ବଡ ଦାଣ୍ଡରେ ଛିଡା ହେଲା ରଥ ଚକ : ଅପେକ୍ଷା ମହାପ୍ରଭୁଙ୍କୁ…..

  • ପୁରୀ : ଜୁନ 23 ତାରିଖ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ଏଥିଲାଗି ଚଳଚଞ୍ଚର ରଥ ଖଳା l  ରଥଖଳାରେ ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ସେ ଅନୁଯାୟୀ ମାପ ହୋଇ ଖଞ୍ଜାଯିବ ।ତିନି ରଥ ପାଇଁ ଆବଶ୍ୟକ ପଡୁଥିବା ଭୂଇଁ ଚଉଡା କାଠ ମିଲ୍‍ରୁ ଚଉପଟ ହୋଇ ଆସି ପହଞ୍ଚିଛି । ରଥ ଅମିନ ଭୋଇ ସେବନମାନଙ୍କ ମାଧ୍ୟମରେ ତିନି ରଥର ମୁଖ୍ୟ ମହାରଣାମାନଙ୍କୁ ଭୂଇଁ ଚଉଡା କାଠ ଯୋଗାଇ ଦେଇଛନ୍ତି । ଉକ୍ତ କାଠକୁ ମହାରଣା ସେବକମାନେ ସାଲ ସହ ସେଥିରେ ବିନ୍ଧକାମ କରୁଛନ୍ତି । ଏହି ଭୂଇଁ ଚଉଡା କାଠ ତିନିରଥ ପାଇଁ ଭିନ୍ନ ଭିନ୍ନ ଆକାରରେ ଲାଗିଥାଏ ।

ଋୂପକାର ସେବକମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ନାଟ ଗୋଡରେ ରାହୁମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲୁ ରଖିଛନ୍ତି । ତିନିରଥର ମହାରଣା ସେବକମାନେ ପୋଲ ଗୟଳ ଏବଂ ଛନ୍ଦା ଗୟଳର ଚଉପଟ କାମ ଜାରି ରଖିଛନ୍ତି । ଦେବଦଳନ ରଥର ବଡ ପୋଲ ଗୟଳ କାମ ଦୋଳବେଦୀରେ କରତ ସେବକମାନେ ସାରିଛନ୍ତି । ତାହା ଚଉପଟ ପାଇଁ ରଥଖଳାକୁ ଯିବ । ଦୋଳବେଦୀ ଠାରେ ଓଝା ସେବକମାନେ ଆବଶ୍ୟକ ପରିମାଣ ଦଣ୍ଡାକଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗିଛନ୍ତି ।

ଶନିବାର  ରଥଖଳାରେ କାମ ଆରମ୍ଭ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ତେବେ ସମସ୍ତ ସେବକମାନେ ସୁସ୍ଥ ଥିବା ଜଣାଯାଇଛି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଗରାବଡୁ ସେବକମାନଙ୍କର କରୋନା ପରୀକ୍ଷା ପାଇଁ ୪୦ଜଣଙ୍କର ନମୂନା ସଂଗ୍ରହ ହୋଇଛି । ଏହାଛଡା ଘଣ୍ଟୁଆ ସେବକ, ଶ୍ରୀମନ୍ଦିର ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୬୩ଜଣଙ୍କର ନମୂନା ସଂଗ୍ରହ କରାଯାଇଛି ।

ଦେବଗଡ଼ ଗାଇଲା ବନ୍ଦେ ଉତ୍କଳ ଜନନୀ….

ଦେବଗଡ଼ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦାନ କରିବା ପାଇଁ ଆଜି ୫.୩୦ ସମୟରେ ଦେବଗଡ଼ ବିଜୁ ଜନତା ଦଳ ପକ୍ଷରୁ ସମଗ୍ର ଜିଲ୍ଲାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଜିଲ୍ଲା ସଭାପତି ରମାଞ୍ଚ ରଂଜନ ବିଶ୍ୱାଳ ଙ୍କ ନେତୃତ୍ୱରେ ସ୍ଥାନୀୟ ଟ୍ରାଫିକ ଛକ ଠାରେ ବହୁ ନେତା ଓ କର୍ମୀ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତ୍ୱ ମାନି ସଙ୍ଗୀତ ଗାନ କରିଥିଲେ ।ଏଥିରେ ରାଜ୍ୟ ପରିଷଦ ସଦସ୍ୟ ସୁଜିତ କୁମାର ପ୍ରଧାନ , ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ଚିତ୍ତ ରଂଜନ ପ୍ରଧାନ , ନଗର ସଭାପତି ଶୁକ ଦେବ ଭଞ୍ଜ ଙ୍କ ସମେତ ଅନ୍ୟ ଛାମୁଆ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇ କରୋନା ଯୋଦ୍ଧା ଙ୍କୁ ସଂମାନ ଜଣାଇଥିଲେ ।ସେହିପରି ଜିଲ୍ଲାର ସମସ୍ତ ପଂଚାୟତ ରେ ବିଜେଡି କର୍ମୀ ବୃନ୍ଦ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

ବଡ ଦାଣ୍ଡରେ ବନ୍ଦେ ଉତ୍କଳ ଜନନୀ ‘ ସମୂହ ଗାନ

ପୁରୀ : ଓଡିଶା ରେ ଯେପରି କରୋନା ତାର କାୟା ବିସ୍ତାର କରିଚାଲିଛି ତାକୁ ମାତ ଦେବା ପାଇଁ ଓଡ଼ିଶାର ଲୋକମାନେ ମଧ୍ଯ କରୋନା ମୁକାବିଲା କୁ ଦୃଢତାର ସହ ଲଢ଼ିବା ପାଇଁ ଅଣ୍ଟା ଭିଡିଛନ୍ତି l ଅନେକ କର୍ମଚାରୀ ଯେପରି ଆଗଧାଡିର ଯୋଦ୍ଧା ଡାକ୍ତର, ପୋଲିସ, ହସ୍ପିଟାଲ କର୍ମଚାରୀ, ସାମ୍ବାଦିକ, ସଫେଇ କର୍ମଚାରୀ  ଏପରି ଅନେକ ଲୋକ ମଧ୍ଯ ସ୍ୱେଚ୍ଛାସେବୀ ଭାବେ କରୋନା ମୁକାବିଲାରେ ଯୋଗ ଦେଇଛନ୍ତି l କେବଳ ଯେ ଯୋଗ ଦେଇଛନ୍ତି ତାହା ନୁହେଁ ନିଜ ପରିବାରକୁ ଛାଡି ନିଜ ଜୀବନକୁ ବାଜି ଲଗାଇ ନିରନ୍ତର ଭାବେ କରୋନା ସହ ଲଢ଼ି ଚାଲିଛନ୍ତି l ଏହି ପରିପେକ୍ଷୀରେ କିପରି ଏହି ଆଗଧାଡିର ଯୋଦ୍ଧା ମାନଙ୍କୁ ଉତ୍ସାହିତ କରାଯିବ ଏବଂ ମନବୋଳକୁ ସଦୃଢ଼ କରିଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଦ୍ଧା ମାନଙ୍କୁ ସମ୍ମାନ ଜଣେଇବା ପାଇଁ ଓଡ଼ିଶାର ସାଢେ 4 କୋଟି ଓଡିଶା ବାସୀଙ୍କୁ ଆହ୍ୱାନ ଦେଇଥିଲେ l ଆଜି ସନ୍ଧ୍ୟା 5.30 ମିନଟରେ ହୃଦୟ ସ୍ପର୍ଶୀ ଗୀତ ‘ବନ୍ଦେ ଉତ୍କଳ ଜନନୀ ‘ ସମୂହ ଗାନ କରିବା ପାଇଁ l ଆଜି ସବୁ ଜାଗାରେ ଏହି ଗୀତ ସମ୍ମାନ ର ସହ ଜନତା, ନେତା, ଅଭିନେତା ଏହି ଗୀତ ଗାନ କରି ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଛନ୍ତି l ଏହା ସହିତ ଜଗା ଦୁଆରେ ମଧ୍ଯ ଏହି ଗୀତକୁ ସମୂହ ଗାନ କରାଯାଇଛି l ଏଥିରେ ସାମିଲ ହେଇଛନ୍ତି ବଡ଼ଦାଣ୍ଡର ସମସ୍ତ ପୋଲିସ, ସେବାୟତ, ପ୍ରଶାସକ ଓ ସାଧାରଣ ଲୋକ l ସବୁଠାରୁ ବଡ କଥା ହେଲା  ସମସ୍ତେ ମାସ୍କ ସହ ନିଜ ନିଜ ଭିତରେ ଦୂରତା ବଜାୟ ରଖି ସୃଖଳିତ ଭାବେ ଏହି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ l

ନିଆରା ଢ଼ଙ୍ଗରେ କଂଗ୍ରେସ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା

ଭୁବନେଶ୍ୱର :  ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ଅଧକ୍ଷତାରେ କଂଗ୍ରେସ ଭବନ ପରିସରରେ ମହାମାରୀ କରୋନା କୁ ପ୍ରତିହତ କରିବା ନିମନ୍ତେ  କାର୍ଯ୍ୟରତ  ସମସ୍ତ ବର୍ଗର ଭାଇ ଓ ଭଉଣୀ ମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ । ଆପଣମାନଙ୍କର ନିରନ୍ତର ସାଧୁ ଉଦ୍ୟମକୁ ଆହୁରି ଊସ୍ଛାହିତ କରିବା ଉଦେଶ୍ୟରେ ଦଳତରଫରୁ ସଂଧ୍ୟା ୫ ଘଟିକା ସମୟରେ ଜାତୀୟ ସଂଗୀତ \”ଜନଗଣମନ\”, ଓ ୫ ଘଟିକା ୩୦ମି.ରେ ବନ୍ଦେ ଉତ୍କଳ ଜନନୀ ସମେତ ଦେଶାତ୍ମବୋଧକ ସଂଗୀତ ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ଆଦି ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା ।.ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ,ପରିଚାଳନାଗତ ତ୍ରୁଟି ଓ ଅଦୂରଦର୍ଶିତା ଯୋଗୁଁ ଉତ୍କଳ ମାତା ର ଲକ୍ଷ ଲକ୍ଷ ସନ୍ତାନ ପ୍ରବାସରେ ଅସହ୍ୟ ଯନ୍ତ୍ରଣାରେ ଆଜି ବି ଛଟପଟ ହେଉଛନ୍ତି । କିଏ ଆସୁ ଆସୁ ବସ ଦୁର୍ଘଟଣାରେ ତ କିଏ ରେଳଲାଇନ ରେ ଅବା ଚାଲିଚାଲି ଆସୁଥିବାବେଳେ ଦୟନୀୟ ଅବସ୍ଥାରେ ମୃତ୍ୟୁବରଣ କଲେ । ଦିବଂଗତ ଆତ୍ମା ର ସଦଗତି କାମନା ପାଇଁ ୨ ମିନିଟ ର ନିରବ ପାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ,ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା ସଙ୍ଗୀତଜ୍ଞ ଆଶା ଆଲୋକ ବାରିକ ଓ ପ୍ରଭାସିନୀ ରାଉତ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ,ପ୍ରାକ୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ,ବିଜୟଲକ୍ଷ୍ମୀ ସାହୂ,ଆଇନଜୀବୀ ଶିବାନନ୍ଦ ରାୟ ,ଶୁଭେନ୍ଦୁ ମହାନ୍ତି ,ରଶ୍ମି ମହାପାତ୍ର ,ଜାନକୀ ବଲ୍ଲଭ ପଟ୍ଟନାୟକ , ସତ୍ୟ ପ୍ରକାଶ ନାୟକ ,ମନୋରଞ୍ଜନ ଦାଶ ,କିଶୋର ଜେନା ,ଚିନ୍ମୟ ସୁନ୍ଦର ଦାଶ ,ପଦ୍ମାକର ଗୁରୁ ,ଜ୍ଞାନଦେବ ବେଉରା,ଅଭିଷେକ ମହାନନ୍ଦ ,ରାଜୀବ ପଟ୍ଟନାୟକ ,ଅଜିତ ମଙ୍ଗରାଜ,ବୀଣାପାଣି ସାମଲ ,ଶୁଭଶ୍ରୀ ପଣ୍ଡା, ପ୍ରଶାନ୍ତ ଶତପଥୀ, ଦୀପକ କୁମାର ମହାପାତ୍ର , ସୁଶାନ୍ତ ତ୍ରିପାଠୀ,ଦେବୀ ପ୍ରସାଦ ମଲ୍ଲିକ, କୁସୁମ ପ୍ରଧାନ ,ସ୍ୱାଧିନବାଳା ଦାଶ ,ନରେଶ ମହାନ୍ତି ,ନିରଞ୍ଜନ ନାୟକ ,ଦେଓ ପ୍ରାସାଦ ,ସତ୍ୟବ୍ରତ ନାୟକ ,ଦୀପକ ସାହୂ ,ସରୋଜ ପରିଡା ,ଆଦିତ୍ୟ ପ୍ରିତମ ଦାଶ ,ବିରଂଚି ବାରିକ ,ମାନସ ଆଚାର‌୍ୟ୍ୟ , ପ୍ରକାଶ ମିଶ୍ର ,କନକଲତା ମଲ୍ଲିକ ହଳଧର ସେଠୀ, ଯୋଗୀନାଥ ବାହୁବଳେନ୍ଦ, ଲଲାଟେନ୍ଦୁ ଦାସ, ରାଜକିଶୋର ବାରିକ୍‌, ଦେବୀ ପ୍ରସାଦ ବାହାଲିଆ, ସଂଜୀବ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଦି, ବିଜୟ ପ୍ରଧାନ, ଜୟକୃଷ୍ଣ ମାଲିଆ, ନିରୋଦ ବରଣ ଖୁଂଟିଆ, ସତ୍ୟସ୍ମିତ ମହାନ୍ତି, ତରୁଣ ମିଶ୍ର, ବିଶ୍ୱଜିତ୍ ଦାଶ, ବଟକୃଷ୍ଣ ରାଉତରାୟ, ରତ୍ନାକର ବେହେରା, ଜ୍ୟୋତିଷ ସାହୁ, ବେଣୁ ଭୋଇ, ସତ୍ୟବ୍ରତ ଗୁରୁ, ବିନୋଦ କୁମାର ରାଉତ, ନଳୀନକାନ୍ତ ନାୟକ, ସଂକୁନା କହଁର, ମନୋଜ ନାୟକ, ୟାସିର ନୱାଜ, ସମ୍ଭଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଜଟଣୀର ମାନନୀୟ ବିଧାୟକ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଧନ୍ୟବାଦ ଓଡିଶା…….

ଭୁବନେଶ୍ୱର : 5ଟା 30ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ 4କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ ବିଦେଶ ପର୍ଯ୍ୟନ୍ତ କରୋନା ମହାମାରିକୁ ମୁକାବିଲା କରୁଥିବା ସମସ୍ତ ଡାକ୍ତର, ଆଶାକର୍ମୀ, ପୋଲିସ, ଅଙ୍ଗନବାଡି କର୍ମୀ, ସରପଞ୍ଚ ଏବଂ ସଫେଇ କର୍ମଚାରୀଙ୍କ ଉଦ୍ଧେଶ୍ୟରେ ସେମାନଙ୍କ ମନୋବଳକୁ ସୁଦୃଢ ତଥା ସମ୍ମାନିତ କରିବା ପାଇଁ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରନ୍ତୁ। ଏହି ଅବକାଶରେ ମାନ୍ୟବାର ବିଧାୟକ ତଥା ବିଜୁ ଜନତା ଦଳ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟଠାରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l  ଉତ୍ସବରେ ଯୋଗଦେଇ ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ କହିଥିଲେ, ଆଜି ଓଡ଼ିଆଜାତି କାରୋନା ମହାମାରିକୁ ମୁକାବିଲା ପାଇଁ ଏକାଠି ହୋଇଛି, ଯାହାର ନେତୃତ୍ୱ ପୁରଭାଗରେ ନେଇଛନ୍ତି ସାଢ଼େ 4 କୋଟି ଓଡ଼ିଆଙ୍କ ପ୍ରିୟନେତା ନବୀନ ପଟ୍ଟନାୟକ। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଓଡ଼ିଆଜାତିକୁ ଅଭିମନ୍ତ୍ରିତ କରିଛି । ନବୀନ ବାବୁଙ୍କ ଆହ୍ୱାନ ଆଜି ସରା ଓଡ଼ିଆ ଜାତିକୁ କେବଳ ଏକାଠି କରିନାହିଁ ବରଂ ଏହି କଠିନ ସମୟରେ ଦେଶସେବା ପାଇଁ ଉତ୍ସର୍ଗୀକୃତ ମନୋଭାବକୁ ଆହୁରି ପ୍ରେରଣା ଦେଇଛି। ଏହି ଅବସରରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜୟ ନାୟକ, ଅମରେଶ ପତ୍ରି, ରଣା ପ୍ରତାପ ପତ୍ର, କସ୍ତୁରୀ ମହାପାତ୍ର, ଗୀତାଞ୍ଜଳି ବସ୍ତିଆ, ରବି ସାମଲ, ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟବ୍ୟାପୀ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ଓଡ଼ିଶାର ଅଗଣିତ ଜନସାଧାରଣ, ବିଜୁ ଜନତା ଦଳର କର୍ମୀ ତଥା ନେତୃମଣ୍ଡଳୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଥିବାରୁ ବିଜୁ ଜନତା ଦଳ ପକ୍ଷରୁ ଧନ୍ୟବାଦ ଜଣାଉଛୁ।

ଏଥର ବିନା ଭକ୍ତରେ ଗଡିବ ନନ୍ଦିଘୋଷ….

ପୁରୀ: ଜଗତର ନାଥ ଜଗନ୍ନାଥ । ଭାବର ଠାକୁର ସେ। ଭକ୍ତଙ୍କ ପାଇଁ ସବୁବେଳେ ଖୋଲା ତାଙ୍କ ଦୁଆର। ହେଲେ ଏବେ କରୋନା ଭଗବାନ ଓ ଭକ୍ତଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି। ଆଉ ଭକ୍ତର ପରୀକ୍ଷା ନେବାରେ କାଳିଆ ବି ମାହୀର । ହେଲେ ସେ କଣ ତା ଭକ୍ତକୁ ଛାଡି ରହିପାରୁଛି। ସେଥିପାଇଁ ତ ଯେମିତି ହେଲେ ବି ବର୍ଷକୁ ଥରେ ବଡ଼ ଦାଣ୍ଡକୁ ଆସୁଛି, ତା ଭକ୍ତଙ୍କୁ ଭେଟିବାକୁ। ଏହି ବର୍ଷ ସେ ଭକ୍ତଙ୍କ ଦର୍ଶନ ଦେଇ ପାରିବ ନା ନାଇ ସେଥିପାଇଁ ସମସ୍ତେ ଚିନ୍ତିତ ଥିଲେ। ହେଲେ ସେ କଣ ରହିପାରିବ। ସେ ବା ବିଶ୍ୱ ବିଧାତା। ତା ବିନା ଅନୁମତିରେ ଏ ଧରାରେ ପତ୍ର ବି ହଲେନି,  ହଁ ସେ ହଟିଆ ଠାକୁର ପୁଣି ମାଉସୀ ଘରକୁ ଯିବ। ରଥରେ ବସି। ହେଲେ ଏଥର ବଡ଼ ଦାଣ୍ଡରେ ତାର ଭକ୍ତ ରହିବେନି।
ଜୁନ ୨୩ ତାରିଖ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର।ରଥଯାତ୍ରାରେ ସବୁ ବର୍ଷ ୮ରୁ ୧୦ ଲକ୍ଷ ଲୋକ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି। ଯେହେତୁ କୋଭିଡ 19 ର ନିୟମ ଅନୁସାରେ ସାମାଜିକ ଦୂରତା ବଜାୟ ରଖୁବାକୁ ହେବ। ଏହାସହ ଗୋଟେ ଜାଗାରେ ଏତେ ସଂଖ୍ୟକ ଲୋକ ରୁଣ୍ଡ ହୋଇପାରିବେନି।ଏହାକୁ ବିଚାର କରି ଏପରି ନିର୍ଣ୍ଣୟ ନେଇଛି ପ୍ରଶାସନ। ସବୁଠାରୁ ବଡ଼ କଥା ହେଉଛି ଶ୍ରୀମନ୍ଦିର ପରମ୍ପରା ବଜାୟ ରଖିବା ଓ ଘୋଷ ଯାତ୍ରା କରିବା ପାଇଁ ପୁରୀ ପ୍ରଶାସନ ,ଗଜପତି ମହାରାଜ , ଗୋବର୍ଦ୍ଧନ ମଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଆସିବା ପରେ ଏହା ସ୍ପଷ୍ଟ ଯେ ରଥଯାତ୍ରା ହେବ। ଏଥିରେ ଆଉ କୌଣସି ପ୍ରତିବନ୍ଧକ ନାହିଁ। କରୋନା ମହାମାରୀ ପାଇଁ ଚାରିଆଡେ ଲକ୍ ଡାଉନ ପରିସ୍ଥିତି। ଏହି ମହାମାରୀ ଏବେ ଦିନକୁ ଦିନ ଦେଶ ତଥା ରାଜ୍ୟରେ ବଢ଼ିବାରେ ଲାଗିଛି। ହେଲେ ଦେଶ ଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଏବେ ଆୟତରେ ଅଛି।ତେଣୁ ସ୍ନାନ ଯାତ୍ରା ଓ ଘୋଷ ଯାତ୍ରା ଏଥର ବିନା ଭକ୍ତରେ ହେବ। ଟେଲିଭିଜନ ମାଧ୍ୟମରେ ଏଥର ରଥଯାତ୍ରାର ସିଧାପ୍ରସାରଣ ଦେଖିବେ।

ଯାଜପୁରରେ କରୋନା ଯୋଦ୍ଧାଙ୍କୁ ସଲାମ : ମିନି ଷ୍ଟାଡିୟମ ରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ  

ଯାଜପୁର : ଆଜି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାରା ରାଜ୍ୟରେ “ବନ୍ଦେ ଉତ୍କଳ” ଜନିନୀ ସଙ୍ଗୀତ ଗାନ କରାଯାଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ ତାଙ୍କ ସହ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଠିଆ ହୋଇଛି। ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ  ଲୋକଙ୍କ ପାଖକୁ ପହଞ୍ଚାଇ ଥିଲେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ପ୍ରଣବ ଙ୍କ ଆହ୍ୱାନ କ୍ରମେ ଯାଜପୁର ବି ସ୍ୱତନ୍ତ୍ର ଆୟୋଜନ କରାଯାଇଛି l  ଯାଜପୁର ର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଙ୍କ ନେତୃତ୍ୱରେ ଯାଜପୁର ର ମିନି ଷ୍ଟାଡିୟମ ରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ  କରାଯାଥିଲା l ସେହିପରି ମା ମଙ୍ଗଳା ଗଣେଶ ପୂଜା କମିଟି, କୋଟବସନ୍ତପୁର ଯାଜପୁରର ସଦସ୍ୟମାନେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। କମିଟିର ପ୍ରାୟ ୫୦ରୁ ଅଧିକ ସଦସ୍ୟ ଏକାଠି ହୋଇ ଏହି ସଙ୍ଗୀତ ଗାନ କରିଥିଲେ। ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ ମଧ୍ୟ କରିଥିଲେ।

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ କେନ୍ଦ୍ରମାନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାରା ରାଜ୍ୟରେ “ବନ୍ଦେ ଉତ୍କଳ” ଜନନୀ  ସଙ୍ଗୀତ ଗାନ କରାଯାଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ ତାଙ୍କ ସହ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଠିଆ ହୋଇଛି। ସେହି ବାର୍ତ୍ତା ଦେବା। ଯେଉଁଥି ପାଇଁ କି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।
    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି । ଏହାସହ ସେ ସୋସିଆଲ ମିଡିଆ ମାଧ୍ୟମରେ ଉଲ୍ଲେଖ କରିଛନ୍ତି, ‘ଆଜି ସପରିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଆମ ରାଜ୍ୟର କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କୁ ଉତ୍ସାହିତ କଲି । କରୋନା ମହାମାରୀର ଭୟାବହ ପରିସ୍ଥିତି ସମୟରେ ନିଜ ଜୀବନକୁ ପାଣି ଛଡାଇ ଦେଶବାସୀଙ୍କ ଜୀବନ ରକ୍ଷା କରିବାକୁ ଆସୁଥିବା କରୋନା ଯୋଦ୍ଧାମାନେ ପ୍ରଶଂସାର ପାତ୍ର ।

ବନ୍ଦେ ଉତ୍କଳ ଜନନୀରେ କମ୍ପିଲା ଓଡିଶା : ନବୀନ ନିବାସରେ ନବୀନ -ବିଜେଡି କାର୍ଯ୍ୟାଳୟରେ ପ୍ରଣବ….

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀ। ଓଡ଼ିଆଙ୍କ ହୃଦୟର କଥା। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି କବିତାଟି  ସବୁ ଓଡ଼ିଆଙ୍କ ଭାବନା ସହ ଜଡିତ । ଯେଉଁଥିପାଇଁ କି ଏହି ଗୀତଟି ଆଜି ସବୁ ଓଡ଼ିଆଙ୍କୁ ଏକାଠି କରିପାରିଛି।ଗୀତ ଗୋଟିଏ ହେଲେ , କୋଟି କୋଟି ସ୍ୱରରେ ବୋଲା ଯାଇଛି ଏହାକୁ। କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ପ୍ରତେକ ଓଡ଼ିଆ ଏହି ଗୀତ ଗାଇଛି।ନିଜ ଜାତି ଓ ମାତୃଭାଷା ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରିଛି। କରୋନା ଯୁଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୫.୩୦ ମିନିଟରେ ଏକ ହୋଇ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅପିଲ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବୀନ ନିବାସରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇଥିଲେ। ତାଙ୍କ ସହ 5t ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ l ସେହିପରି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କରୋନା ଯୋଦ୍ଧାଙ୍କୁ ସମାନ ଜଣାଇବା ପାଇଁ ଏହି ସଙ୍ଗୀତ ଗାଇଥିଲେ। ବିଜେଡି କାର୍ଯ୍ୟାଳୟରେ ନେତାଙ୍କ ଗ୍ରହଣରେ ବନ୍ଦେ ଉତ୍କଳ ଜନନୀ ପ୍ରଣବ ଗାନ କରିଥିଲେ l ତାଙ୍କ ବିଜେଡି ନେତା ସଞ୍ଜୟ ଦାସ ବର୍ମା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ, ଓ ଛାତ୍ର, ଯୁବ, ମହିଳା ବିଜେଡି କର୍ମୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ଏହା ସହ ତାଙ୍କ ରାଜ୍ୟ ଭିତରେ ଓ ବାହାରେ ଥିବା ହଜାର ହଜାର ଲୋକ ବି ଗାନ କରିଥିଲେ । କାରଣ ରାଜ୍ୟରେ କରୋନା ମୁକାବିଲା କରିବାରେ କରୋନା ଯୋଦ୍ଧାଙ୍କର  ଅନେକ ଭୂମିକା ରହିଛି। ସେଥିପାଇଁ ତ ଦଳ ତରଫରୁ ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେଥିପାଇଁ ପ୍ରଣବ ଅଣ୍ଟା ଭିଡିଥିଲେ।

ସେହିପରି ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତି ସମୀର ମହାନ୍ତି ଓ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।

ପୁରୀକୁ ଯିବନାହିଁ ଟ୍ରେନ୍….

ପୁରୀ: ପୁରୀକୁ ଏବେ ଗଡିବ ନାହିଁ ରେଳ।
ଏପରି ନିଷ୍ପତ୍ତି ନେଇଛି ରେଳ ବିଭାଗ।ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ରେଲୱେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଜୁନ ୧ ତାରିଖରୁ ଦେଶରେ ରେଳ ସେବା ଆରମ୍ଭ ହେଉଛି। ହେଲେ ଏବେ ପୁରୀକୁ ଯାଉଥିବା ସମସ୍ତ ଟ୍ରେନ୍ ଭୁବନେଶ୍ୱରରେ ରହିବ। ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ଵରରୁ ଯିବ। ଏତଦ୍ ବ୍ୟତୀତ ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ପାଇଁ ବି ଏହି ସମାନ ବ୍ୟବସ୍ଥା ଲାଗୁ କରାଯିବ । ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଥିବା ଆଶଙ୍କା କରାଯାଉଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news