ଗଜଲକ୍ଷ୍ମୀପୂଜା ପାଇଁ ଢେଙ୍କାନାଳ ଚଳଚଞ୍ଚଳ ..

- Advertisement -

ଢେଙ୍କାନାଳ : ଧରାପୃଷ୍ଠକୁ ଓହ୍ଲାଇଆସିଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । ଧନ ଦାତ୍ରୀ ମା ଲଷ୍ମୀ ପୂଜା ପାଇଁ ଏବେ ଚଳଚଞ୍ଚଳ ସାରା ଓଡ଼ିଶା ।ହେଲେ ଢେଙ୍କାନାଳ ଲଷ୍ମୀ ପୂଜାର ସାରା ରାଜ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ। ଯାହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥାଏ ।ସହରରେ ମୋଟ ୩୮ଟି ମେଢ଼ରେ ପୂଜା ପାଉଛନ୍ତି ମା ଲଷ୍ମୀ। ଉତ୍କର୍ଷ ଆଲୋକମାଳା ସହ ସୁଉଚ୍ଚ ତୋରଣ ସମସ୍ତଙ୍କୁ ମୋହିତ କରୁଛି। ଏଥର ପୂଜାର ସ୍ୱତନ୍ତ୍ରତା ହେଉଛି ବିଭିନ୍ନ ପୂଜା ମଣ୍ଡପ ଦ୍ଵାରା ପ୍ରସ୍ତୁତ ଚାନ୍ଦି ମେଢ଼। ସହରରେ ୧୨ଟି ଚାନ୍ଦି ମେଢ଼ ହୋଇଥିବା ବେଳେ ଗଣେଶ ବଜାରର ଚାନ୍ଦି ମେଢ଼ ସମସ୍ତଙ୍କୁ ଆକର୍ଷତ କରୁଛି। ନେହୁରୁ ବଜାର ଏଥର ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ସେ ମାଙ୍କ ମୂର୍ତ୍ତିରେ ସୁନାର ବ୍ୟବହାର ଲୋକଙ୍କୁ ବେଶ ପସନ୍ଦ ଆସିଛି। ଏହାସହ ସରସ ମେଳାରେ ଲୋକଙ୍କ ବେଶ ଗହଳି ପରିଲକ୍ଷିତ ହୋଇଛି। ପୂଜା ପାଇଁ ବାହାର ରାଜ୍ୟର ଖାଦ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ଢେଙ୍କାନାଳ ବାସୀ। ୧୩ ତାରିଖରୁ ଆରମ୍ଭ ହୋଇ ୧୧ଦିନ ଯାଏଁ ଚାଲିବ ଏହି ଯାତ୍ରା ୨୪ ତାରିଖରେ ଏହାର ବିସର୍ଜନ ହେବ । ପୂଜାର ଭିଡିକୁ ଦେଖି ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଥିବା ଢେଙ୍କାନାଳ ଏସ୍ ପି ଅନୁପମା ଯେମସ୍ ସୂଚନା ଦେଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles