ବନ୍ଦେ ଉତ୍କଳ ଜନନୀ, ମୁଁ ଗାଇବି ,ଆପଣମାନେ ବି ଗାଆନ୍ତୁ :ପ୍ରଣବ

- Advertisement -

ଭୁବନେଶ୍ୱର : ଆଜି ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ  ଓଡ଼ିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିବାକୁ ଅପିଲ କରିଛନ୍ତି। କରୋନା ଯୋଦ୍ଧାଙ୍କୁ ମନବଳ ବୃଦ୍ଧି ତଥା ସମ୍ମାନ ଜଣାଇବା ପାଇଁ ଏପରି ପ୍ରୟାସ କରାଯାଇଛି । ଏଥିପାଇଁ ପ୍ରତ୍ୟେକ  ଓଡ଼ିଆ  ମୁଖ୍ୟମନ୍ତ୍ରୀଙ୍କ ସହ ଛିଡା ହେବାକୁ ନିବେଦନ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି “ମୁଁ ବି ଗାଇବି , ଆପଣମାନେ ବି ଗାଆନ୍ତୁ। ଯିଏ ଯେଉଁଠି ଅଛନ୍ତି ଠିକ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ସେଇଠି ଛିଡା ହୋଇ ଓ ସାମାଜିକ ଦୂରତା ବଜାୟ ରହି ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିବାଜୁ ପ୍ରଣବ ଅପିଲ କରିଛନ୍ତି l ଜିଲାସ୍ତରରେ ବିଜେଡି କର୍ମୀ ଓ ନେତାମାନେ ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରିବେ ସେ ନେଇ ପ୍ରଣବ ବିଧାୟକ, ନେତାମାନଙ୍କ ସହ ଆଲୋଚନା କରିଛନ୍ତି l
ମୁଖ୍ୟମନ୍ତ୍ରୀଙ୍କ ସବୁ ଯୋଜନାର ସଫଳ ରୂପାୟନ ପାଇଁ ଦିନ ରାତି କାମ କରିଥାଆନ୍ତି ସେ । ଠିକ୍ ରାଜାଙ୍କର ସେନାପତି ପରି। ଏ କରୋନା ଯୁଦ୍ଧରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ  ସେ  ପ୍ରମୁଖ ଭୂମିକା ନେଇ ଲଢ଼ୁଛନ୍ତି । ଆଉ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧାକୁ ବୁଝୁଛନ୍ତି। ତେଣୁ ସେ ପୁଣି ଲାଗିପଡିଛନ୍ତି,  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ। ସେଥିପାଇଁ ରାଜ୍ୟର ପ୍ରତ୍ୟେକ  ଲୋକଙ୍କୁ ସେ ବନ୍ଦେ ଉତ୍କଳ ଜନନି ସଙ୍ଗୀତ ଗାଇବାକୁ ନିବେଦନ କରିଛନ୍ତି। ଆଉ ଦୃଢ଼ ଆଶା ରଖିଛନ୍ତି ପୂର୍ବରୁ ଯେପରି ଓଡ଼ିଶାବାସୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହ ଛିଡା ହୋଇଛନ୍ତି । ଏଥର ମଧ୍ୟ ହେବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles