ଅରାତ୍ରୀକାଙ୍କ ଚିତ୍ର ମାଧ୍ୟମରେ କରୋନା ସଚେତନତା ବାର୍ତା

- Advertisement -

ଭୁବନେଶ୍ୱର :ଦେଶରେ ସାରା ଏବେ ଲକ୍ ଡାଉନ l ମେ 31ପରେ ପରେ ବୃଦ୍ଧି ହେବ କି ନାହିଁ ସେ ଚର୍ଚ୍ଚା ଲାଗିରହିଛି । ସଭିଙ୍କ ଚାରି କାନ୍ଥ ଭିତରେ କଟୁଛି ସମୟ । ହେଲେ ମନ ସ୍ଥିର ରହୁନି । କିଛି କାମରେ ବ୍ୟସ୍ତ ରହିବାକୁ ଇଛା ହେଉଛି। ସମାଜକୁ କିଛି ବାର୍ତା ଦେବାର ପ୍ରୟାସ କରୁଛି। ଯାହା କି ତୁଳୀରେ ବାସ୍ତବ ରୂପ ନେଉଛି । କରୋନାକୁ ଚାରିଆଡେ ଆତଙ୍କ । ତାଲା ବନ୍ଦ ଓ ଚାରି କାନ୍ଥ ଭିତରେ ରହି ନୟାପଲ୍ଲୀର ୫ମ ଶ୍ରେଣୀ ଛାତ୍ରୀ ଅରାତ୍ରୀକା ବିଶ୍ୱାଳ ।ଯେ କି ସଭିଙ୍କୁ ନିଜ ତୁଳୀରେ କରୋନାକୁ ସଚେତନ କରିବା ପାଇଁ ବାର୍ତା ଦେଇଛନ୍ତି। ଡର ନୁହେଁ ସଚେତନ ଓ ସତର୍କ ରହିଲେ କରୋନା ଦୁରେଇ ଯିବ ତାହା ସେ ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ମାକ୍ସ ଏବେ ସଭିଏଁ ପିନ୍ଧିବା ଦରକାର ସେ ବାର୍ତ୍ତା ସେ ଚିତ୍ର ମାଧ୍ୟମରେ ଦେଇଛନ୍ତି l ସେଥିପାଇଁ ସେ ପୃଥିବୀକୁ ମାସ୍କ ପିନ୍ଧେଇ ଚିତ୍ର ଆଙ୍କିଛନ୍ତି l ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଏ ଏହି ବାର୍ତ୍ତା ଦେଇଛନ୍ତି l ଠିକ୍ ଏହି ସମୟରେ ନୟାପଲ୍ଲୀ ଅଂଚଳର କୁନି ଝିଅ ଅରାତ୍ରୀକା ମାସ୍କ ପିନ୍ଧିବାକୁ ନେଇ ଭିନ୍ନ ଭିନ୍ନ ବାର୍ତା ସମାଜକୁ ଦେବାକୁ ନେଇ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି । ଛୋଟ ବୟସରୁ ଏତେ ଉନ୍ନତ ଚିନ୍ତାଧାରା ଭବିଷ୍ୟତରେ ତାଙ୍କୁ ବହୁତ ଆଗକୁ ନେବ ବୋଲି ଆଶା କରାଯାଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles