ପ୍ରଥମ ବର୍ଷରେ ମୋଦି ସରକାର ପାଇଁ କଣ ଥିଲା ବଡ଼ ଚ୍ୟାଲେଞ୍ଜ.

- Advertisement -

ନୂଆଦିଲ୍ଲୀ : ଆଜି ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରିଛି। ଏହି ବର୍ଷଟି ମୋଦି ସରକାରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା। ଏବେ ଦେଶ କରୋନା ମହାମାରୀ ସହ ଲଢ଼ୁଛି। ଯାହାକି ବର୍ତ୍ତମାନ ସମୟର ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାନେଲ। ଯଦି ସରକାର ଏହାକୁ ମୁକାବିଲା କରିବାରେ ସଫଳତା ପାଆନ୍ତି ତାହାଲେ ଦେଶ ପାଇଁ ଏହା ସ୍ବର୍ଣ୍ଣିମ ଇତିହାସ ଭାବେ ଲେଖାଯିବ। ଏହାସହ ସରକାର ତାଙ୍କ ପାଳିର ପ୍ରଥମ ଦିନରୁ କାମରେ ଲାଗିଯାଇଥିଲେ। ତାଙ୍କ ସାମ୍ନାରେ ଥିଲା ଅନେକ ଚ୍ୟାଲେଞ୍ଜ।କାରଣ ଅନେକ ବିବାଦୀୟ ତଥା ମହତ୍ତ୍ୱପୂର୍ଣ୍ଣ ବିଲ ପାରିତ କରିଥିଲେ ସରକାର।ପାଳିର ପ୍ରଥମରୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ସେଥିପାଇଁ ଗୋଟି ଚାଳନା କରିଥିଲେ ।ଆଉ ସଫଳ ମଧ୍ୟ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏନ୍ଆଏ ବିଲ୍। ପରେ ଧାରା୩୭୦ ଓ ୩୫ କ ହଟାଇବା, ଏସପିଜି ସୁରକ୍ଷା ଆଇନରେ ପରିବର୍ତ୍ତନ ଏବଂ ନାଗରିକ ସଂଶୋଧନ ବିଲ୍। ସବୁ ବିଲକୁ ପାସ୍ କରାଇଥିଲେ ସରକାର।

ଏବେ କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷାର ବେଳ ଆସିଛି।କାରଣ ସାରା ପୃଥିବୀ ଏବେ କରୋନା ମାହାମାରୀରୁ ବଂଚିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟ କରୋନାକୁ ଆୟତ୍ତ କରିବାରେ ବିଫଳ ହେଲେଣି। ହେଲେ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଏହି ମହାମାରୀକୁ ଆୟତ୍ତ କରିବାରେ କିଛି ମାତ୍ରାରେ ସଫଳ ହୋଇପାରିଛି। ଦେଶରେ ଲକ୍ ଡାଉନ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଲାଣି ।ସେମାନଙ୍କୁ କିପରି ପୁଣି ରୋଜଗାର କ୍ଷମ କରାଯିବ ତାହା ବର୍ତ୍ତମାନ ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ କହିଲେ ଭୁଲ ହେବ ନାହିଁ।ଏହାସହ ଦ୍ୱିତୀୟ ପାଳିର ବର୍ଷ ଆରମ୍ଭରୁ ସରକାର ବେଶ ତତ୍ପରତା ଦେଖାଇଥିଲେ। ଅନେକ ବିବାଦୀୟ ତଥା ବହୁ ପ୍ରତୀକ୍ଷିତ ବିଲକୁ ଉଭୟ ଗୃହରେ ପାରିତ କରିଥିଲେ। ବିରୋଧୀଙ୍କ ସବୁ ଯୋଜନାକୁ ପଣ୍ଡ କରିଥିଲେ ମୋଦି- ଶାହା ଯୋଡି।
ବର୍ଷ ଆରମ୍ଭରୁ ବିରୋଧୀଙ୍କ ସବୁ ରଣନୀତିକୁ ବିଫଳ କରି ଗୋଟେ ପରେ ଗୋଟେ ନୂଆ ଇତିହାସ ଲେଖିଥିଲା ମୋଦି ସରକାର। କାଶ୍ମୀରରୁ ୩୭୦ଧାରା ହଟାଇ ବିରୋଧୀଙ୍କ ନିଦ ହଯାଇ ଦେଇଥିଲେ । ଏତେ ଚତୁରତାର ସହ ବିଲକୁ ଆଣିଥିଲେ ଯେ ବିରୋଧୀ ତାର ସୁରାକ ବି ପାଇନଥିଲେ । ଏହା ପୂର୍ବରୁ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ସୁଚିନ୍ତିତ ରଣନୀତି କରାଯାଇଥିଲା। ଯାହା କି ବିରୋଧୀଙ୍କ ଚିନ୍ତାର ବାହାରେ ଥିଲା । ପରବର୍ତ୍ତୀ ସମୟରେ ଭାରତର ସର୍ବୋଚ୍ଚ ସୁରକ୍ଷା ଗାନ୍ଧୀ ପରିବାର ଠାରୁ ଉଠାଇଦେଇଥିଲେ। ଯାହାକୁ ନେଇ ସରକାରଙ୍କୁ ବିରୋଧୀ ଘେରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଶାହାଙ୍କ ଗୋଟି ଚାଳନା ସାମ୍ନାରେ ଫିକା ପଡ଼ି ଯାଇଥିଲେ ବିରୋଧୀ। ଆଉ ପରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍ କୁ ପୁଣି ଉଭୟ ଗୃହରେ ପାସ କାରାଗଲା। ଯାହାକୁ ନେଇ ବହୁତ ଦିନ ଯାଏଁ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥିଲେ ସରକାର। ଲୋକସଭାରେ ବିଜେପି ପାଖରେ ବହୁମତ ଥିବାରୁ ଏହା ସେଠି ସହଜରେ ପାସ୍ ହୋଇଗଲା। କିନ୍ତୁ ଏହା ଏକ ଏମିତିକା ବିବାଦୀୟ ବିଲ୍ ଥିଲା କି ରାଜ୍ୟସଭାରେ ପାସ୍ କରିବା କଷ୍ଟକର ପରି ଲାଗୁଥିଲା । କିନ୍ତୁ ସେଠି ମଧ୍ୟ ବିରୋଧୀଙ୍କୁ ଫେଲ୍ ହେବା ପାଇଁ ପଡିଥିଲା। ଏହି ବିଲ୍ ପାସ୍ କରିବା ଶାହାଙ୍କ ଏକ ଚ୍ୟାଲେଞ୍ଜ ଥିଲା କାରଣ ଏ ବିଲକୁ ନେଇ ନିଜ ଲୋକ ମଧ୍ୟ ଶତ୍ରୁ ହେବାର ସମ୍ଭାବନା ଥିଲା। ଏବଂ ବିରୋଧୀଙ୍କ ଆକ୍ରୋଶକୁ ମଧ୍ୟ ସମ୍ନା କରିବାର ଥିଲା।
ସରକାରଙ୍କ ଏହି ପ୍ରଥମ ବର୍ଷରେ ଦୀର୍ଘ ଦିନର ରାମ ଜନ୍ମ ଭୂମି ବିବାଦର ସମାଧାନ ହୋଇଥିଲା। ଏ ଉପରେ ରାୟ ତ ସୁପ୍ରିମକୋର୍ଟଙ୍କର ଦେବାର ଥିଲା। ଏହା ହେଉଛି ଧାର୍ମିକ ଆସ୍ଥାର ବିଷୟ। ଏହାର ରାୟ ଆସିବା ପରେ ଦଙ୍ଗା ହେବାର ଆଶଙ୍କା ମଧ୍ୟ ଥିଲା। କିନ୍ତୁ ସରକାରଙ୍କର ପାରଦର୍ଶିତା ମଧ୍ୟ ଏ ବିପଦରୁ ଦେଶକୁ ଦୂରରେ ରଖିଲା।
ମୋଟ ଉପରେ ଆଲୋଚନା କଲେ ପ୍ରଥମ ବର୍ଷଟି ସରକାରଙ୍କ ପାଇଁ ଏତେ ସହଜ ନଥିଲା।କାରଣ ବହୁତ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଆଉ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ହେଲେ ଏବେ ଦେଶ ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ଆଉ ଦେଖୁବା ବାକି ରହିଲା ଉଭୟ କରୋନା ଓ କରୋନା ପାଇଁ ବୃତ୍ତି ହରାଇ ଥିବା ଲୋକଙ୍କୁ କିପରି ଥଇଥାନ କରିପାରିବେ। ଆଉ ବିଶ୍ୱ ସହ ତାଳ ଦେଇ ଆର୍ଥନୀତିକୁ କିପରି ଆଗକୁ ନେଉଛନ୍ତି।

ନବ କିଶୋର ସାହୁ

ବିଶେଷ ଦ୍ରଷ୍ଟବ୍ୟ: ଏହି ଲେଖାରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି big newsର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles