ସମ ହସ୍ପିଟାଲ ସଫଳତାର ଆଉ ଏକ ସୋପାନ : ଏଣିକି କୋଭିଡ ପରୀକ୍ଷା

- Advertisement -

ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି।

ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ 1000 ଶଯ୍ୟା ବିଶିଷ୍ଟ ଏହି ଟିଚିଙ୍ଗ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଯିଏକି କରୋନା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର । ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏହି ଅନୁମତି ମିଳିଥିବା କହିଛନ୍ତି ପ୍ରଫେସର ସାମନ୍ତସିଂହାର । କରୋନା ପରୀକ୍ଷଣ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀରେ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ଦିନକୁ 300 ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗବେଷଣା ନିର୍ଦେଶକ ଡାକ୍ତର ଜୟ ଶଙ୍କର ଦାସ ।

ଚଳିତ ମାସ ସମ ହସ୍ପିଟାଲ ର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀ କୁ ଏହି ପରୀକ୍ଷା ନିମନ୍ତେ ଏନଏବିଏଲ ପକ୍ଷରୁ ଅନୁମତି ମିଳି ଥିଲା ବୋଲି ଡାକ୍ତର ଦାସ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles