପରିଚାଳିତ ବସ ବିଭିନ୍ନ ରୁଟରେ ଗଡିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହ କେନ୍ଦ୍ର ଗାଇଡ଼ ଲାଇନ ଅନୁସରେ ୫୦ ପ୍ରତିଶତ ଯାତ୍ରୀରେ ଗ୍ରୀନ ଜୋନରେ ବସ ଚଳାଇବା ପାଇଁ ଘରୋଇ ବସ ମାଇଲକ ସଂଘ ରାଜି ନହେବାରୁ ଏପରି ନିଷ୍ପତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଯୁକ୍ତି ହେଉଛି ବସ ସଙ୍ଘ ଯେଉଁ ଦାବି କରିଛି ତାହା ଅଧିକାଂଶ କେନ୍ଦ୍ରସରକାରଙ୍କ ନିଷ୍ପତି , ତେବେ ରାଜ୍ୟ ମଧ୍ୟ ଏକଥା କେରେନ୍ଦ୍ରକୁ ଜଣାଇଛି । ବସ ସଂଘର ଯେପରି କ୍ଷତି ନସହିବେ ସେଥିପାଇଁ ଭଡା ଦ୍ୱିଗୁଣିତ କରି ବସ ଚଳାଇବାକୁ ରାଜ୍ୟସରକାର ନିଷ୍ପତି ନେଇଛନ୍ତି । ବସ ସଂଘ ନିଜ ଜିଦରେ ଅଟଳ ରହିଛି । ଦାବି ପୁରାଣ ନହେଲେ ବସ ରାସ୍ତାରେ ଗଡିବ ନାହିଁ ବୋଲି କହିଛି । ତେଣୁ ସରକାର ପ୍ରଥମେ ଆମ ସହ ଆଲୋଚନ କରନ୍ତୁ ବୋଲି ସଙ୍ଘ କହିଛି । ଲକ ଡାଉନ ସମୟରେ ରାଜ୍ୟସରକାର ଯାତ୍ରୀଙ୍କ ସୁବିଧା ପାଇଁ ସରକାରୀ ବସ ଚଳାଇବାକୁ ବ୍ୟବସ୍ଥା କରିଛନ୍ତି । ତେବେ ବସ କେବେ ଗଡୁଛି ଦେଖିବାର କଥା l

