ରାଜ୍ୟ ସରକାରଙ୍କ ଫୋକସରେ କୃଷି ଓ କୃଷକ :କ୍ୟାବିନେଟ କେତେକ ବଡ଼ ନିଷ୍ପତି…

- Advertisement -

ଭୁବନେଶ୍ୱର : ରାଜ୍ୟରେ କୃଷି କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ପରିବହନ ଓ ବଜାରର ଅପ୍ରତ୍ୟାଶିତତା ଯୋଗୁ କେତେକ ଗଠନମୂଳକ ଦୁର୍ବଳତାର ଶିକାର ହେଉଛି । ଏହାର ସମାଧାନ ସହ ଚାଷୀଙ୍କ ମାକେର୍ଟିଂରେ ଦକ୍ଷତା ବୃଦ୍ଧି ପାଇଁ ଚୁକ୍ତିଭିତ୍ତିକ ଚାଷ ମାଧ୍ୟମରେ ଉତ୍ପାଦକଙ୍କୁ ଉତ୍ତମ ମୂଲ୍ୟ ଦେବା ପାଇଁ ଓଡିଶା କୃଷି ଉତ୍ପାଦନ ମାକେର୍ଟ ଅାକ୍ଟରେ ସଂଶୋଧନ କରାଯାଇଛି । କେନ୍ଦ୍ର ସରକାର ମଡେଲ କୃଷି ଉତ୍ପାଦନ ଓ ପଶୁପାଳନ ଚୁକ୍ତିଭିତ୍ତିକ କୃଷି ଏବଂ ସେବା ଅାଇନ ଅନୁୟାୟୀ ଏହି ସଂଶୋଧନ କରାଯାଇଛି । ତଦନୁଯାୟୀ ଚୁକ୍ତିମାନା କଣ୍ଟ୍ରାକ୍ତ ଫାମଂ କରୁଥିବା ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଅାଯାଇଛି । ଏ ସମ୍ପକତ ବିବାଦର ସମାଧାନ ପାଇଁ ସେଟଲମେଣ୍ଟ ଅଥୋରିଟି ଗଠନ କରାଯାଇଛି । ଏହାଦ୍ୱାରା ରାଜ୍ୟରେ କୃଷି କେ୍ଷତ୍ରରେ ଅଧିକ ପୁଂଜିନିବେଶର ସୁଯୋଗ ସୃଷ୍ଟି ହେବ ।ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପୁଂଜିନିବେଶକାରୀଙ୍କୁ ଅାକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ ନୀତି ୨୦୧୧୬ରେ ସଂଶୋଧନ କରାଯାଇଛି । ଏଣିକି ପର୍ଯ୍ୟଟନ ଶିଳ୍ପ ପାଇଁ ଜମି ଅାବଣ୍ଟନ ପ୍ରକ୍ରିୟା ଇଡକୋ ଦ୍ୱାରା କରାଯିବ । ସେହିଭଳି ଅାସ୍କା ସମବାୟ ଚିନି ଶିଳ୍ପ ଅାଖୁଚାଷୀଙ୍କ ଠାରୁ କିଣିଥିବା ଅାଖୁର ପ୍ରାପ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ୧୫ କୋଟି ଟଙ୍କାର ଋଣ ଜାମିନ ଦେବେ । ଅାଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି । କୃଷି ଓ ଅାନୁସଙ୍ଗିକ ବିଷୟର ୟୁଜି ପାଠ୍ୟକ୍ରମକୁ ବୃତ୍ତିଗତ ଡୀଗ୍ରୀ ମାନ୍ୟତା ଦିଅାଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା ୩ରୁ ୬ ବର୍ଷର ପ୍ରାକ ବିଦ୍ୟାଳୟ ଶିଶୁଙ୍କୁ ଦୁଇ ହଳ ୟୁନିଫର୍ମ ସହ ଜୋତା, ମୋଜା ଓ ସେ୍ୱଟର ପ୍ରଦାନ କରାଯିବ । କୃଷି କେ୍ଷତ୍ରରେ ବଜାର ବ୍ୟବସ୍ଥାରେ ସଂସ୍କାର ଅାଣିବାକୁ କୃଷି ଉତ୍ପାଦନ ଓ ପଶୁ ସମ୍ପଦ ମାକେର୍ଟିଂ ଅଡନାନ୍ସକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏଥିରେ ରାଜ୍ୟ ସ୍ତରୀୟ ଏକକ ବଜାର ବ୍ୟବସ୍ଥାକୁ ରଦ୍ଦ କରାଯାଇଛି । ବେସରକାରୀ ମାକେର୍ଟ ୟାର୍ଡ ଏବଂ କୃଷକ ଉପଭୋକ୍ତା ବଜାର ୟାର୍ଡ, ସବ ମାକେର୍ଟ ୟାର୍ଡ ଦ୍ୱାରା କୃଷକଙ୍କ ପାଇଁ ବଜାର ସୃଷ୍ଟି କରାଯିବା ସହ ବଜାର ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ । ଓଡିଶା ଅକ୍ଷୟ ଉର୍ଜା ବିକାଶ ସଂସ୍ଥାନ ବା ଓରେଡାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗରୁ ଶକ୍ତି ବିଭାଗକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ୱର ସଦର ତହସିଲରେ ପ୍ରତିଷ୍ଠା ହେବ ଏନଡିଅାରଏଫ ମୁଣ୍ଡଳୀ ୟୁନିଟର ଗୋଟିଏ କମ୍ପାନି । ଏଥିପାଇଁ ରାଜ୍ୟ ସରକାର ୩.୫ ଏକର ଜମି ଯୋଗାଇଦେବେ । ରେଙ୍ଗାଲି ବାମ ପାଶ୍ର୍ୱ କେନାଲ ନିର୍ମାଣ ପାଇଁ ୨୨୫୫ କୋଟି ୩୦ ଲକ୍ଷ ଟଙ୍କା ପ୍ରକଳ୍ପ ପାଇଁ ଅନୁମୋଦିତ ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ଓଏଫଏସ କ୍ୟାଡରରେ ୧୦୪ଟି ଏବଂ ଓଏଏସ ସ୍ତରରେ ୧୯୨ଟି ନୂଅା ପଦବୀ ସୃଷ୍ଟିକୁ କ୍ୟାବିନେଟ ମଂଜୁରୀ ଦେଇଛି । କାରାଖାନା ଅାଇନରେ ସଂଶୋଧନ କରାଯାଇ ଶ୍ରମିକଙ୍କ ତେ୍ରୖମାସିକ ଓଭର ଟାଇମ ସମୟ ସୀମାକୁ ବୃଦ୍ଧି କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles