ଭୁବନେଶ୍ୱର : ଦିନକ ପରେ ସରିବ ପ୍ରଚାର l ସରଗରମ ବିଜେପୁର ରାଜନୀତି l ଚାଲିଛି ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି l ବାଜିରେ ଲାଗିଛି ବିଜେପୁର l କିଏ କଣ କରିଛି ବିଜେପୁର ପାଇଁ l ଯାହା ପ୍ରତିଶୃତି ଦେଇଥିଲା ବିଜେଡି ତାହା ପାଳନ କରିଛି କି ନାହିଁ l ଏ ପ୍ରଶ୍ନ ବିଜେପୁରରେ ପଚାରୁଛନ୍ତି ବିରୋଧୀ l ଗଣମାଧ୍ୟମରେ ମଧ୍ୟ ଖବର ହେଉଛି l କିଛି ନକହି ଗୋଟେ ପୋଖରୀରେ ବୁଡ଼ ପକାଇ ଏହାର ଉତ୍ତର ଦେଇଛନ୍ତି ନବୀନଙ୍କ aଚତୁର ମନ୍ତ୍ରୀ ଅରୁଣ ସାହୁ l
ବିଜେପୁରର ଦାମୋଦର କଟା ବନ୍ଧ ପୋଖରୀର ପୂର୍ଣ୍ଣଉଦ୍ଧାର ପାଇଁ ଘୋଷଣା କରିଥିଲେ ନବୀନ l ଘୋଷଣା ଅନୁସାରେ କାମ ହେଲା l କାରଣ ନବୀନ ଯାହା କହନ୍ତି ତାହା କରନ୍ତି l ତେଣୁ ବିଜେପୁର ବାସୀଙ୍କୁ ନବୀନ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କଲେ l ବିଜେପୁର ଭୋଟରଙ୍କୁ ଏହା ଏବେ ବୁଝାଉଛନ୍ତି ଯୁବ ମନ୍ତ୍ରୀ ଅରୁଣ ସାହୁ l
ଅକ୍ଟୋବର 21 ତାରିଖରେ ପୁଣି ବିଜେପୁରରେ ଉପ ନିର୍ବାଚନ ହେବାକୁ ଯାଉଛି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଦିନିଆ ପ୍ରଚାର କରି ଫେରିଛନ୍ତି l ବିଜେଡିର ରୀତା ସାହୁଙ୍କୁ ବିଜେପୁରବାସୀ କାହିଁକି ଭୋଟ ଦେବେ ତାହାର ପ୍ରମାଣ ବିଜେପୁର ଦାମୋଦର କଟା ବନ୍ଧ ପୋଖରୀରେରେ ବିଜେଡି ନେତା ଓ ସ୍ଥାନୀୟ ଲୋକଙ୍କ ସହ ବୁଡ଼ ପକାଇ ମନ୍ତ୍ରୀ ଅରୁଣ ସାହୁ ବାର୍ତ୍ତା ଦେଇଛନ୍ତି l ଯାହାକି ଏବେ ବିଜେପୁରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ବିଶେଷ କରି ବିଜେପୁରରେ ବିଜେଡିକୁ ପ୍ରଶ୍ନ ପଚାରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅରୁଣଙ୍କ ଏହା ମାଷ୍ଟରଷ୍ଟୋକ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି l ରୀତା ସାହୁଙ୍କୁ ଜିତେଇବା ପାଇଁ ନବୀନଙ୍କ ଯୁବ ବାହିନୀ ଲାଗିପଡିଛନ୍ତି l
କଥା ରଖିଲେ ନବୀନ : ବିଜେପୁର ପୋଖରୀରେ ବୁଡ଼ ପକାଇଲେ ଅରୁଣ..
ଗାଇସିଲଟରେ ବୁଲିବ ନବୀନଙ୍କ ବିଜୟ ରଥ : ନବୀନ କହିଲେ ଆତ୍ମୀୟତା ଡ଼ୋରୀରେ ବାନ୍ଧିଛନ୍ତି ବିଜେପୁରବାସୀ
ବରଗଡ଼ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ନିର୍ବାଚନୀ ମଣ୍ଡଳୀର ଗାଇସିଲଟ ବ୍ଲକର ବିଭିନ୍ନ ଅଂଚଳରେ ପ୍ରଚାର କରିବେ । ହାଇଟେକ ବସରେ ନବୀନ ପ୍ରଚାର କରିବା ସହ ବିିଭିନ୍ନ ପଥପାନ୍ତ ସଭା କରିବେ । ତେବେ ବିଜେପୁରରେ ଗୋଟିଏ ଦିନ ରହଣୀ ପରେ ନବୀନ କହିଛନ୍ତି ଯେ ବିଜେପୁରବାସୀଙ୍କ ସ୍ୱାଗତ ମତେ ଆତ୍ମୀୟତାର ଡୋରୀରେ ବାନ୍ଧିଛି । ନିରନ୍ତର ଭାବେ ମୋ ପ୍ରତି ଆପଣମାନେ ଦେଇଆସିଥିବା ଭଲପାଇବା ନିକଟରେ ମୁଁ କୃତଜ୍ଞ । ବିଜେପୁର ଉପନିର୍ବାଚନରେ ବିଜୟ କେବଳ ଆମ ଦଳର ନୁହେଁ, ଏହା ହେବ ବିଜେପୁରବାସୀଙ୍କ ବିଜୟ । ଗୁରୁବାର ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ବିଜେପୁର ରୋଡ଼ ସୋ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ବିଜେପୁରରୁ ବରପାଲି ଅଭିମୁଖେ ଯିବା ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ନାହିଁନଥିବା ଭିଜ ଜମିଛି । ଏହି ରୋଡ ସୋରେ ହଜାର ହଜାର ସଂଖ୍ୟାରେ କର୍ମୀ ଓସାଧାରଣ ଲୋକଙ୍କ ସମାଗମ ହୋଇଥିବା ବେଳେ ବିଜେପୁର ଉଠୁଛି ପଡୁଛି । ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ -ନିର୍ବାଚନ କ୍ଷ ଏଥିଲାଗି ବିଜେପୁର ପ୍ରଚାର ଜୋର ଧରିଛି ବିଜେପୁରରେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିଛନ୍ତି । ରୋଡ ସୋ ରେ ନବୀନ ଉପସ୍ଥିତ ଲୋକମାନଙ୍କୁ ଜୁହାର କହିବା ସହ ଆପଣ ମାନେ ମତେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ । ଏହା ସହ ,, “ଆପଣ ମାନେ ଖୁସି ତ ” ବୋଲି ପଚାରୁଥିଲେ । ଲୋକେ କହୁଥିଲେ ହଁ କ୍ଷ ସାଙ୍ଗେ ସାଙ୍ଗେ ନବୀନ କହୁଥିଲେ ” ମୁଁ ବି ବହୁତ ଖୁସି” । ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବାକୁ ଓ ତାଙ୍କୁ ଶୁଣିବାକୁ ରାସ୍ତା କଢରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଛିଡା ହୋଇଥିଲେ ।
ବିଜେପୁରରେ ଗଡ଼ିଲା ନବୀନଙ୍କ ବିଜୟ ରଥ :ସାରଥି ସାଜିଛନ୍ତି ପ୍ରଣବ ..
ବିଜେପୁର :- ଅକ୍ଟୋବର 21 ତାରିଖରେ ବିଜେପୁର ଉପ -ନିର୍ବାଚନ l ଏଥିଲାଗି ବିଜେପୁର ପ୍ରଚାର ଜୋର ଧରିଛି l ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି l ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିଛନ୍ତି l
ମୁଖ୍ୟମନ୍ତ୍ରୀ ଲାଉମୁଣ୍ଡା ହେଲିପ୍ୟାଡ଼ରେ ଅବତରଣ କରିବା ପରେ ତାଙ୍କର ରୋଡ଼ ସୋ ଆରମ୍ଭ କରିଥିଲେ । ଆଉ ବିଜେପୁରରେ ଗଡିଥିଲା ନବୀନଙ୍କ ବିଜୟ ରଥ l ହାଇଟେକ ବସରେ ନବୀନ ପ୍ରଚାର ଆରମ୍ଭ କରିଥିଲେ l ବସ ଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରଥି ସାଜିଥିଲେ ବିଜେଡ଼ର ପାୱାର ଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ l ବସ ଆଗରେ ୱାକିଟକି ଧରି ବବି ପୁରା ପ୍ରଚାରକୁ ପରିଚାଳନା କରୁଥିଲେ l ହଜାର ହଜାର ସଂଖ୍ୟାରେ ବିଜେପୁର ବାସୀ ବାଟରେ ନବୀନଙ୍କୁ ସ୍ୱାଗତ କରିଥିଲେ l ନବୀନ ରୋଡ଼ ସୋ କିପରି ସଫଳ ହେବ ତାହାର ମଙ୍ଗ ଧରିଥିଲେ ବବି l ଆଉ ପ୍ରଥମ ଦିନ ପ୍ରଚାର ସଫଳ ହୋଇଥିଲା l ରୋଡ ସୋ ରେ ନବୀନ ଉପସ୍ଥିତ ଲୋକମାନଙ୍କୁ ଜୁହାର କହିବା ସହ ଆପଣ ମାନେ ମତେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ l ଏହା ସହ ,, “ଆପଣ ମାନେ ଖୁସି ତ ” ବୋଲି ପଚାରୁଥିଲେ l ଲୋକେ କହୁଥିଲେ ହଁ l ସାଙ୍ଗେ ସାଙ୍ଗେ ନବୀନ କହୁଥିଲେ ” ମୁଁ ବି ବହୁତ ଖୁସି” | ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବାକୁ ଓ ତାଙ୍କୁ ଶୁଣିବାକୁ ରାସ୍ତା କଡରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଛିଡା ହୋଇଥିଲେ ।
କେବଳ ସେଥିକି ନୁହେଁ ନବୀନଙ୍କ ଦୁଇ ଦିନ ପ୍ରଚାରକୁ ବିଜେପୁରରେ ସଫଳ କରିବା ପାଇଁ ବବି ୟଙ୍ଗ ବ୍ରିଗେଡିୟର ଆଉ ବରିଷ୍ଠ ମାନଙ୍କୁ ଏକାଠି କରି ପ୍ଲାନ କରିଛନ୍ତି l ଯାହା ପ୍ରଥମ ଦିନ ପ୍ରଚାରରୁ ଜଣାପଡିଛି l ନବୀନଙ୍କ ପ୍ରଥମ ଦିନ ପ୍ରଚାରେ କଂଗ୍ରେସ ନେତା ବିଜେଡିକୁ ବଡ ସାଟିଫିକେଟ ଦେଇଛନ୍ତି l ବିଜେପୁର ରେ ବିଜେଡି ଜିତିବ ବୋଲି ସୁର କହିଛନ୍ତି l
ରମେଶଙ୍କ ଅଗଣାରେ ବ୍ରହ୍ମକମଳ ଫୁଲ….
ଭୁବନେଶ୍ୱର : ବ୍ରହ୍ମକମଳ । ଜଗତର ନାଥ ଜଗନ୍ନାଥଙ୍କ ପ୍ରିୟଫୁଲ । ଯାହା ମହାପ୍ରଭୃଙ୍କ ଆଦେଶରେ ଫୁଟେ । ତାହା ପୁଣି ସଂନ୍ଧ୍ୟାରେ । ଏହି ଦୁଲର୍ଭ ଫୁଲ ଜଗନ୍ନାଥଙ୍କ ଭକ୍ତର ବଗିଚାରେ ଫୁଟେ । କାରଣ ଭାବରେ ଯିଏ ଜଗାକୁ ଡ଼ାକେ ସେ ଭାବବିନୋଦିଆ କଳାଠାକୁର ଭକ୍ତର ମନକଥା ବୁଝି । ଅକ୍ଟୋବର ୧୬ତାରିଖରେ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀଙ୍କ ଘର ବଗିଚାରେ ସନ୍ଧ୍ୟାସମୟରେ ଚାରୋଟି ବ୍ରହ୍ମକମଳ ଏକ ସଙ୍ଗରେ ଫୁଟିଥିଲା ଓ ଶ୍ରଦ୍ଧାର ସହିତ ଶ୍ରୀ ଶତପଥୀ ଏହି ବିରଳ ତଥା ଦୁର୍ଲଭ ଫୁଲକୁ ଇସ୍କନ ମନ୍ଦିର, ନୟାପଲ୍ଲୀ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଓ ନିଜ ଠାକୁର ଘରେ ଥିବା ଜଗନ୍ନାଥ ଙ୍କ ନିକଟରେ ଅର୍ପଣ କରିଥିଲେ ।
ଏହି ଅବସରରେ ଶ୍ରୀ ଶତପଥି ନିଜର ଭାଗ୍ୟବାନ ବୋଲି କହିବାସହ ମହାପ୍ରଭୃଙ୍କ କୃପାରୁ ଜଗନ୍ନାଥଙ୍କ ପ୍ରିୟଫୁଲ ବ୍ରହ୍ମକମଳ ମୋ ବଗିଚାରେ ଫୁଟେ । ମହାପ୍ରଭୃଙ୍କ ଏହି ଋଣ ମୁଁ କେବେ ସୁଜିପାରିବି ନାହିଁ ବୋଲି ଭାବବିହ୍ୱଳ ଓ ଛଳଛଳ ଆଖିରେ କହିଥିଲେ ରମେଶ ଶତପଥି । ନିଜ ଧର୍ମପତ୍ନ ଓ କର୍ମଚାରୀଙ୍କୁ ସାଙ୍ଗରେ ଧରି ସେ ଏହି ଦୁଲର୍ଭ ଫୁଲଟିକୁ ଜଗନ୍ନାଥ, ମହାଲକ୍ଷ୍ମୀଙ୍କ ପାଖରେ ଅର୍ପଣ କରିଛନ୍ତି । ତେବେ ବିଗତ ୪ ବର୍ଷ ଧରି ଏହି ବିରଳ ଫୁଲ ଶ୍ରୀଯୁକ୍ତ ଶତପଥୀ ଙ୍କ ଘରେ ଫୁଟିଆସୁଛି । ଏହାର ବିଶେଷତ୍ୱ ହେଉଛି ଏହା ପତ୍ରରୁ ଫୁଟିଥାଏ ଏବଂ ସନ୍ଧ୍ୟାସମୟରେ ଫୁଟିଥାଏ ,ରାତ୍ରିର ନିଶବ୍ଦ ରେ ମହକି ପାହାନ୍ତା ପହରରେ ମଉଳି ଯାଇଥାଏ । ପୂର୍ବରୁ ଏହା ହିମାଳୟ ଅଂଚଳର ପାହାଡିଆ ଅଂଚଳରେ ଅଧିକ ପରିମାଣରେ ଦେଖାଯାଉଥିଲା କ୍ରମଶଃ ଏହା ଲୋପ ପାଇ ବିରଳ ପ୍ରଜାତିରେ ସ୍ଥାନ ପାଇଛି । ଶାସ୍ତ୍ର କୁହେ ଏହି ଫୁଲ ଫୁଟୁଥିବା ସମୟରେ ଯଦି ଏହାକୁ ଆପଣ ଦର୍ଶନ କରନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ ।
ତେବେ ବ୍ରହ୍ମକମଳ େଇ କଣ ରହିଛି ପୌରାଣିକ ତଥ୍ୟ ଟିକେ ନଜର ପକାନ୍ତୁ ବ୍ରହ୍ମକମଳ ହେଉଛି ଜଗନ୍ନାଥଙ୍କ ପ୍ରିୟ ଫୁଲ । ଶାସ୍ତ୍ର ଅନୁଯାଇ ଯେତେବେଳେ ଗଣେଶଙ୍କ ମସ୍ତକ ରେ ହାତୀ ର ମସ୍ତକ ସ୍ଥାପନ କରାଗଲା ସେତେବେଳେ ମା ପାର୍ବତୀ ଙ୍କ ଅନୁରୋଧ କ୍ରମେ ସୃଷ୍ଟି କର୍ତା ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏବଂ ବ୍ରହ୍ମକମଳ ଫୁଲରେ ଗଣେଶଙ୍କ ଉପରେ ପାଣି ସିଞ୍ଚନ ଦ୍ୱାରା ଗଣେଶ ଜୀବଦାନ ପାଇଥିଲେ । ଯେହେତୁ ସ୍ୱୟଂ ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏହି କାରଣରୁ ଏହାକୁ ବ୍ରହ୍ମକମଳ ଫୁଲ ଭାବରେ ନାମିତ କରାଯାଇଥିଲା ଓ ଏହା ଦୁର୍ଲଭ ହୋଇଥିବାରୁ ଏହି ବ୍ରହ୍ମକମଳ ଫୁଲ ଉତ୍ତରାଖଣ୍ଡ ର ଜାତୀୟ ଫୁଲ ଭାବେ ଘୋଷଣା କରାଯାଇଛି ।
ବିଜେପୁରରେ ୨ଦିନ ରହିବେ ନବୀନ …
ବିଜେପୁର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୨ ଦିନିଆ ବିଜେପୁର ଗସ୍ତରେ ଯିବେ । ବିଜେପୁର,ବରପାଲି, ଗାଇସିଲଟ ଅଂଚଳରେ ନବୀନ ବିଜେଡ଼ି ପ୍ରାର୍ଥୀନି ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ । ମୋଟ ୪୩ ଟି ପଥପାନ୍ତ ସଭା ବିଜେପୁରରେ କରିବେ ନବୀନ । ବିଜେପୁର ବ୍ଳକ ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍ରେ ପ୍ରାୟ ସାଢେ ୧୦ଟାରେ ଓହ୍ଲାଇ ସେଠାରୁ ସେ ପ୍ରଚାର ଆରମ୍ଭ କରିବେ ବୋଲି ଦଳର ରାଜ୍ୟ ଉପ ସଭାପତି ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୋଡ ଶୋ’ରେ ବାହାରି ବିଜେପୁର, ବରପାଲି ଏବଂ ଗାଇସିଲେଟ ବ୍ଲକରେ ସମୁଦାୟ ୪୩ଟି ପଥପ୍ରାନ୍ତ ସଭାରେ ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଥିବାବେଳେ ପ୍ରଥମ ଦିବସରେ ସାଢ଼େ ୭ଘଣ୍ଟା ଏବଂ ଦ୍ଵିତୀୟ ଦିବସରେ ପ୍ରାୟ ୪ଘଣ୍ଟାର ପ୍ରଚାର କାର୍ୟ୍ୟକ୍ରମ ରହିଥିବା ଶ୍ରୀ ଆଚାର୍ୟ୍ୟ କହିଛନ୍ତି। ବରଗଡ଼ର ଡାକବଙ୍ଗଳାରେ ମୁଖ୍ୟମନ୍ତ୍ରୀ ଗୁରୁବାର ରାଡ୍ରିଯାପନ କରିବା ସହ ଶୁକ୍ରବାର ଗାଇସିଲେଟ ବ୍ଲକରେ ପ୍ରଚାର କରିବେ ।
ବିଜେପୁରରେ ଅରୁଣଙ୍କ ଶକ୍ତି ପ୍ରଦର୍ଶନ …
ବିଜେପୁରରେ ଜମୁଛି ପ୍ରଚାର । ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ସପକ୍ଷରେ ଭୋଟ ଯୋଗାଡ଼ କରୁଛନ୍ତି । ଏଥିଲାଗି ସଭାସମିତି , ରୋଡ଼ ସୋ କରି ଭୋଟରଙ୍କ ମନ ଜିଣୁଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇଦିନିଆ ବିଜେପୁର ଗସ୍ତର ଦିନକ ପୂର୍ବରୁ ବିଜେପୁରରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡ଼ି ।
କୃଷି, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଜେପୁର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଚାର ଆଉ ୩ ଦିନ ଥିବା ରୀତାଙ୍କ ପାଇଁ ବିଜେପୁରରେ ଅନୁଷ୍ଠିତ ସଭାରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଅରୁଣ ସାହୁ ଏହି ସଭାରେ କାହିକିଁ ଭୋଟର ବିଜେଡ଼ିକୁ ଭୋଟ ଦେବେ ତାହା ସେନେଇ ଲୋକଙ୍କୁ ବୁଝାଇଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ସିଂହ, ଅମରେଶ ପତ୍ରୀ, ପ୍ରମୁଖ ସାମିଲ ହୋଇଥିଲେ ।
ନିୟମକୁ କଡାକଡି ଭାବରେ ପାଳନ କରୁଛି ପୋଲିସ୍
ବ୍ୟାସନଗର: କେନ୍ଦ୍ର ସରକାର ପ୍ରଣୟଣ କରିଥିବା ଯାନବାହନ ନିୟମକୁ କଡାକଡି ଭାବରେ ପାଳନ କରୁଛି ଯାଜପୁର ରୋଡ ପୋଲିସ୍ । କିଛି ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣଙ୍କୁ ସଚେତନ କରିବା ପରେ ଧିରେ ଧିରେ ନିୟମକୁ କଡା କରିବାକୁ ପ୍ରୟାସ କରୁଛି । ସେହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଚୋରଦା ବ୍ଏପାସ୍ ଛକରେ ପବିତ୍ର ମହାରଣା ନିଜର ସହଯୋଗୀଙ୍କ ସହିତ ଯାନବାହନ ଯାଞ୍ଚ କରିଥିଲେ । ବିନା ହେଲମେଟ୍, ଲାଇସେନ୍ସ ଓ ଦୁଇରୁ ଅଧିକ ବସି ଯାଉଥିବା ଲୋକଙ୍କୁ ଅଟକାଇ ସଚେତନ କରିବା ସହ ଜୋରିମାନା ଆଦାୟ କରାଯାଇଥିଲା । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ସ୍ଥଳରେ,ବୁଦ୍ଧିଜିବୀ ମହଲରେ ସ୍ବାଗତ କରାଯାଇଛି ।
ଋଣ ସୁଝିଲେ ମହିଳା : ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ
ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରି ସାରା ଭାରତରେ ରେକର୍ଡ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ମହିଳା ଓଡ଼ିଆ ସାଂସଦ ମାନେ ଏବେ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି l ଓଡ଼ିଶାର ଦାବି ସଂସଦରେ ଶାଣିତ କରୁଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଏହି ଅବଦାନକୁ ଲକ୍ଷ ଲକ୍ଷ ମହିଳା ଅନୁଭବ କରିଛନ୍ତି l ଯେଉଁଥି ପାଇଁ ମହିଳାଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ l ଏବେ ସେହି ମହିଳା ମାନେ ମୁଖ୍ୟମନ୍ତ୍ରୀଙ୍କ ଋଣ ସୁଝିବାକୁ ପ୍ରୟାସ କରିଛନ୍ତି l ଯାହା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଯାଜପୁରରେ ଦେଖିବାକୁ ମିଳିଛି l ଯାଜପୁରର ଗଣେଶ ମଣ୍ଡପରେ ଯାଜପୁର ବିଜୁଜନତା ମହିଳା ପକ୍ଷରୁ ଅନୁଷ୍ଠିତ ସ୍ବେଛାକୃତ ରକ୍ତଦାନ ଶିବିରରେ 200ଜଣ ମହିଳା ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି l ଯାହାକି ସାରା ଓଡ଼ିଶାରେ ଏକ ଉଦାହରଣ କରିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନରେ ଅଧିକ ସଂଖ୍ୟକ ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଛି l ତେବେ ଯାଜପୁରରେ ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମହିଳା ମାନଙ୍କ ଠାରୁ ଦୁଇ ଶହ ଯୁନିଟି ରକ୍ତ ସଂଗ୍ରହ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନରେ ସବୁଠାରୁ ବଡ ଉପହାର l ଏହି ରକ୍ତଦାନର ନେତୃତ୍ୱ ନେଇଥିଲେ ଯାଜପୁର ବିଜେଡ଼ର ଯୁବ ନେତା ତଥା ପୂର୍ଵତନ ଅଧକ୍ଷ ଭବ ପ୍ରସାଦ ଦାସ
l ଏହି ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ l ମାନବ ସେବା ହିଁ ମାଧବ ସେବା ନୀତିକୁ ସଭିଏଁ ଆପଣାଇବାକୁ ବିଧାୟକ ଆହ୍ୱାନ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବଟକୃଷ୍ଣ ମହାପାତ୍ର, ମନୋଜ ସାହୁ, ସନ୍ତୋଷ ମଲ୍ଲିକ, ସାମ୍ବାଦିକ ତପନ ମହାନ୍ତି, ଦୀପକ ଦାସ ପ୍ରମୁଖ ସାମିଲ ହୋଇଥିଲେ l
ନବୀନଙ୍କ ଜନ୍ମଦିନରେ ଦାମଙ୍କ ବଡ଼ ଉପହାର : ଛାଡ଼ିଲେ ବିଜେପି
ଭୁବନେଶ୍ୱର : ବରିଷ୍ଠ ରାଜନେତା ଡ଼ାକ୍ତର ଦାମୋଦର ରାଉତ ଶେଷରେ ବିଜେପି ଦଳ ଛାଡ଼ିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇଛନ୍ତି । ବହୁଦିନ ଧରି ବିଜେପିରେ କୋଣଠେସା ହୋଇ ଅଣନିଶ୍ୱାସୀ ହେଉଥିବା ଦାମବାବୁ ଶେଷରେ ବାଧ୍ୟହୋଇ ବିଜେପି ଛାଡ଼ିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦାମବାବୁ ବିଜେପିରେ ସାମିଲ ହୋଇଥିଲେ । ହେଲେ ବିଜେପି ତାଙ୍କୁ ନିର୍ବାଚନ ପରେ ପଚାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ । ୩୫ବର୍ଷ ବିଧାୟକ ଓ ୬ଥର ମନ୍ତ୍ରୀ ହୋଇଥିବା ଦାମବାବୁଙ୍କୁ ନିଜ ସ୍ୱାର୍ଥ ପାଇଁ ବିଜେପି ଫାଇଦା ନେଇଥିବା ବେଳେ ନିର୍ବାଚନ ପରେ ତାଙ୍କୁ ପଚାରିନଥିବା । ଫଳରେ କ୍ଷୋଭ ପ୍ରକାଶ କରିଛି ଶେଷରେ ଦାମବାବୁ ଦଳ ଛାଡ଼ିଲେ ।














