ଜୁନ ୧ରୁ ପଶ୍ଚିମବଙ୍ଗରେ ଖୋଲିବ ଧର୍ମାନୁଷ୍ଠାନ…

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଯାହାକି ଜୁନ ୧ ତାରିଖରୁ ଖୋଲାଯିବ। ରାଜ୍ୟର ସମସ୍ତ ମନ୍ଦିର ,ମସଜିଦ,ଗୀର୍ଜା ଓ ଚର୍ଚ୍ଚସହ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ।
ଧର୍ମାନୁଷ୍ଠାନ ଭିତରକୁ ସର୍ବାଧିକ ୧୦ ଜଣ ପ୍ରବେଶ କରିପାରିବେ। ଏବଂ ସେ ସବୁକୁ ଖୋଲିବା ପୂର୍ବରୁ ଭଲ ଭାବରେ ସାନିଟାଇଜେସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏ ସବୁ ଭିତରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ କରାଯାଇଛି। ପଶ୍ଚିମ ବଙ୍ଗରେ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି।ଏ ପର୍ଯ୍ୟନ୍ତ ୨୫୦ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି।ଏପଟେ ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ ଲାଗୁହେବ ନା ନାଇ ସେ ନେଇ କେନ୍ଦ୍ର ସରକାର କୌଣସି ସୂଚନା ଦେଇନାହାନ୍ତି। ପୂର୍ବରୁ ମଧ୍ୟ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଚିଠି ଲେଖିଥିଲେ।

ଦେଶରେ ୨୪ ଘଣ୍ଟାରେ ୭୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ମଟ…

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ ।
ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ଗତ ୨୪ ଘଣ୍ଟାରେ ୭୪୬୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୭୫ ଜଣ ପ୍ରାଣ ହରାଇଛନ୍ତି ଓ ୩୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏ ଯାଏ ଭାରତରେ ୧,୬୫,୭୯୯କୁ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୪୭୦୬ ଜଣଙ୍କର ମୃତ୍ୟୁ ହୋଇଛି ଓ ୭୧,୧୦୫ ଲୋକ ସୁସ୍ଥ ହେଲେଣି। ଏହାସହ ସକ୍ରିୟ ସଂକ୍ରମିତ ୮୯,୯୮୭ ଜଣ ଅଛନ୍ତି।ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବିଜେଡି ୩୦ ସାଙ୍ଗଠନିକ ଜିଲାରେ ଗାନ କରିବ ବନ୍ଦେ ଉତ୍କଳ ଜନନୀ…..

ଭୁବନେଶ୍ୱର : ରାଜ୍ୟ ବାସି କୋରନା କୁ ମୁକାବିଲା କରୁଥିବା ବେଳେ।କୋରୋନ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ରହୁଥିବା ଓଡ଼ିଆ ମାନେ କୋଭିଡ୍ ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇଁ ବନ୍ଦେଉତ୍କଳ ଜନନୀ କୁ ସାମୁହିକ ଗାନ କରାଯିବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ର ୩୦ ସାଙ୍ଗଠନିକ ଜିଲାରେ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କହିଛନ୍ତି ।ଏହି ଅବକାଶ ରେ ନବୀନ ସରକାରଙ୍କ ୧ ବର୍ଷ ପୁର୍ତି ,୫ଥର ପାଇଁ ବିପୁଳ ଭୋଟରେ ନବୀନ ବାବୁଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି ।୪ଟି ବିପର୍ଯ୍ୟୟ କୁ ମୁକାବିଲା କରିଛୁ ।ଫୋନି ବୁଲୁବୁଲୁ ଅମ୍ପାନ ଓ କୋରନା କୁ ଅତ୍ୟନ୍ତ ସଫଳତା ର ସହ ନବୀନ ମୁକାବିଲା କରିଛନ୍ତି ।ସ୍ଵାଧୀନତା ର ଅନେକ ବର୍ଷ ପରେ ଏମିତି ଏକ ଲୋକାଭିମୁଖୀ ସରକାର ରହିଛି ମୋର ସରକାର ଓ ୫ଟି,ଜଗନ୍ନାଥ ,ଲିଙ୍ଗରାଜ ବଳଦେବ ଜିଉ,ସମ୍ବଲପୁର ମାଣିକେଶ୍ଵରୀ , ଗଞ୍ଜାମ ର ତାରାତାରିଣୀ ,ଉପରେ ଫୋକସ କରିଛନ୍ତି ।ସ୍ଵସ୍ୟ ସେବାରେ ଉଛତର ନେବା ପାଇଁ କଟକ ହସପିଟାଲ କୁ ନବିକରଣ ସହ ୩୦ ଜିଲ୍ଲାରେ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।୩୦ ଜିଲ୍ଲା ସହ ୨ ସାଙ୍ଗଠନିକ ଜିଲ୍ଲା ସହ ସମସ୍ତ ଆଇକନିକ ସ୍ତାନରେ ବନ୍ଦେଉତ୍କଳ ଜନନୀ ଗାନ କରାଯିବ ।ଆହ୍ଵାନ ଯଥେଷ୍ଟ ଅଧିକ ,ଦାଇତ୍ଵ ନେବା ପରେ ୭ଦିନ ପରେ ଫନି ,୧ବର୍ଷ ମଧ୍ୟରେ ୪ ଟି ବିପତ୍ତି କୁ ମୁକାବିଲା କରିଛନ୍ତି ।ଏସମୟରେ କୋରୋନା କୁ ମୁକାବିଲା କରୁଛେ ,ବର୍ତ୍ତମାନ ରାଜନୈତିକ ବୟାନବାଜି ଗ୍ରହଣୀୟ ନୁହେଁ ।ସବୁ ରାଜନୈତିକ ଦଳ ସମସ୍ତେ ଏକଜୁଟ ହେବା ଉଚିତ ବୋଲି ସେ କହିଛନ୍ତି ।

ନବୀନଙ୍କ ୫ମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି : କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ନେବ ବଡ ନିଷ୍ପତି…

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଦିନ 11:45ମିନିଟରେ କ୍ୟାବିନେଟ ଓ 12:15 ମନ୍ତ୍ରୀ ପରିଷଦ ବୈଠକ ବସିବ l ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଦିନ ରାଜ୍ୟ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କ୍ୟାବିନେଟରେ ୨୪ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯିବ । କରୋନା ଯୋଗୁଁ ଏବେ ବିଭିନ୍ନ ବିଭାଗରେ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦ ରାଜ୍ୟ ଅଂଶ ଓଡ଼ିଶାକୁ ମିଳୁନାହିଁ । ଏହାର ଭରଣା ପାଇଁ ଅଧିକ ଟିକସ ସଂଗ୍ରହ ନେଇ କ୍ୟାବିନେଟରେ ଅର୍ଥ ବିଭାଗର କିଛି ପ୍ରସ୍ତାବକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି । ରାଜ୍ୟ ସରକାର ୨୦୨୦-୨୧ ବଜେଟ ବ୍ୟବସ୍ଥାର ପୁନଃ ସମୀକ୍ଷା କରିବା ସହ ନୂଆ ଟିକସ କିମ୍ବା କର ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି । ସେହିପରି ଓଡ଼ିଶାରେ ଏନ୍‌ଡିଆରଏଫ୍‌ର ଷ୍ଟେସନ ପ୍ରତିଷ୍ଠା ପାଇଁ ବାଲେଶ୍ୱରରରେ ସାଢେ ୩ ଏକର ଜମି ଯୋଗାଇ ଦିଆଯିବ । ଏ ସଂପର୍କିତ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବାର ସମ୍ଭାବନା ରହିଛି । ଜିଏସ୍‌ଟି ୨୦୨୦ ଅର୍ଡିନାନ୍ସ ଜାରି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିବ । ଏଥିସହିତ ରାଜସ୍ୱ ବିଭାଗର ୫ଟି, ଅର୍ଥ ବିଭାଗର ୪ଟି, ପର୍ଯ୍ୟଟନ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ଅର୍ଥ ବିଭାଗର ୪ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର 2ଟି ଏବଂ ସମବାୟ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

ମେ ୨୯ ତାରିଖ ଓ ଓଡ଼ିଶା ରାଜନୀତି….

ଭୁବନେଶ୍ୱର : ମେ .୨୯ ଓଡିଶା ରାଜନୀତିର ଏକ ଅଭୁଲା ଦିନ। ମୂଖ୍ୟତଃ ନବୀନ ପଟ୍ଟନାୟକଙ୍କ ପାଇଁ ।କାରଣ
୨୦୧୨ରେ ସେହି ଦିନ କ୍ଷମତା ଯିବାର ଆଶଙ୍କା ଥିଲା।ଆଉ ଅନ୍ୟ ପଟେ ୨୦୧୯ ମେ ୨୯। ପଞ୍ଚମ ଥର ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସିଂହାସନରେ ବସିଥିଲେ।
ମେ ,୨୯,୨୦୧୨। ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ଦିନ। ସେଦିନ ଓଡ଼ିଶା ରାଜନୀତି କଡ଼ ଲେଉଟାଇବାକୁ ଯାଉଥିଲା। ଚାଲିଥିଲା ଯୋଜନା ପରେ ଯୋଜନା। ରଚା ଚାଲିଥିଲା ଚକ୍ରବିହୁ। ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଦିରୁ ହଟେଇବା ପାଇଁ ଚାଲିଥାଏ ଷଡ଼ଯନ୍ତ୍ର।ଆଉ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ସେ ସମୟରେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ଆଚାର୍ଯ୍ୟ।ହେଲେ ଓଡ଼ିଆଙ୍କ ଭଲ ପାଇବା ଓ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ବିଦେଶ ଗସ୍ତର ଅଧା ରାସ୍ତାରୁ ଲେଉଟି ଆସିଥିଲେ।ଆଉ ଫସର ଫଟାଇ ଦେଇଥିଲେ ସବୁ ଷଡ଼ଯନ୍ତ୍ରର। ଶେଷରେ ବିଜେଡିରେ ଅଙ୍କଲ ଯୁଗର ଶେଷ ହୋଇଥିଲା। ତା ପର ଦିନ ହିଁ ନବୀନ ବିଜେଡିରୁ ପ୍ୟାରୀଙ୍କୁ ବହିଷ୍କାର କରିଥିଲେ।ଓଡ଼ିଶା ରାଜନୀତି ପାଇଁ ଏହି ଦିନ ଏକ କଳଙ୍କିତ ଦିନ ଥିଲା।ଯାହାକି ଓଡ଼ିଶା ରାଜନୀତିର ଏକ କଳଙ୍କିତ ଦିନ। ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ଅଧିକାଂଶ ନେତା ଏବେ ବିଜେଡିରେ ଆଉ ନାହାନ୍ତି।ଯେଉଁମାନେ ବି ଅଛନ୍ତି ସେମାନେ ନ ଥିଲା ପରି।ସେଥିରେ ସାମିଲ ଥିବା ପ୍ରଶାସନିକ ଅଧିକାରୀଙ୍କ ଅବସ୍ଥା ମଧ୍ୟ ସମାନ।୨୦୧୯ରେ ସେହି କଳା ଦିବସର ରଙ୍ଗକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଅବସର ପାଇଲେ।ମେ ୨୯ ତାରିଖ ୨୦୧୯ ତାରିଖ ଦିନ ନବୀନ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ।ଏହାସହ ସେ ଦୁଃ ସ୍ୱପ୍ନର ଦିନକୁ ସୁନେଲି ଦିନରେ ପରିଣତ କଲେ।

ବାହା ବାହିଠାରୁ ଦୂରରେ ବବି

ଭୁବନେଶ୍ୱର : 2019 ନିର୍ବାଚନ ସରିଥାଏ। ସମସ୍ତଙ୍କ ନଜର ମନ୍ତ୍ରୀ ପଦ ଉପରେ ଥାଏ। କିଏ ନୂଆ ଆସିବ, କେଉଁ ପୁରୁଣା ରହିବେନି, ସେ ନେଇ ହିସାବ ଚାଲିଥାଏ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବିଶ୍ୱସ୍ତ କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ @ ବବି ମନ୍ତ୍ରୀ ପଦ ପାଇବେ ବୋଲି ସବୁ ନିଶ୍ଚିତ ଥିଲେ। ବବିଙ୍କ ଘରେ ବି ବିଧାୟକମାନଙ୍କ ଲବି କିଛି କମ ନଥିଲା। ସବୁ ବିଧାୟକ କହୁଥାନ୍ତି, “ଭାଇ ତମେ ତ ଯେମିତି ହେଲେ ହେବ, ଆମ କଥା ଟିକେ ଭାବିବେ।”
ହେଲେ ବବି ମନ୍ତ୍ରୀ ପଦ ନେଲେ ନାହିଁ। ବରଂ ମନ୍ତ୍ରୀ ଗଢ଼ିବାରେ ବିଶେଷ ଭୂମିକା ନେଲେ। ମନ୍ତ୍ରୀ ପଦ ବାଣ୍ଟିବାରେ ବି ବବିଙ୍କ ଥିଲା ପ୍ରମୁଖ ଭୂମିକା। ମନ୍ତ୍ରୀ ପଦ ନ ନେଇ ଦଳକୁ ସମ୍ଭାଳିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ ବବି। କାରଣ ଦଳୀୟ ନେତା ନବୀନଙ୍କ ପରେ ବବିଙ୍କୁ ମାନୁଥିଲେ। ଯଦି ମନ୍ତ୍ରୀ ପଦ ନେଇ ସଚିବାଳୟରେ ବସି ପଡ଼ିଥାନ୍ତେ ବବି, ଦଳ ପାଇଁ ସକ୍ରିୟ ସମୟ ଦେଇ ପାରି ନଥାନ୍ତେ। ଆଉ ପ୍ୟାରୀ ବାବୁଙ୍କ ପରି କ୍ଷମତା ଆଶା ନ ରଖି ଦଳକୁ ଆଗେଇବା ଦାୟିତ୍ୱ ନେଇଥିଲେ ବବି।
ଏହାର ଫଳ ବି ଆସିଲା। ନବୀନ ବିଜେପୁର ଆସନ ଛାଡ଼ିବା ପରେ ଉପନିର୍ବାଚନ ହେଲା। ବବି ବିଜେପୁର ଯାଇ ଗୋଟି ଚାଲଣ କଲେ। ବିଜେଡିର ରିତା ସାହୁ ଯେଉଁ 1,35,957 ଭୋଟରେ ଜିତିଲେ, ତାହା ଓଡ଼ିଶା ଇତିହାସରେ ସର୍ବାଧିକ ମାର୍ଜିନରେ ବିଜୟ।
ସେହିପରି ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗୁ ମଠ ବିବାଦ ହେଲା। ଶିଖ ଧର୍ମଗୁରୁ ବହୁ ବର୍ଷ ତଳେ ମଙ୍ଗୁ ମଠ ଆସିଥିବାରୁ, ପଞ୍ଜାବ ଲୋକ ଏହାକୁ ନ ଭାଙ୍ଗିବା ଜିଦରେ ଓଡ଼ିଶା ଆସିଲେ। ଏ ନେଇ ଲୋକସେବା ଭବନରେ ଗୃହ ମନ୍ତ୍ରୀ ସ୍ତରୀୟ ବୈଠକ ବି ବସିଲେ। ଏଥିରେ ବବି ବି ଅଂଶଗ୍ରହଣ କରିଥିଲେ। ବୈଠକ ସଫଳ ହେଲା। ପଞ୍ଜାବର ବିଧାୟକମାନେ ବବିଙ୍କୁ ସାନ ଭାଇର ଆଖ୍ୟା ଦେଲେ। ବବିଙ୍କ ଏତେ କାମର ପ୍ରଶଂସା ଖୁବ କମ କଥା କହୁଥିବା ନବୀନ ବାବୁ ବି କରିବାକୁ ପଛାଇ ନାହାନ୍ତି। ବବିଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକ କଲେ ଯାହା ବିଜୁ ଜନତା ଦଳରେ ନବୀନଙ୍କ ପର ତଥା ଗୁରୁତ୍ୱପୂର୍ଣ୍ଣ ପଦ।
ଏବେ ତ ମହାମାରୀ ସମୟ। ବବିଙ୍କ କାମ ବଢ଼ିଲା। ଭୁବନେଶ୍ୱରର ଯେଉଁ ସୂର୍ଯ୍ୟନଗରରେ ରହିଲେ, ସେଠାରେ ସିରିଜ କରନା ରୋଗୀ ବାହାରିଲେ। ସେହିପରି ତାଙ୍କ ଯାଜପୁରରେ ବି ରୋଗୀ ସଂଖ୍ୟା ବଢ଼ିଲା। ହେଲେ ପ୍ରଶାସନ ସହ ମିଶି ଉଭୟ ସ୍ଥାନରେ ବବି ଏମିତି ପଦକ୍ଷେପ ନେଲେ ଯେ ଲୋକଙ୍କ ମନରୁ ଭୟ ଦୁରେଇ ଗଲା।
କଥାରେ ଅଛି, କ୍ଷମତା ପାଇଁ ପଦପଦବୀ ଦରକାର ପଡେନି। ଯୋଗ୍ୟ ବ୍ୟକ୍ତି ପାଖକୁ ଏହା ସ୍ୱୟଂ ଆସେ। ବବି ବି ତାହା ହିଁ ପ୍ରମାଣିତ କରିଛନ୍ତି। ମନ୍ତ୍ରୀ ପଦ ନେଲେନି ସିନା, ନବୀନଙ୍କ ସେନାର ବିଶ୍ୱସ୍ତ ସେନାପତି ଯେ ବବି, ଏଥିରେ ଦୁଇମତ ନାହିଁ।

ନବୀନଙ୍କ ଆହ୍ୱାନକୁ ସମର୍ଥନ କଲେ ଧର୍ମେନ୍ଦ୍ର….

0

ନବୀନଙ୍କ ଆହ୍ୱାନକୁ ସମର୍ଥନ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖ ତଥା ଶନିବାର ଦିନ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ବନ୍ଦେ ମାତାରାମ ଗାଇବା ପାଇଁ ଆହ୍ୱାନ କରିଛନ୍ତି। ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି ।ଏହାକୁ ଗାନ କରିବା ପାଇଁ ରାଜ୍ୟବାସୀ ଏବଂ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ସାରା ଦେଶରେ କରୋନା ମୁକାବିଲା କରିବାରେ ଓଡ଼ିଶା ଏକ ଉଦାହରଣ କରିଛି
।କାରଣ ବର୍ତ୍ତମାନ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ସଂଖ୍ୟା ରାଜ୍ୟରେ ଅଧିକା। ଏହାର ସମସ୍ତ ଶ୍ରେୟ କରୋନା ଯୋଦ୍ଧାମାନଙ୍କୁ ଯିବ। ଯେଉଁମାନେ କି ଦିନ ରାତି ପରିଶ୍ରମ କରୁଛନ୍ତି ।ସେହି ମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ଶନିବାର ଦିନ ସନ୍ଧ୍ୟା ୫.୩୦ ବନ୍ଦେ ମାତାରାମ ଗାନ କରିବାକୁ କହିଛନ୍ତି। ଯାହାକୁ ରାଜନୀତିରୁ ଉର୍ଦ୍ଧରେ ଉଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଛନ୍ତି। ଏବଂ ଓଡ଼ିଶାବାସୀଙ୍କୁ ମଧ୍ୟ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

ବିଜେପି ଯୁବ ମୋର୍ଚ୍ଚାର କରୋନା ଯୋଦ୍ଧାଙ୍କୁ ସମାନ…

ବିଜେପି ଯୁବ ମୋର୍ଚ୍ଚାର କରୋନା ଯୋଦ୍ଧାଙ୍କୁ ସମାନ
ଭୁବନେଶ୍ୱର: କରୋନା ମହାମାରୀ ଏବେ ପ୍ରତ୍ୟେକ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ହେଲେ ଓଡ଼ିଶାରେ କରୋନା ସେତେ ବେଶି ପ୍ରଭାବ ପକାଇ ପାରିନାହିଁ। ଏହାର ସମସ୍ତ ଶ୍ରେୟ କରୋନା ଯୋଦ୍ଧାଙ୍କ ପାଖକୁ ଯିବ। ଯାହାକୁ ବୁଝିପାରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ।ସେଥିପାଇଁ କରୋନା ଯୋଦ୍ଧାମାନଙ୍କୁ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧିନା କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ମନବଳକୁ ବୃଦ୍ଧି କରିବା। ଏହି ମର୍ମରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଗଣ ମାଧ୍ୟମ ପ୍ରତିନିଧି ,ହସ୍ପିଟାଲର କର୍ମଚାରୀ ,ଥାନା କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। ସମସ୍ତ ଯୋଦ୍ଧାଙ୍କୁ ଉତ୍ତରୀୟ ସହ ମାନପତ୍ର ଦିଆଯାଇଛି। ଯାହାକି ସମାଜକୁ ଏକ ଭଲ ବାର୍ତ୍ତା ଯାଉଛି। ଯୁବ ମୋର୍ଚ୍ଚାର ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନରେ ଯୁବ ମୋର୍ଚ୍ଚା ଏପରି କାର୍ଯ୍ୟକ୍ରମ କରୁଥିବା କହିଛନ୍ତି। ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ,ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ରଞ୍ଜନ କୁମାର ମୁଦୁଲି ଯୁବ ମୋର୍ଚ୍ଚା ଉପ ସଭାପତି ତାଙ୍କ ସହ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ପ୍ରିୟବ୍ରତ ମହାପାତ୍ର, ବାପୁନି ପରିଡା ପ୍ରମୁଖ ଯୋଗ ଦେଇ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସୁପରମ୍ୟାନ ଶାସନର ପଂଚମ ପାଳିର ପ୍ରଥମ ବର୍ଷ…

ଭୁବନେଶ୍ୱର : ସ୍ଥିର ଓ ଲମ୍ବା ସରକାର । ପ୍ରତି ନିବାର୍ଚନରେ ଲୋକଙ୍କ ବିଶ୍ୱାସ ଜିଣି ନବୀନ ସାଜିଛନ୍ତି ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦୀ ରାଜନେତା ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ହାତ ଗଣତି ଦୁଇ ୩ଟି ମୁଖ୍ୟମନ୍ତ୍ରୀଙ୍କ ଛାଡ଼ିଦେଲେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବାରେ ନବୀନ ଇତିହାସ ପୃଷ୍ଠାରେ ରଚିଛନ୍ତି ନାଁ। ସରଳ ଜୀବନ ବିତାଉଥିବା ନବୀନ ନିଜର ସ୍ୱଚ୍ଛଶାସନ ଓ ସୁପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଲୋକଙ୍କ ଅାସ୍ଥା ଭାଜନ ହୋଇଛନ୍ତି । ୨୦୦୦ ମସିହାରୁ ୨୦୨୦ ଯାଏ ନବୀନ ଶାସନର ମୂଳମନ୍ତ୍ର ହେଉଛି ଜନସେବା ଓ ବିକାଶ । ନାରୀ ସଶକ୍ତି କରଣ , ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା, ଗରିବଙ୍କୁ ଟଙ୍କିକିଅା ଚାଉଳ, ସବୁ ବର୍ଗର ଲୋକଙ୍କୁ ଭତ୍ତା ରାସ୍ତାଘାଟର ଉନ୍ନତିକରଣ ସହ ଧର୍ମ ନିରପକ୍ଷ ଶାସନର ମାଇଲଖୁଣ୍ଟ ଭାବେ ନବୀନ ଅାଜକୁ ୨୦ବର୍ଷ ଧରି ଓଡ଼ିଶାବାସୀଙ୍କ ଶାସନ ଡ଼ୋରୀରେ ବାନ୍ଧି ରଖିପାରିଛନ୍ତି । ୧୧୯୯ ମହାବାତ୍ୟା ଠାରୁ ଅାରମ୍ଭ କରି ହୁଡ଼ହୁଡ଼,ଫାଇଲିନ,ଫନି,ବୁଲବୁଲ,ଅମ୍ପାନ, ବତ୍ୟା ସହ କରୋନା ମହାମାରୀ ପରି ବଡ଼ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ୨୦ବର୍ଷ ଶାସନ ଭିତରେ ନବୀନ ଯେପରି ଭାବେ ସୁପରିଚାଳନା କରିଛନ୍ତି। ଏହାସହ ସବୁ ଅଗ୍ନପରୀକ୍ଷାରେ ପାସ ହୋଇଛନ୍ତି । ତାହା କେବଳ ଜାତୀୟ ସ୍ତରରେ ନୁହେଁ, ବଂର ଅନ୍ତଜାତୀୟ ସ୍ତରରେ ବି ନବୀନଙ୍କ ଶାସନ ପ୍ରଶାଂସର ଲମ୍ବା ସାଟିଫିକେଟ ପାଇଛି । କେନ୍ଦ୍ରରେ ଯିଏ ବି ସରକାର ଥାଅାନ୍ତୁ ନବୀନ ସଭିଁଙ୍କ ସହ ତାଳଦେଇ ରାଜ୍ୟର ସ୍ୱାର୍ଥ ହାସଲ କରିବାରେ ବେଶ ସକ୍ଷମ ହୋଇଛନ୍ତି । ପ୍ରତିଥର ନିବାର୍ଚନରେ ନବୀନ ସାଢେ ଚାରିକୋଟି ଓଡ଼ିୖଅାକୁ ଯେଉଁ ପ୍ରତିଶ୍ରୃତି ଦିଅନ୍ତି ତାହାକୁ ସରକାର ଗଠନ କରିବାର ପ୍ରଥମ ଦିନରୁ ହିଁ କିପରି ପାଳନ କରାଯିବ ତାହା ଉପରେ ଗୁରୁତ୍ୱ ଦେଇ କାମ ଅାରମ୍ଭ କରିଦିଅନ୍ତି । ଏହି ୨୦ବର୍ଷ ଶାସନରେ ଯେତେବେଳେ ଯେଉଁ ଚ୍ୟାଲେଂଜ ଅାସିଛି ତାହାକୁ ନବୀନ ଗ୍ରହଣ କରନ୍ତି ଓ ସଫଳତା ମଧ୍ୟ ପାଅାନ୍ତି । ସେଥିପାଇଁ ତ ନବୀନ ଶାସନ ସବୁବେଳେ ଚଚ୍ଚାର୍ର ବିଷୟ ।
ସବୁଠାରୁ ବଡ଼ ଅଗ୍ନପରୀକ୍ଷାର ସମ୍ମୁଖୀନ ନବୀନ ହୋଇଥିଲେ ପଂଚମ ପାଳିର ପ୍ରଥମ ବର୍ଷରେ । ମେ ୨୯, ୨୦୧୯ । ପଂଚମ ଥର ଲାଗି ରାଜ୍ୟର ଶାସନ ଭାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଶାସନ ଅାରମ୍ଭରୁ ବିପର୍ଯ୍ୟୟର ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଛିଡ଼ା ହୋଇଥିଲା ନବୀନଙ୍କ ଅାଗରେ। ଫନି ଠାରୁ ବୁଲବୁଲା ପୁଣି ମହାମାରୀ କରୋନା ସୁବକିଛି ଏହି ବର୍ଷ ସାମ୍ନା କରିଥିଲେ ନବୀନ । ରାଜ୍ୟ ସରକାର ଓ ପୁରା ପ୍ରଶାସନିକ କଳକୁ ନେଇ ନବୀନ ପ୍ରସ୍ତୁତ କଲେ ରଣନୀତି । ଅଢେଇ ମାସର ଲମ୍ବା ଲଢେଇରେ କରୋନାକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଜୀବନ ବଂଚାଇପାରିଥିଲେ ସେ । କେବଳ ସେତିନି ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ସହ କିପରି ଲୋକଙ୍କୁ ସୁଶାସନ ଦେଇହେବ ତାହାର ବଡ଼ ଉଦାହରଣ ଏବେ ସାଜିଛନ୍ତି ନବୀନ । ପ୍ରଥମେ ଜୀବନ ରକ୍ଷା, ପରେ ଅାର୍ଥକ ସୁଧାର ଓ ପରେ ବିକାଶକୁ କିପରି ପ୍ରଧାନ୍ୟ ଦେଇହୁଏ ତାହା ନବୀନ ତାଙ୍କ ଲମ୍ବା ଶାସନ ସମୟରେ କାର୍ଯ୍ୟକାରୀ କରି ସାରା ଦେଶର ସୁପରମ୍ୟାନ ସାଜିଛନ୍ତି ।

ଖେଳ ପ୍ରେମୀଙ୍କ ପାଇଁ ଖୁସି ଖବର: ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍ ଇଣ୍ଡିଆ..

ନୂଆଦିଲ୍ଲୀ : ପୁଣି ପଡିଆରେ ହେବ ଛକା ଚୌକାର ବର୍ଷା।ଖେଳାଳି ନାଁରେ ଗୁଞ୍ଜରିତ ହେବ ପାବଲିଆନ୍। ଦୁଇ ମାସର ଲକ୍ ଡାଉନ ପରେ ଖେଳ ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର।ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତରଫରୁ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ମ୍ୟାଚର ଖେଳ ସୂଚୀ ଜାରିକରିଛି।
ଏହି ଅକ୍ଟୋବର ମାସରେ ଭାରତ ଅଷ୍ଟ୍ରେଲିଆ ଗ୍ରସ୍ତ କରିବ। ସେଠାରେ ଦଳ ତିନୋଟି ଟି -୨୦, ୪ ଟି ଟେଷ୍ଟ ଏବଂ ୩ଟି ଦିନିକିଆ ଦିନିକିଆ ସିରିଜ୍ ଖେଳିବ। ଏବେ ବିଶ୍ୱ କରୋନା କବଳରେ ଅଛି । ତେଣୁ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି।ତେବେ ଆସନ୍ତୁ ଖେଳ ତାଲିକା ଉପରେ ନଜର ଦେବା।ଯାହାକି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଅଫିସିଆଲ ସାଇଡ଼ରେ ପ୍ରଦତ୍ତ ସୂଚୀ
୧୧ ଅକ୍ଟୋବର, ବ୍ରିସବେନ୍, ପ୍ରଥମ ଟ୍ବେଣ୍ଟି-୨୦
୧୪ ଅକ୍ଟୋବର, କାନବେରା, ଦ୍ୱିତୀୟ ଟ୍ବେଣ୍ଟି-୨୦
୧୭ ଅକ୍ଟୋବର, ଆଡିଲେଡ୍, ତୃତୀୟ ଟ୍ବେଣ୍ଟି-୨୦
ଟେଷ୍ଟ ସିରିଜ୍
୩-୭ ଡିସେମ୍ବର, ବ୍ରିସବେନ୍, ପ୍ରଥମ ଟେଷ୍ଟ
୧୧-୧୫ ଡିସେମ୍ବର, ଆଡିଲେଡ୍, ଦ୍ୱିତୀୟ ଟେଷ୍ଟ (ଦିନ-ରାତି)
୨୬-୩୦ ଡିସେମ୍ବର, ମେଲବୋର୍ଣ୍ଣ, ତୃତୀୟ ଟେଷ୍ଟ
୩-୭ ଜାନୁଆରୀ, ସିଡନୀ, ଚତୁର୍ଥ ଟେଷ୍ଟ
ଦିନିକିଆ ସିରିଜ୍
୧୨ ଜାନୁଆରୀ ୨୦୨୧, ପର୍ଥ, ପ୍ରଥମ ଦିନିକିଆ
୧୫ ଜାନୁଆରୀ ୨୦୨୧, ମେଲବୋର୍ଣ୍ଣ, ଦ୍ୱିତୀୟ ଦିନିକିଆ
୧୭ ଜାନୁଆରୀ ୨୦୨୧, ସିଡନୀ, ତୃତୀୟ ଦିନିକିଆ

Follow us

20,832FansLike
0FollowersFollow
14,700SubscribersSubscribe

Latest news