ମୋଦିଙ୍କ ଭାଷଣ ପ୍ରଚାର ସର୍ବସ୍ବ-ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର- ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଧରି ପ୍ରବଚନ ଦେଲେ । ଉକ୍ତ ପ୍ରବଚନ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ୫ ମିନିଟ୍‌ରେ ସାରିଥାନ୍ତେ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଥିଲେ ୨ ମିନିଟ୍‌ରେ ସାରିଥାନ୍ତେ । ତେବେ ପ୍ରଶ୍ନହେଲା ଯେ ବର୍ତମାନ ଲୋକଙ୍କୁ ରେଳ ଟିକେଟ୍ ଦିଆଯାଇପାରିଲା ନାହିଁ, ଖାଇବାକୁ ଦିଆଗଲା ନାହିଁ, ଶ୍ରମିକମାନେ ଆସି ପାରିଲେ ନାହିଁ, ଶ୍ରମିକମାନେ ନଆସିପାରି ଆତ୍ମହତ୍ୟା କଲେଣି । ସେଥିପାଇଁ କୌଣସି ବନ୍ଦୋବସ୍ତ ହେଲାନାହିଁ । ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଏ ୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ ନା ବଜେଟ୍ ପଇସାରୁ କାଟିକି କରିବେ, ଯଦି ବଜେଟ୍ ପଇସାରୁ ନକାଟିବେ ତେବେ ଅଧିକ ଟ୍ୟାକ୍ସ ପକେଇବେ କି? ସେ ଯାହା ହେଉନା କାହିଁକି ଯେଉଁ ଭୋକାଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଯାହା ଦେଶବାସୀଙ୍କୁ କହିଛନ୍ତି ସେ ନୂଆ କଥା କିଛି ନୁହେଁ । ଜାତିର ପିତା ମହାତ୍ମା ଗାନ୍ଧୀ ଏହି ପଥ ଆଗରୁ ଦେଖାଇଥିଲେ । ଏହିକଥାଟି, ପ୍ରଚାର କରିବା ପୂର୍ବରୁ ଆମେ ନିଜେ ଆମ ଉତ୍ପାଦିତ ପଦାର୍ଥର ବ୍ୟବହାର କରିବାର ବ୍ୟବସ୍ଥା କରାଯିବା ଉଚିତ୍ । ଆମ ଉତ୍ପାଦିତ ପଦାର୍ଥ ବ୍ୟବହାର କଲାବେଳେ ଆମ ପଦାର୍ଥର କ୍ୱାଲିଟି ଓ ପ୍ରାଇସ୍ ଯଦି ଅନ୍ୟ ଦେଶ ତୁଳନାରେ ଭଲ ନହେବ ତେବେ ବିଦେଶରୁ ଆସୁଥିବା ଜିନିଷ ସହିତ ସମକକ୍ଷ ହୋଇପାରିବ ନାହିଁ । ଏ କ୍ଷେତ୍ରରେ ପ୍ରଥମେ ବିଦେଶୀ ଜିନିଷର ଆମଦାନୀକୁ ବନ୍ଦ କରିବେ କି? ଯଦି ବିଦେଶୀ ଜିନିଷକୁ ବନ୍ଦ କରିବେ ତେବେ ଆମ ଦେଶରେ ଲୋକମାନେ ଆମ ଜିନିଷ ବ୍ୟବହାର କରିବାକୁ ସୁଯୋଗ ପାଇବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବୋଧେ ଏ ବିଷୟରେ ମନ ସ୍ଥିର କରିନାହାନ୍ତି । ପ୍ରଚାର ଦୃଷ୍ଟିରୁ ଏହା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଏହାର ବାସ୍ତବତାର ରୂପରେଖ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥାନ୍ତେ ତେବେ କିଛି ଜଣାପଡିଥାନ୍ତା । ତଥାପି ଆମେ ଅପେକ୍ଷା କରିବା ଅର୍ଥମନ୍ତ୍ରୀ ପ୍ୟାକେଜ୍ କଥା କ’ଣ କହୁଛନ୍ତି ଏବଂ ପ୍ୟାକେଜ୍ ଆସିଲା ପରେ ତା’ର ପ୍ରତିକ୍ରିୟା କ’ଣ ପ୍ରକାଶ ପାଇବ । ପ୍ରକୃତରେ ଭାରତବାସୀଙ୍କ ପାଇଁ ଏହି ପ୍ରକ୍ରିୟା ସହାୟକ ହେବ ନା ନାହିଁ? ବର୍ତମାନ ଏହା ଏକ ସ୍ୱପ୍ନ ମାତ୍ର । ଏ ସ୍ୱପ୍ନକୁ କିପରି ସାକାର କରାଯିବ କେନ୍ଦ୍ର ସରକାର ବିଚାର କରିବେ । କିନ୍ତୁ ଆଜି ଦିନରେ ଯେଉଁ ପରିସ୍ଥିତି ସେ ପରିସ୍ଥିତିରେ ଗରିବ, ଶ୍ରମିକ, ଚାଷୀ ବା ମଧ୍ୟବିତ ପରିବାରଙ୍କୁ ଯେପରି ସହାୟତା ହେବ ସେହିପରି କୌଣସି କାର୍ଯ୍ୟକ୍ରମ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କୁ ଏ ପର୍ଯ୍ୟନ୍ତ ଦେଖାଗଲା ନାହିଁ । ଏହା ପରିସ୍ଥିତିକୁ ଆସ୍ତେ ଆସ୍ତେ ଆହୁରି ଜଟିଳ କରୁଛି ବୋଲି ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।

ସକାଳୁ ଶତକ ଛୁଇଁଲା କରୋନା @୫୩୮

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୦୧ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଗଞ୍ଜାମରେ ୫୨,ବାଲେଶ୍ଵରରେ୩୩, ଯାଜପୁର ୭,ସୁନ୍ଦରଗଡ଼ ୭,କେନ୍ଦୁଝରରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।ଏଥିମଧ୍ୟରୁ ରାଜ୍ୟରେ ଜଣ ସୁସ୍ଥ୧୧୬ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news