ବରିଷ୍ଠ ସାମ୍ବାଦିକ ହରିହର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି ଯୁବ ମୋର୍ଚ୍ଚା

- Advertisement -

ଭୁବନେଶ୍ୱର:ତ୍ୟାଗ ବଳିଦାନ ଓ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଦାସର୍ବଦା ଲୋକଙ୍କ ପାଖରେ ସଠିକ ଖବର ପହଂଚାଉଛନ୍ତି ସାମ୍ବାଦିକମାନେ।କରୋନାର ଟିକ୍ ନିକ୍ ଖବର ସଂଗ୍ରହ କରୁଛନ୍ତି। ଏପରି ମହାମାରୀ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଛନ୍ତି।ଯେଉଁମାନେ କି ଆଗ ଧାଡ଼ିର ଜଣେ ଜଣେ କରୋନା ଯୋଦ୍ଧା।ଏହି ମର୍ମରେ ଆଜି ଓଟିଭି ବରିଷ୍ଠ ସାମ୍ବାଦିକ ହରିହର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚା।
କରୋନା ମହାମାରୀ ଏବେ ପ୍ରତେକ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ହେଲେ ଓଡ଼ିଶାରେ କରୋନା ସେତେ ବେଶି ପ୍ରଭଵ ପକାଇ ପାରିନାହିଁ। ଏହାର ସମସ୍ତ ଶ୍ରେୟ କରୋନା ଯୋଦ୍ଧାଙ୍କ ପାଖକୁ ଯିବ। ଯାହାକୁ ବୁଝିପାରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ।ସେଥିପାଇଁ କରୋନା ଯୋଦ୍ଧାମାନଙ୍କୁ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧିନା କରାଯାଇଛି।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ମନବଳକୁ ବୃଦ୍ଧି କରିବା।ଏଥିପାଇଁ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଗଣ ମାଧ୍ୟମ ପ୍ରତିନିଧି ,ହସ୍ପିଟାଲର କର୍ମଚାରୀ ,ଥାନା କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। ସମସ୍ତ ଯୋଦ୍ଧାଙ୍କୁ ଉତ୍ତରୀୟ ସହ ମାନପତ୍ର ଦିଆଯାଇଛି। ଯାହାକି ସମାଜକୁ ଏକ ଭଲ ବାର୍ତ୍ତା ଯାଉଛି।ଯୁବ ମୋର୍ଚ୍ଚାର ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନରେ ଯୁବ ମୋର୍ଚ୍ଚା ଏପରି କାର୍ଯ୍ୟକ୍ରମ କରୁଥିବା କହିଛନ୍ତି।ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ,ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ରଞ୍ଜନ କୁମାର ମୁଦୁଲି ଯୁବ ମୋର୍ଚ୍ଚା ଉପ ସଭାପତି ତାଙ୍କ ସହ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ପ୍ରିୟବ୍ରତ ମହାପାତ୍ର, ବାପୁନି ପରିଡା ପ୍ରମୁଖ ଯୋଗ ଦେଇ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles