ଅରାତ୍ରୀକାଙ୍କ ଚିତ୍ର ମାଧ୍ୟମରେ କରୋନା ସଚେତନତା ବାର୍ତା

ଭୁବନେଶ୍ୱର :ଦେଶରେ ସାରା ଏବେ ଲକ୍ ଡାଉନ l ମେ 31ପରେ ପରେ ବୃଦ୍ଧି ହେବ କି ନାହିଁ ସେ ଚର୍ଚ୍ଚା ଲାଗିରହିଛି । ସଭିଙ୍କ ଚାରି କାନ୍ଥ ଭିତରେ କଟୁଛି ସମୟ । ହେଲେ ମନ ସ୍ଥିର ରହୁନି । କିଛି କାମରେ ବ୍ୟସ୍ତ ରହିବାକୁ ଇଛା ହେଉଛି। ସମାଜକୁ କିଛି ବାର୍ତା ଦେବାର ପ୍ରୟାସ କରୁଛି। ଯାହା କି ତୁଳୀରେ ବାସ୍ତବ ରୂପ ନେଉଛି । କରୋନାକୁ ଚାରିଆଡେ ଆତଙ୍କ । ତାଲା ବନ୍ଦ ଓ ଚାରି କାନ୍ଥ ଭିତରେ ରହି ନୟାପଲ୍ଲୀର ୫ମ ଶ୍ରେଣୀ ଛାତ୍ରୀ ଅରାତ୍ରୀକା ବିଶ୍ୱାଳ ।ଯେ କି ସଭିଙ୍କୁ ନିଜ ତୁଳୀରେ କରୋନାକୁ ସଚେତନ କରିବା ପାଇଁ ବାର୍ତା ଦେଇଛନ୍ତି। ଡର ନୁହେଁ ସଚେତନ ଓ ସତର୍କ ରହିଲେ କରୋନା ଦୁରେଇ ଯିବ ତାହା ସେ ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ମାକ୍ସ ଏବେ ସଭିଏଁ ପିନ୍ଧିବା ଦରକାର ସେ ବାର୍ତ୍ତା ସେ ଚିତ୍ର ମାଧ୍ୟମରେ ଦେଇଛନ୍ତି l ସେଥିପାଇଁ ସେ ପୃଥିବୀକୁ ମାସ୍କ ପିନ୍ଧେଇ ଚିତ୍ର ଆଙ୍କିଛନ୍ତି l ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଏ ଏହି ବାର୍ତ୍ତା ଦେଇଛନ୍ତି l ଠିକ୍ ଏହି ସମୟରେ ନୟାପଲ୍ଲୀ ଅଂଚଳର କୁନି ଝିଅ ଅରାତ୍ରୀକା ମାସ୍କ ପିନ୍ଧିବାକୁ ନେଇ ଭିନ୍ନ ଭିନ୍ନ ବାର୍ତା ସମାଜକୁ ଦେବାକୁ ନେଇ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି । ଛୋଟ ବୟସରୁ ଏତେ ଉନ୍ନତ ଚିନ୍ତାଧାରା ଭବିଷ୍ୟତରେ ତାଙ୍କୁ ବହୁତ ଆଗକୁ ନେବ ବୋଲି ଆଶା କରାଯାଉଛି ।

ପ୍ରଥମ ବର୍ଷରେ ମୋଦି ସରକାର ପାଇଁ କଣ ଥିଲା ବଡ଼ ଚ୍ୟାଲେଞ୍ଜ.

ନୂଆଦିଲ୍ଲୀ : ଆଜି ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରିଛି। ଏହି ବର୍ଷଟି ମୋଦି ସରକାରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା। ଏବେ ଦେଶ କରୋନା ମହାମାରୀ ସହ ଲଢ଼ୁଛି। ଯାହାକି ବର୍ତ୍ତମାନ ସମୟର ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାନେଲ। ଯଦି ସରକାର ଏହାକୁ ମୁକାବିଲା କରିବାରେ ସଫଳତା ପାଆନ୍ତି ତାହାଲେ ଦେଶ ପାଇଁ ଏହା ସ୍ବର୍ଣ୍ଣିମ ଇତିହାସ ଭାବେ ଲେଖାଯିବ। ଏହାସହ ସରକାର ତାଙ୍କ ପାଳିର ପ୍ରଥମ ଦିନରୁ କାମରେ ଲାଗିଯାଇଥିଲେ। ତାଙ୍କ ସାମ୍ନାରେ ଥିଲା ଅନେକ ଚ୍ୟାଲେଞ୍ଜ।କାରଣ ଅନେକ ବିବାଦୀୟ ତଥା ମହତ୍ତ୍ୱପୂର୍ଣ୍ଣ ବିଲ ପାରିତ କରିଥିଲେ ସରକାର।ପାଳିର ପ୍ରଥମରୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ସେଥିପାଇଁ ଗୋଟି ଚାଳନା କରିଥିଲେ ।ଆଉ ସଫଳ ମଧ୍ୟ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏନ୍ଆଏ ବିଲ୍। ପରେ ଧାରା୩୭୦ ଓ ୩୫ କ ହଟାଇବା, ଏସପିଜି ସୁରକ୍ଷା ଆଇନରେ ପରିବର୍ତ୍ତନ ଏବଂ ନାଗରିକ ସଂଶୋଧନ ବିଲ୍। ସବୁ ବିଲକୁ ପାସ୍ କରାଇଥିଲେ ସରକାର।

ଏବେ କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷାର ବେଳ ଆସିଛି।କାରଣ ସାରା ପୃଥିବୀ ଏବେ କରୋନା ମାହାମାରୀରୁ ବଂଚିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟ କରୋନାକୁ ଆୟତ୍ତ କରିବାରେ ବିଫଳ ହେଲେଣି। ହେଲେ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଏହି ମହାମାରୀକୁ ଆୟତ୍ତ କରିବାରେ କିଛି ମାତ୍ରାରେ ସଫଳ ହୋଇପାରିଛି। ଦେଶରେ ଲକ୍ ଡାଉନ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଲାଣି ।ସେମାନଙ୍କୁ କିପରି ପୁଣି ରୋଜଗାର କ୍ଷମ କରାଯିବ ତାହା ବର୍ତ୍ତମାନ ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ କହିଲେ ଭୁଲ ହେବ ନାହିଁ।ଏହାସହ ଦ୍ୱିତୀୟ ପାଳିର ବର୍ଷ ଆରମ୍ଭରୁ ସରକାର ବେଶ ତତ୍ପରତା ଦେଖାଇଥିଲେ। ଅନେକ ବିବାଦୀୟ ତଥା ବହୁ ପ୍ରତୀକ୍ଷିତ ବିଲକୁ ଉଭୟ ଗୃହରେ ପାରିତ କରିଥିଲେ। ବିରୋଧୀଙ୍କ ସବୁ ଯୋଜନାକୁ ପଣ୍ଡ କରିଥିଲେ ମୋଦି- ଶାହା ଯୋଡି।
ବର୍ଷ ଆରମ୍ଭରୁ ବିରୋଧୀଙ୍କ ସବୁ ରଣନୀତିକୁ ବିଫଳ କରି ଗୋଟେ ପରେ ଗୋଟେ ନୂଆ ଇତିହାସ ଲେଖିଥିଲା ମୋଦି ସରକାର। କାଶ୍ମୀରରୁ ୩୭୦ଧାରା ହଟାଇ ବିରୋଧୀଙ୍କ ନିଦ ହଯାଇ ଦେଇଥିଲେ । ଏତେ ଚତୁରତାର ସହ ବିଲକୁ ଆଣିଥିଲେ ଯେ ବିରୋଧୀ ତାର ସୁରାକ ବି ପାଇନଥିଲେ । ଏହା ପୂର୍ବରୁ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ସୁଚିନ୍ତିତ ରଣନୀତି କରାଯାଇଥିଲା। ଯାହା କି ବିରୋଧୀଙ୍କ ଚିନ୍ତାର ବାହାରେ ଥିଲା । ପରବର୍ତ୍ତୀ ସମୟରେ ଭାରତର ସର୍ବୋଚ୍ଚ ସୁରକ୍ଷା ଗାନ୍ଧୀ ପରିବାର ଠାରୁ ଉଠାଇଦେଇଥିଲେ। ଯାହାକୁ ନେଇ ସରକାରଙ୍କୁ ବିରୋଧୀ ଘେରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଶାହାଙ୍କ ଗୋଟି ଚାଳନା ସାମ୍ନାରେ ଫିକା ପଡ଼ି ଯାଇଥିଲେ ବିରୋଧୀ। ଆଉ ପରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍ କୁ ପୁଣି ଉଭୟ ଗୃହରେ ପାସ କାରାଗଲା। ଯାହାକୁ ନେଇ ବହୁତ ଦିନ ଯାଏଁ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥିଲେ ସରକାର। ଲୋକସଭାରେ ବିଜେପି ପାଖରେ ବହୁମତ ଥିବାରୁ ଏହା ସେଠି ସହଜରେ ପାସ୍ ହୋଇଗଲା। କିନ୍ତୁ ଏହା ଏକ ଏମିତିକା ବିବାଦୀୟ ବିଲ୍ ଥିଲା କି ରାଜ୍ୟସଭାରେ ପାସ୍ କରିବା କଷ୍ଟକର ପରି ଲାଗୁଥିଲା । କିନ୍ତୁ ସେଠି ମଧ୍ୟ ବିରୋଧୀଙ୍କୁ ଫେଲ୍ ହେବା ପାଇଁ ପଡିଥିଲା। ଏହି ବିଲ୍ ପାସ୍ କରିବା ଶାହାଙ୍କ ଏକ ଚ୍ୟାଲେଞ୍ଜ ଥିଲା କାରଣ ଏ ବିଲକୁ ନେଇ ନିଜ ଲୋକ ମଧ୍ୟ ଶତ୍ରୁ ହେବାର ସମ୍ଭାବନା ଥିଲା। ଏବଂ ବିରୋଧୀଙ୍କ ଆକ୍ରୋଶକୁ ମଧ୍ୟ ସମ୍ନା କରିବାର ଥିଲା।
ସରକାରଙ୍କ ଏହି ପ୍ରଥମ ବର୍ଷରେ ଦୀର୍ଘ ଦିନର ରାମ ଜନ୍ମ ଭୂମି ବିବାଦର ସମାଧାନ ହୋଇଥିଲା। ଏ ଉପରେ ରାୟ ତ ସୁପ୍ରିମକୋର୍ଟଙ୍କର ଦେବାର ଥିଲା। ଏହା ହେଉଛି ଧାର୍ମିକ ଆସ୍ଥାର ବିଷୟ। ଏହାର ରାୟ ଆସିବା ପରେ ଦଙ୍ଗା ହେବାର ଆଶଙ୍କା ମଧ୍ୟ ଥିଲା। କିନ୍ତୁ ସରକାରଙ୍କର ପାରଦର୍ଶିତା ମଧ୍ୟ ଏ ବିପଦରୁ ଦେଶକୁ ଦୂରରେ ରଖିଲା।
ମୋଟ ଉପରେ ଆଲୋଚନା କଲେ ପ୍ରଥମ ବର୍ଷଟି ସରକାରଙ୍କ ପାଇଁ ଏତେ ସହଜ ନଥିଲା।କାରଣ ବହୁତ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଆଉ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ହେଲେ ଏବେ ଦେଶ ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ଆଉ ଦେଖୁବା ବାକି ରହିଲା ଉଭୟ କରୋନା ଓ କରୋନା ପାଇଁ ବୃତ୍ତି ହରାଇ ଥିବା ଲୋକଙ୍କୁ କିପରି ଥଇଥାନ କରିପାରିବେ। ଆଉ ବିଶ୍ୱ ସହ ତାଳ ଦେଇ ଆର୍ଥନୀତିକୁ କିପରି ଆଗକୁ ନେଉଛନ୍ତି।

ନବ କିଶୋର ସାହୁ

ବିଶେଷ ଦ୍ରଷ୍ଟବ୍ୟ: ଏହି ଲେଖାରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି big newsର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

ଦେଶରେ ୨୪ ଘଣ୍ଟାରେ ୭୯୬୪ ଜଣ କରୋନା ଆକ୍ରାନ୍ତ ଚିହ୍ମଟ

0

ଦେଶରେ ୨୪ ଘଣ୍ଟାରେ ୭୯୬୪ ଜଣ କରୋନା ଆକ୍ରାନ୍ତ ଚିହ୍ମଟ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ ।
ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ଗତକାଲି ଗୋଟେ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗତ ୨୪ ଘଣ୍ଟାରେ ୭୯୬୪ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୫ ଜଣ ପ୍ରାଣ ହରାଇଛନ୍ତି ।
ଏ ଯାଏ ଭାରତରେ ୧,୭୩,୭୬୩କୁ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୪୯୭୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୮୨୩୭୦ ଲୋକ ସୁସ୍ଥ ହେଲେଣି। ଏହାସହ ସକ୍ରିୟ ସଂକ୍ରମିତ ୮୬,୪୨୨ ଜଣ ଅଛନ୍ତି।ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବନ୍ଦେ ଉତ୍କଳ ଜନନୀ, ମୁଁ ଗାଇବି ,ଆପଣମାନେ ବି ଗାଆନ୍ତୁ :ପ୍ରଣବ

ଭୁବନେଶ୍ୱର : ଆଜି ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ  ଓଡ଼ିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିବାକୁ ଅପିଲ କରିଛନ୍ତି। କରୋନା ଯୋଦ୍ଧାଙ୍କୁ ମନବଳ ବୃଦ୍ଧି ତଥା ସମ୍ମାନ ଜଣାଇବା ପାଇଁ ଏପରି ପ୍ରୟାସ କରାଯାଇଛି । ଏଥିପାଇଁ ପ୍ରତ୍ୟେକ  ଓଡ଼ିଆ  ମୁଖ୍ୟମନ୍ତ୍ରୀଙ୍କ ସହ ଛିଡା ହେବାକୁ ନିବେଦନ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି “ମୁଁ ବି ଗାଇବି , ଆପଣମାନେ ବି ଗାଆନ୍ତୁ। ଯିଏ ଯେଉଁଠି ଅଛନ୍ତି ଠିକ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ସେଇଠି ଛିଡା ହୋଇ ଓ ସାମାଜିକ ଦୂରତା ବଜାୟ ରହି ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିବାଜୁ ପ୍ରଣବ ଅପିଲ କରିଛନ୍ତି l ଜିଲାସ୍ତରରେ ବିଜେଡି କର୍ମୀ ଓ ନେତାମାନେ ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରିବେ ସେ ନେଇ ପ୍ରଣବ ବିଧାୟକ, ନେତାମାନଙ୍କ ସହ ଆଲୋଚନା କରିଛନ୍ତି l
ମୁଖ୍ୟମନ୍ତ୍ରୀଙ୍କ ସବୁ ଯୋଜନାର ସଫଳ ରୂପାୟନ ପାଇଁ ଦିନ ରାତି କାମ କରିଥାଆନ୍ତି ସେ । ଠିକ୍ ରାଜାଙ୍କର ସେନାପତି ପରି। ଏ କରୋନା ଯୁଦ୍ଧରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ  ସେ  ପ୍ରମୁଖ ଭୂମିକା ନେଇ ଲଢ଼ୁଛନ୍ତି । ଆଉ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧାକୁ ବୁଝୁଛନ୍ତି। ତେଣୁ ସେ ପୁଣି ଲାଗିପଡିଛନ୍ତି,  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ। ସେଥିପାଇଁ ରାଜ୍ୟର ପ୍ରତ୍ୟେକ  ଲୋକଙ୍କୁ ସେ ବନ୍ଦେ ଉତ୍କଳ ଜନନି ସଙ୍ଗୀତ ଗାଇବାକୁ ନିବେଦନ କରିଛନ୍ତି। ଆଉ ଦୃଢ଼ ଆଶା ରଖିଛନ୍ତି ପୂର୍ବରୁ ଯେପରି ଓଡ଼ିଶାବାସୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହ ଛିଡା ହୋଇଛନ୍ତି । ଏଥର ମଧ୍ୟ ହେବେ।

ଫୋକକ୍ସରେ ଗ୍ରାମୀଣ ଅର୍ଥନୀତି :୧୭ହଜାର କୋଟି ଟଙ୍କାର ମେଗା ପ୍ୟାକେଜ

ଭୁବନେଶ୍ୱର : କରୋନାରେ ଉଜୁଡି ପଡିଥିବା ଅର୍ଥନୀତିର ହେବ ପୁର୍ନରୁଦ୍ଧାର । ଜୀବନଜୀବିକା ସହ ସୃଷ୍ଟି ହେବ ରୋଜଗାର ସୁଯୋଗ । ରାଜ୍ୟ ସରକାର ଘୋଷଣା କଲେ ୧୭ହଜାର କୋଟି ଟଙ୍କାର ମେଗା ପ୍ୟାକେଜ । ଫୋକକ୍ସରେ ରହିବ ଗ୍ରାମୀଣ ଅର୍ଥନୀତି । କରୋନା ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ହୋଇପଡିଛି ରାଜ୍ୟ ଅର୍ଥନୀତି । କେମିତି ହେବ ଏହାର ପୁନରୁଦ୍ଧାର । କେମିତି ଲୋକଙ୍କୁ ମିଳିବ ରୋଜଗାର ସୁବିଧା ଏବଂ କର୍ମସଂସ୍ଥାନ । ଏନେଇ ରାଜ୍ୟ ସରକାର ପ୍ରସ୍ତତ କରିଛନ୍ତି ମେଗା ଯୋଜନା । ୧୭ ହଜାର କୋଟି ଟଙ୍କାର ଏହି ପ୍ୟାକେଜରେ ଗ୍ରାମୀଣ ଅର୍ଥନୀତି ଓ ଜୀବନଜୀବିକାକୁ ସର୍ବାଧିକ ଗୁରୁତ୍ୱ ଦିଅାଯାଇଛି । ଜୁନରୁ ମାଚ୍ର୍ଚ ୨୦୨୧ ମଧ୍ୟରେ ଏହି ଅର୍ଥ ଖଚ୍ର୍ଚ କରାଯିବ ।

କୃଷିକୁ ପ୍ରାଧାନ୍ୟ ଦେଇ ବିନିଯୋଗ ହେବ ୨୦୦ କୋଟି ୨୫ ଲକ୍ଷ ଟଙ୍କା । ଉପକୃତ ହେବେ ୨୫ ଲକ୍ଷ ୫୫ ହଜାର ଚାଷୀ । ରିହାତି ଦରରେ ୧୦ ଲକ୍ଷ ଚାଷୀଙ୍କୁ ମିଳିବ ୫.୫ ଲକ୍ଷ କ୍ୱିଣ୍ଟାନ ଉନ୍ନତମାନର ବିହନ । ୫ଲକ୍ଷ ଚାଷୀଙ୍କୁ ମିଳବ ହାଇବ୍ରିଡ଼ ପରିବା ବିହନ । ୧ ଲକ୍ଷ ଚାଷୀଙ୍କୁ ମିଳିବ ଫଳ ଚାରା । ୬୦ ହଜାର ଚାଷୀଙ୍କୁ ଛତୁ ଚାଷ ପାଇଁ ମିଳିବ ସହାୟତା । ସେହିପରି ସମବାୟ ବିଭାଗ ଜରିଅାରେ ୨୦ ଲକ୍ଷ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଖରିପ ଋଣ ଦିଅାଯିବ । ୧୮ ଲକ୍ଷ ଚାଷୀଙ୍କୁ ସୁଧ ରିହାତି ବାବଦରେ ପ୍ରଦାନ କରାଯିବ ୭୦୦ କୋଟି ଟଙ୍କା ।

ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ୨୦ କୋଟି ମାନବ ଦିବସ ସୃଷ୍ଟି ହେବ । ଏଥିପାଇଁ ଖଚ୍ର୍ଚ ହେବ ୫ହଜାର କୋଟି ଟଙ୍କା। ୪୦ ହଜାର ହିତାଧିକାରୀଙ୍କ ଦକ୍ଷତା ବିକାଶ ବାବଦରେ ଖଚ୍ର୍ଚ ହେବ ୧୪୦ କୋଟି ଟଙ୍କା ଏବଂ ମୋ ପୋଖରୀ ଯୋଜନାରେ ୧ଲକ୍ଷ ୫ହଜାର ପୋଖରୀ ଖନନ ପାଇଁ ଖଚ୍ର୍ଚ ହେବ ହଜାରେ କୋଟି ଟଙ୍କା । ମତ୍ସ ଓ ପ୍ରଶୁ ସମ୍ପଦ ବିଭାଗ ଜରୀଅାରେ ସେହିଭଳି ମତ୍ସ୍ୟ ଚାଷୀଙ୍କ ଜୀବନଜୀବିକା ପାଇଁ ଖଚ୍ର୍ଚ ହେବ ୧୭୩ କୋଟି ଟଙ୍କା । ଏଥିରେ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିକୁ ସହୟତା ସାଙ୍ଗକୁ ସାମୁଦ୍ରିକ ମତ୍ସ୍ୟଜୀବିକୁଙ୍କୁ ମିଳିବ ପେ୍ରାତ୍ସାହନ । ନୂଅା ବ୍ରଏଲର ଫାର୍ମ ସୃଷ୍ଟି ପାଇଁ ମଧ୍ୟ ଦିଅାଯିବ ସହାୟତା ।

ଏମଏସଏମଇ କେ୍ଷତ୍ରରେ ନିଯୁକ୍ତି ଓ ପୁଂଜିନିବେଶ ସୃଷ୍ଟି ଲକ୍ଷ୍ୟରେ ଧାମରା ଓ ଢେଙ୍କାନାଳରେ ପ୍ରତିଷ୍ଠା ହେବ ଶିଳ୍ପ ପାର୍କ । ଏକ ହଜାର ଏକର ଜମିରେ ପ୍ରତିଷ୍ଠା ହେବ ଏହି ପାର୍କ । ପ୍ରତିଟି ପ୍ରାର୍କରେ ୬ରୁ ୭ହଜାର କୋଟି ଟଙ୍କା ପୁଂଜିନିବେଶ ହେବାର ସମ୍ଭାବନା ରହିଛି । ଧାମରାରେ ୨୦ ହଜାର ଏବଂ ଢେଙ୍କାନାଳରେ ୧୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟ କେନ୍ଦୁପତ୍ର ତୋଳାଳୀ ଏବଂ ଅନ୍ୟାନ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ୫୦୫ କୋଟି ଟଙ୍କା ଖଚ୍ର୍ଚ କରିବ । ବୟନ ଓ ହସ୍ତତନ୍ତ ଶିଳ୍ପ ମଧ୍ୟ ବୁଣାକାରଙ୍କ ପାଇଁ ୩୦ କୋଟି ଟଙ୍କା ଖଚ୍ର୍ଚ କରିବ ।

ରାଜ୍ୟ ସରକାରଙ୍କ ଫୋକସରେ କୃଷି ଓ କୃଷକ :କ୍ୟାବିନେଟ କେତେକ ବଡ଼ ନିଷ୍ପତି…

ଭୁବନେଶ୍ୱର : ରାଜ୍ୟରେ କୃଷି କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ପରିବହନ ଓ ବଜାରର ଅପ୍ରତ୍ୟାଶିତତା ଯୋଗୁ କେତେକ ଗଠନମୂଳକ ଦୁର୍ବଳତାର ଶିକାର ହେଉଛି । ଏହାର ସମାଧାନ ସହ ଚାଷୀଙ୍କ ମାକେର୍ଟିଂରେ ଦକ୍ଷତା ବୃଦ୍ଧି ପାଇଁ ଚୁକ୍ତିଭିତ୍ତିକ ଚାଷ ମାଧ୍ୟମରେ ଉତ୍ପାଦକଙ୍କୁ ଉତ୍ତମ ମୂଲ୍ୟ ଦେବା ପାଇଁ ଓଡିଶା କୃଷି ଉତ୍ପାଦନ ମାକେର୍ଟ ଅାକ୍ଟରେ ସଂଶୋଧନ କରାଯାଇଛି । କେନ୍ଦ୍ର ସରକାର ମଡେଲ କୃଷି ଉତ୍ପାଦନ ଓ ପଶୁପାଳନ ଚୁକ୍ତିଭିତ୍ତିକ କୃଷି ଏବଂ ସେବା ଅାଇନ ଅନୁୟାୟୀ ଏହି ସଂଶୋଧନ କରାଯାଇଛି । ତଦନୁଯାୟୀ ଚୁକ୍ତିମାନା କଣ୍ଟ୍ରାକ୍ତ ଫାମଂ କରୁଥିବା ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଅାଯାଇଛି । ଏ ସମ୍ପକତ ବିବାଦର ସମାଧାନ ପାଇଁ ସେଟଲମେଣ୍ଟ ଅଥୋରିଟି ଗଠନ କରାଯାଇଛି । ଏହାଦ୍ୱାରା ରାଜ୍ୟରେ କୃଷି କେ୍ଷତ୍ରରେ ଅଧିକ ପୁଂଜିନିବେଶର ସୁଯୋଗ ସୃଷ୍ଟି ହେବ ।ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପୁଂଜିନିବେଶକାରୀଙ୍କୁ ଅାକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ ନୀତି ୨୦୧୧୬ରେ ସଂଶୋଧନ କରାଯାଇଛି । ଏଣିକି ପର୍ଯ୍ୟଟନ ଶିଳ୍ପ ପାଇଁ ଜମି ଅାବଣ୍ଟନ ପ୍ରକ୍ରିୟା ଇଡକୋ ଦ୍ୱାରା କରାଯିବ । ସେହିଭଳି ଅାସ୍କା ସମବାୟ ଚିନି ଶିଳ୍ପ ଅାଖୁଚାଷୀଙ୍କ ଠାରୁ କିଣିଥିବା ଅାଖୁର ପ୍ରାପ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ୧୫ କୋଟି ଟଙ୍କାର ଋଣ ଜାମିନ ଦେବେ । ଅାଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି । କୃଷି ଓ ଅାନୁସଙ୍ଗିକ ବିଷୟର ୟୁଜି ପାଠ୍ୟକ୍ରମକୁ ବୃତ୍ତିଗତ ଡୀଗ୍ରୀ ମାନ୍ୟତା ଦିଅାଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ୩ରୁ ୬ ବର୍ଷର ପ୍ରାକ ବିଦ୍ୟାଳୟ ଶିଶୁଙ୍କୁ ଦୁଇ ହଳ ୟୁନିଫର୍ମ ସହ ଜୋତା, ମୋଜା ଓ ସେ୍ୱଟର ପ୍ରଦାନ କରାଯିବ । କୃଷି କେ୍ଷତ୍ରରେ ବଜାର ବ୍ୟବସ୍ଥାରେ ସଂସ୍କାର ଅାଣିବାକୁ କୃଷି ଉତ୍ପାଦନ ଓ ପଶୁ ସମ୍ପଦ ମାକେର୍ଟିଂ ଅଡନାନ୍ସକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏଥିରେ ରାଜ୍ୟ ସ୍ତରୀୟ ଏକକ ବଜାର ବ୍ୟବସ୍ଥାକୁ ରଦ୍ଦ କରାଯାଇଛି । ବେସରକାରୀ ମାକେର୍ଟ ୟାର୍ଡ ଏବଂ କୃଷକ ଉପଭୋକ୍ତା ବଜାର ୟାର୍ଡ, ସବ ମାକେର୍ଟ ୟାର୍ଡ ଦ୍ୱାରା କୃଷକଙ୍କ ପାଇଁ ବଜାର ସୃଷ୍ଟି କରାଯିବା ସହ ବଜାର ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ । ଓଡିଶା ଅକ୍ଷୟ ଉର୍ଜା ବିକାଶ ସଂସ୍ଥାନ ବା ଓରେଡାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗରୁ ଶକ୍ତି ବିଭାଗକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ୱର ସଦର ତହସିଲରେ ପ୍ରତିଷ୍ଠା ହେବ ଏନଡିଅାରଏଫ ମୁଣ୍ଡଳୀ ୟୁନିଟର ଗୋଟିଏ କମ୍ପାନି । ଏଥିପାଇଁ ରାଜ୍ୟ ସରକାର ୩.୫ ଏକର ଜମି ଯୋଗାଇଦେବେ । ରେଙ୍ଗାଲି ବାମ ପାଶ୍ର୍ୱ କେନାଲ ନିର୍ମାଣ ପାଇଁ ୨୨୫୫ କୋଟି ୩୦ ଲକ୍ଷ ଟଙ୍କା ପ୍ରକଳ୍ପ ପାଇଁ ଅନୁମୋଦିତ ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ଓଏଫଏସ କ୍ୟାଡରରେ ୧୦୪ଟି ଏବଂ ଓଏଏସ ସ୍ତରରେ ୧୯୨ଟି ନୂଅା ପଦବୀ ସୃଷ୍ଟିକୁ କ୍ୟାବିନେଟ ମଂଜୁରୀ ଦେଇଛି । କାରାଖାନା ଅାଇନରେ ସଂଶୋଧନ କରାଯାଇ ଶ୍ରମିକଙ୍କ ତେ୍ରୖମାସିକ ଓଭର ଟାଇମ ସମୟ ସୀମାକୁ ବୃଦ୍ଧି କରାଯାଇଛି ।

ରାଜ୍ୟରେ ଆଜି ନୂଆ ୬୩ ଜଣ ଆକ୍ରାନ୍ତ ଚିହ୍ନଟ@୧୭୨୩…

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାସହ ରାଜ୍ୟରେ ଆଉ ୬୩ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଖୋର୍ଦ୍ଧା ସର୍ବାଧିକ ୧୨ ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରେ ୧୧ ଜଣ , ଢେଙ୍କାନାଳରେ ୯, ନୟାଗଡ଼ରେ ୭ , ବଲାଙ୍ଗିରରେ ୬ ,ଗଞ୍ଜାମରେ ୪, ବାଲେଶ୍ୱର କଟକରେ ୩,ସୁନ୍ଦରଗଡ଼ରେ ୨,ପୁରୀ, ,ମୟୂରଭଞ୍ଜ ,ସମ୍ବଲପୁର, କୋରାପୁଟ, ଝାରସୁଗୁଡା, ନବରଙ୍ଗପୁରରେ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ
ହୋଇଛନ୍ତି ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରୁ ୬୧ଓ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପଂହଚିଛି । ଏହାସହ ୮୨୭ ଜଣ ଚିକିତ୍ସାଧୀନ,ଜଣ ୮୮୭ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।

ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ କାମ….

ପୁରୀ: ଅଢେଇ ମାସର ବିରତି ପରେ ଆଜି ପୁଣି ଧରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ ହୋଇଛି। ମେଘନାଦ ପାଚେରୀ ଠାରୁ ୭୫ ମିଟର ଯାଏଁ ହେବ ଏହି ଉଚ୍ଛେଦ।ସେଥିପାଇଁ ଆଜି ସକାଳୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠ ସହ ଏହାର ଦୋକାନ ଘର ଗୁଡିକୁ ପୁରୀ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି।ପୁରୀ ଉପଜିଲ୍ଲାପାଳ ଏହି ଉଚ୍ଛେଦ ନେତୃତ୍ୱ ନେଉଛନ୍ତି।
ଏବେ କରୋନା ଯୋଗୁ ସାରା ଦେଶରେ ଲକ୍ ଡାଉନ ପରିସ୍ଥିତି।ଏବେ ଏଥିରେ ସାମାନ୍ୟ କହୋଳ କରିଛନ୍ତି ସରକାର।ତେଣୁ ଦୁଇ ମାସ ପରେ ଉଛେଦ କାର୍ଯ୍ୟ ପୁଣିଥରେ ଆରମ୍ଭ କରାଯାଇଛି।ଉଛେଦ କାର୍ଯ୍ୟ ରେ ନିଯୋଜିତ ଥିବା କର୍ମଚାରୀ ମାନେ ସମସ୍ତ କୋଭିଡ କଟକଣା ମାନି କାର୍ଯ୍ୟ କରୁଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି।

ବରିଷ୍ଠ ସାମ୍ବାଦିକ ହରିହର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର:ତ୍ୟାଗ ବଳିଦାନ ଓ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଦାସର୍ବଦା ଲୋକଙ୍କ ପାଖରେ ସଠିକ ଖବର ପହଂଚାଉଛନ୍ତି ସାମ୍ବାଦିକମାନେ।କରୋନାର ଟିକ୍ ନିକ୍ ଖବର ସଂଗ୍ରହ କରୁଛନ୍ତି। ଏପରି ମହାମାରୀ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଛନ୍ତି।ଯେଉଁମାନେ କି ଆଗ ଧାଡ଼ିର ଜଣେ ଜଣେ କରୋନା ଯୋଦ୍ଧା।ଏହି ମର୍ମରେ ଆଜି ଓଟିଭି ବରିଷ୍ଠ ସାମ୍ବାଦିକ ହରିହର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚା।
କରୋନା ମହାମାରୀ ଏବେ ପ୍ରତେକ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ହେଲେ ଓଡ଼ିଶାରେ କରୋନା ସେତେ ବେଶି ପ୍ରଭଵ ପକାଇ ପାରିନାହିଁ। ଏହାର ସମସ୍ତ ଶ୍ରେୟ କରୋନା ଯୋଦ୍ଧାଙ୍କ ପାଖକୁ ଯିବ। ଯାହାକୁ ବୁଝିପାରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ।ସେଥିପାଇଁ କରୋନା ଯୋଦ୍ଧାମାନଙ୍କୁ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧିନା କରାଯାଇଛି।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ମନବଳକୁ ବୃଦ୍ଧି କରିବା।ଏଥିପାଇଁ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଗଣ ମାଧ୍ୟମ ପ୍ରତିନିଧି ,ହସ୍ପିଟାଲର କର୍ମଚାରୀ ,ଥାନା କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। ସମସ୍ତ ଯୋଦ୍ଧାଙ୍କୁ ଉତ୍ତରୀୟ ସହ ମାନପତ୍ର ଦିଆଯାଇଛି। ଯାହାକି ସମାଜକୁ ଏକ ଭଲ ବାର୍ତ୍ତା ଯାଉଛି।ଯୁବ ମୋର୍ଚ୍ଚାର ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନରେ ଯୁବ ମୋର୍ଚ୍ଚା ଏପରି କାର୍ଯ୍ୟକ୍ରମ କରୁଥିବା କହିଛନ୍ତି।ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ,ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ରଞ୍ଜନ କୁମାର ମୁଦୁଲି ଯୁବ ମୋର୍ଚ୍ଚା ଉପ ସଭାପତି ତାଙ୍କ ସହ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ପ୍ରିୟବ୍ରତ ମହାପାତ୍ର, ବାପୁନି ପରିଡା ପ୍ରମୁଖ ଯୋଗ ଦେଇ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ରାଜ୍ୟରେ ଆଉ ୯୦କରୋନା ଆକ୍ରାନ୍ତ ସୁସ୍ଥ…

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ପଜିଟିଭ ।ସେମାନେ ୨୩ ଜଣ ଜଗତସିଂହପୁରରୁ, ୨୨ ଜଣ ଯାଜପୁରରୁ, ୨୧ ଜଣ ଭଦ୍ରକରୁ, ୧୫ ଜଣ ଗଞ୍ଜାମରୁ, ୩ ଜଣ କଟକରୁ, ୨ ଜଣ ଖୋର୍ଦ୍ଧା ଏବଂ ସମ୍ବଲପୁରରୁ , ବାଲେଶ୍ବର ଏବଂ ନୟାଗଡ଼ରୁ ଜଣେ ଲେଖାଏଁ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news