ଫୋକକ୍ସରେ ଗ୍ରାମୀଣ ଅର୍ଥନୀତି :୧୭ହଜାର କୋଟି ଟଙ୍କାର ମେଗା ପ୍ୟାକେଜ

- Advertisement -

ଭୁବନେଶ୍ୱର : କରୋନାରେ ଉଜୁଡି ପଡିଥିବା ଅର୍ଥନୀତିର ହେବ ପୁର୍ନରୁଦ୍ଧାର । ଜୀବନଜୀବିକା ସହ ସୃଷ୍ଟି ହେବ ରୋଜଗାର ସୁଯୋଗ । ରାଜ୍ୟ ସରକାର ଘୋଷଣା କଲେ ୧୭ହଜାର କୋଟି ଟଙ୍କାର ମେଗା ପ୍ୟାକେଜ । ଫୋକକ୍ସରେ ରହିବ ଗ୍ରାମୀଣ ଅର୍ଥନୀତି । କରୋନା ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ହୋଇପଡିଛି ରାଜ୍ୟ ଅର୍ଥନୀତି । କେମିତି ହେବ ଏହାର ପୁନରୁଦ୍ଧାର । କେମିତି ଲୋକଙ୍କୁ ମିଳିବ ରୋଜଗାର ସୁବିଧା ଏବଂ କର୍ମସଂସ୍ଥାନ । ଏନେଇ ରାଜ୍ୟ ସରକାର ପ୍ରସ୍ତତ କରିଛନ୍ତି ମେଗା ଯୋଜନା । ୧୭ ହଜାର କୋଟି ଟଙ୍କାର ଏହି ପ୍ୟାକେଜରେ ଗ୍ରାମୀଣ ଅର୍ଥନୀତି ଓ ଜୀବନଜୀବିକାକୁ ସର୍ବାଧିକ ଗୁରୁତ୍ୱ ଦିଅାଯାଇଛି । ଜୁନରୁ ମାଚ୍ର୍ଚ ୨୦୨୧ ମଧ୍ୟରେ ଏହି ଅର୍ଥ ଖଚ୍ର୍ଚ କରାଯିବ ।

କୃଷିକୁ ପ୍ରାଧାନ୍ୟ ଦେଇ ବିନିଯୋଗ ହେବ ୨୦୦ କୋଟି ୨୫ ଲକ୍ଷ ଟଙ୍କା । ଉପକୃତ ହେବେ ୨୫ ଲକ୍ଷ ୫୫ ହଜାର ଚାଷୀ । ରିହାତି ଦରରେ ୧୦ ଲକ୍ଷ ଚାଷୀଙ୍କୁ ମିଳିବ ୫.୫ ଲକ୍ଷ କ୍ୱିଣ୍ଟାନ ଉନ୍ନତମାନର ବିହନ । ୫ଲକ୍ଷ ଚାଷୀଙ୍କୁ ମିଳବ ହାଇବ୍ରିଡ଼ ପରିବା ବିହନ । ୧ ଲକ୍ଷ ଚାଷୀଙ୍କୁ ମିଳିବ ଫଳ ଚାରା । ୬୦ ହଜାର ଚାଷୀଙ୍କୁ ଛତୁ ଚାଷ ପାଇଁ ମିଳିବ ସହାୟତା । ସେହିପରି ସମବାୟ ବିଭାଗ ଜରିଅାରେ ୨୦ ଲକ୍ଷ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଖରିପ ଋଣ ଦିଅାଯିବ । ୧୮ ଲକ୍ଷ ଚାଷୀଙ୍କୁ ସୁଧ ରିହାତି ବାବଦରେ ପ୍ରଦାନ କରାଯିବ ୭୦୦ କୋଟି ଟଙ୍କା ।

ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ୨୦ କୋଟି ମାନବ ଦିବସ ସୃଷ୍ଟି ହେବ । ଏଥିପାଇଁ ଖଚ୍ର୍ଚ ହେବ ୫ହଜାର କୋଟି ଟଙ୍କା। ୪୦ ହଜାର ହିତାଧିକାରୀଙ୍କ ଦକ୍ଷତା ବିକାଶ ବାବଦରେ ଖଚ୍ର୍ଚ ହେବ ୧୪୦ କୋଟି ଟଙ୍କା ଏବଂ ମୋ ପୋଖରୀ ଯୋଜନାରେ ୧ଲକ୍ଷ ୫ହଜାର ପୋଖରୀ ଖନନ ପାଇଁ ଖଚ୍ର୍ଚ ହେବ ହଜାରେ କୋଟି ଟଙ୍କା । ମତ୍ସ ଓ ପ୍ରଶୁ ସମ୍ପଦ ବିଭାଗ ଜରୀଅାରେ ସେହିଭଳି ମତ୍ସ୍ୟ ଚାଷୀଙ୍କ ଜୀବନଜୀବିକା ପାଇଁ ଖଚ୍ର୍ଚ ହେବ ୧୭୩ କୋଟି ଟଙ୍କା । ଏଥିରେ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିକୁ ସହୟତା ସାଙ୍ଗକୁ ସାମୁଦ୍ରିକ ମତ୍ସ୍ୟଜୀବିକୁଙ୍କୁ ମିଳିବ ପେ୍ରାତ୍ସାହନ । ନୂଅା ବ୍ରଏଲର ଫାର୍ମ ସୃଷ୍ଟି ପାଇଁ ମଧ୍ୟ ଦିଅାଯିବ ସହାୟତା ।

ଏମଏସଏମଇ କେ୍ଷତ୍ରରେ ନିଯୁକ୍ତି ଓ ପୁଂଜିନିବେଶ ସୃଷ୍ଟି ଲକ୍ଷ୍ୟରେ ଧାମରା ଓ ଢେଙ୍କାନାଳରେ ପ୍ରତିଷ୍ଠା ହେବ ଶିଳ୍ପ ପାର୍କ । ଏକ ହଜାର ଏକର ଜମିରେ ପ୍ରତିଷ୍ଠା ହେବ ଏହି ପାର୍କ । ପ୍ରତିଟି ପ୍ରାର୍କରେ ୬ରୁ ୭ହଜାର କୋଟି ଟଙ୍କା ପୁଂଜିନିବେଶ ହେବାର ସମ୍ଭାବନା ରହିଛି । ଧାମରାରେ ୨୦ ହଜାର ଏବଂ ଢେଙ୍କାନାଳରେ ୧୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟ କେନ୍ଦୁପତ୍ର ତୋଳାଳୀ ଏବଂ ଅନ୍ୟାନ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ୫୦୫ କୋଟି ଟଙ୍କା ଖଚ୍ର୍ଚ କରିବ । ବୟନ ଓ ହସ୍ତତନ୍ତ ଶିଳ୍ପ ମଧ୍ୟ ବୁଣାକାରଙ୍କ ପାଇଁ ୩୦ କୋଟି ଟଙ୍କା ଖଚ୍ର୍ଚ କରିବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles